Monday, May 12, 2025 11:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ପୁଣି ବିଜେଡି ସଭାପତି

'ଫଲସ୍ ନ୍ୟାରେଟିଭ୍ ପାଇଁ ହାରିଲୁ'

by Our Correspondent
19 Apr, 2025- 03:41 PM
in Latest News, News, Politics
1 min read
0
ନବୀନ ପୁଣି ବିଜେଡି ସଭାପତି

ଭୁୁବନେଶ୍ୱର: କ୍ରମାଗତ ନବମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ଏହି ପଦ ଲାଗି ସେ ଏକକୀ ନାମାଙ୍କନପତ୍ର ଦାଖଲ କରିଥିଲେ । ଆଜି ଦଳର କାଉନସିଲ୍ ମିଟିଂ ରେ ଆନୁଷ୍ଠାନିକ ଭାବେ ତାଙ୍କୁ ସଭାପତି ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପ୍ରତାପ ଦେବ । ପୁଣି ଥରେ ସଭାପତି ଦାୟିତ୍ୱ ଗ୍ରହଣ ଅବସରରେ ନବୀନ ଦଳୀୟ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ସେମାନଙ୍କ ମନୋବଳ ବଢ଼ାଇବାକୁ ଉଦ୍ୟମ କରିଥିଲେ ।

ବିଜେଡିର ସଭାପତି ଭାବରେ ଦଳର ସେବା କରିବା ପାଇଁ ସୁଯୋଗ ପାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ନବୀନ କହିଥିଲେ-

ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମା’ ର ସେବାର ସୁଯୋଗ ପାଇଥିଲା । ଏହି ସମୟ ଥିଲା ଓଡ଼ିଶା ବିକାଶର ସୁବର୍ଣ୍ଣ ଯୁଗ । ବିଭିନ୍ନ କ୍ଷେତ୍ରରେ ପଥପ୍ରଦର୍ଶକ ଭୂମିକା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହୋଇଥିଲା ।

ବିଜୁ ଜନତା ଦଳର ସାଂଗଠନିକ ଶକ୍ତିକୁ କେହି ନ୍ୟୁ ମନେ କରିବା ଉଚିତ ନୁହେଁ । ଆମର ପ୍ରତି କର୍ମୀ ଭାଇ ଭଉଣୀମାନଙ୍କ ମନୋବଳ ବହୁତ ଉଚ୍ଚା ଅଛି । ସେହିମାନେ ହିଁ ହେଉଛନ୍ତି ଆମ ଦଳଲ୍ପ୍ରକୃତ ସମ୍ପଦ । ଆମର ନୀତି ଓ ଆଦର୍ଶ ହେଉଛି ଆମର ଶକ୍ତି । ସରକାରରେ ରହେ ବା ନ ରହେ, ବିଜୁ ଜନତା ଦଳ ସବୁବେଳେ ଓଡ଼ିଶାବାସୀଙ୍କ ସେବା କରି ଚାଲିଛି ଏବଂ କରି ଚାଲିବ । ଓଡ଼ିଶାବାସୀଙ୍କ ସଶକ୍ତିକରଣ ଆମର ଫୋକସ୍ । ମହିଳା, ଚାଷୀ, ଯୁବ ସମାଜ, ଶ୍ରମିକ ଓ ଜନଜାତି ସମସ୍ତଙ୍କ ସଶକ୍ତିକରଣ ଆମର ଫୋକସ୍ । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନ ସାଥୀରେ ବିଜେଡି ସବୁବେଳେ ଯୋଡି ହୋଇ ରହିଛି ଓ ରହିବ । ଓଡ଼ିଶାର ହକ୍ ପାଇଁ ଆମର ଲଢ଼େଇ ଜାରି ରହିବ । ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାଙ୍କ ସ୍ୱାର୍ଥ ଆମ ପାଇଁ ସବୁଠାରୁ ଉପରେ ।

ବିଜୁ ଜନତା ଦଳ ସବୁବେଳେ ତାର ଆଦର୍ଶରେ ଦୃଢ଼ ରହିଛି ଓ ରହିବ । ଆମେ ଗତ ନିର୍ବାଚନରେ ଅଳ୍ପକେ ହାରିଗଲୁ । ଯଦିଓ ଆମେ ଅଧିକ ଭୋଟ ପାଇଲୁ । ଏହାର କାରଣ ଫଲସ୍ ନ୍ୟାରେଟିଭ୍ କୁ ଆମେ ସଠିକ୍ ଭାବେ କାଉଣ୍ଟର କରିପାରିଲୁନୁ । ଏବେ ବି ବିଜେଡି ବିରୋଧରେ ଫଲସ୍ ନ୍ୟାରେଟିଭ୍ ତିଆରି କରାଯାଉଛି । ଏହାକୁ ସୋସିଆଲ୍ ମିଡିଆରେ ଆକ୍ରମଣାତ୍ମକ ଢ଼ଙ୍ଗରେ ଆମେ ମୁକାବିଲା କରିବା ଦରକାର ।

ମୁଁ ସତରେ କହୁଛି ଯେ ଆମର ସୋସିଆଲ୍ ମିଡିଆ ଉପସ୍ଥିତିକୁ ଜୋରଦାର ଢ଼ଙ୍ଗରେ ବଢାଇବାର ଆବଶ୍ୟକତା ଅଛି । ସତ ଜଣାଇବାକୁ ଟେକେନୋଲୋଜିର ସାହାଯ୍ୟ ନେବାକୁ ପଡ଼ିବ । ଏହା ବିନା ଆମେ ଲୋକଙ୍କ ପାଖରେ ପହଞ୍ଚିବା ସମ୍ଭବ ନୁହେଁ ।

ବିଜେଡିର କର୍ମୀ, ଭାଇ ଭଉଣୀମାନଙ୍କ ଉପରେ ମୋର ପୂରା ଭରସା ଅଛି । ସେମାନେ ହିଁ ମିଛ ପ୍ରଚାରର ଉଚିତ୍ ଜବାବ ଦେବେ । ଓଡ଼ିଶାର ସବୁ ଗାଁ, ସବୁ ସହରରେ ଆମର ସେବାର ବାର୍ତ୍ତା ପହଞ୍ଚାଇବେ ।
ନବୀନଙ୍କ ଏହି ଅଭିଭାଷଣ ନେତାଙ୍କ ମନରେ ଉତ୍ସାହ ଭରିବା ପାଇଁ ଉଦ୍ଦିଷ୍ଟ ଥିଲା ବେଳେ ସାଂଗଠନିକ ନବ କଳେବରକୁ ସମସ୍ତଙ୍କର ଅପେକ୍ଷା ରହିଛି । ଏହା କେବେ ଘୋଷଣା ହେବ ବୋଲି ସାମ୍ବାଦିକମାନେ ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କୁ ପଚାରିବାରୁ ସେ ଏହା ଦଳର ସଭାପତିଙ୍କ ନିଷ୍ପତ୍ତି ଉପରକୁ ଛାଡ଼ିଥିଲେ ।

ନବୀନଙ୍କୁ ଦଳର ନବମ ପାଳି ସଭାପତି ଘୋଷଣା ପାଇଁ ଆଜି ଶଙ୍ଖଭବନ ଉତ୍ସବମୁଖର ଥିଲା ବେଳେ କିଛି ବରିଷ୍ଠ ନେତାଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ହୋଇଛି । ଅନଙ୍ଗ ଉଦୟ ସିଂହଦେଓ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକ, ଶଶୀଭୂଷଣ ବେହେରା, ଭୂପିନ୍ଦର ସିଂଙ୍କ ଭଳି ନେତା ଆଜି ଶଙ୍ଖ ଭବନରେ ଅନୁପସ୍ଥିତ ଥିଲେ । ସେହିଭଳି ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ନିରଞ୍ଜନ ବିଶି ଏବଂ ସୁଲତା ଦେଓଙ୍କୁ ଦେଖିବାକୁ ମିଳି ନ ଥିଲା ।

 

Previous Post

ସମସ୍ତଙ୍କର ଅତିପ୍ରିୟ ‘ରତି ଭାଇ’ ଚାଲିଗଲେ

Next Post

ଯାତ୍ରା ମନୋରଞ୍ଜନ – ଦର୍ଶକ ହିଁ ଭଗବାନ!

Next Post
ଯାତ୍ରା ମନୋରଞ୍ଜନ – ଦର୍ଶକ ହିଁ ଭଗବାନ!

ଯାତ୍ରା ମନୋରଞ୍ଜନ - ଦର୍ଶକ ହିଁ ଭଗବାନ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA