Monday, May 25, 2026 04:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆହୁରି ଆକର୍ଷଣୀୟ ହେବ ମଧୁବାବୁଙ୍କ ଜନ୍ମପୀଠ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

by Our Correspondent
28 Apr, 2025- 11:10 PM
in Latest News, News
1 min read
0
ଆହୁରି ଆକର୍ଷଣୀୟ ହେବ ମଧୁବାବୁଙ୍କ ଜନ୍ମପୀଠ

ଭୁବନେଶ୍ୱର: ମଧୁବାବୁ ଥିଲେ ଓଡ଼ିଶାର ପ୍ରଥମ ସ୍ୱପ୍ନଦ୍ରଷ୍ଟା, ଯିଏ ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନକୁ ଜାଗ୍ରତ କରିଥିଲେ। ମଧୁବାବୁଙ୍କ ଦେହାବସାନ ପରେ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇ ତାଙ୍କର ସ୍ୱପ୍ନ ସାକାର ହୋଇଥିଲା। ୨୦୩୬ରେ ଗଠନ ହେବ ସମୃଦ୍ଧ ଓଡ଼ିଶା। ସେତେବେଳେ ମଧୁବାବୁଙ୍କ ଆଉ ଏକ ସ୍ୱପ୍ନ ସାକାର ହେବ। ତାହାହିଁ ହେବ ଉତ୍କଳ ଗୌରବଙ୍କ ପ୍ରତି ଓଡ଼ିଆ ଜାତିର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ଅସ୍ମିତା ପାଇଁ ଆଜି ଆମେ ଗୌରବ ଅନୁଭବ କରୁଛୁ ତାର ମୂଳ ଉଦ୍ୟୋକ୍ତା ହେଉଛନ୍ତି ମଧୁବାବୁ। ସେ ଥିଲେ ସ୍ୱାଭିମାନୀ ପୁରୁଷ, ଓଡ଼ିଆ ଜାତିର ଗର୍ବ ଓ ଗୌରବର ପ୍ରତୀକ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ମଧୁବାବୁ ଥିଲେ ସବୁ କ୍ଷେତ୍ରରେ ପ୍ରଥମ। ସେ ଥିଲେ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍‍, ପ୍ରଥମ ଓଡ଼ିଆ ବିଦେଶ ପଢ଼ୁଆ ଓକିଲ, ପ୍ରଥମ ଓଡ଼ିଆ ଶିଳ୍ପପତି… ଏମିତି ଅନେକ କ୍ଷେତ୍ରରେ ସେ ଥିଲେ ପ୍ରଥମ। ଓଡ଼ିଶାରେ ଏକ ନୂତନ ରାଜନୈତିକ ଚେତନା ସୃଷ୍ଟି କରି ଓଡ଼ିଆ ଜାତିର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା କରିବା ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେ ଯେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ମଧୁବାବୁ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନ ପାଇଁ ଏକାଧିକ ବାର ଲଣ୍ଡନ ଯାତ୍ରା କରି ବ୍ରିଟିଶ ସରକାରଙ୍କ ନିକଟରେ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଥିଲେ। ସମସ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ, କୁଟୀର ଶିଳ୍ପର ବିକାଶ ସହିତ କୃଷି, ବାଣିଜ୍ୟ, ଶିକ୍ଷା ସଂସ୍କୃତି ସବୁ କ୍ଷେତ୍ରରେ ଏକ ନୂତନ ଜାଗରଣ ସୃଷ୍ଟି କରିବା ପାଇଁ ଉତ୍କଳ ସମ୍ମିଳନୀ ଥିଲା ତାଙ୍କ ପାଇଁ ସବୁଠାରୁ ବଡ଼ ପ୍ଲାଟଫର୍ମ।

ବର୍ତ୍ତମାନର ସରକାର ପୂଜ୍ୟପୂଜା ପରମ୍ପରାରେ ବିଶ୍ୱାସ କରନ୍ତି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବ ସରକାର କେବଳ ଲୋକ ଦେଖାଣିଆ କାମ କରୁଥିଲେ। ଆଜି ରାଜ୍ୟ ସରକାର ଉତ୍କଳ ଦିବସକୁ ମଧୁବାବୁଙ୍କ ଜନ୍ମମାଟି ସତ୍ୟଭାମାପୁରରେ ପାଳନ କରି ପୂଜ୍ୟପୂଜା ପରମ୍ପରାକୁ ଏକ ନୂଆ ସ୍ତରକୁ ଆଣିଛନ୍ତି। ମଧୁବାବୁଙ୍କ ଜନ୍ମପୀଠକୁ ଓଡ଼ିଆ ଜାତୀୟତାର କେନ୍ଦ୍ରସ୍ଥଳ ଭାବେ ବିକଶିତ କରିବା ପାଇଁ କାମ ଆରମ୍ଭ ହୋଇଛି । ଜନ୍ମପୀଠର ବିକାଶ ପାଇଁ ୨୧ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଛି।

ସ୍ମତିପୀଠ ଓ ଜନ୍ମପୀଠର ବିକାଶ ପାଇଁ ଆହୁରି ଅଧିକ ଟଙ୍କା ବିନିଯୋଗ କରାଯିବ। ଏଥିପାଇଁ ଆଉ ଥରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ମଧୁବାବୁଙ୍କ ସ୍ମୃତି ସହିତ ଜଡ଼ିତ ଉତ୍କଳ ଟ୍ୟାନେରୀକୁ ଏକ କୀର୍ତ୍ତିସ୍ତମ୍ଭ ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମଗ୍ର ଓଡ଼ିଆ ଜାତି ପ୍ରତିଶୃତିବଦ୍ଧ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମଧୁବାବୁଙ୍କ ଜନ୍ମପୀଠରେ ଆମେ ଏଥିପାଇଁ ସଂକଳ୍ପ ନେଇଥିଲୁ । ଏବଂ ସେଥିପାଇଁ ତିନୋଟି ଶକ୍ତି- ଅସ୍ମିତା, ଉଚ୍ଚାଶା ଓ ଅବିଶ୍ରାନ୍ତ ଉଦ୍ୟମ ପ୍ରୟୋଗ କରିବା ପାଇଁ ଶପଥ ନେଇଥିଲୁ। ସବୁ ଜିନିଷ ଇଚ୍ଛାଶକ୍ତି ଉପରେ ନିର୍ଭର କରେ। ଅର୍ଥ ଥାଇପାରେ ବା ନଥାଇ ପାରେ, କିନ୍ତୁ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ହୋଇପାରିବ। ଆଜି ଓଡ଼ିଆ ଜାତି ସମସ୍ତେ ଏକମନ, ଏକପ୍ରାଣ ହୋଇ ମଧୁବାବୁଙ୍କ ଆଦର୍ଶରେ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ଏକ୍‍ଜୁଟ ହେଲେ ଓଡ଼ିଶା ନିଶ୍ଚିତ ଭାବରେ ଭାରତ ବର୍ଷର ଶ୍ରେଷ୍ଠ ରାଜ୍ୟ ଭାବେ ସୁନାମ ଅର୍ଜନ କରିବ ଏଥିରେ ସନ୍ଦେହ ନାହିଁ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସ୍ତମ୍ଭକାର ଦାଶ ବେନହୁର ଯୋଗଦେଇ କହିଥିଲେ ଯେ ମଧୁବାବୁଙ୍କୁ ସ୍ମରଣ କରିବା ଅର୍ଥ ହେଉଛି, ଓଡିଆ ଅସ୍ମିତା ଜାଗରଣକୁ ସ୍ମରଣ କରିବା। ଓଡିଆ ମାଟିରେ ଜନ୍ମ ନେଇଥିବା ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ବ ହେଉଛନ୍ତି ଉତ୍କଳଗୌରବ ମଧୁସୂଦନ। ଓଡିଆ ଅସ୍ଥିତ୍ବ ରକ୍ଷା ପାଇଁ ସେ ନିଜର ସର୍ବସ୍ବ ଜଳାଞ୍ଜଳି ଦେଇଥିଲେ। ଓକିଲାତି ପାଠକୁ ସେ ନିୟୋଜିତ କରିଥିଲେ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବାପାଇଁ। ଉତ୍କଳ ଟ୍ୟାନେରୀ, ଓଡିଶା ଆର୍ଟଓୟାର ଏବଂ ଉତ୍କଳ ସମ୍ମିଳନୀ ହେଉଛି ମଧୁବାବୁଙ୍କ ଜୀବନର ତିନୋଟି କୀର୍ତ୍ତିସ୍ତମ୍ଭ ବୋଲି ସେ କହିଥିଲେ ।

ଅନ୍ୟତମ ଅତିଥି ତଥା ଶ୍ୟାମାପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ଉପଦେଷ୍ଟା ଗୋଲକ ପ୍ରସାଦ ମହାପାତ୍ର କହିଥିଲେ ଯେ ମଧୁବାବୁଙ୍କ ଜୀବନ ବୃତ୍ତାନ୍ତ ଏବଂ ଓଡିଶା ପାଇଁ ଅବଦାନ ଅବିସ୍ମରଣୀୟ। ଓଡିଆ ଜାତିର ଉତ୍‌ଥାନ ପାଇଁ ସେ ସର୍ବଦା ଲଢେଇ ଜାରି ରଖିଥିଲେ । ଆଜି ଆମେ ଯଦି ଓଡିଆ ଜାତି, ଭାଷା, ସାହିତ୍ୟ ଓ ଅସ୍ମିତାକୁ ସୁରକ୍ଷିତ ରଖିପାରିବା ତେବେ ତାହା ହେବ ମଧୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

ଏକାମ୍ର ବିଧାୟକ ବାବୁ ସିଂହ କହିଥିଲେ ଯେ ଆମ ସରକାର ମଧୁବାବୁଙ୍କ କୀର୍ତ୍ତି ଓ ଅସ୍ମିତାକୁ ଆଗାମୀ ପିଢି ପାଖରେ ପହଞ୍ଚାଇବା ପାଇଁ ସମସ୍ତ ଉଦ୍ୟମ ଜାରି ରଖିବେ।

ସଭା ପରେ ଭୁବନେଶ୍ୱର ଲାବଣ୍ୟ ଥିଏଟର ପକ୍ଷରୁ ମଧୁବାବୁଙ୍କ ଅବଦାନ ସଂପର୍କିତ ନାଟକ ‘ନିଶୀଥ ସୂର୍ଯ୍ୟ’ ପରିବେଷଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କଳାକାର ଓ ନିର୍ଦ୍ଦେଶକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ସ୍ବାଗତ ଭାଷଣ ଦେଇଥିଲେ ଏବଂ ନିର୍ଦ୍ଦେଶକ ଦେବ ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଜୟ ଓଡ଼ିଶାର ରକ୍ତଦାନ ଅଭିଯାନ

Next Post

୩୦୦ ଦିନରେ ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି କ’ଣ ?

Next Post
୩୦୦ ଦିନରେ ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି କ’ଣ ?

୩୦୦ ଦିନରେ ଡବଲ ଇଞ୍ଜିନ ସରକାରଙ୍କ ଉପଲବ୍ଧି କ’ଣ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA