Tuesday, June 23, 2026 01:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡିଏଭି ପୋଖରୀପୁଟରେ ସଚେତନତା କାର୍ଯ୍ୟକ୍ରମ

by Our Correspondent
16 Jan, 2025- 09:17 PM
in News
1 min read
0
ଡିଏଭି ପୋଖରୀପୁଟରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଡିଏଭି ପୋଖରୀପୁଟରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା , ଅନାସକ୍ତଭାବ , ଯୁକ୍ତିଯୁକ୍ତତା ଓ ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ସ୍ୱାଧୀନ ବିଚାରଧାରା ଭଳି ବିରଳ ଗୁଣର ଅଭିବୃଦ୍ଧି ନିମନ୍ତେ ‘‘ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ” ଶୀର୍ଷକ ଆଲୋଚନା ଚକ୍ର ଏକ ବିଜ୍ଞାନ ଓ ପରିବେଶ ପ୍ରେମୀ ସଂସ୍ଥା ତଥା ଡିଏଭି ପୋଖରୀପୁଟର ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ସ୍ୱାଗତ ଭାଷଣ ଦେବାସହିତ ବିଜ୍ଞାନର ପ୍ରଗତିରେ ଦେଶର ପ୍ରଗତି ସମ୍ଭବ ବୋଲି ନିଜର ଅଭିମତ ରଖିଥିଲେ ।

ମୁଖ୍ୟ ଅତିଥି ଭାବେ ବିପିଓଟିର ପୂର୍ବତନ କୁଳପତି ପ୍ରଫେସର ଓଁମ୍‌କାର ନାଥ ମହାନ୍ତି ଉପସ୍ଥିତ ରହି ପ୍ରକୃତି ହିଁ ପ୍ରକୃତ ଶିକ୍ଷକ ବୋଲି ଅଭିମତ ଦେବାସହିତ ନିଜର ଦିଗ୍‌ଦର୍ଶନର ରୂପରେଖକୁ ଉପସ୍ଥାପନ କରିଥିଲେ ।

ନାଲ୍‌କୋର ପୂର୍ବତନ ଜେନେରାଲ୍‌ ମ୍ୟାନେଜର ଡ. ଚିତ୍ତରଞ୍ଜନ ମିଶ୍ର ଉପସ୍ଥିତ ରହି ବିଜ୍ଞାନ ଉତ୍ପତ୍ତି ଦିଗ-ଦିଗନ୍ତ ଉପରେ ଆଲୋକପାତ କରିବା ସହିତ ବିଜ୍ଞାନଯୁଗର ଛାତ୍ରଛାତ୍ରୀଙ୍କୁ କେତେକ ସାଧାଣ ଜ୍ଞାନ ସ୍ମରଣୀୟ କରାଇଥିଲେ ।

ସମ୍ମାନିତ ଅତିଥିଭାବେ ଖଲ୍ଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି କର୍ଣ୍ଣେଲ. ପ୍ରୋଫେସର. ଡ. ପ୍ରଫୁଲ୍ଲ କୁମାର ମହାନ୍ତି ଉପସ୍ଥିତ ରହି ପ୍ରକୃତି ହିଁ ପ୍ରକୃତ ପରୀକ୍ଷାଗାର ବୋଲି କହିବା ସହିତ ବିଜ୍ଞାନର ସଂଜ୍ଞା ଜାଣିବାକୁ ହେଲେ ପାଞ୍ଚଟି (5-W) – Why, What, When, Which, Where ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ନିଜର ଅଭିମତ ରଖିଥିଲେ ।

ଏକ ବିଜ୍ଞାନ ଓ ପରିବେଶ ପ୍ରେମୀ ସଂସ୍ଥାର ସଂସ୍ଥାପକ ନିହାର ରଞ୍ଜନ ଆଚାର୍ଯ୍ୟ ପ୍ରକୃତିର ବିଭିନ୍ନ ନିୟମକୁ ବୁଝିବା ହେଉଛି ବିଜ୍ଞାନ ଓ ତାହା ସହିତ ନିଜକୁ ଖାପ ଖୁଆଇ ଚଳିଲେ ପ୍ରକୃତି ବଞ୍ଚିବ ବୋଲି ନିଜର ଅଭିଭାଷଣରେ କହିଥିଲେ ।

ଡିଏମ୍ ସ୍କୁଲର ହେଡ଼ମାଷ୍ଟର ଅଖିଳେଶ୍ୱର ମିଶ୍ର ବିଦ୍ୟାର୍ଥୀଙ୍କୁ ବିଜ୍ଞାନ ମନସ୍କ ହେବା ଉପରେ ଗୁରୁତ୍ୱ ଦେଇଥିଲେ ।

ଓୟୁଏଟିର ସହାୟକ ପ୍ରଫେସର ଅଜିତ କୁମାର ନାୟକ ବିଜ୍ଞାନକୁ ପ୍ରଚାର ପ୍ରସାର କ୍ଷେତ୍ରରେ ବିଦ୍ୟାର୍ଥୀଙ୍କ ଭୂମିକାକୁ ଅବଗତ କରାଇଥିଲେ ।

ଏହି ଅବସରରେ ମାନ୍ୟଗଣ୍ୟ ଅତିଥିଙ୍କ କରକମଳରେ ମୁଖ୍ୟ ଲେଖକ ନିହାର ରଞ୍ଜନ ଆଚାର୍ଯ୍ୟ ଏବଂ ସହ ଲେଖକ ଡ. ଅଜିତ କୁମାର ନାୟକଙ୍କ ଦ୍ୱାରା ରଚିତ “Exploring the Wonders; A Complete Guide to Scientific Thinking” ପୁସ୍ତକ ଉନ୍ମୋଚିତ ହେବା ସହିତ ଲୋକାର୍ପିତ କରାଯାଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ବିଦ୍ୟାର୍ଥୀଙ୍କୁ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସହିତ ପରିଚିତ କରାଇବା ତଥା ଏକ ବିକାଶଶୀଳ ରାଷ୍ଟ୍ରଗଠନରେ ସହାୟକ ହେବା ।

କେ.ଟି. ଗ୍ଲୋବାଲ ସ୍କୁଲ ଉପାଧ୍ୟକ୍ଷ ଡ. ରିଙ୍କୁ ଷଡ଼ଙ୍ଗୀ ଉନ୍ମୋଚିତ ପୁସ୍ତକର ସମୀକ୍ଷା କରିଥିଲେ । NCERTର ପୂର୍ବତନ ପ୍ରଫେସର ଡ. ଜୋତ୍ସ୍ନା ମହାପାତ୍ର ବିଜ୍ଞାନ ସମ୍ବନ୍ଧିତ ଅନେକ କଥା କହିଥିଲେ । ଟ୍ରଷ୍ଟର କାର୍ୟ୍ୟକାରୀ ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ଲୋପାମୁଦ୍ରା ମିଶ୍ର ବୈଜ୍ଞାନିକ ଦୃଷ୍ଟିଭଙ୍ଗୀକୁ ବଢ଼ାଇବା ପାଇଁ ଅନେକ ସହଜ ଉପାୟ ନିଜ ବକ୍ତବ୍ୟରେ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବିଜ୍ଞାନକୁ ପ୍ରଚାର ଓ ପ୍ରସାର କରିବାରେ ଛାତ୍ର, ଛାତ୍ରୀମାନେ ନିଜ ନିଜର ଚିନ୍ତନ ପ୍ରକ୍ରିୟା ସହିତ ନିଜ ସିଦ୍ଧାନ୍ତ ଓ ମତ ଉପସ୍ଥାପିତ କରିଥିଲେ।

ପରିଶେଷରେ ବିଦ୍ୟାର୍ଥୀଙ୍କୁ ସୁସ୍ଥ ପରିବେଶ ଏବଂ ବୃକ୍ଷର ଉପକାରିତା ସମ୍ବନ୍ଧିତ ଏକ ଚମତ୍କାର ଭିଡ଼ିଓ ପ୍ରଦର୍ଶନ କରାଯିବା ସହ କୃତି ବିଦ୍ୟାର୍ଥୀଙ୍କୁ ମାନପତ୍ର ତଥା ବରେଣ୍ୟ ଅତିଥିଙ୍କୁ ଉପଢୌକନ , ଔଷଧୀୟ ବୃକ୍ଷ , ବିଦ୍ୟାଳୟର ପତ୍ରିକା ଦେଇ ସମ୍ମାନିତ କରାଯାଇଥିଲା । ସଂପୂର୍ଣ୍ଣ କାର୍ୟ୍ୟକ୍ରମକୁ ବରିଷ୍ଠ ନିରୀକ୍ଷିକା ଡ.ସ୍ମରଣିକା ପଟ୍ଟନାୟକ ସଂଯୋଜନା କରିଥିଲେ ।

Previous Post

ବିଭୁପ୍ରସାଦ ତ୍ରିପାଠୀଙ୍କୁ ‘ବରିଷ୍ଠ ଆଇନଜୀବୀ’ର ସ୍ୱୀକୃତି

Next Post

ପୂରଣ ହେବ ନୂଆ ୨୦୦୦ ଟ୍ରାଫିକ୍ ପୋଲିସ ପଦବୀ

Next Post
ପୂରଣ ହେବ ନୂଆ ୨୦୦୦ ଟ୍ରାଫିକ୍ ପୋଲିସ ପଦବୀ

ପୂରଣ ହେବ ନୂଆ ୨୦୦୦ ଟ୍ରାଫିକ୍ ପୋଲିସ ପଦବୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA