Tuesday, February 10, 2026 08:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Entertainment

ଯାତ୍ରା ମନୋରଞ୍ଜନ – ଦର୍ଶକ ହିଁ ଭଗବାନ!

by Our Correspondent
19 Apr, 2025- 03:52 PM
in Entertainment, Guest Column, Latest News, News
1 min read
0
ଯାତ୍ରା ମନୋରଞ୍ଜନ – ଦର୍ଶକ ହିଁ ଭଗବାନ!

ଭୁୁବନେଶ୍ୱର:

ବର୍ତ୍ତମାନ ଯାତ୍ରା ମାଲିକ ଏବଂ ଯାତ୍ରା କଳାକାରଙ୍କ ଘଡ଼ି କି ଘଡ଼ି ଜବାବ ସୁଆଲ ଦେଖିକି ଲାଗୁଛି, କେତେଜଣ ଯାତ୍ରା ପାର୍ଟି ମାଲିକ ନିଜକୁ ସକଳ ସୃଷ୍ଟିର ମାଲିକ ସ୍ବୟଂ ଭଗବାନ ଭାବୁଛନ୍ତି ଏବଂ କଳାକାରମାନଙ୍କୁ ତାଙ୍କ ହଳିଆ ମୂଲିଆ ଗୋତି ଶ୍ରମିକ। ଆଉ କିଛି ସୁବିଧାବାଦୀ କଳାକାର ମଧ୍ୟ ପାଣି ଗୋଳିଆ ଦେଖି ବାଳିଆ ମାରିବାରେ ଲାଗିଛନ୍ତି। ଏପଟେ ବଅଂଶ ବୁଡ଼ା ଶଙ୍କୁନି ଭୂମିକାରେ, ଏଘର ମାଉସୀ ସେଘର ପିଉସୀ ଚୁଙ୍ଗା ମାଧ୍ୟମ, ନିଆଁ ଦେଖିକି ଘିଅ ଢାଳୁଛି।

ଆମେ ସମସ୍ତେ ମନେରଖିବା ଉଚିତ୍ ଯେ ମନୋରଞ୍ଜନ ବ୍ୟବସାୟରେ ଦର୍ଶକ ହିଁ ଭଗବାନ। ଦର୍ଶକ କଳାକାରଙ୍କୁ ଖୋଜନ୍ତି। ଯାତ୍ରା ପାର୍ଟିର ମୁଖ୍ୟ ଆକର୍ଷଣ ଭଲ ବିଷୟ ବସ୍ତୁ, ହିରୋ, ହିରୋଇନ୍, ଭିଲିଆନ୍ ଏବଂ କମେଡିଆନ୍। କଳାକାରଙ୍କ ନାଁ’ରେ ଯାତ୍ରା ପାର୍ଟି ଚାଲେ। ଲୋକମାନେ ଟିକଟ କାଟି କଳାକାରଙ୍କୁ ଦେଖିବାକୁ ଯା’ନ୍ତି, ମାଲିକଙ୍କ କଣ୍ଡୁ କିମ୍ବା ପତିଆରା ଦେଖିବାକୁ ନୁହେଁ। ନିର୍ଦିଷ୍ଟ କଳାକାରଙ୍କ ପ୍ରତି କିଛି ଦର୍ଶକଙ୍କର ଭଲ ପାଇବା ଅଛି ବୋଲି ତମେ ମାଲିକମାନେ ମୋଟା ଅଙ୍କ ଦେଇ ସେଇସବୁ କଳାକାର ମାନଙ୍କୁ ତମ ପାର୍ଟିରେ ନେବାପାଇଁ ହଜାରେ ଫନ୍ଦି ଫିକର କରୁଛ। ଜଣେ ପ୍ରକୃତ କଳା ପ୍ରେମୀ ଯାତ୍ରା ପାର୍ଟି ମାଲିକ ଚାହିଁଲେ, ପଙ୍କରୁ ପଦ୍ମ ଖୋଜି ଆଣିଲା ଭଳିଆ ନୂଆ ନୂଆ ପ୍ରତିଭା ମାନଙ୍କୁ ସୁବିଧା ସୁଯୋଗ ଦେଇ ଶହ ଶହ ନୂଆ କଳାକାର ତିଆରି କରିପାରିବ। ଏଇଟା କିଛି ଅସମ୍ଭବ କଥା ନୁହେଁ ଆଗରୁ ଏମିତି ଅନେକ ମଞ୍ଚ, ଥିଏଟର, ଲୋକନୃତ୍ୟ, ଲୋକକଳା ଏବଂ ସିନେମା ଇତ୍ୟାଦି କଳାକାର ତିଆରି ହେଇଛନ୍ତି। ଏଇ ଯେଉଁ କେତେଜଣ କଳାକାରଙ୍କ ନା ବେଶୀ ଏବେ ଚର୍ଚ୍ଚା ହେଉଛି ଏମାନଙ୍କ ବ୍ୟତୀତ ଆହୁରି ମଧ୍ୟ ଅଗଣିତ ପ୍ରତିଭା ଉପଯୁକ୍ତ ସୁବିଧା ସୁଯୋଗ ଅଭାବରୁ ବଣ ମଲ୍ଲୀ ଭଳିଆ ବଣରେ ହଜି ଯାଉଛନ୍ତି। ଆଗଭଳି ଆଉ ଗାଁ ମାନଙ୍କରେ ନାଟ ତାମସା ଆଖଡ଼ା ଇତ୍ୟାଦି ନାହିଁ କି ଆଗ୍ରହୀ ଆଗନ୍ତୁକ ଟିଏ ତା’ର କଳା ପ୍ରତିଭା ପ୍ରଦର୍ଶନ କରିବାକୁ ଉପଯୁକ୍ତ ସୁଯୋଗ ମଧ୍ୟ ପାଇପାରୁ ନାହିଁଁ।

ଆଛା ଏଇ ଯେଉଁ ନିର୍ଦିଷ୍ଟ କଳାକାର ମାନଙ୍କୁ ନେଇ ଏତେ ଚର୍ଚ୍ଚା, ମାଲିକମାନେ ତମେ ଏମାନଙ୍କୁ ବାରମ୍ବାର ମୋଟା ଅଙ୍କରେ ବଇଣା ଦେଉଛ କାହିଁକି? ଏମାନଙ୍କର ଯଦି ବିଶେଷ କିଛି ପ୍ରତିଭା କି ଲୋକପ୍ରିୟତା ନାହିଁ ତା’ହେଲେ ତମେ ସବୁ ମାଲିକମାନେ ଟିଙ୍କ ଭଳିଆ ବର୍ଷ ପରେ ବର୍ଷ ତାଙ୍କ ପଛରେ କାହିଁକି ପଡ଼ିଛ? ଆଜି ଯଦି କୌଣସି କାରଣରୁ କଥା ତୁଟିପାରିଲାନି, ତମେ ତା’ଙ୍କୁ ରାସ୍ତା ମଝିରେ ଧମକ ଚମକ ଦେବ, ତା’ଙ୍କୁ ତାଙ୍କ ଏବଂ ତାଙ୍କ ପରିବାରଙ୍କୁ ବେଇଜ୍ଜତ କରିବ ଏବଂ ତା’ଙ୍କୁ ଯାତ୍ରା ପାର୍ଟିରୁ ବାସନ୍ଦ କରିବ? ମାଲିକ ସଂଘ କ’ଣ ଆଇନ୍ ଅଦାଲତ ଠାରୁ ମଧ୍ୟ ପାଓ୍ଵାରଫୁଲ୍? ମାଲିକ ସଂଘ ନିଷ୍ପତ୍ତି ନେବା ପୂର୍ବରୁ କଳାକାର ସହିତ ଆଲୋଚନା କରିବା ଜରୁରୀ ନୁହେଁ କି? ଉଭୟ ପକ୍ଷର କଥା ନଶୁଣି, ଏହା ମାଲିକ ସଙ୍ଘର ଏକ ପାଖିଆ ନ୍ୟାୟ ବିଚାର ନା ଯୋର୍ ଜୁଲୁମ ଅହଙ୍କାର ?

ଆଜିକାଲି ଅନେକ ଯାତ୍ରା ମାଲିକଙ୍କର କଳା ପ୍ରତି ଭଲପାଇବା କମ୍ ବରଂ କଣ୍ଡୁ ବେଶୀ। ତା’ଛଡ଼ା ଏଠି କେତେଜଣଙ୍କ ପାଇଁ କଳା ଧନକୁ ଧଳା କରିବା ଏବଂ ମୋଟା ଅଙ୍କରେ ନଗଦ କାରବାର ଯୋଗୁଁ ଟ୍ୟାକ୍ସ ଫାଙ୍କିବା ମଧ୍ୟ ସହଜ। ଇତିହାସ ସର୍ବଶ୍ରେଷ୍ଠ ସାକ୍ଷୀ, କାହାର ଅହଙ୍କାର ସବୁଦିନେ ରହେ ନାହିଁ। ସମାଜରେ ସମସ୍ତଙ୍କର ସମାନ ସ୍ବାଭିମାନ, ଆତ୍ମ ସମ୍ମାନ ଏବଂ ମହତ୍ୱ ମଧ୍ୟ ଅଛି। ସିଏ ଯାତ୍ରା ପାର୍ଟିର ବଡ଼ କଳାକାରଟିଏ ହେଉ କିମ୍ବା ଛୋଟିଆ ସହଯୋଗୀ କର୍ମଚାରୀଟିଏ ହେଉ। ସମସ୍ତଙ୍କୁ ଉଚିତ୍ ସମ୍ମାନ ମିଳିବା ଆବଶ୍ୟକ। କଳାକାର କିମ୍ବା କର୍ମଚାରୀ ମଧ୍ୟ ନିଜର ଲୋକପ୍ରିୟତା ଯୋଗୁଁ ପାଞ୍ଚ ଜାଗାରୁ ବଇଣା ନେଇ ମାଲିକ ମାନଙ୍କ ସହିତ ବିଶ୍ବାସଘାତକତା କରିବା ଏକ ସାଙ୍ଘାତିକ ଅପରାଧ। ଯିଏ ଭୁଲ୍ କରିବ, ସେ ବିଧି ବ୍ୟବସ୍ଥା ଅନୁଯାୟୀ ନିଶ୍ଚୟ ଦଣ୍ଡ ପାଇବା ଉଚିତ୍।

ଓଡ଼ିଆ ସିନେମା ପ୍ରଯୋଜକ ଏବଂ କଳାକାର ମାନଙ୍କର ସେଇ ଆଳୁ ଦୋଷ ଯୋଗୁଁ ଆଜି ଓଡ଼ିଆ ସିନେମା ଶିଳ୍ପ ଅବସ୍ଥା ଯାହା ସମସ୍ତେ ଦେଖୁଛନ୍ତି, ଭଗବାନ କରନ୍ତୁ ଯାତ୍ରା ଜଗତ ଅବସ୍ଥା ସେମିତି ନହେଉ। ଯାତ୍ରା ବ୍ୟବସାୟ ଉପରେ ନିର୍ଭରଶୀଳ ପ୍ରତ୍ୟେକ ବ୍ୟକ୍ତି ବିଶେଷ ଯଦି ନିଜ ନିଜ ସୀମା ଭିତରେ ରହିବା ଜରୁରୀ। ଅନ୍ୟଥା ଯାତ୍ରା ଜଗତକୁ ଓଡ଼ିଆ ସିନେମା ଶିଳ୍ପ ଭଳିଆ ସମଦଷା ଭୋଗିବାକୁ ବେଶୀଦିନ ଲାଗିବନି। ମନୋରଞ୍ଜନ ଶିଳ୍ପରେ କେବଳ ଦର୍ଶକ ହିଁ ଭଗବାନ। ଆଜି ଦର୍ଶକ ଦେଖୁଛନ୍ତି ବୋଲି ଏତେ ଅହଙ୍କାର ଫୁଟାଣି, ଦର୍ଶକ ନଦେଖିଲେ ଚକ ଅଖ, ଲାଇଟ୍ ସାଉଣ୍ଡ, ବୋତଲ ଠିପି ସବୁ କୁଆଡେ଼ ହଜି ଯିବ। ଦର୍ଶକଙ୍କ ରୁଚି ଓ ପସନ୍ଦକୁ ସମ୍ମାନ ଦିଅ, ଘର କଳି ଘରେ ତୁଟା। ଯାତ୍ରା ପ୍ରେମୀ ଦର୍ଶକ ମାନେ ମଧ୍ୟ ଏଭଳି ବିଶୃଙ୍ଖଳିତ ତତ୍ତ୍ଵ ମାନଙ୍କୁ ବିରୋଧ କରନ୍ତୁ, ମନୋରଞ୍ଜନ ଶିଳ୍ପ ସମାଜରେ ଏମିତି ଘୃଣା, ହିଂସା, ବିଦ୍ୱେଷ ଏବଂ ଅସହିଷ୍ଣୁତା ନବାଣ୍ଟୁ। ଯାତ୍ରା ଶିଳ୍ପ ଆହୁରି ଆଗକୁ ଆଗକୁ ମାଡ଼ି ଚାଲୁ ଏବଂ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ସହାୟକ ହେଉ। ଜୟ କଳା।

ରିପୋର୍ଟ: ଗୋପାଳ ଚନ୍ଦ୍ର ସାହୁ

Previous Post

ନବୀନ ପୁଣି ବିଜେଡି ସଭାପତି

Next Post

ବୁଦ୍ଧିମତା ଓ ବୁଝମଣା ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ବଜାୟ ରଖାଯାଇପାରିବ: ସ୍ପେନ୍ ରାଷ୍ଟ୍ରଦୂତ

Next Post
ବୁଦ୍ଧିମତା ଓ ବୁଝମଣା ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ବଜାୟ ରଖାଯାଇପାରିବ: ସ୍ପେନ୍ ରାଷ୍ଟ୍ରଦୂତ

ବୁଦ୍ଧିମତା ଓ ବୁଝମଣା ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ବଜାୟ ରଖାଯାଇପାରିବ: ସ୍ପେନ୍ ରାଷ୍ଟ୍ରଦୂତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA