Friday, May 8, 2026 07:04 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୁଦ୍ଧିମତା ଓ ବୁଝମଣା ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ବଜାୟ ରଖାଯାଇପାରିବ: ସ୍ପେନ୍ ରାଷ୍ଟ୍ରଦୂତ

by Our Correspondent
19 Apr, 2025- 08:18 PM
in Latest News, News
1 min read
0
ବୁଦ୍ଧିମତା ଓ ବୁଝମଣା ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ବଜାୟ ରଖାଯାଇପାରିବ: ସ୍ପେନ୍ ରାଷ୍ଟ୍ରଦୂତ

ଭୁବନେଶ୍ୱର: ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ବୁଦ୍ଧିମତା ଓ ଉତମ ବୁଝାମଣାର ଆବଶ୍ୟକତା ରହିଛି । ଶାନ୍ତି ବଜାୟ ରଖିବା ନିମନ୍ତେ ପ୍ରକୃତ ବୁଝାମଣା, ବୁଦ୍ଧିମତା ଏବଂ ଉତମ ପରିଚାଳନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ପେନ୍ ର ରାଷ୍ଟ୍ରଦୂତ ମହାମହିମ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ ।

ସ୍ପେନର ରାଷ୍ଟ୍ରଦୂତ ଭାବେ ସେ ଏକାସଂଗେ ଭାରତ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପ ନିମନ୍ତେ ନିଯୁକ୍ତ ହୋଇଥିବା ଶ୍ରୀ ପୁଜୋଲ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବା ସହ ଆଲୋଚନା କରିଥିଲେ । ଏହି ଅବସରରେ ନିଜ ଅନୁଭୂତି ବଖାଣି ଶ୍ରୀ ପୁଜୋଲ କହିଥିଲେ ଯେ ବିଫଳତା ହିଁ ସଫଳତାର ବାଟ ଦେଖାଇଥାଏ । ୧୦ ବର୍ଷ ବୟସରେ ୟୁନାଇଟେଡ୍ କିଙ୍ଗଡମ୍ ରେ ପାଠ ପଢ଼ିବା ସମୟରେ ହିଁ ଜଣେ କୁଟନୀତିଜ୍ଞ ହେବେ ବୋଲି ମନ ସ୍ଥିର କରିଥିଲେ ବୋଲି ସେ କହିଛନ୍ତି ।

କୋଭିଡ ମହାମାରୀ ଓ ଲକ୍ ଡାଉନ୍ ମଣିଷକୁ ଅନେକ ଶିକ୍ଷା ଦେଇଥିବା ବେଳେ ମଣିଷ ଏହି ସମୟ ମଧ୍ୟରେ ନିଜର ଆତ୍ମଚିନ୍ତନ ମଧ୍ୟ କରିବାରେ ସକ୍ଷମ ହୋଇପାରିଛି ବୋଲି ଶ୍ରୀ ପୁଜୋଲ କହିଛନ୍ତି । ଏଥି ସହିତ କରୋନା ମହାମାରୀ ମଣିଷକୁ ପ୍ରକୃତି ସହ ମଧ୍ୟ ଯୋଡ଼ିପାରିଛି ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପୁଜୋଲ କହିଥିଲେ ଯେ ଶିକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ତେବେ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜକୁ ସଠିକ୍ ଭାବେ ପରିଚାଳନା କରିବା । ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ ବର୍ତମାନ ମଣିଷ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ବେଳେ ଏହା ଉପରେ ଅଧିକ ନିର୍ଭରଶୀଳ ନ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ଉପଦେଶ ଦେଇଥିଲେ ।

ସୋଆକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ପୁଜୋଲ କହିଛନ୍ତି ଯେ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଏଥିରେ ଡାକ୍ତରୀ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଏହା ମାନବ ସମାଜ ପାଇଁ ଖୁବ୍ ବଡ଼ ଅବଦାନ ବୋଲି ସେ କହିଛନ୍ତି ।
କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରି ସୋଆରେ ଏକ ସେଂଟର ଫର୍ ଲାଙ୍ଗୁଏଜ୍ ଷ୍ଟଡିଜ୍ ଆରମ୍ଭ କରାଯାଇଥିବାର ସୂଚନା ଦେଇଥିଲେ । ଏଠାରେ ଭାରତୀୟ ଭାଷା ସହ ସ୍ପାନିଶ, ଜାପାନିଓ, ଜର୍ମାନ, ଫ୍ରେଂଚ ଏବଂ ମାଣ୍ଡାରିନ୍ ଭାଷାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ସେ କହିଥିଲେ ।

ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି ଏଥିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସୋଆର ବିଭିନ୍ନ ଅନୁଷ୍ଠାନର ଡିନ୍, ନିଦେ୍ର୍ଦଶକ ଓ ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ ।

 

Previous Post

ଯାତ୍ରା ମନୋରଞ୍ଜନ – ଦର୍ଶକ ହିଁ ଭଗବାନ!

Next Post

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ

Next Post
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA