Saturday, June 6, 2026 08:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୁବନେଶ୍ୱରରେ ଜଳ ନିଷ୍କାସନ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ

by Our Correspondent
03 Jun, 2025- 09:10 PM
in Latest News, News
1 min read
0
ଭୁବନେଶ୍ୱରରେ ଜଳ ନିଷ୍କାସନ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ
Spread the love

ଭୁବନେଶ୍ୱର: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରରେ ଜଳ ନିଷ୍କାସନ ପରିସ୍ଥିତିର ସମୀକ୍ଷା କରିବା ସହିତ ବାସିନ୍ଦାଙ୍କ ପାଇଁ ଜଳବନ୍ଦୀମୁକ୍ତ ଏବଂ ସୁରକ୍ଷିତ ସହରାଞ୍ଚଳ ପରିବେଶ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର କମିସନର ରାଜେଶ ପ୍ରଭାକର ପାଟିଲ୍, ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଇଞ୍ଜିନିୟରମାନଙ୍କ ସହିତ ମନ୍ତ୍ରୀ କୃଷ୍ଣା ଟାୱାର ନିକଟରେ ଇସ୍କନ୍ ମନ୍ଦିର ସ୍ଥଳ, ଆୟୁର୍ବେଦିକ ହସ୍ପିଟାଲ ନିକଟ କଳିଙ୍ଗ ଷ୍ଟୁଡିଓ ସ୍କୋୟାର, ରାଜୀବ ନଗର, ଭୋଇ ନଗରରେ ଡ୍ରେନ୍ ନମ୍ବର ୯, ଡ୍ରେନ୍ ନମ୍ବର ୪ ଏବଂ ଏସ୍ପ୍ଲାନେଡ୍ ମଲ୍ ଏବଂ ଦୁର୍ଗା ମଣ୍ଡପ ନିକଟ ବମିଖାଲ ସମେତ ଅନେକ ଜଳବନ୍ଦୀ ଅଞ୍ଚଳ ଯାଞ୍ଚ କରିଛନ୍ତି ।

ମନ୍ତ୍ରୀ ପ୍ରମୁଖ ଏବଂ ଶାଖା ଡ୍ରେନେଜ୍ ଚ୍ୟାନେଲଗୁଡ଼ିକ ସମୀକ୍ଷା କରିଛନ୍ତି ଏବଂ ସଫେଇ କାର୍ଯ୍ୟରେ ଅବରୋଧ ଏବଂ ବିଳମ୍ବ ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ୍‌ରୁ ପଙ୍କ ଉଦ୍ଧାର ଏବଂ ସଫା କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମାନବସମ୍ବଳ ଏବଂ ଯନ୍ତ୍ରପାତି ନିୟୋଜିତ କରିବା ପାଇଁ ସେ ତୁରନ୍ତ ନିର୍ଦ୍ଦେଶ ଜାରି କରିଛନ୍ତି।

କ୍ଷେତ୍ର ପରିଦର୍ଶନ ପରେ, ଡକ୍ଟର ମହାପାତ୍ର ରାଜ୍ୟର ସାମଗ୍ରିକ ମୌସୁମୀ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ସମସ୍ତ ୧୧୫ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULBs) ସହିତ ଏକ ଭିଡିଓ କନଫରେନ୍ସିଂ କରିଥିଲେ। ମୁଖ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ପରିମଳ, ଡ୍ରେନେଜ୍ ପ୍ରସ୍ତୁତି, ରାଜସ୍ୱ ଆଦାୟ, ହୋଲ୍ଡିଂ ଟିକସ ସଂଗ୍ରହ ଏବଂ ବିଭାଗୀୟ ପଦକ୍ଷେପର “ଏକ ବର୍ଷ ପାଳନ” ପାଇଁ ପ୍ରସ୍ତୁତି ଯୋଜନା ଅନ୍ତର୍ଭୁକ୍ତ ଥିଲା।

ସମୀକ୍ଷା ସମୟରେ, ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଜଳବନ୍ଦୀ କିମ୍ବା ଜନସାଧାରଣଙ୍କ ଅସୁବିଧା ପାଇଁ ଯେକୌଣସି ତ୍ରୁଟି କିମ୍ବା ଅବହେଳା କଠୋର କାର୍ଯ୍ୟାନୁଷ୍ଠାନକୁ ଆମନ୍ତ୍ରଣ କରିବ। “ମୌସୁମୀ ସମୟରେ ନାଗରିକଙ୍କ ସୁରକ୍ଷା ଏବଂ ସୁବିଧା ଆଲୋଚନାଯୋଗ୍ୟ ନୁହେଁ, ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ପୌରସଂସ୍ଥାଗୁଡିକୁ ବିଭାଗ ଦ୍ୱାରା ଜାରି ମାନକ ମାର୍ଗ ଦର୍ଶିକା (SOPs) କଠୋର ଭାବରେ ପାଳନ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଆବଶ୍ୟକ ସ୍ଥଳେ ପୂର୍ଣ୍ଣ ସମର୍ଥନ ଯୋଗାଇ ଦିଆଯିବ ବୋଲି ଆଶ୍ୱାସନା ଦେଇଥିଲେ। “ଅଧିକାରୀମାନେ ସକ୍ରିୟ ରହିବା ସହିତ ଯେକୌଣସି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବା ଉଚିତ, ବୋଲି ସେ କହିଥିଲେ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ଓଡ଼ିଶାର ସମସ୍ତ ସହରାଞ୍ଚଳ ବାସିନ୍ଦାଙ୍କ ଜୀବନଧାରଣର ଗୁଣବତ୍ତା ଉନ୍ନତ କରିବା ଏବଂ ସହରାଞ୍ଚଳ ବନ୍ୟା ବିପଦକୁ କମ କରିବା ପାଇଁ ଦୃଢ଼ ପ୍ରସ୍ତୁତି ଏବଂ ସମୟୋଚିତ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ଧ୍ୟାନ ଦେଉଛି।

ବୈଠକରେ ପୌର ନିର୍ଦ୍ଦେଶକ ଦେବାଶିଷ ସିଂହ, ଅତରିକ୍ତ ସଚିବ ରବୀନ୍ଦ୍ର ସାହୁ, ସୌରେନ୍ଦ୍ର ରାଉରରାୟ ଓ ଦୁର୍ଗେଶ ନନ୍ଦିନୀ ସାହୁଙ୍କ ସମେତ ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।

Previous Post

ଦେବଗଡ଼ ପାଇଁ ୨୦୫ କୋଟିର ପ୍ରକଳ୍ପ

Next Post

୧୪ ବର୍ଷ ପରେ ବିଏମସି ହାତକୁ ଆସିବ ଜମି

Next Post
୧୪ ବର୍ଷ ପରେ ବିଏମସି  ହାତକୁ ଆସିବ ଜମି

୧୪ ବର୍ଷ ପରେ ବିଏମସି ହାତକୁ ଆସିବ ଜମି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA