Friday, June 26, 2026 01:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋହନଙ୍କ ମୁଣ୍ଡରେ ବିଧାୟକ ଲିକୁ ସାହୁ ବୋଝ!

by Our Correspondent
24 Mar, 2025- 06:48 PM
in Latest News, News
1 min read
0
ମୋହନଙ୍କ ମୁଣ୍ଡରେ ବିଧାୟକ ଲିକୁ ସାହୁ ବୋଝ!

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଡଙ୍କାରୀ ପାହାଡ଼ ଲୁଟ୍ ଘଟଣା ଏକଦା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ପୂର୍ବ ସରକାର ଅମଳର ସ୍ଥାନୀୟ ବିଧାୟକ ପ୍ରଣବ ବଳବନ୍ତରାୟଙ୍କର ଏହି ପାହାଡ଼ ଲୁଟପାଟରେ ସିଧାସଳଖ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ବିଜେଡି ସରକାର ଭୀଷଣ ବଦନାମ ହୋଇଥିଲା । ଏବେ ସେହି ଧର୍ମଶାଳା ନିର୍ବାଚନମଣ୍ଡଳୀର ଆରୁହା ପାହାଡ଼ ଲୁଟ୍ ଘଟଣା ସାରା ରାଜ୍ୟରେ ଅନୁରୂପ ହଇଚଇ ସୃଷ୍ଟି କରିଛି । ସ୍ଥାନୀୟ ଅଞ୍ଚଳର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ଓରଫ୍ ଲିକୁ ସାହୁଙ୍କର ପ୍ରଚ୍ଛନ୍ନ ସହଯୋଗରେ ଆରୁହା ପାହାଡ଼ ଲୁଟ୍ ଚାଲିଥିଲା ବୋଲି କୁହାଯାଉଛି । ଧର୍ମଶାଳାର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟରେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବୋଲାଉଥିବା ସ୍ୱାଧୀନ ବିଧାୟକଙ୍କୁ ଏହା କେବଳ ବଦନାମ କରିନି, ବରଂ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଛି ।

ଯାଜପୁର ଜିଲ୍ଲା ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ପୂର୍ବ ଭଳି ଆରୁହା ପାହାଡ଼କୁ ଲୁଟି ଚାଲିଥିଲେ ଖଣି ମାଫିଆ । ନୂଆ ସରକାର ଏବଂ ନୂଆ ବିଧାୟକଙ୍କ ଟାଣପଣ ସତ୍ତ୍ୱେ ଏହି ବେଆଇନ କାର୍ଯ୍ୟରେ ରୋକ୍ ଲାଗି ନ ଥିଲା । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ କର୍ଣ୍ଣପାତ ନ କରିବାରୁ ସ୍ଥାନୀୟ ଗ୍ରାମବାସୀ ଶେଷରେ ଆଇନକୁ ନିଜ ହାତକୁ ନେବାକୁ ବାଧ୍ୟ ହୋଇଥିଲେ । ଖୋଦ୍ ଶାସକ ଦଳର ନେତ୍ରୀ ତଥା ବିଧାୟକ ପ୍ରାର୍ଥୀ ସ୍ମୃତିରେଖା ପହି ଏହାର ନେତୃତ୍ୱ ନେବା ପରେ ସାବାଡ଼ ହୋଇଛନ୍ତି ମାଫିଆ । ଏହାପରେ ଧର୍ମଶାଳାରେ ଖଣି ମାଫିଆରାଜ୍ ରାଜ୍ୟବ୍ୟାପୀ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରୋଚକ କଥା ହେଉଛି, ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଲଘୁ ଖଣିଜ ପଦାର୍ଥର ଲୁଟ୍ ବେଧଡ଼କ ଭାବେ ଚାଲିଥିଲା ଏବଂ ଏବେ ବି ଚାଲୁଛି ବୋଲି ଆଉ କେହି ନୁହଁନ୍ତି ଖୋଦ୍ ପୂର୍ବତନ ବିଧାୟକ ଏବଂ ବର୍ତ୍ତମାନର ବିଧାୟକ ଅତି ଦାମ୍ଭିକ ସ୍ୱରରେ ସ୍ୱୀକାର କରିଛନ୍ତି । ଉଭୟଙ୍କ ମଧ୍ୟରେ ଗୋହି ଖୋଳାଖୋଳିରୁ ବେଆଇନ କାରବାରର ଗୁମର ଖୋଲିଲାଣି । ସେମାନଙ୍କ ମଧ୍ୟରେ ଅତୀତର ଗୁରୁ-ଚେଲା ସମ୍ପର୍କ ରାଜନୈତିକ ଶତ୍ରୁତାକୁ ବଦଳିବା ପଛର ରହସ୍ୟ ଉପରୁ ମଧ୍ୟ ଏହା ପରଦା ହଟାଇବ ବୋଲି ଚର୍ଚ୍ଚା ହେଉଛି ।

ବିଧାୟକ ଭାବେ ନିର୍ବାଚିତ ହେବା ପରେ ଧର୍ମଶାଳାକୁ ଖଣି ମାଫିଆଙ୍କ କବଳରୁ ମୁକ୍ତ କରିବେ ବୋଲି ଗଣମାଧ୍ୟମକୁ ଡାକି ଡାକି ସାକ୍ଷାତକାର ଦେଇଥିଲେ ଲିକୁ ସାହୁ । ଏହା ତାଙ୍କର କୁଆଡ଼େ ବଜ୍ର ଶପଥ ଥିଲା । ମାତ୍ର ବିଧାୟକ ହେବାର ୯ ମାସ ବିତିଯାଇଥିଲେ ମଧ୍ୟ ବେଆଇନ ଖଣି କାରବାର ଉପରେ ତାଙ୍କର ଲଗାମ କେହି ଦେଖିନାହାନ୍ତି କି ଶୁଣିନାହାନ୍ତି । ବରଂ ଖଣି ମାଫିଆଙ୍କ ସହ ତାଙ୍କର ଭାଗମାପକୁ ନେଇ ଅନେକ କଥା ଶୁଣିବାକୁ ମିଳୁଛି । ଆରୁହା ପାହାଡ଼ ଲୁଟ୍ ଘଟଣାରେ ନିରବତା ତାଙ୍କର ସ୍ୱରୂପକୁ ପଦାରେ ପକାଇ ଦେଇଛି ।

ଏଥିନେଇ ସେ ବଦନାମ ହୋଇଥିବାରୁ ନିଜକୁ ସତୀ ଦେଖାଇବା ପାଇଁ ବିଧାନସଭାରେ ପୂର୍ବ ସରକାରଙ୍କ ଗୋଟି ଗୋଟି କରି କଳଙ୍କର ଚିଠା ଖୋଲିଥିଲେ । ବିଗତ ସରକାରରେ ଥିବା ସ୍ଥାନୀୟ ପୂର୍ବତନ ବିଧାୟକ ଓ ତାଙ୍କ ସମର୍ଥକମାନେ ବେଆଇନ ଖଣି କାରବାରରେ ହଜାର ହଜାର କୋଟି ଟଙ୍କା ଲୁଟି ନେଇଛନ୍ତି ବୋଲି ଅଭିଯୋଗ କରିଥିଲେ ।

ଏହାର ଜବାବରେ ବିଜେଡିର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ଲିକୁ ସାହୁଙ୍କ ଧଜିଆ ଉଡ଼ାଇଥିଲେ । ଧର୍ମଶାଳାରେ ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ ଅଣାୟତ୍ତ ଅବସ୍ଥାରେ ପହଞ୍ଚିଛି ବୋଲି ସେ କହିଥିଲା ବେଳେ ବିଧାୟକ ଶ୍ରୀ ସାହୁଙ୍କୁ ପ୍ରଶ୍ନବାଣରେ ଛନ୍ଦଥିଲେ । ‘କେହି ଖଣି ଚୋର ବର୍ତ୍ତିବେ ନାହିଁ, ସମସ୍ତେ ବନ୍ଧା ହେବେ ବୋଲି ଶ୍ରୀ ସାହୁ ବୟାନ ଦେଇଥିଲେ । ମାତ୍ର ୭ ମାସ ବିତିଯାଇଥିଲେ ମଧ୍ୟ କେହି ବନ୍ଧା ହେଲେ ନାହିଁ କାହିଁକି? ବାସ୍ତବରେ ବନ୍ଧା ହେବା ପାଇଁ ତାଲିକାରେ ଥିବା ତଥାକଥି ଖଣିଚୋରମାନଙ୍କ ସହିତ ବିଧାୟକ ଶ୍ରୀ ସାହୁ ବନ୍ଧୁ ହୋଇଯାଇଛନ୍ତି’ ବୋଲି ଶ୍ରୀ ବଳବନ୍ତରାୟ କଟାକ୍ଷ କରିଥିଲେ ।

ତେବେ ରାଜନୈତିକ ପ୍ରତିଦ୍ୱନ୍ଦୀ ପାଲଟିଥିବା ପୂର୍ବତନ ଗୁରୁ-ଶିଷ୍ୟଙ୍କ ଏଭଳି ଗୋହି ଖୋଳାଖୋଳି ପରିପ୍ରେକ୍ଷୀରେ ଧର୍ମଶାଳାବାସୀ କିନ୍ତୁ ଅତିଷ୍ଠ ହୋଇଛନ୍ତି । ବିଧାୟକ ଲିକୁ ସାହୁଙ୍କ କାରବାରକୁ ନେଇ ସବୁଆଡ଼େ ଚର୍ଚ୍ଚା । ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଧାୟକଙ୍କ ପାଖଲୋକ ହିସାବରେ ଅତୀତର ସବୁ ବେଆଇନ ଖଣି କାରବାରରେ ଲିକୁ ସାହୁଙ୍କ ସଂପୃକ୍ତି ଥିଲା ଏବଂ ନିଜେ ବିଧାୟକ ହେବା ପରେ ସେଥିରେ ବାଡ଼ବତା ନାହିଁ ବୋଲି ସାଧାରଣରେ ତାଙ୍କୁ ଆକ୍ଷେପ କରାଯାଉଛି ।

ସବୁଠାରୁ ଗମ୍ଭୀର ବିଷୟ ହେଉଛି ଯେ ଏହି ଘଟଣାରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଦନାମ ହେବାର ଆଶଙ୍କା ସୃଷ୍ଟି ହେଲାଣି । କେବଳ ଧର୍ମଶାଳା କାହିଁକି, ସମଗ୍ର ଯାଜପୁର ଜିଲ୍ଲାରେ ଲୋକଙ୍କର ବିଶ୍ୱାସ ଯେ ବିଧାୟକ ଲିକୁ ସାହୁ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ । ବିଧାୟକଙ୍କ ହାବଭାବ ଏହା ସୂଚାଉଥିବା ବେଳେ ତାଙ୍କର ସମର୍ଥକମାନେ ଏକଥା ଚାରିଆଡ଼େ କହି ବୁଲୁଛନ୍ତି । ସୁତରା ଲିକୁ ସାହୁଙ୍କ ବେଆଇନ କାରବାର ପଛରେ ରାଜ୍ୟ ସରକାର ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ରହିଥିବା ସାଧାରଣରେ ବିଶ୍ୱାସ ଜନ୍ମିଛି । ମୁଖ୍ୟମନ୍ତ୍ରୀ ଏହାକୁ ବୁଝିବା ଦରକାର ବୋଲି ଅଞ୍ଚଳର ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଧର୍ମଶାଳାରେ ଖଣି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି ।

Previous Post

କିଟ୍‍, କିସ୍‍ ପରିଦର୍ଶନରେ ୱାଶିଂଟନ୍ ବିଶ୍ୱବିଦ୍ୟାଳୟର ପ୍ରତିନିଧିମଣ୍ଡଳ

Next Post

୧୨ କଂଗ୍ରେସ ବିଧାୟକ ସସପେଣ୍ଡ

Next Post
୧୨ କଂଗ୍ରେସ ବିଧାୟକ ସସପେଣ୍ଡ

୧୨ କଂଗ୍ରେସ ବିଧାୟକ ସସପେଣ୍ଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA