Saturday, April 18, 2026 07:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

ସହଦେବ ନାୟକ ବୀଭତ୍ସ ହତ୍ୟା

by Our Correspondent
09 Jan, 2025- 07:26 PM
in Crime, Latest News, News
1 min read
0
ଅଭିଯୁକ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ୱର: ରସୁଲଗଡ଼ ଓଭର ବ୍ରିଜ୍ ଉପରେ ସହଦେବ ନାୟକ ବିଭତ୍ସ ହତ୍ୟା ଘଟଣାରେ ଆଉ ଏକ ଦମ୍ପତ୍ତି ଗିରଫ ହୋଇଛନ୍ତି । ସେମାନେ ହେଲେ ରାକେଶ ନାୟକ ଓରଫ ଅଣ୍ଡା ଏବଂ ତାଙ୍କ ପତ୍ନୀ ଲକି ଓରଫ ଲକ୍ଷ୍ମୀ ନାୟକ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମୀଧର ନାୟକ, ତାଙ୍କ ପତ୍ନୀ ଲିପିକା ନାୟକ ଏବଂ ସହଯୋଗୀ ରକି ନାୟକଙ୍କୁ ପୁଲିସ ପୂର୍ବରୁ ଗିରଫ କରିଥିଲା । ଏମାନେ ସମସ୍ତେ କେଦାରପଲ୍ଲୀ ବସ୍ତିରେ ରହୁଥିଲେ ।
ଏହିଭଳି ଭାବେ ଏହି ବୀଭତ୍ସ ହତ୍ୟା ଘଟଣାରେ ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ । ହତ୍ୟାକାଣ୍ଡରେ ଆଉ କିଛି ଲୋକଙ୍କର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ସମସ୍ତ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଡିସିପିଙ୍କ ସୂଚନା ଅନୁଯାୟୀ, ଗତକାଲି ସକାଳ ୮ଟାରେ ଏହି ହତ୍ୟାକାଣ୍ଡ ଘଟିଥିଲା । ରସୁଲଗଡ଼ ଓଭରବ୍ରିଜ୍ ଉପରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ହାଣି ରକ୍ତାକ୍ତ କରିଥିବା ପୁଲିସକୁ ପ୍ରଥମେ ଖବର ମିଳିଥିଲା । ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ରାସ୍ତାରେ ଉପରେ ପଡ଼ିଥିବା କ୍ଷତାକ୍ତ ଯୁବକଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଆଣିଥିଲା । ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ବୃତ୍ତଙ୍କୁ ଧରିବା ପାଇଁ ୩ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଥିଲା । ଅଭିଯୁକ୍ତଙ୍କ ପିଛା କରି ପୁଲିସ ପ୍ରଥମେ ୩ ଜଣ ଏବଂ ପରେ ଆଉ ଦୁଇଜଣଙ୍କୁ ନୟାଗଡ଼ ଶରଣକୂଳରୁ ଉଠାଇ ଆଣିଥିଲା ।

ଆଜି ୩ ଅଭିଯୁକ୍ତଙ୍କୁ ଧରି ପୁଲିସ କ୍ରାଇମ୍ ସିନ୍ ରିକ୍ରିଏଟ୍ କରାଇଥିଲା । ରସୁଲଗଡ଼ ଓଭରବ୍ରିଜ୍ ଉପରେ ସେମାନେ ସହଦେବ ନାୟକଙ୍କୁ ହତ୍ୟା କଲା ପରେ ପୁରୀ ବାଇପାସ୍ ରାସ୍ତାରେ ଲିଙ୍ଗିପୁର ଦୟାନଦୀ କୂଳରେ ଅଟକିଥିଲେ । ନଦୀ ଭିତରକୁ ବ୍ୟାଗରେ ରଖିଥିବା ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଏବଂ ରକ୍ତଭିଜା ପୋଷାକୁ ଫିଙ୍ଗି ଦେଇ ଦୁଇଟି ମଟରସାଇକେଲରେ ନୟାଗଡ଼ ଶରଣକୂଳ ପଳାଇଥିଲେ । ଆଜି କ୍ରାଇମସିନ୍ ରିକ୍ରିଏସନ୍ ବେଳେ ଅଭିଯୁକ୍ତମାନେ ଦୟାନଦୀରେ ଫିଙ୍ଗିଥିବା ମାରଣାସ୍ତ୍ର ଏବଂ ପୋଷାକକୁ ବାହାର କରିଥିଲେ ।

ଅଭିଯୁକ୍ତମାନଙ୍କଠାରୁ ପୁଲିସ ଦୁଇଟି ମଟରସାଇକେଲ, ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର, ରକ୍ତଲଗା କପଡ଼ା, ୪ଟି ମୋବାଇଲ ଏବଂ ଦୁଇଟି ବ୍ୟାଗ୍ ଜବତ ହୋଇଛି ।

ପୁଲିସ ପାଇଁ ଏହା ହତ୍ୟାକାଣ୍ଡର ବଳିଷ୍ଠ ପ୍ରମାଣ ହୋଇଥିବା ଡିସିପି ଶ୍ରୀ ମିଶ୍ର କହିଛନ୍ତି । ସହଦେବଙ୍କ ସହ ପୂର୍ବ ଶତ୍ରୁତାରୁ ଅଭିଯୁକ୍ତମାନେ ହତ୍ୟା କରିଛନ୍ତି । ଏହି ଘଟଣାରେ ଆହୁରି କେତେଜଣଙ୍କର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି ଏବଂ ସମସ୍ତଙ୍କୁ ଧରାଯିବ ବୋଲି ଡିସିପି କହିଛନ୍ତି ।

ସେପଟେ ସହଦେବଙ୍କ ହତ୍ୟା ଘଟଣାରେ ସଫେଇ କର୍ମଚାରୀ ମହଲରେ ଶୋକର ଛାୟା ଖେଳିଯାଇଛି । ହତ୍ୟାକାଣ୍ଡ ପଛରେ ଅନେକ ଲୋକଙ୍କର ସଂପୃକ୍ତି ଥିବା ସେମାନେ କହିବା ସହ ସମସ୍ତଙ୍କ ଗିରଫ ଦାବି କରିଛନ୍ତି । ସହଦେବଙ୍କ ହତ୍ୟା ପ୍ରତିବାଦରେ ଆଜି ସମଗ୍ର ରାଜଧାନୀରେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ସଂଧ୍ୟାରେ ସ୍ୱର୍ଗତ ସହଦେବଙ୍କ ସ୍ମୃତିରେ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

 

Previous Post

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ମୋଦୀ

Next Post

ସହଦେବ ହତ୍ୟା: ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦାବି କଲା ବିଜେଡି

Next Post
ସହଦେବ ହତ୍ୟା: ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦାବି କଲା ବିଜେଡି

ସହଦେବ ହତ୍ୟା: ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ଦାବି କଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA