Friday, June 26, 2026 02:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡ଼ରିଗଲେ କି ପ୍ରଫୁଲ୍ଲ ଘଡ଼ାଇ?

ନିର୍ବାଚନ ୨୦୨୪' ପୁସ୍ତକ ଉନ୍ମୋଚନ ଉତ୍ସବକୁ ଆସିଲେନି

by Our Correspondent
08 Mar, 2025- 01:49 AM
in Latest News, News
1 min read
0
ଡ଼ରିଗଲେ କି ପ୍ରଫୁଲ୍ଲ ଘଡ଼ାଇ?

ଭୁବନେଶ୍ୱର: ବରିଷ୍ଠ ଯୁବ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ ‘ନିର୍ବାଚନ ୨୦୦୪ ଓଡ଼ିଶା ରାଜନୀତିର କଡ଼ ଲେଉଟାଣି’ ପୁସ୍ତକକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଦିନ ଉନ୍ମୋଚନ କରିଛନ୍ତି । ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଏବଂ ସମ୍ବାଦ, କନକ ନ୍ୟୁଜ୍ ର ସମ୍ପାଦକ ଶ୍ରୀମତୀ ତନୟା ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ । ତେବେ ଉତ୍ସବରେ ଯୋଗଦେବାକୁ ଆଗ୍ରହର ସହ ସମ୍ମତି ପ୍ରଦାନ କରିଥିବା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମରୁ ଦୂରେଇ ରହିବାକୁ ନେଇ ରୋଚକ ଆଲୋଚନା ହେଉଛି ।

ପୁସ୍ତକର ଉନ୍ମୋଚନ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେବାର ଆମନ୍ତ୍ରଣକୁ ବହୁ ଆଗରୁ ଶ୍ରୀ ଘଡ଼ାଇ ଆଗ୍ରହର ସହ ଗ୍ରହଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ଶୁଣି ପ୍ରବଳ ଉତ୍ସାହିତ ଥିଲେ । ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ଏବଂ ସୌମ୍ୟରଂଜନ ପଟ୍ଟନାୟକଙ୍କ ଝିଅ ତଥା ସମ୍ବାଦ ସମ୍ପାଦିକା ତନୟା ପଟ୍ଟନାୟକଙ୍କ ଯୋଗଦାନ କଥା ଶୁଣି ସେ ଆହୁରି ଖୁସି ହୋଇଥିଲେ ।

ଗୋଟିଏ ମଞ୍ଚରେ ତିନି ଦଳର ତିନି ବିଚକ୍ଷଣ ଏବଂ ବିଜ୍ଞ ନେତାଙ୍କୁ ଏକାଠି ଦେଖିବା ଓ ଶୁଣିବାର ଲୋଭରେ ଜୟଦେବ ଭବନ ପ୍ରେକ୍ଷାଳୟରେ ଖଚାଖଚ ଭିଡ଼ ହୋଇଥିଲା । ମାତ୍ର ଶ୍ରୀ ଘଡ଼ାଇଙ୍କ ଅନୁପସ୍ଥିତି ସମସ୍ତଙ୍କୁ ନୈରାଶ୍ୟ କରିଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଭାଷଣରେ ମଧ୍ୟ ଏହାକୁ ନେଇ ଗୁଗୁଲି ଛାଡ଼ିଥିଲେ । କହିଥିଲେ, ଏହି ସଭାରୁ ବ୍ରେକିଂ ଖବର ପାଇବାକୁ ସାମ୍ବାଦିକ ମାନେ ଅପେକ୍ଷା କରିଛନ୍ତି । ପ୍ରସାଦ ହରିଚନ୍ଦନ ଏବଂ ତନୟା ପଟ୍ଟନାୟକଙ୍କ ଭାଷଣରୁ ଅନେକ ବ୍ରେକିଂ ଖବର ବାହାରି ସାରିଲାଣି । ତେବେ ପ୍ରଫୁଲ୍ଲ ଘଡ଼ାଇ ମହୋଦୟ ଏହି ସଭାକୁ ନ ଆସିବା ହିଁ ଏକ ବଡ଼ ବେକ୍ରିଂ ଖବର ବୋଲି ସେ କହିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ଏହି ମନ୍ତବ୍ୟରୁ ତାଙ୍କର ଠାର୍ ସମସ୍ତେ ବୁଝି ଦେଇଥିଲେ ।

ସୂଚନାଥାଉକି, ଦିନକ ପୂର୍ବରୁ ମାର୍ଚ୍ଚ ୫ ରେ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ଜୟନ୍ତୀ ଉତ୍ସବ ସମାନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ଘଡ଼ାଇ ମଧ୍ୟ ଯୋଗଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ ସତ୍ତ୍ୱେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସେଠାକୁ ଆସି ନ ଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଚାୟତ ଦିବସ ତାରିଖ ବଦଳିବା ଏବଂ ସେଦିନ ସରକାରୀ ଛୁଟି ବାତିଲ ନିଷ୍ପତ୍ତିର ପ୍ରତିବାଦରେ ନବୀନ ବାବୁ ସେଠାକୁ ଆସିଲେ ନାହିଁ ବୋଲି ତାଙ୍କ ସମର୍ଥକ ମହଲରୁ କୁହାଗଲା ।

ତେବେ ଶ୍ରୀ ଘଡ଼ାଇ ତାଙ୍କ ଭାଷଣରେ ରାଜ୍ୟସ୍ତରୀୟ ବିଜୁ ଜୟନ୍ତୀ ଉତ୍ସବରେ ବିରୋଧୀ ଦଳ ନେତାଙ୍କ ଅନୁପସ୍ଥିତିକୁ ନାପସନ୍ଦ କରିଥିଲେ । ତାଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଥିଲେ । କହିଥିଲେ, ଏହି ଉତ୍ସବକୁ ଅନେକ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ସେମାନେ ଆସିଥିଲେ ଏହି ଉତ୍ସବ ଆହୁରି ଉଜ୍ଜୀବୀତ ହୋଇଥାନ୍ତା । ଜୀବନ୍ତ ହୋଇଥାନ୍ତା । ମୁଁ ଦେଖୁଛି ଅନେକ ଏଠାକୁ ଆସିନାହାନ୍ତି । ଏହି କେଇପଦ କଥା ସେ ନବୀନଙ୍କୁ ଲକ୍ଷ୍ୟ କରି କହୁଥିବା ସ୍ପଷ୍ଟ ବୁଝି ହେଉଥିଲା ।

ଶ୍ରୀ ଘଡ଼ାଇଙ୍କ ଉକ୍ତିକୁ ଉଦ୍ଧାର କରି ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀଙ୍କ ଉପରେ ବର୍ଷିଥିଲେ ।

ଗୋଟିଏ ପଟେ ମାର୍ଚ୍ଚ ୫ ବିଜୁ ଜୟନ୍ତୀରେ ପାଳନ ହେଉଥିବା ପଞ୍ଚାୟତ ଦିବସ ତାରିଖ ବଦଳିବା ଏବଂ ଛୁଟି ବାତିଲ ହେବାକୁ ବିଜେପି ସରକାରଙ୍କ ବିରୋଧରେ ବିଜେଡି ଅସ୍ତ୍ର କରି କମ୍ପମାନ କରୁଥିବା ଏବଂ ବିଜୁ ବାବୁଙ୍କ ନାଁରେ ଲୋକଙ୍କ ସହାନୁଭୂତି ଗୋଟାଇବାକୁ ଅଭିଯାନ ଆରମ୍ଭ କରିଥିବା ବେଳେ ସରକାରୀ ଆୟୋଜନରେ ବିଜୁ ଜୟନ୍ତୀ ଉତ୍ସବ ମଞ୍ଚରୁ ଶ୍ରୀ ଘଡ଼ାଇ ନବୀନ ପଟ୍ଟନାୟକଙ୍କୁ ଠାରରେ ସମାଲୋଚନା କରିବା ବିଜେପି ସରକାରଙ୍କୁ ଫାଇଦା ଦେଇଥିଲା ।

ପରବର୍ତ୍ତୀ ସମୟରେ ନବୀନ ନିବାସରୁ ଘଡ଼ାଇ ବାପ-ପୁଅଙ୍କୁ ଏଥିପାଇଁ ତାଗିଦ୍ କରାଯାଇଥିବା ଖବର ଆସିଥିଲା । ଯେଉଁଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏକ ରାଜନୈତିକ ପୁସ୍ତକ ଉନ୍ମୋଚନ ଉତ୍ସବରୁ ଶ୍ରୀ ଘଡ଼ାଇ ନିଜକୁ ଦୂରେଇ ରଖିବାକୁ ବାଧ୍ୟ ହୋଇଥିଲେ । କାଳେ ଭାଷଣ ବେଳେ ଆଉ କ’ଣ ପାଟିରୁ ଖସିଯିବ ସେହି ଡରରେ ସେ ଆସି ନ ଥିବା କୁହାଯାଉଛି ।

ତେବେ ଉତ୍ସବରେ ଅନୁପସ୍ଥିତିର କାରଣ ସମ୍ପର୍କରେ ଶ୍ରୀ ଘଡ଼ାଇଙ୍କ ମୁହଁରୁ ପ୍ରତିକ୍ରିୟା ମିଳିନାହିଁ ।

Previous Post

“ନିର୍ବାଚନ ୨୦୨୪” ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ:ଧର୍ମେନ୍ଦ୍ର

Next Post

କିଟ୍‍ କ୍ୟାମ୍ପସ୍‍କୁ ଫେରିଲେ ନେପାଳୀ ଛାତ୍ରଛାତ୍ରୀ

Next Post
କିଟ୍‍ କ୍ୟାମ୍ପସ୍‍କୁ ଫେରିଲେ ନେପାଳୀ ଛାତ୍ରଛାତ୍ରୀ

କିଟ୍‍ କ୍ୟାମ୍ପସ୍‍କୁ ଫେରିଲେ ନେପାଳୀ ଛାତ୍ରଛାତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA