Thursday, June 25, 2026 10:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସହଦେବ ହତ୍ୟା: ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦାବି କଲା ବିଜେଡି

by Our Correspondent
09 Jan, 2025- 07:46 PM
in Latest News, News
1 min read
0
ସହଦେବ ହତ୍ୟା: ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦାବି କଲା ବିଜେଡି

ଭୁବନେଶ୍ୱର: ବିଜୁ ଜନତା ଦଳ ତରଫରୁ ଶଙ୍ଖଭବନଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ, ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣଜେନା, ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଭୁବନେଶ୍ୱର-ଉତ୍ତର ବିଧାୟକ ସୁଶାନ୍ତ ରାଉତ ଗତକାଲି ଘଟିଥିବା ସଫେଇ କର୍ମଚାରୀ ସଙ୍ଘର ସଭାପତି ସହଦେବ ନାୟକଙ୍କ ବିଭତ୍ସ ହତ୍ୟା ଘଟଣାରେ ସମ୍ପୃକ୍ତ ଷଡ଼ଯନ୍ତ୍ରକାରୀଙ୍କୁ ପୋଲିସ ଖୋଜି ବାହାର କରିବାର ଆବଶ୍ୟକ ଅଛି ବୋଲି କହିବା ସହିତ ମୃତକଙ୍କ ପରିବାରକୁ ୧କୋଟି ଟଙ୍କାର କ୍ଷତିପୂରଣ ସହ ତାଙ୍କ ପତ୍ନୀଙ୍କୁ ଚାକିରୀ ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି ।

ଶ୍ରୀ ଜେନା କହିଥିଲେ, ରାଜଧାନୀ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଜଣେ ପୋଲିସ ମିତ୍ରଙ୍କ ବିଭତ୍ସ ହତ୍ୟାକାଣ୍ଡ ଘଟିବା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ଦର୍ଶାଉଛି । ଜଣେ ପୋଲିସ ମିତ୍ରଙ୍କୁ ସୁରକ୍ଷା ପ୍ରଦାନ କରିବାରେ ପୋଲିସ ବିଫଳ ହେବା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ ।  ଏହି ହତ୍ୟା ଘଟଣାରୁ ରାଜ୍ୟରେ ବ୍ରାଉନ ସୁଗାର ବେପାର ଅହେତୁକ ଭାବେ ବୃଦ୍ଧି ପାଇଛି ବୋଲି ସ୍ପଷ୍ଟ ହେଉଛି । ଗତ କାଲି ହତ୍ୟାରେ ବ୍ରାଉନ ସୁଗାର ବେପାରରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ସମ୍ପୃକ୍ତି ରହିଥିବା ସ୍ପଷ୍ଟ ହୋଇଛି । ପୋଲିସ ଜଣେ ପୋଲିସ ମିତ୍ରକୁ ସୁରକ୍ଷା ଦେବାରେ ବିଫଳ ହୋଇଛି, ଯେଉଁଥିପାଇଁ ରାଜ୍ୟବାସୀଙ୍କ ମନରେ ପୋଲିସ ପ୍ରତି ଥିବା ଭରସାରେ ଆଞ୍ଚ ଆସିଛି । ତେଣୁ, ମୃତକ ସହଦେବଙ୍କ ପରିବାରକୁ ରାଜ୍ୟ ପୋଲିସ ତରଫରୁ ୧କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ ବୋଲି ବିଜୁ ଜନତା ଦଳ ତରଫରୁ ଆମେ ଦାବୀ କରୁଛୁ ।

ଶ୍ରୀମତୀ ସୁଲୋଚନା ଦାସ କହିଥିଲେ, ଏଭଳି ଏକ ବିଭତ୍ସ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଥିବାରୁ, ଭୁବନେଶ୍ୱର ମେୟର ଭାବେ ମୁଁ ଲଜ୍ଜିତ ଓ ମର୍ମାହତ । ସହଦେବ ନାୟକ ସଫେଇ କର୍ମଚାରୀ ସଙ୍ଘର ସଭାପତି ଭାବେ ଭୁବନେଶ୍ୱରକୁ ପରିଷ୍କାର ପରିଛନ୍ନ ରଖିବା କାର୍ଯ୍ୟରେ ନେତୃତ୍ୱ ନେଉଥିଲେ । ତାଙ୍କ ପରିବାରକୁ ୧କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ ଓ ତାଙ୍କ ପତ୍ନୀଙ୍କୁ ଚାକିରୀ ଦିଆଯାଉ ।

ସୁଶାନ୍ତ ରାଉତ କହିଥିଲେ, ସହରରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଆସିବାକୁ ଥିବାବେଳେ ନିରାପତ୍ତା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ, ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିବା ଆମ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେଣୁ ପୋଲିସ ଘଟଣାର ରହସ୍ୟକୁ ଉନ୍ମୋଚନ କରିବା ସହିତ ଷଡ଼ଯନ୍ତ୍ରକାରୀଙ୍କୁ ମଧ୍ୟ ଲୋକଲୋଚନକୁ ଆଣୁ ।

Previous Post

ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

Next Post

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Next Post
ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA