Thursday, May 21, 2026 10:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୪ ବର୍ଷ ପରେ ବିଏମସି ହାତକୁ ଆସିବ ଜମି

ରିଭିଜନ୍ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

by Our Correspondent
03 Jun, 2025- 09:21 PM
in Latest News, News
1 min read
0
୧୪ ବର୍ଷ ପରେ ବିଏମସି  ହାତକୁ ଆସିବ ଜମି

ଭୁବନେଶ୍ୱର: ୧୪ ବର୍ଷର ନ୍ୟାୟିକ ଲଢ଼େଇରେ ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ବାଜି ମାରିଛି ଏବଂ ନିଜ ଜମିର ମାଲିକାନା ଶେଷରେ ଫେରିପାଇଛି। ଭୁବନେଶ୍ୱର ରିଭିଜନ୍ କୋର୍ଟରେ ଘାଟିକିଆ ମୌଜାରେ ଥିବା ବିଏମସିର ଏକ ରାସ୍ତାକୁ ନେଇ ଚାଲିଥିବା ମାମଲାର ରାୟ ପ୍ରକାଶ ପାଇଛି । କୋର୍ଟ ସମସ୍ତ ଆପତ୍ତି ଓ ଅଭିଯୋଗ ଶୁଣିବା ପରେ ରାୟ ଦେଇଛନ୍ତି ଓ ଦୀର୍ଘ ବର୍ଷ ହେବ ଅବରୋଧରେ ଥିବା ଘାଟିକିଆ ବାରମାଣସାହି ରାସ୍ତାଟି ବାସ୍ତବରେ ହେଉଛି ବିଏମସିର, ତେଣୁ ତାହା ଏବେ ଅବରୋଧ ମୁକ୍ତ ହେବାକୁ ଯାଉଛି ।

ଗତ ଏପ୍ରିଲ ୨୧ ତାରିଖରେ ଅତିରିକ୍ତ କମିଶନର ତଥା ରିଭିଜନ କୋର୍ଟ-୨ରେ ରାସ୍ତାକୁ ନେଇ ଚାଲିଥିବା ମାମଲାର ଅନ୍ତିମ ଶୁଣାଣି କରିଥିଲେ। ଉଭୟପକ୍ଷ ଓକିଲଙ୍କ ଯୁକ୍ତିକୁ କୋର୍ଟ ଶୁଣିବା ସହ ଜମି ମାମଲାର ସମସ୍ତ ତଥ୍ୟ, ପ୍ରମାଣ ଓ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ଏବଂ ରାୟ ସଂରକ୍ଷିତ ରଖିଥିଲେ । ସେହି ରାୟ ଓପନ୍ କୋର୍ଟରେ ଶୁଣାଇବା ପାଇଁ ସୋମବାର ଲିଷ୍ଟିଂ ହୋଇଥିଲା । ଆଜି ଅର୍ଥାତ୍ ଜୁନ୍ ୩, ମଙ୍ଗଳବାର ମଧ୍ୟାହ୍ନରେ ଅତିରିକ୍ତ କମିଶନର ଓପନ୍ କୋର୍ଟରେ ମାମଲାର ରାୟ ପ୍ରକାଶ କରିଛନ୍ତି । ୨୦୧୧ରେ ରାସ୍ତା ପାଇଁ ଘାଟିକିଆ ମୌଜା ବାରମାଣସାହିର କିଛି ଆଦିବାସୀ ପରିବାର ନିଜ ଜମି ବିଏମସିକୁ ଦାନ କରିଥିଲେ । କିନ୍ତୁ ୨୦୧୩ରେ ସେଟଲମେଣ୍ଟରେ ଉକ୍ତ ଜମିର ପଟ୍ଟା ବିଏମସି ନାମରେ ନ ହୋଇ ପୁଣି ପୂର୍ବ ମାଲିକମାନଙ୍କ ନାଁରେ ରହିଯାଇଥିଲା। ଯଦିଓ ଗିଫ୍ଟ ପରେ ବିଏମସି ପିଚୁ ରାସ୍ତା ଓ ଡ୍ରେନ୍ ଆଦି ବହୁଦିନରୁ ନିର୍ମାଣ କରିସାରିଥିଲା ଏବଂ ସର୍ବସାଧାରଣ ଏହାକୁ ବ୍ୟବହାର କରିଆସୁଥିଲେ। ତେଣୁ ଏହି ଜମିକୁ ନିଜ ନାମରେ କରିବା ପାଇଁ ବିଏମସି ୨୦୨୩ରେ ବୋର୍ଡ ଅଫ୍ ରେଭେନ୍ୟୁରେ ୭ଟି OSS ବା ଓଡ଼ିଶା ସର୍ଭ୍ୟାଣ୍ଟ୍ ସେଟଲମେଣ୍ଟ୍ କେସ୍ ନଂ. ୭୮୨/୨୦୨୩, ୭୮୩/୨୦୨୩, ୭୮୪/୨୦୨୩, ୭୮୫/୨୦୨୩, ୭୮୬/୨୦୨୩, ୭୮୭/୨୦୨୩ ଓ ୭୮୮/୨୦୨୩ କରିଥିଲା।

୨୦୨୩ରୁ ୨୦୨୫ ମଧ୍ୟରେ ଅନେକଥର ଶୁଣାଣି ହେବା ସହ ତାରିଖ ଉପରେ ତାରିଖ ଗଡ଼ୁଥିଲା। ଯେଉଁ କାରଣରୁ କୋର୍ଟଙ୍କ ରାୟ ପ୍ରକାଶ ପାଇ ପାରୁ ନ ଥିଲା ଏବଂ ସାଧାରଣ ଲୋକେ ନାହିଁ ନ ଥିବା ହଇରାଣ ହେଉଥିଲେ । ଖାସ୍ କରି ବିଏମସି ପ୍ରତି ଲୋକଙ୍କ ବୈମାତୃକ ଭାବ ବଢ଼ୁଥିଲା। ପିଛିଲା ଶୁଣାଣି ସମୟରେ ଏମିତି କିଛି ଠୋସ୍ ଦସ୍ତାବିଜ୍ ପଦାକୁ ଆସିଲା ଓ କୋର୍ଟ ହୃଦବୋଧ କଲେ ଯେ, ବିଏମସି ରାସ୍ତାକୁ ଅବରୋଧ କରାଯାଇଥିବାରୁ ସାଧାରଣରେ ଲୋକେ କେତେ ଅସୁବିଧା ଭୋଗୁଛନ୍ତି। ମାମଲାକୁ ତୁରନ୍ତ ବିଚାରକୁ ନେଇ କୋର୍ଟ ବିଏମସି ଓ ବିରୋଧୀ ପକ୍ଷର ତଥ୍ୟ, ପ୍ରମାଣ ଭଲକରି ଯାଞ୍ଚ କଲେ ଓ ମଙ୍ଗଳବାର ବିଏମସି ସପକ୍ଷରେ ରାୟ ଦେଇଛନ୍ତି। ମୋଟ ୭ଟି ମାମଲା ମଧ୍ୟରୁ ଆଜି ଓପନ୍ କୋର୍ଟରେ ୬ଟି ମାମଲାର ରାୟ ବିଏମସି ସପକ୍ଷରେ ଦେଇଛନ୍ତି ରିଭିଜନ୍ କୋର୍ଟ। ଫଳରେ ଆଗକୁ ବିନା କୌଣସି ଦ୍ୱିଧାରେ ରାସ୍ତା ଜମି ପୁଣିଥରେ ବିଏମସି ମାଲିକାନାକୁ ଫେରିବ।

ସୂଚନାଯୋଗ୍ୟ, ୨୦୧୧ରେ ସରକାରୀ ନିୟମାନୁସାରେ ବିଏମସିକୁ ଏହି ଜାଗା ଗିଫ୍ଟ ହୋଇଥିଲା । ବିଏମସି ସେହି ଜମିରେ ପିଚୁ ରାସ୍ତା ନିର୍ମାଣ କରିଥିଲା। ସେତେବେଳେ ଏ ରାସ୍ତାରେ ୪ଶହରୁ ୫ଶହ ଲୋକ ନିର୍ଭର କରୁଥିବା ବେଳେ ୨୦୨୫ ବେଳକୁ ରାସ୍ତାର ବ୍ୟବହାର ଢେର୍ ଗୁଣ ବଢ଼ିଛି ଓ ହଜାର ହଜାର ଲୋକ ନିର୍ଭରଶୀଳ। ମାତ୍ର କିଛି ଖଳ ପ୍ରବୃତ୍ତିର ଲୋକେ ବିଏମସି ନାମରେ ପଟ୍ଟା ହୋଇ ନ ଥିବାର ସୁଯୋଗ ନେଇ ପୂର୍ବରୁ ବିକ୍ରି କରିସାରିଥିବା ଜମିକୁ ପୁଣିଥରେ ନିଜର କହି ବେଆଇନ ଭାବେ ବିକ୍ରି କରିଦେଲେ । ବିଏମସି ଏହା ଜାଣିଦେବାରୁ ସେହି ମୁଷ୍ଟିମେୟ ଲୋକେ ତୁରନ୍ତ ଉକ୍ତ ପିଚୁ ରାସ୍ତାକୁ ଅବରୋଧ କରି କୋର୍ଟରେ ମିଛ କେସ୍ ସବୁ କରିଚାଲିଲେ। ରାସ୍ତା ଉପରେ ପୂରା ନିର୍ଭରଶୀଳ ଲୋକଙ୍କୁ ହଇରାଣ ବି କରିଚାଲିଲେ । ଶେଷରେ ସତ୍ୟର ବିଜୟ ହେବା ସହ ହଜାର ହଜାର ସାଧାରଣ ଲୋକଙ୍କୁ ନ୍ୟାୟ ମିଳିଛି । ବିଏମସି ପକ୍ଷରୁ ଦାୟର ସମସ୍ତ ଦସ୍ତାବିଜ ଓ ପ୍ରମାଣକୁ ଭିତ୍ତିକରି ରିଭିଜନ୍ କୋର୍ଟ ଆଦେଶ ଦେଇଛନ୍ତି ଯେ, ତୁରନ୍ତ ଜମିର ପଟ୍ଟା ବିଏମସି ନାମରେ କରାଯାଉ। ଅର୍ଥାତ୍ ମାତ୍ର କିଛିଦିନ ଭିତରେ ବିଏମସି ନିଜ ନାଁକୁ ଉକ୍ତ ରାସ୍ତା ଚାଲିଆସିବ ଓ ସାଧାରଣରେ ଲୋକେ ବେଶ୍ ଉପକୃତ ହେବେ ।

Previous Post

ଭୁବନେଶ୍ୱରରେ ଜଳ ନିଷ୍କାସନ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ

Next Post

ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’

Next Post
ଆଜିଠାରୁ ଆରମ୍ଭ ହେଲା  ‘ଶୂନ ଦୁର୍ଘଟଣା ଦିବସ’

ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA