Thursday, June 25, 2026 04:50 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲେ

ରାଜ୍ୟବ୍ୟାପୀ ବିଜେଡିର ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ ନିନ୍ଦା

by Our Correspondent
15 Apr, 2025- 08:52 PM
in Latest News, News
1 min read
0
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲେ

ଭୁବନେଶ୍ୱର: ମହାନ୍ ଜନନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତିକୁ ଶେଷରେ ଜାଳିଦେଲେ । ପୂର୍ବରୁ ମାହାଙ୍ଗାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡକାଟ ହୋଇଥିଲା । ଏହାପରେ କଟକ ମହାନଦୀ ବିହାରରେ ତାଙ୍କ ପ୍ରତିମୂର୍ତ୍ତିର ରଙ୍ଗ ବଦଳା ଯାଇଥିଲା । ଏଥର ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ନିର୍ବାଚନମଣ୍ଡଳୀରେ ଥିବା ପ୍ରତିମୂର୍ତ୍ତିରେ ଆଜି ସକାଳୁ କେହି ଦୁବୃର୍ତ୍ତ ନିଆଁ ଲଗାଇ ଦେଲା । ଏହା ହୁତୁ ହୁତୁ ହୋଇ ଜଳୁଥିବା ବେଳେ ସମସ୍ତେ ଦେଖଣାହାରୀ ସାଜିଥିଲେ । ଖବର ପାଇ ସେଠାରେ ପହଞ୍ଚିଥିବା ପୁଲିସ ମଧ୍ୟ କିଛି ସମୟ ପାଇଁ ନିରବଦ୍ରଷ୍ଟା ପାଲଟିଥିଲା । ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସର ଦୁଇ ଦିନ ପୂର୍ବରୁ ଏଭଳି ଅସମ୍ମାନ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସାରା ରାଜ୍ୟରେ ବିଜେଡି ଏହାର ପ୍ରତିବାଦ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନିର୍ବାଚନମଣ୍ଡଳୀ ପାଟଣାଗଡ଼ ଅନ୍ତର୍ଗତ ବ୍ରହ୍ମପୁରା ବ୍ଲକ୍ ର ପର୍ଶୁରାମ ଛକ(ବିଜୁ ସ୍କୋୟାର୍) ଠାରେ ଛିଡ଼ା ହୋଇଥିଲା ବିଜୁ ବାବୁଙ୍କର ପ୍ରତିମୂର୍ତ୍ତି । ଜାଗା ନାମକରଣକୁ ନେଇ ବିବାଦ କାରଣରୁ ପ୍ରାୟ ଦେଢ଼ବର୍ଷ ହେଲା ପ୍ରତିମୂର୍ତ୍ତିକୁ ପଲିଥିନ୍ ଆବରଣ କରାଯାଇଥିଲା । ଆଜି ସକାଳୁ ସକାଳୁ ଅଚାନକ ଜଣେ ଦୁର୍ବୃତ୍ତ ସେଥିରେ ନିଆଁ ଲଗାଇ ଦେଇଥିଲା । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜଳୁଥିବା ବେଳେ କିଛି ଯୁବକ ମୋବାଇଲ୍ ଫୋନରେ ଭିଡିଓ କରିବାରେ ବ୍ୟସ୍ତ ରହିଗଲେ । ଏ ଜାତିର ଜଣେ ମହାପୁରୁଷଙ୍କ ପ୍ରତି କଦର୍ଯ୍ୟ ଅପମାନକୁ ଯେମିତି ପିଇ ଯାଉଥିଲେ ।

ସୋସିଆଲ୍ ମିଡିଆରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଜଳିବା ଦୃଶ୍ୟ ଭାଇରାଲ୍ ହେବା ପରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବିଜେଡି ଏହି ଘଟଣାକୁ ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ ବୋଲି କହିଛି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ନିଆଁ ଲଗାଇବା କେବଳ ଏକ ଜଘନ୍ୟ ଅପରାଧ ନୁହେଁ । ଏହା ଓଡ଼ିଶାର ସ୍ୱାଭିମାନୀ ଓ ଅସ୍ମିତାକୁ ଭୁଲୁଣ୍ଠିତ କଲା ଭଳି ଦୁର୍ଭାଗ୍ୟଜନକ ଘଟଣା ବୋଲି ଦଳର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା କହିଛନ୍ତି ।

ବିଜେଡି ଏହାର ପ୍ରତିବାଦ କରି ରାଜ୍ୟବ୍ୟାପୀ ଆନେ୍ଦାଳନ କରିଛି । ଭୁବନେଶ୍ୱର ବିମାନବନ୍ଦର ଛକରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ତଳେ ଦଳୀୟ ନେତାମାନେ ଧାରଣା ଦେଇ ପ୍ରତିବାଦ କରିଥିଲେ । ଭୁବନେଶ୍ୱରରୁ ଆରମ୍ଭ କରି ପୁରୀ, କଟକ, ବାଲେଶ୍ୱର, ବ୍ରହ୍ମପୁର, ସୁନ୍ଦରଗଡ଼ ଇତ୍ୟାଦି ସବୁଠି ବିଜେଡି ନେତା ଓ କର୍ମୀମାନେ ପ୍ରତିବାଦ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ ଏବଂ ତୀବ୍ର ନିନ୍ଦା କରିଛନ୍ତି । ଏକ ପ୍ରେସ୍ ବିବୃତ୍ତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ନିଶ୍ଚିତ ଭାବରେ ଜଣେ ହୀନ ଓ ରୁଗଣ ମାନସିକତାର ବ୍ୟକ୍ତି ହୋଇଥିବେ । ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସକୁ ନିଦେ୍ର୍ଦଶ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇସାରିଛନ୍ତି । ଯଦି ଏହି ଘଟଣା ପଛରେ କିଛି ଷଡ଼ଯନ୍ତ୍ର ଥାଏ, ତେବେ ଏହାର ମଧ୍ୟ ପର୍ଦ୍ଦାଫାସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ରାଜ୍ୟର ସମସ୍ତ ବରପୁତ୍ରଙ୍କୁ ରାଜ୍ୟ ସରକାର ସମ୍ମାନ ଦେବାରେ ବିଶ୍ୱାସ କରନ୍ତି ଓ ପୂଜ୍ୟପୂଜା ପାଇଁ ସମସ୍ତ ପଦକ୍ଷେପ ନେଇ ଆସୁଛନ୍ତି । ବିଜୁ ବାବୁଙ୍କ ପ୍ରତି ତାଙ୍କର ବ୍ୟକ୍ତିଗତ ଭାବେ ଗଭୀର ସମ୍ମାନ ରହି ଆସିଛି । ନିକଟରେ ୫ ତାରିଖରେ ବିଜୁ ବାବୁଙ୍କ ଜୟନ୍ତୀକୁ ରାଜ୍ୟସ୍ତରରେ ବିପୁଳ ଉତ୍ସାହର ସହ ପାଳନ କରାଯାଇଥିଲା । ସେଥିରେ ସେ ନିଜେ ଯୋଗ ଦେଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ । ବିଜୁ ବାବୁଙ୍କର ଶ୍ରାଦ୍ଧ ଦିବସ ମଧ୍ୟ ଏପ୍ରିଲ ୧୭ ତାରିଖରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଘଟଣାକୁ ନେଇ ସବୁଆଡୁ ଉଦବେଗ ଆସୁଥିଲା ବେଳେ ପୁଲିସ ତତ୍ପରତା ପ୍ରକାଶ କରି ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଘଟାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ୍ କହିଛନ୍ତି ।

Previous Post

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱାରା ପ୍ରଥମ ଗ୍ୟାଷ୍ଟ୍ରୋ ସମିଟ୍ ଆୟୋଜିିତ

Next Post

‘କୋଭିଡ୍ ପରବର୍ତ୍ତୀ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ବଡ଼ ସଙ୍କଟ’

Next Post
‘କୋଭିଡ୍ ପରବର୍ତ୍ତୀ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ବଡ଼ ସଙ୍କଟ’

'କୋଭିଡ୍ ପରବର୍ତ୍ତୀ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ବଡ଼ ସଙ୍କଟ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA