Tuesday, May 26, 2026 03:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁଣି ପାଣ୍ଡିଆନ୍-ବବି ଖେଳ!

ଅନ୍ଧାର ଆଡକୁ ବିଜେଡିର ଭବିଷ୍ୟତ!!

by Our Correspondent
22 Apr, 2025- 10:13 PM
in Latest News, News, Politics
1 min read
0
ପୁଣି ପାଣ୍ଡିଆନ୍-ବବି ଖେଳ!

ଭୁବନେଶ୍ୱର: ପାଣ୍ଡିଆନ୍ ଏବଂ ବବିଙ୍କ ପାଇଁ ବିଜେଡି ହାରିଲା ଏହା ସମସ୍ତେ ସ୍ୱୀକାର କରିବେ । ଏମାନଙ୍କୁ ନ ତଡ଼ିଲେ ବିଜେଡି ଆଉ ଉଧେଇବନି ବୋଲି ସମସ୍ତେ ଏକମତ । ମାତ୍ର ବିଡ଼ମ୍ବନା ହେଉଛି ଯେ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ମୋହ ସେଇ ଦୁଇଜଣଙ୍କ ଉପରୁ ତୁଟୁନାହିଁ । ବରଂ ପାଣ୍ଡିଆନଙ୍କ ପାଇଁ ଖୋଲାଖୋଲି ଭାବେ ଓକିଲାତି କରିଛନ୍ତି । ରାଜ୍ୟ ଓ ଦଳ ପାଇଁ ପାଣ୍ଡିଆନ ବହୁତ ଭଲ କାମ କରିଛନ୍ତି ବୋଲି ସାର୍ଟିଫିକେଟ୍ ଦେବା ସହ ୧୦ ମାସ ତଳୁ ସେ ବିଜେଡିରେ ନାହାନ୍ତି ଏବଂ କୌଣସି ଦଳୀୟ କାର୍ଯ୍ୟରେ ସଂଶ୍ଲିଷ୍ଟ ନାହାନ୍ତି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି । ଅବଶ୍ୟ ନବୀନଙ୍କର ଏହି କଥାକୁ କେହି ବିଶ୍ୱାସ କରୁନାହାନ୍ତି । ପାଣ୍ଡିଆନ୍ ଅଦୃଶ୍ୟରେ ରହି ଦଳକୁ ପୂର୍ବଭଳି ପରିଚାଳନା କରୁଛନ୍ତି ବୋଲି ସମସ୍ତଙ୍କର ହୃଦବୋଧ ହେଉଛି । ଖାଲି ସେତିକି ନୁହେଁ, ନବୀନଙ୍କ ଆଶୀର୍ବାଦ ଅତୁଟ ଥିବାରୁ କ୍ରୀତଦାସ ମାର୍କା ବବି ଦାସ ମଧ୍ୟ ତାଙ୍କ ପୂର୍ବ ଭୂମିକାକୁ ଫେରିଛନ୍ତି । ପାଣ୍ଡିଆନ୍ ଅଦୃଶ୍ୟରେ ଥିବା ବେଳେ ବବି ସାମନାକୁ ଆସି ଖେଳ ଆରମ୍ଭ କରିଛନ୍ତି । ପାଣ୍ଡିଆନ୍-ବବି ଯୋଡ଼ି ନୂଆ ସଂସ୍କରଣର ପ୍ରଥମ ଚାଲ୍ ହୋଇଛି ସେମାନେ ଖାଇଥିବା ପଣସର ଅଠା ବୋଳାଯିବ ଦଳର ଆଗଚାଲିଆ ନେତାଙ୍କ ଉପରେ । ବିଜେଡି ନେତା ଓ କର୍ମୀଙ୍କ ଆଗରେ ଦେବୀ-ଅରୁଣ-ଅତନୁ-ସଞ୍ଜୟ-ପ୍ରତାପ ଦେବ-ପ୍ରତାପ ଜେନା ହେବେ ଭିଲେନ୍ ।

ବିଜେଡିର ସଭାପତି ନିର୍ବାଚନକୁ ୩ ଦିନ ବିତିଗଲା । ଅଥଚ ଦଳର ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା ହୋଇପାରିଲା ନାହିଁ । ସାଧାରଣତଃ ସଭାପତି ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ହେବା କଥା । ରାଜ୍ୟ ପରିଷଦ ବୈଠକରେ କାର୍ଯ୍ୟକାରିଣୀ କମିଟି ସଦସ୍ୟମାନଙ୍କ ନିର୍ବାଚନ ହେଲା ପରେ ଯାଇ ସଭାପତି ନିର୍ବାଚନ କରାଯିବା କଥା । କିନ୍ତୁ ଏଥର ସିଧାସଳଖ ସଭାପତି ନିର୍ବାଚନ ହୋଇଗଲା । ୩୫୫ ଜଣିଆ ରାଜ୍ୟ ପରିଷଦ ଏବଂ ୮୧ ଜଣିଆ କାର୍ଯ୍ୟକାରିଣୀ ତାଲିକା ନବୀନ ନିବାସରୁ ଏ ପର୍ଯ୍ୟନ୍ତ ଘୋଷଣା ହୋଇପାରିଲା ନାହିଁ ।

ଏହି ତାଲିକା ଘୋଷଣା ନ ହେବାର କାରଣ ହୋଇପାରେ ବିଦ୍ରୋହକୁ ସାମନା କରିବାର ଡ଼ର । ତେବେ ରାଜ୍ୟ ପରିଷଦର ସମ୍ଭାବ୍ୟ ତାଲିକାରେ କେଉଁମାନେ ସ୍ଥାନ ପାଇନାହାନ୍ତି ତାହା ୧୯ ତାରିଖ ଶଙ୍ଖଭବନ କାର୍ଯ୍ୟକ୍ରମରୁ ଏକପ୍ରକାର ବାରି ହୋଇଯାଉଛି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକ, ଶଶୀଭୂଷଣ ବେହେରାଙ୍କ ଭଳି ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ଟାଣୁଆ ଯୁବନେତା ଅମରେଶ ଜେନା, ବିରଞ୍ଚି ନାରାୟଣ ମହାସୂପକାରଙ୍କ ପର୍ଯ୍ୟନ୍ତ ନେତାଙ୍କୁ ସେଦିନ ଶଙ୍ଖଭବନ କାର୍ଯ୍ୟକ୍ରମକୁ ଡକା ଯାଇ ନ ଥିଲା । ତେଣୁ ସେମାନେ ତାଲିକାରେ ନାହାନ୍ତି ବୋଲି ସ୍ୱାଭାବିକ ଭାବେ ଧରି ନିଆଯାଉଛି ।

ଯଦି ବରିଷ୍ଠ ଓ ପ୍ରଭାବୀ ନେତାମାନଙ୍କୁ ଦଳର ଦୁଇ ଶୀର୍ଷ ତାଲିକାରୁ ବାଦ୍ ଦିଆଯାଇଛି ତେବେ ଏହାର ପ୍ରସ୍ତୁତିକର୍ତ୍ତା କିଏ? କ’ଣ ପାଇଁ ଦଳ ସେମାନଙ୍କୁ ଅଲୋଡ଼ା କରିବାକୁ ଚାହିଁଛି? ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଉପରେ ନଜର ରଖୁଥିବା ସମସ୍ତଙ୍କର ଦୃଢ଼ ବିଶ୍ୱାସ ଯେ ଏହି ତାଲିକା ପାଣ୍ଡିଆନ୍-ବବିଙ୍କ ଛଡ଼ା କେହି କରି ନ ଥିବେ । ନବୀନ ବାବୁ କେବଳ ଦସ୍ତଖତ କରିବା ଲୋକ ।

ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ସଞ୍ଜୟ ଦାସବର୍ମା, ପ୍ରତାପ ଦେବ ଏବଂ ପ୍ରତାପ ଜେନା ଗତକାଲି ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିବା ଓ ନିର୍ଦ୍ଦିଷ୍ଟ ଭାବେ ରାଜ୍ୟ ପରିଷଦ ଏବଂ କାର୍ଯ୍ୟକାରିଣୀ ତାଲିକାରେ ପୁରୁଖା ଏବଂ ଅନୁଭବୀ ନେତାଙ୍କୁ ସ୍ଥାନ ଦେବା ପାଇଁ ଅନୁରୋଧ କରିବା ପରେ ଏହା ଅଧିକ ସ୍ପଷ୍ଟ ହେଉଛି । ଏହି ଟିମ୍ ରେ ପ୍ରଣବ ପ୍ରକାଶ(ବବି ଦାସ) ଥିଲେ ମଧ୍ୟ ଆଲୋଚନା ବେଳେ କରଛଡ଼ା ଦେଇଥିବା ଜଣାପଡ଼ିଛି ।

ନବୀନଙ୍କ ସହ ଆଲୋଚନା ବେଳେ କିଛି ନେତା ନିର୍ବାଚନ ପରାଜୟ ପାଇଁ ପାଣ୍ଡିଆନଙ୍କ ନାଁ ମନେ ପକାଇବାକୁ ସାହାସ କରିଥିବା ଜଣାପଡ଼ିଛି । ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଶଶୀଭୂଷଣ ବେହେରାଙ୍କ ଭଳି ନେତାଙ୍କୁ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି ସେମାନେ ନବୀନଙ୍କୁ ରୋକଠୋକ୍ କହିଥିଲେ । ଏହା ହେଲେ ଦଳରେ ଅସନ୍ତୋଷ ତୀବ୍ର ହେବ ବୋଲି ମଧ୍ୟ ଜଣାଇ ଦେଇଥିଲେ ।

ଦୀର୍ଘ ଅଧଘଣ୍ଟା ଧରି ନବୀନ ବାବୁ ମନଧ୍ୟାନ ସହକାରେ ଏହି ନେତାମାନଙ୍କ କଥା ଶୁଣିଥିଲେ ବୋଲି ଜଣାପଡ଼ିଛି ।

ଖାଲି ଏମାନେ ନୁହଁନ୍ତି ସମସ୍ତଙ୍କୁ ସାଙ୍ଗରେ ନେଇ ଦଳ ଚଳେଇବାକୁ ଅଧିକାଂଶ ନେତା ନବୀନ ବାବୁଙ୍କ ଉପରେ ଚାପ ପକାଇବାକୁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ମାତ୍ର ନବୀନ ବାବୁ କିନ୍ତୁ ଅବିଚଳିତ । ପାଣ୍ଡିଆନ ପ୍ରୀତିରୁ ସେ ନିଜକୁ ଦୂରେଇ ପାରିବେ ନାହିଁ ବୋଲି ଦଳରେ ଗୁଞ୍ଜରଣ ବରଂ ଅଧିକ ହୋଇଛି । ପାଣ୍ଡିଆନଙ୍କ ପ୍ରତି ନବୀନଙ୍କର ଏହି ସମର୍ପଣ ଭାବ ଦଳକୁ ରସାତଳଗାମୀ କରୁଥିବା ବେଳେ ପାଣ୍ଡିଆନ୍-ବବିଙ୍କ ହାତରେ ଠୁଳ ବିଜେଡି ପାଣ୍ଠି ସେମାନଙ୍କୁ ଅମାପ ଶକ୍ତି ଦେଇଛି । ଯେଉଁ ଭୁଲ୍ ପାଇଁ ବିଜେଡିର ପରାଜୟ ହେଲା ସେହି ଭୁଲ୍ କୁ ସୁଧାରିବା ବଦଳରେ ତାଙ୍କୁ ବିରୋଧ କରୁଥିବା ନେତାଙ୍କୁ ସଫା କରିବାକୁ ଆତ୍ମଘାତୀ ଯୋଜନା ହୋଇଛି ।

ନବୀନଙ୍କ କ୍ଷମତା ଅପହରଣ କରିନେଇଥିବା ଏହି ପାୱାରଫୁଲ୍ ଯୋଡି ଦେବୀ, ଅରୁଣ, ଅତନୁ, ସଞ୍ଜୟ ଏବଂ ଦୁଇ ପ୍ରତାପଙ୍କ କାନ୍ଧରୁ ବନ୍ଧୁକ ଫୁଟାଇବାକୁ ଯୋଜନା କରିଥିବା ଭଳି ଆଉ ଏକ ସାଂଘାତିକ ତଥ୍ୟ ସାମନାକୁ ଆସିଛି । ଏହି ବରିଷ୍ଠମାନଙ୍କ ନାଁରେ ସବୁ ଦୋଷ ତ୍ରୁଟି ଢ଼ାଳିବାକୁ ଚାଲ୍ ଖେଳାଯାଇଛି । ରାଜ୍ୟ ପରିଷଦ ଏବଂ କାର୍ଯ୍ୟକାରିଣୀ ତାଲିକା ପ୍ରସ୍ତୁତିରେ ସେମାନଙ୍କର କାଣିଚାଏ ଭୂମିକା ନ ଥିଲା ବେଳେ ସେମାନଙ୍କ ମୁଣ୍ଡରେ କିନ୍ତୁ ଅଠା ବୋଳିବାକୁ ଉଦ୍ୟମ ହୋଇଛି । ସେମାନଙ୍କୁ ପାଣ୍ଡିଆନ୍ ସପକ୍ଷବାଦୀ ଭାବେ ଚିତ୍ରଣ କରାଯାଇଛି । ଏହାଦ୍ୱାରା ଦଳ ଭିତରେ ସେମାନଙ୍କୁ ଆକ୍ରୋଶର ଶିକାର ହେବାକୁ ଠେଲି ଦିଆଯାଇଛି ।

ପାଣ୍ଡିଆନ୍-ବବି ଯୋଡିର ଆଉ ଏକ ସାଂଘାତିକ ଚାଲ୍ ରେ ମଧ୍ୟ ଫସିଛନ୍ତି ଦେବୀ-ଅରୁଣ-ଅତନୁ-ସଞ୍ଜୟ-ପ୍ରତାପ ଗୋଷ୍ଠୀ । ଯାହାଙ୍କ ବିରୋଧରେ ଯାହା କହିବା କଥା ସେମାନେ ଏହି ଗୋଷ୍ଠୀକୁ ଚାଳନା କରୁଛନ୍ତି ।

ଖୋଦ୍ ନବୀନ ପଟ୍ଟନାୟକ ସେମାନଙ୍କୁ ଫୋନ୍ କରି ମିଡିଆରେ ବିବୃତ୍ତି ରଖିବାକୁ ନିର୍ଦ୍ଦେଶ ଦେଉଛନ୍ତି । ସ୍କ୍ରିପ୍ଟ ନବୀନ ନିବାସ ଅଦୃଶ୍ୟରୁ ଦିଆଯାଉଛି । ନବୀନଙ୍କ ନିର୍ଦ୍ଦେଶରେ ଏହି ବରିଷ୍ଠ ନେତାମାନେ ବିଚାରା କାନମୁଣ୍ଡା ଆଉଁସି କ୍ୟାମେରା ସାମନାକୁ ଆସୁଛନ୍ତି । ଷଣ୍ଢକୁ କୁକୁର ବୋଲି ଛେପ ଢ଼ୋକି କହିବାକୁ ବାଧ୍ୟ ହେଉଛନ୍ତି ।

ଏଭଳି ଅବସ୍ଥାରେ ଗତି କରୁଥିବା ବିଜେଡିର ଭବିଷ୍ୟତ କ’ଣ ତାହାକୁ ନେଇ ଏବେ ହଜାରେ ପ୍ରଶ୍ନ ।

Previous Post

ଆସନ୍ତାକାଲିଠାରୁ ସ୍କୁଲ ପିଲାଙ୍କ ଖରା ଛୁଟି

Next Post

ଗୌହାଟୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପ୍ରଧ୍ୟାପକ ପଦବୀ ଖାଲି – କିଏ କରୁଛି ଚକ୍ରାନ୍ତ?

Next Post
ଗୌହାଟୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପ୍ରଧ୍ୟାପକ ପଦବୀ ଖାଲି – କିଏ କରୁଛି ଚକ୍ରାନ୍ତ?

ଗୌହାଟୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପ୍ରଧ୍ୟାପକ ପଦବୀ ଖାଲି - କିଏ କରୁଛି ଚକ୍ରାନ୍ତ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA