Wednesday, April 29, 2026 02:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସମସ୍ତଙ୍କର ଅତିପ୍ରିୟ ‘ରତି ଭାଇ’ ଚାଲିଗଲେ

by Our Correspondent
19 Apr, 2025- 02:20 PM
in Latest News, News
1 min read
0
ସମସ୍ତଙ୍କର ଅତିପ୍ରିୟ ‘ରତି ଭାଇ’ ଚାଲିଗଲେ

ଭୁବନେଶ୍ୱର: ଓଡ଼ିଶା ସାମ୍ବାଦିକ ଜଗତରେ ସମସ୍ତଙ୍କର ଅତି ପ୍ରିୟ ‘ରତି ଭାଇ’ ଆଉ ଇହ ଜଗତରେ ନାହାନ୍ତି । ଏହି ବରିଷ୍ଠ ତଥା ଲୋକପ୍ରିୟ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କର ୭୦ ବର୍ଷରେ ଆଜି ପରଲୋକ ହୋଇଯାଇଛି । ପତ୍ନୀ ସିପ୍ରା ମହାନ୍ତି ଏବଂ ଦୁଇ ଝିଅଙ୍କୁ ଛାଡ଼ି ସେ ଦୁନିଆରୁ ବିଦାୟ ନେଇଛନ୍ତି । କିଛି ବର୍ଷ ହେଲା ସେ ଅସୁସ୍ଥ ଥିଲେ । ଏକ ଘରୋଇ ହସ୍ପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ବିୟୋଗ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅତି ସରଳ, ସ୍ନେହୀ, ଭଦ୍ର ଏବଂ ମାର୍ଜିତ ସ୍ୱଭାବର ରତିକାନ୍ତ ମହାନ୍ତି ଦୈନିକ ଖବରକାଗଜ ଦିନଲିପି ରେ ଜଣେ ସାମ୍ବାଦିକ ଭାବେ କ୍ୟାରିୟର୍ ଆରମ୍ଭ କରିଥିଲେ । ଦକ୍ଷତା, ନୈତିକତା ଏବଂ ନିର୍ଭିକତା ପାଇଁ ଖୁବ କମ ଦିନରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଖବରର ଗଭୀରତାକୁ ଯାଇ ସୂକ୍ଷ୍ମ ଅନୁଶୀଳନରେ ତାଙ୍କର ସ୍ୱତନ୍ତ୍ର ପରିଚୟ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ଦୈନିକ ଖବରକାଗଜ ପର୍ଯ୍ୟବେକ୍ଷକ ରେ ଯୋଗଦେଇଥିଲେ । ତାଙ୍କ ଖବରଗୁଡ଼ିକରେ ସମାଜରେ ଅବହେଳିତ ବର୍ଗର ସ୍ୱରକୁ ସେ ଅତି ନିଖୁଣ ଭାବରେ ଉପସ୍ଥାପନ କରୁଥିଲେ । ଉଭୟ ରାଜନୀତି ଏବଂ ସାମାଜିକ କ୍ଷେତ୍ରର ତାଙ୍କର ବିଚକ୍ଷଣ ଦଖଲ ଥିଲା । ଏହି ଯାତ୍ରାରେ ସେ ଇଂରାଜୀ ଖବରକାଗଜ ଦ ଏସିଆନ୍ ଏଜ୍ ରେ ଯୋଗ ଦେଇ ଜାତୀୟ ସ୍ତରରେ ମଧ୍ୟ ଖ୍ୟାତି ଅର୍ଜନ କରିଥିଲେ । କ୍ୟାରିଅରର ଶେଷ ପର୍ଯ୍ୟାୟରେ ହିନ୍ଦୁସ୍ଥାନ ସମାଚାର ସହ ସେ ଜଡ଼ିତ ରହି ନିଜର ଉତ୍କର୍ଷତା ପ୍ରଦର୍ଶନ କରିଥିଲେ ।

ସେ କେବଳ ଯେ ଜଣେ ଭଲ, ନିର୍ଭିକ, ସଚ୍ଚୋଟ ଏବଂ ଉଚ୍ଚକୋଟିର ସାମ୍ବାଦିକ ଥିଲେ, ତାହା ନୁହେଁ । ନିଜର ଆଚାର ବ୍ୟବହାର ଏବଂ ସ୍ନେହବୋଳା କଥାରେ ସମସ୍ତଙ୍କୁ ଆପଣାର କରିପାରୁଥିବା ଜଣେ ଭଲ ମଣିଷ ଥିଲେ । କାହାର ଦୁଃଖ କି ଅନ୍ୟାୟ ଅତ୍ୟାଚାରକୁ ସେ ସହିପାରୁ ନ ଥିଲେ । ସାମ୍ବାଦିକ ଭାବେ ତାଙ୍କ ମନରେ ବଡ଼ ସାନ ଭେଦଭାବ ନ ଥିଲା । ଯୁବ ସାମ୍ବାଦିକଙ୍କ ସହ ସେ ସାଙ୍ଗ ଭଳି ବ୍ୟବହାର କରୁଥିଲେ ଏବଂ ସମସ୍ତଙ୍କୁ ସ୍ନେହ ଓ ସମ୍ମାନ ଦେଉଥିଲେ । ଗୋଟିଏ ବଡ଼ ଖବରକୁ ଅତି ସରଳ ଓ ସାବଲୀଳ ଭାବେ କେମିତି ଲେଖିବାକୁ ହୁଏ ତାହା ବୁଝାଇ ଦେଉଥିଲେ । ତାଙ୍କର ପରାମର୍ଶ ସମସ୍ତଙ୍କ ପାଇଁ ମୂଲ୍ୟବାନ ଥିଲା । ସବୁ ବର୍ଗର ସାମ୍ବାଦିକମାନଙ୍କ ପାଇଁ ସେ ଥିଲେ ଗାଇଡ୍ । ବିଧାନସଭା ରିପୋର୍ଟିଂ ବେଳେ ସେ ଯୁବ ସାମ୍ବାଦିକମାନଙ୍କର ଦ୍ୱନ୍ଦ ଦୂର କରୁଥିଲେ ।

ରତିକାନ୍ତ ମହାନ୍ତିଙ୍କ ମୃତ୍ୟୁ ଓଡ଼ିଶା ସାମ୍ବାଦିକ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଆଣିଛି । ତାଙ୍କ ବିୟୋଗ ସାମ୍ବାଦିକମାନଙ୍କୁ ଦାରୁଣ ଦୁଃଖ ଦେଇଛି । ୟୁନିଟ୍-୩ ସ୍ଥିତ ବାସଭବନରେ ତାଙ୍କର ଶେଷ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥିଲା ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ୍ ଜଣାଶୁଣା ଥିଲେ । ତାଙ୍କର ଦୀର୍ଘ ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱଗତ ମହାନ୍ତି ତାଙ୍କର ବୃତ୍ତିସହ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ ଥିଲେ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଦକ୍ଷତା ଓ ନିଷ୍ଠା ଅତୁଳନୀୟ ଥିଲା । ତାଙ୍କର ବିୟୋଗରେ ଆମେ ଜଣେ ଆଦର୍ଶ ସାମ୍ବାଦିକ ଓ ଭଲ ମଣିଷଙ୍କୁ ହରାଇଲୁ । ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦଗତି କାମନା କରୁଛି ।

Previous Post

ଅଚ୍ୟୁତ ସାମନ୍ତଙ୍କୁ ଗୁରୁଦେବ କାଳୀଚରଣ ବ୍ରହ୍ମା ପୁରସ୍କାର ୨୦୨୫

Next Post

ନବୀନ ପୁଣି ବିଜେଡି ସଭାପତି

Next Post
ନବୀନ ପୁଣି ବିଜେଡି ସଭାପତି

ନବୀନ ପୁଣି ବିଜେଡି ସଭାପତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA