Tuesday, April 21, 2026 09:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାରିପଦାରେ ‘ପିଏମ୍‌ ବିଶ୍ୱକର୍ମା’ ଓ ‘ରାଷ୍ଟ୍ରୀୟ ଏସ୍‌.ଟି-ଏସ୍‌.ସି ହବ୍‍’ କନ୍‌କ୍ଲେଭ୍‌

by Our Correspondent
16 Apr, 2025- 06:35 PM
in Latest News
1 min read
0
ବାରିପଦାରେ ‘ପିଏମ୍‌ ବିଶ୍ୱକର୍ମା’ ଓ ‘ରାଷ୍ଟ୍ରୀୟ ଏସ୍‌.ଟି-ଏସ୍‌.ସି ହବ୍‍’ କନ୍‌କ୍ଲେଭ୍‌

ଭୁବନେଶ୍ୱର: ପିଏମ୍ ବିଶ୍ୱକର୍ମା ଯୋଜନା କେବଳ ଏକ ଅର୍ଥନୈତିକ ସାହାଯ୍ୟ ନୁହେଁ। ଏହା ହେଉଛି ଆମର ମହତ ଭାବନା ଏବଂ ଏକ ଦୃଢ ସଂକଳ୍ପର ପରିଣାମ। ଗରିବ ଶିଳ୍ପୀ ଓ କାରିଗରଙ୍କୁ ମଧ୍ୟ ଏହା ମାଧ୍ୟମରେ ଆମେ ବିକାଶର ମୁଖ୍ୟ ଧାରାରେ ସାମିଲ କରିବୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦା ଠାରେ ଆୟୋଜିତ ପିଏମ୍ ବିଶ୍ୱକର୍ମା ଏବଂ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଓ ଜାତି ହବ୍ କନ୍‌କ୍ଲେଭ୍‌ରେ ଯୋଗଦେଇ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ସମାଜରେ ବହୁ ପୁରାତନ କାଳରୁ ବିଶ୍ୱକର୍ମା ମାନେ ଯଥା-ବଢେଇ, ରାଜମିସ୍ତ୍ରୀ, କୁମ୍ଭାର, ମୁର୍ତ୍ତିକାର, ବଣିଆ, ଡୋକ୍ରା କାରିଗର, ଚମଡା କାରିଗର, ନଡିଆ କତା ଶିଳ୍ପୀଙ୍କ ପରି ଅନେକ ଅନ୍ୟାନ୍ୟ କାରିଗର ନିଜର କୌଶଳ ଦ୍ୱାରା ଦେଶ ଓ ରାଜ୍ୟକୁ ସମୃଦ୍ଧ କରିଛନ୍ତି। ଏହି ପରମ୍ପରାକୁ ଅଧିକ ସମୃଦ୍ଧ ଓ ଗରିମାମୟ କରିବା ଏବଂ ଏହି ପାରମ୍ପାରିକ ଶିଳ୍ପୀ ଓ କାରିଗର ମାନଙ୍କୁ ଯଥୋଚିତ ସମ୍ମାନ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ମସିହାରେ ପିଏମ୍ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛନ୍ତି।

ଏହି ଯୋଜନାରେ ବଢେଇ, ଡଙ୍ଗା ନିର୍ମାତା, କମାର, ବଣିଆ, କୁମ୍ଭକାର, ମୂର୍ତ୍ତିକାର, ପଥର ଖୋଦେଇକାରୀ, ଜୋତା କାରିଗର, ରାଜମିସ୍ତ୍ରୀ, ନଡିଆ କତା ଶିଳ୍ପୀ, ଝୁଡି/ ଗାଲିଚା କାରିଗର, କଣ୍ଢେଇ ଓ ଖେଳଣା ନିର୍ମାତା, ନାପିତ, ରଜ୍ଜକ, ଫୁଲମାଳା ନିର୍ମାତା, ଦର୍ଜୀ, ମାଛ ଜାଲ ବୁଣାଳୀ ଆଦି ୧୮ ପ୍ରକାର ବୃତ୍ତିକୁ ସାମିଲ କରାଯାଇଛି। ଏହି ପାରମ୍ପାରିକ କାରିଗର ଓ ଶିଳ୍ପୀ ମାନଙ୍କୁ ବିଶ୍ୱକର୍ମା ଭାବରେ ପରିଚିତ କରି ଯୋଜନା ଅନ୍ତର୍ଭୁକ୍ତ ସୁବିଧା ହାସଲ କରିବା ନିମନ୍ତେ ସେମାନଙ୍କୁ ସମର୍ଥ କରାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ।

ଏହି ଯୋଜନାରେ ସମୟର ଆବଶ୍ୟକତା ଅନୁସାରେ ଆମର ଏହି ବିଶ୍ୱକର୍ମା ମାନଙ୍କୁ ପ୍ରୋତ୍ସାହନ, ସେମାନଙ୍କ ଦକ୍ଷତା ବିକାଶ ଓ ଆଧୁନିକ ଯନ୍ତ୍ରପାତିର ସହଯୋଗ ପ୍ରଦାନ କରାଯାଉଛି।

ଏହି ଯୋଜନାରେ ବର୍ତ୍ତମାନ ଆମ ରାଜ୍ୟରେ ୧,୦୫,୩୬୧ ଜଣ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି। ୭୭,୧୦୩ ଜଣ ହିତାଧିକାରୀ ମୌଳିକ ପ୍ରଶିକ୍ଷଣ ନେଇ ସାରିଛନ୍ତି। ୧୦,୫୨୩ ଜଣ ହିତାଧିକାରୀଙ୍କୁ ୠଣ ମଞ୍ଜୁର କରାଯାଇ ୮,୮୬୭ ଜଣ ହିତାଧିକାରୀଙ୍କୁ ୠଣ ପ୍ରଦାନ କରାଯାଇଛି। ସେହିଭଳି ମୟୂରଭଞ୍ଜ ଜିଲ୍ଲାର ୧,୮୩୧ ଜଣ ହିତାଧିକାରୀ ପଞ୍ଜୀକରଣ କରିଛନ୍ତି। ୧୪୭୫ ଜଣ ହିତାଧିକାରୀ ମୌଳିକ ପ୍ରଶିକ୍ଷଣ ନେଇଛନ୍ତି ଏବଂ ୨୦୯ ଜଣ ହିତାଧିକାରୀଙ୍କୁ ୠଣ ପ୍ରଦାନ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାର ଦୁଇ ଜଣ ଉଦ୍ୟୋଗୀଙ୍କ ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ ଯୁବପିଢିଙ୍କୁ କହିଥିଲେ ଯେ, ଆଜି ଆଉ ଚାକିରୀ ପଛରେ ପଡିବାର ଆବଶ୍ୟକତା ନାହିଁ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଉଦ୍ୟୋଗୀ ବନାଇବା ପାଇଁ ସରକାରୀ ସ୍ତରରେ ୠଣ ଠାରୁ ତାଲିମ୍‌ ପର୍ଯ୍ୟନ୍ତ ସମସ୍ତ ସହାୟତା ପ୍ରଦାନ କରାଯାଉଛି। ଆପଣ ମାନେ ଆସନ୍ତୁ, ଏଥିରେ ସାମିଲ ହୁଅନ୍ତୁ, ଉଦ୍ୟୋଗୀ ବନନ୍ତୁ ଓ ଆଗକୁ ବଢନ୍ତୁ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ୨୦୧୪ ପରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେଲା ପରେ ଖଦୀର ପ୍ରଚାର ପ୍ରସାର ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଗତ ଆର୍ଥିକ ବର୍ଷରେ ଖଦୀ ଓ ଭିଲେଜ୍ ଇଣ୍ଡଷ୍ଟ୍ରିର ଟର୍ଣ୍ଣଓଭର ୧.୫ ଲକ୍ଷ କୋଟିରେ ପହଞ୍ଚିଛି। ୧୦ ବର୍ଷ ମଧ୍ୟରେ ଏହାର ବିକ୍ରି ୪୦୦ ପ୍ରତିଶତ ବୃଦ୍ଧି ପାଇଛି ଏବଂ ଏ କ୍ଷେତ୍ରରେ ନିଯୁକ୍ତି ୮୧ ପ୍ରତିଶତ ବୃଦ୍ଧି ଘଟିଛି। ଭୁବନେଶ୍ୱର ଗଣ୍ଡମୁଣ୍ଡା ଠାରେ ଏହିଭଳି କୌଳିକ ବୃତ୍ତି ମାଧ୍ୟମରେ ପ୍ରସ୍ତୁତ ଉତ୍ପାଦକୁ ବଜାର ପ୍ରଦାନ ପାଇଁ ଗୋଟିଏ ୟୁନିଟି ମଲ୍ ସ୍ଥାପନା କରାଯିବ। ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଗୋଟିଏ ଷ୍ଟଲ ଖୋଲାଯିବ। ଭାରତ ସରକାର ଏଥିପାଇଁ ଆର୍ଥିକ ବ୍ୟବସ୍ଥା କରିଛନ୍ତି। ଏହି ୟୁନିଟି ମଲ୍‌ରେ ଗୋଟିଏ ଜିଲ୍ଲାର ଗୋଟିଏ ଉତ୍ପାଦ (One District, One Product) ଏବଂ ଗୋଟିଏ ଜିଲ୍ଲାରେ ଗୋଟିଏ ଅନନ୍ୟ ଖାଦ୍ୟପେୟ (One District, One Cuisine) ମଧ୍ୟ ବ୍ୟବସ୍ଥା କରାଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମ ସରକାର ଏକ ସମାବେଶୀ ସରକାର। ଆମେ ପରିବାରର ସବୁ ସଦସ୍ୟ ମାନଙ୍କୁ ଯୋଜନାରେ ସାମିଲ କରିଛୁ। ପରିବାରର ଜଣେ ଯଦି ପିଏମ୍ ବିଶ୍ୱକର୍ମା ଯୋଜନାରେ ଲାଭପାଉଛି ସେହି ଘରର ମହିଳା ଜଣେ ସୁଭଦ୍ରା ଯୋଜନାରେ ମଧ୍ୟ ସାମିଲ ଅଛି। ଅନ୍ତୋଦୟ ଗୃହ ଯୋଜନା ଓ ଆୟୁଷ୍ମାନ ଭାରତ ଯୋଜନାରେ ମଧ୍ୟ ଉକ୍ତ ପରିବାର ଲାଭ ପାଉଛି। ଗତ ସରକାର ଅନେକ ଯୋଜନାର ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ପୂରଣ କଲେ ନାହିଁ। ଆମ ସରକାର ଆସିବା ପରେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାକୁ ପାଳନ କଲୁ। ଚାଷୀ, ମହିଳା, ଶ୍ରମିକ, ଯୁବବର୍ଗ ସମସ୍ତଙ୍କ ପାଇଁ ଆମେ କାମ କରୁଛୁ।

ମୟୂରଭଞ୍ଜର ବିକାଶ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ମୟୂରଭଞ୍ଜ ଜିଲ୍ଲାରେ ୭୦୦୦ କୋଟି ଟଙ୍କା ବିନିଯୋଗରେ ଇସ୍ପାତ, ଗ୍ରୀନ ହାଇଡ୍ରୋଜେନ, ଅଟୋପାର୍ଟସ୍ ଭଳି ୧୦ଟି ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବ। ଏହା ମାଧ୍ୟମରେ ୫,୧୨୫ ଜଣ ନିଯୁକ୍ତି ପାଇବେ। ଏଥି ସହିତ ଗୋଟେ ଏମ୍‌ଏସ୍‌ଏମ୍‌ଇ ପାର୍କ ମଧ୍ୟ ଜିଲ୍ଲାରେ ପ୍ରତିଷ୍ଠା କରାଯିବ। ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ମୟୂରଭଞ୍ଜ ସର୍ବାଗ୍ରେ ରହିବ।

କେନ୍ଦ୍ର ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଜିତନ ରାମ ମାଁଝୀ କହିଲେ ଯେ, ଭାରତ ବର୍ଷରେ ଆଜି ୭୦ ପ୍ରତିଶତ ଗରୀବ ଲୋକ ଅଛନ୍ତି। ଏହି ୭୦ ପ୍ରତିଶତ ଲୋକଙ୍କ ପାଇଁ ଏମ୍‌ଏସ୍‌ଏମ୍‌ଇ ଜରିଆରେ ବ୍ୟାପକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରାଯାଉଛି। ଭାରତ ହେଉଛି ଏକ କୃଷି ପ୍ରଧାନ ଦେଶ। ଗ୍ରାମାଞ୍ଚଳରେ କୃଷି ବ୍ୟତୀତ ଏମ୍‌ଏସ୍‌ଏମ୍‌ଇ ଅଧିକ ରୋଜଗାର ଯୋଗାଉଛି। ଏହି ବିଭାଗ ପ୍ରତି ପ୍ରଧାନମନ୍ତ୍ରୀଙ୍କର ସ୍ୱତନ୍ତ୍ର ଧ୍ୟାନ ରହିଛି। କୌଳିକ ବୃତ୍ତିରେ କାମ କରୁଥିବା ଲୋକଙ୍କ ଦୁଃଖ ଓ ଅସୁବିଧାକୁ ଦେଖି ଆମ ପ୍ରଧାନମନ୍ତ୍ରୀ ପିଏମ୍‌ ବିଶ୍ୱକର୍ମା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ କୌଳିକ ବୃତ୍ତିଧାରୀଙ୍କ ୪ପ୍ରତିଶତ ଉତ୍ପାଦ ଏସ୍‌.ସି, ଏସ୍‌.ଟି ହବ୍ ଜରିଆରେ ସରକାର କିଣିବେ।

ସେ କହିଥିଲେ ଚଳିତ ବର୍ଷ ବଜେଟ୍‌ରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବ୍ୟୟ ଅଟକଳକୁ ଦ୍ୱିଗୁଣିତ କରାଯାଇଛି। ଏମ୍‌ଏସ୍‌ଏମ୍‌ଇ ଜରିଆରେ ବେରୋଜଗାର ଦୂର କରିପାରିବା। ଆମର ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସହିତ ଜଡିତ ସମସ୍ତଙ୍କୁ ସବୁପ୍ରକାର ସୁବିଧା ଯୋଗାଇ ଦେବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଏହି ଯୋଜନାର ବିଭିନ୍ନ ବର୍ଗର ହିତାଧିକାରୀ ମାନଙ୍କୁ ସାର୍ଟିଫିକେଟ୍, ୠଣ ମଞ୍ଜୁରୀ ପତ୍ର ଏବଂ ସହାୟତା ରାଶି ପ୍ରଦାନ କରିଥିଲେ।

ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ କହିଥିଲେ ଯେ, ଗ୍ରାମୀଣ ଅର୍ଥନୀତିର ଆତ୍ମା ହେଉଛି ଏମ୍‌ଏସ୍‌ଏମ୍‌ଇ। ଗ୍ରାମାଞ୍ଚଳର ଅର୍ଥନୀତିକୁ ଆହୁରି ସୁଦୃଢ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଏହି ମହତ୍ୱକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହୋଇଛି। ଆମେ ଷ୍ଟାଟଅପ କ୍ଷେତ୍ରରେ ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ଅଧିକ ପ୍ରୋତ୍ସାହନ କରୁଛୁ। ସହଜରେ କିପରି ସେମାନେ ଉଦ୍ୟୋଗୀ ହୋଇପାରିବେ ସେଥିପ୍ରତି ଉଦ୍ୟମରତ ଅଛୁ।

କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ, ସାଂସଦ ନବ ଚରଣ ମାଝୀ, ଶ୍ରୀମତୀ ମମତା ମହାନ୍ତ, ବାରିପଦା ବିଧାୟକ ପ୍ରକାଶ ସୋରେନ୍, ବଡସାହି ବିଧାୟକ ସନାତନ ବିଜୁଳୀ, ଉଦଳା ବିଧାୟକ ଭାଷ୍କର ମଢେଇ, ସାରସକଣା ବିଧାୟକ ଭାଦବ ହାଂସଦା ଏବଂ ବାଙ୍ଗିରିପୋଷୀ ବିଧାୟିକା ସଞ୍ଜଳୀ ମୁର୍ମୁ ପ୍ରମୁଖ ଅଭିଭାଷଣ ରଖିଥିଲେ।

ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଯୁଗ୍ମ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

‘କୋଭିଡ୍ ପରବର୍ତ୍ତୀ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ବଡ଼ ସଙ୍କଟ’

Next Post

କିମ୍‍ସରେ ମିନିମାଲି ଇନଭେସିଭ୍ ପଦ୍ଧତିରେ ସଫଳ ହୃଦ୍‍-ଅସ୍ତ୍ରୋପଚାର

Next Post
କିମ୍‍ସରେ ମିନିମାଲି ଇନଭେସିଭ୍ ପଦ୍ଧତିରେ ସଫଳ ହୃଦ୍‍-ଅସ୍ତ୍ରୋପଚାର

କିମ୍‍ସରେ ମିନିମାଲି ଇନଭେସିଭ୍ ପଦ୍ଧତିରେ ସଫଳ ହୃଦ୍‍-ଅସ୍ତ୍ରୋପଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA