Wednesday, June 24, 2026 01:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍ ଉଦ୍‍ଘାଟିତ

by Our Correspondent
21 Jan, 2025- 11:55 PM
in Latest News, News
1 min read
0
ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍ ଉଦ୍‍ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି-2 ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବାଗ୍‍ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍’ର ଉଦ୍‍ଘାଟନ କରିଛନ୍ତି । ଏହି ସେଣ୍ଟର୍‌ଟି ବାଙ୍ଗାଲୋର୍ ହସ୍‌ପିସ୍ ଟ୍ରଷ୍ଟ ଅନ୍ତର୍ଭୁକ୍ତ ‘କରୁଣାଶ୍ରୟ’ ଅନୁଷ୍ଠାନର ସହଯୋଗ ଏବଂ ଶ୍ରୀମତୀ ସୁସ୍ମିତା ବାଗ୍‌ଚୀ ଓ ସୁବ୍ରତ ବାଗ୍‌ଚୀଙ୍କ ଅକୁଣ୍ଠିତ ଅନୁଦାନରେ ପ୍ରତିଷ୍ଠିତ ହୋଇଛି । ଏଠାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜୀବନର ଶେଷାବସ୍ଥାରେ ପହଞ୍ଚିଥିବା ସମସ୍ତ ରୋଗୀମାନଙ୍କର ସେବା ନିଃଶୁଳ୍କ ଭାବରେ କରାଯାଏ । ଓଡିଶା ସରକାର ଏହି ସେଣ୍ଟର୍‌ ପାଇଁ ଜମି ତଥା ଅନ୍ୟାନ୍ୟ ଆନୁସଙ୍ଗିକ ଆବଶ୍ୟକ‌ତା ରିହାତି ଦରରେ ଯୋଗାଇ ଦେଇଛନ୍ତି । ସେବା ଯତ୍ନ ବ୍ୟତୀତ ‘ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେଆର୍ ସେଣ୍ଟର୍‌ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ମଧ୍ୟ ଆଗାମୀ ଦିନରେ କାର୍ଯ୍ୟ କରିବ।

ଏଭଳି ଏକ କଲ୍ୟାଣକାରୀ ଅନୁଷ୍ଠାନର ଉଦ୍‍ଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି କେନ୍ଦ୍ରଟି ହେଉଛି ମାନବୀୟ ଆଦର୍ଶର ଶ୍ରେଷ୍ଠ ଉଦାହରଣ ଏବଂ ଦାନ, ଦୟା ଓ କରୁଣାର ଏକ ମହାନ ପ୍ରତିଫଳନ। ମୁଖ୍ୟମନ୍ତ୍ରୀ ଏହି କେନ୍ଦ୍ରର ପ୍ରତିଷ୍ଠାତା ବାଗ୍‍ଚୀ ଦମ୍ପତିଙ୍କୁ ପ୍ରଶଂସା କରି କହିଥିଲେ ଯେ ସମାଜ ସେବା କ୍ଷେତ୍ରରେ ଏପରି ନିସ୍ୱାର୍ଥପର ଅବଦାନ ଆଜିକାଲି ଖୁବ କ୍ୱଚିତ ଦେଖିବାକୁ ମିଳୁଛି । ଏହି ଦମ୍ପତି ହେଉଛନ୍ତି ଓଡିଶା ପାଇଁ ଆଦର୍ଶ । ତାଙ୍କର ଏହି ପଦକ୍ଷେପ ନିଶ୍ଚିତ ରୂପେ ଅନ୍ୟ ମାନଙ୍କୁ ସମାଜସେବା ପାଇଁ ପ୍ରେରଣା ଯୋଗାଇବ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କ୍ୟାନସର ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟ ବହୁଳ ଏବଂ ରୋଗରେ ରୋଗୀର ମୃତ୍ୟୁ ସହିତ ପରିବାର ମଧ୍ୟ ଆର୍ଥିକ ଅଭାବର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସ୍ଥିତିରେ ବାଗ୍‍ଚୀ ଦମ୍ପତିଙ୍କର ସ୍ୱଳ୍ପ ମୂଲ୍ୟରେ ଚିକିତ୍ସା ପାଇଁ ଭୁବନେଶ୍ୱରରେ ଗୋଟିଏ ବିଶ୍ୱସ୍ତରୀୟ କ୍ୟାନସର ହସ୍‍ପିଟାଲ ଏବଂ ଯେଉଁ ରୋଗୀ ମାନଙ୍କ ବଞ୍ଚିବାର ଆଶା କମ୍ ରହିଛି, ସେମାନଙ୍କ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ପାଲିଆଟିଭ୍ କେୟାର ସେଣ୍ଟର ଜରିଆରେ ମାଗଣାରେ ସେବା ଯୋଗାଇ ଦେବା ମାନବ କଲ୍ୟାଣର ଏକ ଅନନ୍ୟ ନିଦର୍ଶନ ।

ଅନ୍ୟତମ ଅତିଥିଭାବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଭାରତବର୍ଷରେ ଲୋକସେବାର ସବୁଠାରୁ ବଡ ଆଦର୍ଶ ହେଉଛି ଏହି କରୁଣାଶ୍ରୟ । ଏହି ଅନୁଷ୍ଠାନ ହେଉଛି ତ୍ୟାଗ, କରୁଣା ଓ ସମବେଦନାକୁ ପ୍ରତିଫଳିତ କରୁଥିବା ଏକ ସ୍ୱୟଂସେବୀ ଅନୁଷ୍ଠାନ । ଓଡିଶାରେ କ୍ୟାନସର ହସ୍‍ପିଟାଲ ପ୍ରତିଷ୍ଠା ଏବଂ କରୁଣାଶ୍ରୟ ପାଇଁ ରାଜ୍ୟବାସୀଙ୍କ ତରଫରୁ ବାଗ୍‍ଚୀ ଦମ୍ପତିଙ୍କୁ ସେ କୃତଜ୍ଞତା ଜଣାଇଥିଲେ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଥିଲେ ଯେ ମୃତ୍ୟୁ ସହ ସଂଗ୍ରାମ କରୁଥିବା କ୍ୟାନସର ରୋଗୀଙ୍କୁ ସେବା ଯୋଗାଇ ଦେବାପାଇଁ ମହତ୍ ଉଦ୍ଦେଶ୍ୟ ରଖି ଏହି ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି। ବାଗ୍‍ଚୀ ମହୋଦୟ ଓ ରୋଗୀମାନଙ୍କୁ ସେବା କରୁଥିବା ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଧନ୍ୟବାଦ ଦେଇ ସେ କହିଥିଲେ ଯେ ଯେଉଁ ମହତ ଉଦ୍ଦେଶ୍ୟ ରଖି ଏହି ଅନୁଷ୍ଠାନ ଗଢିଉଠିଛି, ତାର ଲକ୍ଷ୍ୟ ପଥରେ ସେ ସଫଳ ହେଉ । ଏଥିପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ।

ଏହି କେନ୍ଦ୍ରର ପ୍ରତିଷ୍ଠାତା ସୁବ୍ରତୋ ବାଗ୍‍ଚୀ କହିଥିଲେ ଯେ କ୍ୟାନସର ରୋଗ, ରୋଗୀ ସହିତ ସମଗ୍ର ପରିବାରକୁ ପ୍ରଭାବିତ କରିଥାଏ । ଏଥିପାଇଁ ଚିକିତ୍ସା ସହିତ ସମବେଦନାର ଆବଶ୍ୟକତା ରହିଛି । ଏହି କେନ୍ଦ୍ରର ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନେ ରୋଗୀ ମାନଙ୍କ ଘରକୁ ଯାଇ ମଧ୍ୟ ସେବା ଯୋଗାଉଛନ୍ତି । ସମସ୍ତଙ୍କ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଛି । କ୍ୟାନସର ଚିକିତ୍ସା କେବଳ ସରକାରଙ୍କ ଉପରେ ଛାଡି ଦେଲେ ହେବ ନାହିଁ, ଆମ ସମସ୍ତଙ୍କୁ ଏଥିରେ ସହଯୋଗ କରିବାକୁ ପଡିବ।

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଏହି କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀ ଓ ସେମାନଙ୍କର ସଂପର୍କୀୟ ମାନଙ୍କ ପାଖକୁ ଯାଇ କଥା ହୋଇଥିଲେ ।

କାର୍ଯ୍ୟକ୍ରମରେ ବେଙ୍ଗାଲୁରୁ ହସ୍‍ପିସ୍ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଗୁରୁମିତ ସିଂ ରାନ୍ଧୁଆ ସ୍ୱାଗତ ଭାଷଣ ଦେଇଥିଲେ ।

ବିଧାୟକ ବାବୁ ସିଂହ, ବିଧାୟକ ଆକାଶ ଦାସ ନାୟକ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Previous Post

ପ୍ରତାପ ଦେବ ବିଜେଡି ନିର୍ବାଚନ ଅଧିକାରୀ ନିଯୁକ୍ତ

Next Post

ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

Next Post
ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA