Thursday, June 25, 2026 03:30 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶାସ୍ତ୍ରୀୟ ଓଡିଆ ଭାଷା ଉତ୍କର୍ଷ କେନ୍ଦ୍ରର ତାମିଲ ପ୍ରୀତି!

ପ୍ରକଳ୍ପ ନିର୍ଦ୍ଦେଶକ ନିଯୁକ୍ତିରେ ବ୍ୟାପକ ହେରଫେର ଅଭିଯୋଗ

by Our Correspondent
11 Mar, 2025- 08:55 AM
in Latest News, News
1 min read
0
ଶାସ୍ତ୍ରୀୟ ଓଡିଆ ଭାଷା ଉତ୍କର୍ଷ କେନ୍ଦ୍ରର ତାମିଲ ପ୍ରୀତି!

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନୁଷ୍ଠାନ ସେଣ୍ଟର ଅଫ୍ ଏକ୍ସଲେନ୍ସ ଫର ଷ୍ଟଡିଜ୍ ଇନ୍ କ୍ଲାସିକାଲ ଓଡିଆ (ସେସ୍କୋ) ବା ଶାସ୍ତ୍ରୀୟ ଓଡିଆ ଭାଷା ଉତ୍କର୍ଷ କେନ୍ଦ୍ରର କାମ ହେଉଛି ଓଡ଼ିଆ ଭାଷାର ଶାସ୍ତ୍ରୀୟତା ଉପରେ ବିଭିନ୍ନ ଗବେଷଣା କାର୍ଯ୍ୟ କରିବା। ଏହି ଗବେଷଣାଦ୍ୱାରା ଆମ ଭାଷା, ସାହିତ୍ୟ, ସଂସ୍କୃତିର ପ୍ରାଚୀନତାକୁ ପ୍ରମାଣିତ କରିବା, ଶିଳାଲେଖ, ତମ୍ବାପଟା ସନନ୍ଦ, ତାଳପତ୍ର ପୋଥିଗୁଡ଼ିକର ପାଠ, ସଂରକ୍ଷଣ ଓ ପ୍ରଚାର ପ୍ରସାରପାଇଁ ବିଭିନ୍ନ କାମ କରିବା। ଏଥିପାଇଁ କେନ୍ଦ୍ର ସରକାର ଗତ ୧୭ ଜାନୁୟାରି ୨୦୧୯ରେ ୫ ବର୍ଷପାଇଁ ୧୬ କୋଟି ୫ ଲକ୍ଷ ୧୧ ହଜାର ୫ଶହ ୮୦ ଟଙ୍କା ଅନୁମୋଦନ କରିଥିଲେ।

ଗତ ୫ବର୍ଷ ଭିତରେ ଅନୁମୋଦିତ ଏହି ଟଙ୍କା ଖର୍ଚ୍ଚ କରି ୬ଟି କାମ କରିଛନ୍ତି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହି ବୁଲୁଛନ୍ତି। ସେହି ପ୍ରକଳ୍ପ ହେଲା – ଉପେନ୍ଦ୍ର ଭଞ୍ଜଙ୍କ ଦ୍ୱାରା ଲିଖିତ ପ୍ରଥମ ଓଡ଼ିଆ ଅଭିଧାନ ଗୀତାଭିଧାନ।, ମଦଳା ପାଞ୍ଜି।, ରୁଦ୍ର ସୁଧାନିଧି।, ଚୌତିଶା, ଓଡିଆ ଭାଷାରେ ୨.୩୬ ଲକ୍ଷରୁ ଅଧିକ ତାଳପତ୍ର ପୋଥିର ତାଲିକା  ଓ  ଶିଳାଲେଖ ଅଧ୍ୟୟନ।

ଏହି ୬ଟି ବିଷୟରେ ୬ଟି ବହି ୩ ବର୍ଷ ହେଲା ଛପା ହୋଇ ଉନ୍ମୋଚନ ହୋଇସାରିଛି। ମାତ୍ର ଏହି ବହି କିଣିବାକୁ ଚାହିଁଲେ କେଉଁଠାରେ ମିଳୁନାହିଁ। ଏଗୁଡିକ ମଧ୍ୟ କୌଣସି ଗବେଷଣା ବହି ନୁହେଁ କିମ୍ବା ଗବେଷକମାନେ ଗବେଷଣାପାଇଁ ଯେଉଁ ବିଷୟରେ ଗବେଷଣା କରିବେ ବୋଲି ପ୍ରକଳ୍ପ ଦେଇ ମନୋନୀତ ହୋଇଥିଲେ ସେହି ବିଷୟକୁ ଛାଡି ମନଇଚ୍ଛା ପୂର୍ବ ପ୍ରକାଶିତ ବହିକୁ କପି କରି ୫ କୋଟି ୪୧ ଲକ୍ଷ ୫୦ହଜାର ଟଙ୍କା ଚଳୁ କରାଯାଇଛି ବୋଲି କଳିଙ୍ଗ ସେନା ସଭାପତି ହେମନ୍ତ ରଥ ଗଣମାଧ୍ୟମକୁ ଏକ ଫ୍ରେସ ରିଲିଜରେ କହିଛନ୍ତି । ପୂର୍ବରୁ ଏହି ସବୁ ବହି ବହୁ ଲେଖକ ଗବେଷଣା କରି ବହି କରି ସାରିଛନ୍ତି ଓ ରାଜ୍ୟର ବିଭିନ୍ନ ପ୍ରକାଶନୀ ସଂସ୍ଥା ଛାପି ସାରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି – ଶାସ୍ତ୍ରୀୟ ଓଡିଆ ଭାଷା ଉତ୍କର୍ଷ କେନ୍ଦ୍ରର କାମ ହେଉଛି ଓଡ଼ିଆ ଭାଷା ବିଷୟରେ ଗବେଷଣା କରି ଏହାର ମୌଳିକତାକୁ ପ୍ରମାଣ କରିବା । କିନ୍ତୁ ତା ବଦଳରେ ତାମିଲ ଭାଷାକୁ ଓଡିଶାରେ ପ୍ରଚାର ପ୍ରସାର କରି ତାମିଲରୁ ଓଡିଆ ଭାଷା ସୃଷ୍ଟି ବୋଲି ପ୍ରମାଣିତ କରିବା। ଏଥିପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ୧୫-୧୦-୨୦୨୨ ମସିହାରେ ଏହି କେନ୍ଦ୍ରର ଅର୍ଥ ଖର୍ଚ୍ଚ କରି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ବହି Journey of a Civilisation from Indus to Vaigai ବହି ଲୋକାର୍ପଣ ଉତ୍ସବ କରିବା ସହିତ ଏହି ବହିର ବିଷୟବସ୍ତୁକୁ ନେଇ ସେହିଦିନ Indian Heritage in Classical Language: tamil & Odia ଆଲୋଚନାଚକ୍ର ଆୟୋଜନ କରିଥିଲେ। ସେଇଦିନ ଓଡିଆଜାତି ସହିତ ତାମିଲମାନଙ୍କ ଘନିଷ୍ଠ ସମ୍ବନ୍ଧ ରହିଛି ବୋଲି ପ୍ରମାଣ କରିବାପାଇଁ କାମ ଆରମ୍ଭ କରିଦେଇଥିଲେ। ଏବେ ଓଡିଆ ଭାଷାପାଇଁ କୌଣସି ମୌଳିକ ବ୍ୟାକରଣ ରଚନା ହୋଇନାହିଁ। ଓଡିଆ ବ୍ୟାକରଣ ସମ୍ବନ୍ଧିତ ଶହଶହ ପ୍ରାଚୀନ ତାଳପତ୍ର ପୋଥି ଖତ ଖାଉଥିବାବେଳେ ତାହା ଉପରେ ଗବେଷଣା ନ କରି ତାମିଲ ବ୍ୟାକରଣକୁ ଓଡିଆରେ ଅନୁବାଦ କରି ୫କୋଟି ଓଡିଆଙ୍କ ଟିକସ ଟଙ୍କା ଧ୍ୱଂସ କରିବା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅବହେଳା ଓ ଅପମାନିତ କରିବା ସହିତ ସର୍ବଭାରତୀୟ ସ୍ତରରେ ଓଡିଆ ଜାତିକୁ ଉପହାସିତ କରିବା କାର୍ଯ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ନିୟୋଜିତ ଅଛନ୍ତି ବୋଲି ରଥ ଅଭିଯୋଗ କରିଛନ୍ତି ।

ସବୁଠାରୁ ବଡ ଦୁର୍ନୀତି ହୋଇଛି ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିଯୁକ୍ତିରେ। ଏହି ପଦବୀପାଇଁ ସର୍ବନିମ୍ନ ଯୋଗ୍ୟତା ସମ୍ପୃକ୍ତ ବ୍ୟକ୍ତିଙ୍କର ନାହିଁ। ଏହା ଗବେଷଣା ସଂସ୍ଥା ହୋଇଥିବାରୁ ଏହି ବ୍ୟକ୍ତିଙ୍କର ଅଧିନରେ କେହି ଗବେଷଣା କରି ନ ଥିବାରୁ ଗବେଷଣା କାର୍ଯ୍ୟ ସମ୍ପର୍କରେ ତାଙ୍କର କୌଣସି ଅଭିଜ୍ଞତା ନାହିଁ ବୋଲି ଶ୍ରୀ ରଥ ଅଭିଯୋଗ କରିଛନ୍ତି । ତାଙ୍କ ନିଯୁକ୍ତିରେ କିପରି ଜାଲିଆତି କରାଯାଇଛି, ସୂଚନା ଆଇନ ତଥ୍ୟରୁ ଜଣାପଡିଛି। ଏହି ପଦବୀପାଇଁ ୨୦୨୦ରେ ହୋଇଥିବା ସାକ୍ଷାତକାରରୁ ଜଣାପଡେ, ଏହି ପଦପାଇଁ ସବୁଠାରୁ ଯୋଗ୍ୟଥିବା ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ତଥା ୪୦ରୁ ଉର୍ଦ୍ଧ ୟୁଜିସି ଗବେଷକଙ୍କ ଗାଇଡ ଥିବା ବିଶିଷ୍ଟ ବିଦ୍ୱାନ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ଏହି ଅଯୋଗ୍ୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଏପରିକି ନିୟମ ଅନୁସାରେ ନିଯୁକ୍ତିର ତିନି ବର୍ଷ ପରେ ବୟସ ନ ଥିଲେ ବି ସେ ଆଜି ପର୍ଯ୍ୟନ୍ତ ଏହି ପଦରେ ରହି ତାମିଲ ଲବିରେ ଓଡିଆ ଭାଷାର କ୍ଷତି କରିଚାଲିଛନ୍ତି। ତାଙ୍କ କାର୍ଯ୍ୟକଳାପରୁ ଜଣାପଡୁଛି ସେ ଓଡିଆଭାଷା ଓ ଜାତିର ମଧ୍ୟ ନୁହଁନ୍ତି।

କଳିଙ୍ଗ ସେନା ସଭାପତି ଶ୍ରୀ ରଥଙ୍କ ଦାବି ହେଉଛି-
୧- ଯୋଗ୍ୟତା ନ ଥାଇ ଦୀର୍ଘ ଦିନ ଧରି ଏହି ପଦରେ ଥିବା ଡକ୍ଟର ବସନ୍ତ ପଣ୍ଡାଙ୍କୁ ତୁରନ୍ତ ଏହି ପଦରୁ ବହିଷ୍କାର କରାଯାଉ।
୨- ତାଙ୍କ କାର୍ଯ୍ୟକଳାପରେ ହୋଇଥିବା ସମସ୍ତ କାର୍ଯ୍ୟର ଏକାଡେମିକ୍ ଅଡିଟ୍ ହେଉ ।
୩- ଏହି ସଂସ୍ଥାକୁ କେନ୍ଦ୍ର ସରକାର ଦେଇଥିବା ସମସ୍ତ ଟଙ୍କା ସୁଧମୂଳ ସହ ଡକ୍ଟର ପଣ୍ଡା ଓ CIIL Director ତାଙ୍କୁ ନିଯୁକ୍ତି ଦେବା ସହିତ ସବୁ କାମକୁ ତନଖି ନ କରି ଅନୁମତି ଦେଉଥିବା ଙ୍କଠାରୁ ଆଦାୟ କରାଯାଉ।
୪- ବସନ୍ତ ପଣ୍ଡା ନିଜ ଅଯୋଗ୍ୟତାକୁ ସ୍ୱୀକାର କରିବା ସହିତ ଓଡିଶାବାସୀଙ୍କଠାରେ କ୍ଷମା ମାଗନ୍ତୁ।
୫- ଏହା ଯଦି ନ ହୁଏ, ଡକ୍ଟର ବସନ୍ତ ପଣ୍ଡା ଓ CIIL Director ଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ଦଳର ସୁପ୍ରମୋ ଶ୍ରୀ ରଥ ଚେତାବନୀ ଦିଆଯାଉଛି।

Previous Post

ବିଜୁଙ୍କ ଅସ୍ଥି, ବିଜୟଙ୍କ ବିସର୍ଜନ

Next Post

ଖଣି ମାଫିଆଙ୍କ କବଳରେ ଆରୁହା ପାହାଡ

Next Post
ଖଣି ମାଫିଆଙ୍କ କବଳରେ ଆରୁହା ପାହାଡ

ଖଣି ମାଫିଆଙ୍କ କବଳରେ ଆରୁହା ପାହାଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA