Thursday, June 25, 2026 03:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆ ପିସିସି ସଭାପତିଙ୍କ ସଂକଳ୍ପ ରାଲି

by Our Correspondent
18 Feb, 2025- 11:41 PM
in Latest News, News, Politics
0
ନୂଆ ପିସିସି ସଭାପତିଙ୍କ ସଂକଳ୍ପ ରାଲି

ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶଙ୍ଖ, ହୁଳହୁଳି, ଓଡ଼ିଶୀ ନୃତ୍ୟ ଏବଂ ଆଧ୍ୟାତ୍ମିକ ପରିବେଶରେ ସ୍ୱାଗତ ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସଂକଳ୍ପ ପଦଯାତ୍ରା କମିଟି ଅଧ୍ୟକ୍ଷ ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ସାଗର ଦାସ, ବିଧାୟକ ରମେଶ ଜେନା, ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ, ଜାନକୀ ବଲ୍ଲଭ ପଟ୍ଟନାୟକ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ପଦ୍ମାକର ଗୁରୁ, ରଜନୀ ମହାନ୍ତି, ମିନାକ୍ଷୀ ବାହିନିପତି, ରଞ୍ଜିତ ପାତ୍ର, ୟାସିର ନୱାଜ, ଅମୀୟ ପାଣ୍ଡବ, ସୁବ୍ରତ ମହାପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ, ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସସ୍ମିତା ବେହେରା, ବନ୍ଦିତା ପରିଡ଼ା, ମନୋଜ ଜେନା ଓ ଅନ୍ୟମାନେ ବିମାନ ବନ୍ଦରରେ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ଓଡ଼ିଶା କଂଗ୍ରେସ ସେବା ଦଳର ଶହ ଶହ କର୍ମୀ କଂଗ୍ରେସ ପତାକା ଧରି ଏହି ସଂକଳ୍ପ ପଦଯାତ୍ରାରେ ଚାଲିଥିଲେ । ହସ୍ପିଟାଲ ଛକରେ ଶ୍ରୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର କଂଗ୍ରେସ କର୍ମୀମାନେ ଶ୍ରୀ ଭକ୍ତ ଦାସଙ୍କୁ ସ୍ୱାଗତ କରିଥିଲେ ।

ବିଜୁପଟ୍ଟନାୟକ ବିମାନ ବନ୍ଦର ଠାରୁ ଶିଶୁ ଭବନ ଛକ ଦେଇ ରାଜମହଲ ଛକ, କଳ୍ପନା ଛକ, ବିଜେବି କଲେଜ ଛକ, ସାମନ୍ତାପୁର ଛକ, ଉତରାଛକ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ କଂଗ୍ରେସ ନେତା ଓ କର୍ମୀମାନେ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଶିଶୁ ଭବନ ଛକ ଠାରେ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ସି.ଏସ୍‌. ରାଜନ ଏକ୍କା, ସୋଫିଆ ଫିର୍‌ଦୋଷ, ମଙ୍ଗୁ ଖିଲ, ଦାଶରଥି ଗମାଙ୍ଗ, ଅଶୋକ ଦାସ, ଅପାଲ୍ଲା ସ୍ୱାମୀ କାଡ୍ରାକା ପ୍ରମୁଖ ବିଧାୟକ ମାନେ ଶ୍ରୀ ଦାସଙ୍କୁ ସ୍ୱାଗତ ଜଣାଇବା ସହିତ ପଦଯାତ୍ରାରେ ସାମିଲ ହୋଇଥିଲେ । ଭୁବନେଶ୍ୱର କୋର୍ଟ ସାମ୍ମୁଖରେ ଶତାଧିକ ବରିଷ୍ଠ ଓ କନିଷ୍ଠ ଆଇନଜୀବିମାନେ ଶ୍ରୀଯୁକ୍ତ ଦାସଙ୍କୁ ଉଚ୍ଛ୍ୱସିତ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ । ସାମନ୍ତାପୁର ଛକରେ ଏକାମ୍ରର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଚମ୍ପତିଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନବନିଯୁକ୍ତି ପିସିସି ସଭାପତି ଶ୍ରୀଦାସଙ୍କୁ ସ୍ୱାଗତ କରିଥିଲେ । ସେହିପରି ଲିଙ୍ଗିପୁର ଛକ ପୂର୍ବରୁ ଶତାଧିକ ସାଧାରଣ ଜନତା ସଂକଳ୍ପ ଯାତ୍ରାକୁ ସମର୍ଥନ ଜଣାଇ ପଦଯାତ୍ରାରେ ସାମିଲ ହୋଇଥିଲେ । ଅପରାହ୍ନ ୩ ଘଟିକାରେ ସଂକଳ୍ପ ପଦଯାତ୍ରା ଲିଙ୍ଗିପୁର ଠାରେ ପହଂଚିଥିଲା ।
ମଧ୍ୟାହ୍ନ ଭୋଜନ ପରେ ଚିତ୍ରକୁଣ୍ଡାର ମାନନୀୟ ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କ ନେତୃତ୍ୱରେ ନବରଙ୍ଗପୁରର ପ୍ରାକ୍ତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ଅଖିଳ ଭତ୍ରା ବିଜେଡ଼ି ଦଳ ଛାଡ଼ି ପିସିସି ସଭାପତି ଶ୍ରୀଯୁକ୍ତ ଦାସଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି କଂଗ୍ରେସ ଦଳରେ ବିଧିବଧ ଭାବରେ ଯୋଗ ଦେଇଥିଲେ । ହଜାର ହଜାର ସଂଖ୍ୟାରେ ପଦଯାତ୍ରୀମାନେ ମଧ୍ୟାହ୍ନ ଭୋଜନ ସାରି ପୁନଃର୍ବାର ଅପରାହ୍ନ ୫ ଘଟିକା ସମୟରେ ପିପିଲି ଅଭିମୁଖେ ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ପିସିସି ସଭାପତିଙ୍କ ସହ ବରିଷ୍ଠ ବିଧାୟକ ଶ୍ରୀଯୁକ୍ତ ତାରାପ୍ରସାଦ ବାହିନିପତି ସଂକଳ୍ପ ପଦଯାତ୍ରାରେ ସାମିଲ ହୋଇଥିଲେ । ଉତରାଛକ ଠାରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ ନବନିଯୁକ୍ତ ପିସିସି ସଭାପତିଙ୍କୁ ସ୍ୱାଗତ କରିଥିଲେ । ପିପିଲି ନିର୍ବାଚନ ଆରମ୍ଭ ପୂର୍ବରୁ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ଜ୍ଞାନ ରଞ୍ଜନ ପଟ୍ଟନାୟକ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ନିରୁପମା ପାତ୍ର, ପିପିଲ ପଂଚାୟତ ସମିତିର ପୂର୍ବତନ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ୫୦୦ ରୁ ଉର୍ଦ୍ଧ୍ୱ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଶ୍ରୀଯୁକ୍ତ ଦାସଙ୍କ ଭବ୍ୟ ସମ୍ମର୍ଦ୍ଧନ କରିଥିଲେ ।
ଏହି ସଂକଳ୍ପ ପଦଯାତ୍ରା ୩ ଦିନ ଧରି ଚାଲିବ । ଭୁବନେଶ୍ୱର ବିମାନ ବନ୍ଦରରୁ ଆଜି ସଂକଳ୍ପ ପଦଯାତ୍ରା ଆରମ୍ଭ ହୋଇ ପିପିଲିରେ ରାତ୍ର ୮.୩୦ ମିନିଟ୍ ଘଟିକାରେ ପହଂଚିଥିଲା । ପିପିଲି ବଜାରରେ ସାଧାରଣ ଜନତା ଓ ବ୍ୟବସାୟ ସଂଘର ବହୁ କର୍ମକର୍ତା ରୁଣ୍ଡ ହୋଇ ବିରାଟ ପଟୁଆରକୁ ହାତ ହଲେଇ ସ୍ୱାଗତ କରିଥିଲେ । ସଂକଳ୍ପ ପଦଯାତ୍ରୀମାନେ ପିପିଲ ହାଟ ବଜାର କଲ୍ୟାଣ ମଣ୍ଡପ ଠାରେ ରାତ୍ରୀ ଯାପନ କରିବେ । ଶ୍ରୀଯୁକ୍ତ ଦାସ ଉତରାଛକ ଠାରେ ଶତାଧିକ ଛାତ୍ରଛାତ୍ରୀମାନଙ୍କୁ ଫଳ ବଂଟନ କରିଥିଲେ । ଆସନ୍ତାକାଲି ସକାଳ ୮.୩୦ ମିନିଟ୍‌ରେ ପୁନଶ୍ଚ ପିପିଲିରୁ ଦ୍ୱିତୀୟ ଦିବସ ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ । ଏହି ବିଶାଳ ସଂକଳ୍ପ ଯାତ୍ରା ପାଇଁ କଂଗ୍ରେସ ପ୍ରେମୀ, କଂଗ୍ରେସ କର୍ମୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଗଣମାଧ୍ୟମକୁ ସମ୍ବୋଧିତ କରି ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ ଓଡ଼ିଶା ପାଇଁ ନୂଆ ଏକ ଅଧ୍ୟାୟ ଆରମ୍ଭ ହୋଇଛି । ସଂପୂର୍ଣ୍ଣ ଶକ୍ତିର ସହ କଂଗ୍ରେସ ଆଗକୁ ବଢ଼ିବ । ଓଡ଼ିଶାକୁ କଂଗ୍ରେସ ସରକାର ଫେରାଇ ଆଣିବା ପାଇଁ ପ୍ରତ୍ୟେକ କଂଗ୍ରେସ କର୍ମୀ ପ୍ରୟାସ କରିବେ ଓ ନିୟମିତ ଭାବେ ଜନସାଧାରଣଙ୍କ ସୁଖ ଦୁଃଖରେ ଦଳ ପହଂଚିବ ।
ଏହି ସ୍ୱାଗତ ଓ ସଂକଳ୍ପ ପଦଯାତ୍ରାରେ ସର୍ବଶ୍ରୀ ପ୍ରାକ୍ତନ ସାଂସଦ ନକୁଳ ନାୟକ, ନଗେନ୍ଦ୍ର ପ୍ରଧାନ, ପ୍ରାକ୍ତନ ବିଧାୟକ ବଳଭଦ୍ର ମାଝୀ, ଡ.ଲଲାଟେନ୍ଦୁ ମହାପତ୍ର, ଯୁଧିଷ୍ଟିର ଜେନା, ଚିନ୍ମୟ ପ୍ରସାଦ ବେଉରା, ବୀଜୟଲକ୍ଷ୍ମି ସାହୁ,କୃଷ୍ଣଚନ୍ଦ୍ର ସଗରିଆ, ଭାରତ ଭୂଷଣ ବେମାଲ, କୁମାର ଚିରଞ୍ଜିବ, ବିନୋଦ ପାତ୍ର, ବରିଷ୍ଠ କଂଗ୍ରେସ ନେତା ଅମୀୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଶିବାନନ୍ଦ ରାୟ, ବିଶ୍ୱଭୂଷଣ ଦାସ, ବିଜୟାନନ୍ଦ ଚାଉଳିଆ, ସିଦ୍ଧାର୍ଥ ରାଉତରାୟ, ଶୁଭେନ୍ଦୁ ମହାନ୍ତି, ସତ୍ୟବ୍ରତ ନାୟକ, ପ୍ରକାଶ ମିଶ୍ର, ଦୀପକ କୁମାର ମହାପାତ୍ର, ନଳନୀ ମହାନ୍ତି, ଜିଆଉଲ୍‌ହକ୍‌, ଭୁବନ ବିହାରୀ ସାହୁ, ସନ୍ତୋଷ କୁମାର ନନ୍ଦ, ମନୋଜ କୁମାର ରାଉତ, ବିପ୍ରବର ସାହୁ, ପ୍ରଫୁଲ ଦାସ, ପ୍ରଶାନ୍ତ ଚମ୍ପତି, ଅଶୋକ ଦାସ, ନିହାର ରଞ୍ଜନ ବେହେରା, କିରଣ ସାହୁ, ସୁଦିପ ସାମଲ, ବିଶ୍ୱଭୂଷଣ ମହାପାତ୍ର, ସୁଦର୍ଶନ ଦାସ, ଚୁନୁ ସିଂ, ଅଖିଳେଷ ଯାଦବ, ପ୍ରତାପ ପ୍ରଧାନ, ଅନାମ ନାୟକ, ସତ୍ୟ ସମାଲ, ବିଜୟ ଦ୍ୱିବେଦୀ, ନିରୋଜ ଲୋଚନ ଦାସ, ମନୀଷା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ଜାନକୀ ମଲ୍ଲିକ, ସୋନାଲି ସାହୁ, ଶ୍ରୀୟାସ୍ମିତା ପଣ୍ଡା, ଆରତୀ ସ୍ୱାଇଁ, ନିପନ ଦାସ, ସେମ୍ ହେମ୍ଭ୍ରମ, ଆଲୋକ ଦାସ, ଦେବପ୍ରସାଦ ମହାପାତ୍ର, ଅଜୟ ସାହୁ, ଅମରେଶ ପରିଡ଼ା, ଅପୂର୍ବ ରଞ୍ଜନ ସାମଲ, ଲିପିକା ପାତ୍ର, ମନ୍ଦାକିନି ବରୁଆ, ଲକ୍ଷ୍ମୀପ୍ର୍ରିୟ ନାୟକ, ଅମ୍ବିକା ଭଟ୍ଟ, ସରୋଜ ପ୍ରଧାନ, ଜ୍ୟୋତି ଆଚାର୍ଯ୍ୟ, ସନ୍ତୋଷ ପ୍ରଧାନ, ମହମ୍ମଦ ସାହାଦୁଲ୍ଲା, ଲୁଲୁ ଅହମ୍ମଦ, ମନୁ ରାଉତରାୟ, ସ୍ନେହଲତା ଚୌଧୁରୀ, ବିଷ୍ଣୁଚରଣ ବାରିକ, ଏସ୍‌.ଏନ୍‌. ସାହୁ ପ୍ରମୁଖ ହଜାର ହଜାର ସଂଖ୍ୟାରେ ଛାତ୍ର, ଯୁବ, ମହିଳା ଓ ବିଭିନ୍ନ ପ୍ରକୋଷ୍ଠର କର୍ମକର୍ତାମାନେ ଓ ନେତୃମଣ୍ଡଳୀମାନେ ସଂକଳ୍ପ ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ବୋଲି ମୁଖପାତ୍ର ପଦ୍ମାକର ଗୁରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Previous Post

‘କିଟ୍’ ନିଆଁରେ ଘିଅ

Next Post

ଟିଏଚ୍‌ଇ ୱାର୍ଲ୍ଡ ରିପୁଟେସନ୍ ର‌୍ୟାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ

Next Post
ଟିଏଚ୍‌ଇ ୱାର୍ଲ୍ଡ ରିପୁଟେସନ୍ ର‌୍ୟାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ

ଟିଏଚ୍‌ଇ ୱାର୍ଲ୍ଡ ରିପୁଟେସନ୍ ର‌୍ୟାଙ୍କିଙ୍ଗସ : ଦେଶର ୪ଟି ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA