Thursday, June 25, 2026 04:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘କୋଭିଡ୍ ପରବର୍ତ୍ତୀ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ବଡ଼ ସଙ୍କଟ’

by Our Correspondent
15 Apr, 2025- 09:05 PM
in Latest News, News
1 min read
0
‘କୋଭିଡ୍ ପରବର୍ତ୍ତୀ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ବଡ଼ ସଙ୍କଟ’

ଭୁବନେଶ୍ୱର: କୋଭିଡର ବିଭୀଷିକା ପରେ ଜଳବାୟୁ ପରିବର୍ତନ ହିଁ ମାନବ ସମାଜ ନିମନ୍ତେ ସବୁଠାରୁ ବଡ଼ ସଙ୍କଟ । ଏଥିପାଇଁ ଏ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ସବୁଠାରୁ ବଡ଼ ଆବଶ୍ୟକତା ବୋଲି ବିଶିଷ୍ଟ ପରିବେଶ ବିଜ୍ଞାନୀ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଡିଷ୍ଟିଙ୍ଗୁଇସଡ୍ ପ୍ରଫେସର ଉମା ଚରଣ ମହାନ୍ତି କହିଛନ୍ତି । ସାଇନ୍ସ ଫର କମନ୍ ପିପୁଲ ସୋସାଇଟି (ସ୍କୋପସ)ର ସଭାପତି ଥିବା ପ୍ରଫେସର ମହାନ୍ତି କହିଛନ୍ତି ଯେ ଜଳବାୟୁ ପରିବର୍ତନ ଖାଦ୍ୟ ନିରାପତା, ମାନବ ସ୍ୱାସ୍ଥ୍ୟ ଓ ଜଳ ସଂପଦ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବ । ସୋଆ ବିଶ୍ୱବିଦ୍ୟାଳୟ ଠାରେ ନିକଟରେ ଅନୁଷ୍ଠିତ ସ୍କୋପସ୍ର ପରିଚାଳନା କମିଟିର ସଭାରେ ବକ୍ତବ୍ୟ ରଖି ସେ ଏହା କହିଛନ୍ତି ।

ପୂର୍ବରୁ ଆଇଆଇଟି ଦିଲ୍ଲୀ ଓ ଆଇଆଇଟି ଭୁବନେଶ୍ୱର ଠାରେ ଶିକ୍ଷା ଦାନ କରିଥିବା ପ୍ରଫେସର ମହାନ୍ତି ବର୍ତମାନ ସୋଆ ପରିଚାଳିତ ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗ୍ରିକଲଚର ଠାରେ ଡିଷ୍ଟିଙ୍ଗୁଇସଡ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି ।

ଏହି ଅବସରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍କୋପସ୍ର ଲୋଗୋ ଉନ୍ମୋଚନ କରି କହିଥିଲେ ଯେ ଜନସାଧାରଣଙ୍କୁ ବିଜ୍ଞାନ ବିଷୟରେ ଅବଗତ କରାଇବା ନିମନ୍ତେ ବିଶ୍ୱବିଦ୍ୟାଳୟ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛି । ଏହା ସେମାନଙ୍କର ଦୈନନ୍ଦିନ ଜୀବନଶୈଳୀକୁ ପ୍ରଭାବିତ କରିବା ସଂଗେ ସଂଗେ ସନ୍ତୁଳନ ସହ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ ।

ସ୍କୋପସର ସଦସ୍ୟ ରହିଥିବା ସୋଆ ଜନସାଧାରଣଙ୍କ ନିକଟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉପଲବ୍ଧ ହେଉଥିବା ସଦ୍ୟତମ ଜ୍ଞାନ ପହଂଚାଇବା ନିମନ୍ତେ ଏକ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରିଛି । ବିଶ୍ୱବିଦ୍ୟାଳୟର କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନେ କୃଷକମାନଙ୍କ ସହ ସମୟ କ୍ଷେପଣ କରି କୃଷିର ଉନ୍ନତି ନିମନ୍ତେ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଫେସର ମହାନ୍ତି କୃଷି ଉତ୍ପାଦନକୁ ବର୍ଦ୍ଧିତ କରିବା ନିମନ୍ତେ ବିଭିନ୍ନ ଉପାୟ ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି କହି ଜଳବାୟୁ ପରିବର୍ତନ କୃଷି ଉତ୍ପାଦନକୁ ପ୍ରଭାବିତ କରିପାରେ ବୋଲି ପ୍ରକାଶ କରିଥିଲେ ।

ସ୍କୋପସର ସଂପାଦକ ଡ. ନିହାର ରଞ୍ଜନ ଦାସ କହିଥିଲେ ଯେ ଏହି ଅନୁଷ୍ଠାନ ସ୍ଥାପନ ହେବା ପଛରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ପ୍ରୋତ୍ସାହନ ରହିଛି । କୋଭିଡର ବିଭୀଷକା ପରେ ପ୍ରଫେସର (ଡ) ନାୟକ ଚିନ୍ତା କରିଥିଲେ ଯେ ବିଜ୍ଞାନର କ୍ରମବିକାଶ ହେଉଥିବା ବେଳେ ଏହାର ଲାଭ ତୃଣମୂଳ ସ୍ତରରେ ପହଂଚିବା ଆବଶ୍ୟକ । ତାଙ୍କ ମତରେ ବିଜ୍ଞାନାଗାରରୁ ଉପଲବ୍ଧ ଲାଭ ଜନସାଧାରଣଙ୍କ ଉପକାରରେ ଆସିବା ଜରୁରୀ । ଏହି ଚିନ୍ତା ଫଳରେ ସ୍କୋପସ ଜନ୍ମ ଲାଭ କରିଛି ବୋଲି ଡ. ଦାସ କହିଥିଲେ ।

ପ୍ରଫେସର ମହାନ୍ତି କହିଥିଲେ ଯେ ସ୍କୋପସ ମୂଳତଃ ଆଠଟି ବିଷୟ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି କାର୍ଯ୍ୟ କରୁଛି । ଏହି ବିଷୟଗୁଡ଼ିକ ମଧ୍ୟରେ ପାଣିପାଗ, ଜଳବାୟୁ ଓ ଜଳବାୟୁ ପରିବର୍ତନ, ପ୍ରାକୃତିକ ବିପର୍ଯ୍ୟୟ ଓ ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ସୁରକ୍ଷା, ଶକ୍ତି, ଜଳ ସଂରକ୍ଷଣ ଓ ପରିଚାଳନା, ପରିବେଶ, ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ପରିଚାଳନା ଓ ସନ୍ତୁଳିତ ବିକାଶ ଅନ୍ତର୍ଭୁକ୍ତ ।

ସ୍କୋପସ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ‘ଏନ୍ଭାଇରନ୍ମେଂଟ ଆଣ୍ଡ କ୍ଲାଇମେଟ ଅଲିମ୍ପିଆଡ’ ତଥା ଉଷ୍ଣ ପ୍ରବାହ, ସାମୁଦି୍ରକ ଝଡ଼, ବଜ୍ରପାତ ଓ ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗ ବିଷୟରେ ସଚେତନତା ସୃଷ୍ଟି ନିମନ୍ତେ ‘ଜନ ବିଜ୍ଞାନ ଯାତ୍ରା’ ଆୟୋଜନ କରିବ ବୋଲି ସେ କହିଥିଲେ ।

ଏହି ସଭାରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିଦେ୍ର୍ଦଶିକା ଡ. ମନୋରମା ମହାନ୍ତି, ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ନିଦେ୍ର୍ଦଶକ ପ୍ରଫେସର ମାନସ କୁମାର ମଲ୍ଲିକ, ସେଂଟର ଫର କ୍ଲାଇମେଟ ସ୍ମାର୍ଟ ଏଗି୍ରକଲ୍ଚରର ନିଦେ୍ର୍ଦଶକ ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ଓ ସୋଆର ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜାଳିଦେଲେ

Next Post

ବାରିପଦାରେ ‘ପିଏମ୍‌ ବିଶ୍ୱକର୍ମା’ ଓ ‘ରାଷ୍ଟ୍ରୀୟ ଏସ୍‌.ଟି-ଏସ୍‌.ସି ହବ୍‍’ କନ୍‌କ୍ଲେଭ୍‌

Next Post
ବାରିପଦାରେ ‘ପିଏମ୍‌ ବିଶ୍ୱକର୍ମା’ ଓ ‘ରାଷ୍ଟ୍ରୀୟ ଏସ୍‌.ଟି-ଏସ୍‌.ସି ହବ୍‍’ କନ୍‌କ୍ଲେଭ୍‌

ବାରିପଦାରେ ‘ପିଏମ୍‌ ବିଶ୍ୱକର୍ମା’ ଓ ‘ରାଷ୍ଟ୍ରୀୟ ଏସ୍‌.ଟି-ଏସ୍‌.ସି ହବ୍‍’ କନ୍‌କ୍ଲେଭ୍‌

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA