Sunday, May 10, 2026 07:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗୌହାଟୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପ୍ରଧ୍ୟାପକ ପଦବୀ ଖାଲି – କିଏ କରୁଛି ଚକ୍ରାନ୍ତ?

by Our Correspondent
23 Apr, 2025- 10:20 AM
in Latest News, News
1 min read
0
ଗୌହାଟୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପ୍ରଧ୍ୟାପକ ପଦବୀ ଖାଲି – କିଏ କରୁଛି ଚକ୍ରାନ୍ତ?

ଭୁବନେଶ୍ୱର: ଆସାମ ସରକାରଙ୍କ ନିୟନ୍ତ୍ରଣାଧିନ ଗୌହାଟୀ ବିଶ୍ୱବିଦ୍ୟାଳୟରେ ଆଧୁନିକ ଭାରତୀୟ ଭାଷା ଓ ସାହିତ୍ୟ ଅଧ୍ୟୟନ ବିଭାଗରେ ଓଡ଼ିଆ ବିଷୟ ଅଧ୍ୟାପନା ନିମନ୍ତେ ୟୁଜିସି ମଞ୍ଜୁରୀ ପ୍ରାପ୍ତ ଓଡ଼ିଆ ସହକାରୀ ପ୍ରାଧ୍ୟାପକ ପଦବୀ ଦୀର୍ଘ ଦିନରୁ ଖାଲି ଅଛି। ଯାହାଦ୍ୱାରା ଅନେକ ଆଗ୍ରହୀ ଏବଂ ମେଧାବୀ ଛାତ୍ର ଛାତ୍ରୀ ଓଡ଼ିଆ ଭାଷା ସାହିତ୍ୟ ବିଷୟରେ ଉଚ୍ଚ ଶିକ୍ଷା ଏବଂ ଗବେଷଣାରୁ ବଞ୍ଚିତ ହେଉଛନ୍ତି। ସେଠାରେ ଭାଷା ଓ ଆଞ୍ଚଳିକ ଭିତ୍ତିକ ଏକ ବଡ଼ ଚକ୍ରାନ୍ତ ଯୋଗୁଁ ଓଡ଼ିଆ ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ହେଇ ପାରୁ ନାହାଁନ୍ତି।

ଆସାମ ସରକାରଙ୍କ ନିୟନ୍ତ୍ରଣାଧିନ ଗୌହାଟୀ ବିଶ୍ୱବିଦ୍ୟାଳୟରେ ଆଧୁନିକ ଭାରତୀୟ ଭାଷା ଓ ସାହିତ୍ୟ ଅଧ୍ୟୟନ ବିଭାଗରେ ଓଡ଼ିଆ ବିଷୟ ଅଧ୍ୟାପନା ନିମନ୍ତେ ୟୁଜିସି ମଞ୍ଜୁରୀ ପ୍ରାପ୍ତ ଏହି ପଦବୀ ନିମନ୍ତେ ୧୯୯୫ ମସିହା ପୂର୍ବରୁ ଦୁଇ ଦୁଇ ଥର ବିଜ୍ଞାପନ ପ୍ରକାଶ ହୋଇଥିଲେ ମଧ୍ୟ ଉପଯୁକ୍ତ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ଅଭାବରୁ ସେହି ପଦବୀ ପୂରଣ ହୋଇପାରି ନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଡକ୍ଟର ଜ୍ୟୋତ୍ସ୍ନା ବିଶ୍ୱାଳ ରାଉତ ତା ୭.୪.୧୯୯୫ ରିଖରେ ଗୌହାଟୀ ବିଶ୍ୱବିଦ୍ୟାଳୟ ଆଧୁନିକ ଭାରତୀୟ ଭାଷା ଓ ସାହିତ୍ୟ ଅଧ୍ୟୟନ ବିଭାଗରେ ଓଡ଼ିଆ ବିଷୟ ଅଧ୍ୟାପନା ନିମନ୍ତେ ଅଧ୍ୟାପକ ଭାବେ ଯୋଗଦେଇଥିଲେ ଏବଂ ଦୀର୍ଘ ୩୦ ବର୍ଷ ନିରନ୍ତର ଅଧ୍ୟାପନା ସେବା ପରେ ତା ୨୮.୦୨.୨୦୨୫ ରିଖରେ ସେହି ବିଭାଗରୁ ଓଡ଼ିଆ ପ୍ରଫେସର ଭାବେ ଅବସର ଗ୍ରହଣ କରିସାରିଛନ୍ତି। ଏହି ପଦବୀ ୟୁଜିସି ମଞ୍ଜୁରୀ ପ୍ରାପ୍ତ ପଦବୀ ଏବଂ ଦୀର୍ଘ ଦିନରୁ ଖାଲି ରହିଛି। ଓଡ଼ିଆ ସାହିତ୍ୟ ସହକାରୀ ପ୍ରାଧ୍ୟାପକ ପଦବୀରେ ନିଯୁକ୍ତି ନିମନ୍ତେ ଗୌହାଟୀ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଜ୍ଞାପନ ପ୍ରକାଶ କରାଯାଇ ନାହିଁ କି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହାଦ୍ୱାରା ଶତାଧିକ ଆଗ୍ରହୀ ମେଧାବୀ ଛାତ୍ର ଛାତ୍ରୀ ଓଡ଼ିଆ ଭାଷା ସାହିତ୍ୟରେ ଉଚ୍ଚଶିକ୍ଷା ଏବଂ ଉଚ୍ଚତର ଗବେଷଣାରୁ ବଞ୍ଚିତ ହେଉଥିବା କଥା ବିଭିନ୍ନ ଗଣମାଧ୍ୟମ ଆଗରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆସାମରେ ଓଡ଼ିଆ ଜନସଂଖ୍ୟା କଥା ଦେଖିଲେ, ସେଠାରେ ସ୍ଥାୟୀ ଭାବେ ୪୫ ଲକ୍ଷ ଓଡ଼ିଆ ବସବାସ କରୁଛନ୍ତି। ଯେଉଁମାନେ ସେଠାରେ କେନ୍ଦ୍ରସରକାରଙ୍କ ବିଭିନ୍ନ ବିଭାଗରେ, ଘରୋଇ ବ୍ୟବସାୟିକ ପ୍ରତିଷ୍ଠାନରେ, ବିଭିନ୍ନ ଚା ବଗିଚା ଓ କମ୍ପାନୀ ମାନଙ୍କରେ ଏବଂ ଅନେକ ଓଡ଼ିଆ ମଧ୍ୟ ବିଭିନ୍ନ ବ୍ୟବସାୟ ଇତ୍ୟାଦି କରି ସ୍ଥାୟୀ ଭାବରେ ବସବାସ କରୁଛନ୍ତି। ତେଣୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ସାହିତ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣାରୁ ବଞ୍ଚିତ କରିବାପାଇଁ ଏକ ପ୍ରକାର ପ୍ରାଶାସନିକ ଷଡ଼ଯନ୍ତ୍ର ଚାଲିଛି। ଏମିତି କି ଆସାମର ଅହମିୟା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା ନିମନ୍ତେ ବିଶେଷ ଆଗ୍ରହ ରହିଛି। ଉଦାହରଣ ସ୍ୱରୂପ ବର୍ତ୍ତମାନ ସମୟରେ ମଧ୍ୟ ଆସାମର ଜଣେ ଅହମିୟା ଛାତ୍ରୀ “ଲିମ୍ପି ସାଇକିଆ” ଓଡ଼ିଆ ଭାଷା ଓ ସାହିତ୍ୟ ଡିପ୍ଲୋମା ପାଠ୍ୟକ୍ରମରେ ନାମ ଲେଖେଇଛନ୍ତି, କିନ୍ତୁ ବିଡ଼ମ୍ବିନା ଯେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ନାମ ଲେଖେଇଦେଇ ଚୁପଚାପ୍ ବସିଛନ୍ତି, ପାଠ ପଢ଼େଇବାକୁ ପ୍ରାଧ୍ୟାପକ ନିଯୁକ୍ତି ନିମନ୍ତେ କୌଣସି ପଦକ୍ଷେପ ନେଉନାହାଁନ୍ତି। ଆଞ୍ଚଳିକ ଭାଷା ରାଜନୀତିରେ ଲିପ୍ତ ଖଳ ପ୍ରକୃତିର କିଛି ସ୍ଥାନୀୟ ଚକ୍ରାନ୍ତକାରୀଙ୍କ ଚାପ ଆଗରେ ଗୌହାଟୀ ବିଶ୍ୱବିଦ୍ୟାଳୟ ପ୍ରଶାସନ ଅସହାୟତା ପ୍ରକାଶ କରୁଥିବା କଥା ସେଠାରେ ଛାତ୍ରଛାତ୍ରୀ ମାନେ ଆଲୋଚନା କରୁଛନ୍ତି।

ଆଗ୍ରହୀ ଏବଂ ମେଧାବୀ ଓଡ଼ିଆ ଭାଷା ସାହିତ୍ୟ ଛାତ୍ର ଛାତ୍ରୀଙ୍କ ସ୍ୱାର୍ଥ ଏବଂ ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ, ଗୌହାଟୀ ବିଶ୍ୱବିଦ୍ୟାଳୟରେ ଏହି ୟୁଜିସି ମଞ୍ଜୁରୀ ପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ପଦବୀରେ ଅତି ଶୀଘ୍ର ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବାକୁ ଗୌହାଟୀ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଏବଂ ଆସାମ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଉପରେ ଚାପ ପକେଇବା ପାଇଁ, ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବଭାଗ ଜରୁରୀ ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ୟଥା ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ମାନେ ରାଜରାସ୍ତାରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଖୋଲାଖୋଲି ଆମ ଗଣମାଧ୍ୟମ ଆଗରେ କହିଛନ୍ତି।

(ଗୋପାଳ ଚନ୍ଦ୍ର ସାହୁଙ୍କ ରିପୋର୍ଟ)

Previous Post

ପୁଣି ପାଣ୍ଡିଆନ୍-ବବି ଖେଳ!

Next Post

ହାଇକୋର୍ଟ ଛାଟ: ବିଏମସି ଉଚ୍ଛେଦକୁ ଗ୍ରୀନ୍ ସିଗନାଲ୍

Next Post
ହାଇକୋର୍ଟ ଛାଟ: ବିଏମସି ଉଚ୍ଛେଦକୁ ଗ୍ରୀନ୍ ସିଗନାଲ୍

ହାଇକୋର୍ଟ ଛାଟ: ବିଏମସି ଉଚ୍ଛେଦକୁ ଗ୍ରୀନ୍ ସିଗନାଲ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA