Thursday, May 21, 2026 10:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଜିଠାରୁ ଆରମ୍ଭ ହେଲା ‘ଶୂନ ଦୁର୍ଘଟଣା ଦିବସ’

by Our Correspondent
03 Jun, 2025- 09:42 PM
in Latest News, News
1 min read
0
ଆଜିଠାରୁ ଆରମ୍ଭ ହେଲା  ‘ଶୂନ ଦୁର୍ଘଟଣା ଦିବସ’

ଭୁବନେଶ୍ୱର: ଦୁର୍ଘଟଣା କେବଳ ପରିବାର କି ରାଜ୍ୟ ନୁହେଁ ସମଗ୍ର ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଥାଏ । ଏହା କୌଣସି ବ୍ୟକ୍ତିଗତ କ୍ଷତି ନୁହେଁ ବରଂ ସାମଗ୍ରୀକ କ୍ଷତି । ତେଣୁ ମୋର ସମସ୍ତଙ୍କୁ ଅନୁରୋଧ, ଘରୁ ବାହରିବାଠୁଁ ନେଇ ଫେରିବା ପର୍ଯ୍ୟନ୍ତ ସଡ଼କର ସମସ୍ତ ନିୟମ ସଠିକ୍‍ ଭାବେ ପାଳନ କରନ୍ତୁ ଓ ସୁରକ୍ଷିତ ଭାବେ ଘରକୁ ଫେରିବାକୁ ନିଶ୍ଚିତ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୂନ ଦୁର୍ଘଟଣା ଦିବସର ଶୁଭାରମ୍ଭ ଅବସରରେ ଉଦବୋଧନ ଦେଇ କହିଛନ୍ତି।

ସୂଚନାଯୋଗ୍ୟ ଯେ, ସଡ଼କରେ ଯାଉଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ସୁରକ୍ଷିତ ଜୀବନ ପାଇଁ ଏକ ସାମୂହିକ ପ୍ରତିବଦ୍ଧତାର ସଂକଳ୍ପ ସ୍ୱରୂପ IIT ମାଡ୍ରାସ୍‍ର ସହଯୋଗରେ ଆଜିଠୁ ଆରମ୍ଭ ହୋଇଛି ଜୁନ ୨୮ ତାରିଖ ପର୍ଯ୍ୟନ୍ତ ‘ଶୂନ ଦୁର୍ଘଟଣା ଦିବସ’।

ଲୋକସେବା ଭବନ କନଭେନ୍‍ସନ୍‍ ସେଣ୍ଟର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆୟୋଜିତ ଶୂନ ଦୁର୍ଘଟଣା ଦିବସ ଏବଂ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ସାରା ଭାରତରେ ଦୁର୍ଘଟଣା ଜନିତ ମୃତ୍ୟୁ ବହୁତ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଆମ ଦେଶରେ ଦୁର୍ଘଟଣା ବଶତଃ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭୫.୨ ପ୍ରତିଶତ କାରଣ ହେଉଛି ଦ୍ରୁତ ଗତିରେ ଗାଡ଼ି ଚାଳନା । ଗାଡ଼ି ଚାଳନାର ଗୋଲଡେନ୍‍ ରୁଲ Speed thrills, but it also kills କୁ ଚାଳକମାନେ ଭୁଲି ଯାଉଛନ୍ତି । ଏଥି ସହିତ ଭୁଲ ପାର୍ଶ୍ୱରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା ଓ ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାର ଯୋଗୁଁ ଦୁର୍ଘଟଣା ଜନିତ ମୃତ୍ୟୁ ମଧ୍ୟ ଘଟୁଛି । ଏ ସବୁ ବିଷୟରେ ସତର୍କ ରହିବା ଏବଂ ଏସବୁ ଭୁଲରୁ ଦୂରେଇ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୪ କୋଟି ଟଙ୍କା ବିନିଯୋଗରେ ସୋନପୁର, ଚଣ୍ଡୀଖୋଲ, ଭଞ୍ଜନଗର, ମୟୁରଭଞ୍ଜ, ରାଇରଙ୍ଗପୁର, ବଲାଙ୍ଗୀର, ତାଳଚେର, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର ଓ ଦେବଗଡ଼ରେ ୧୧ ଟି ସ୍ୱୟଂଚାଳିତ ଯାନ ଚାଳନା ପରୀକ୍ଷଣ ବ୍ୟବସ୍ଥା (ADTS)ର ଶୁଭାରମ୍ଭ କରିଥିଲେ । ଏଥି ସହିତ ୨୧୫ କୋଟି ଟଙ୍କା ପ୍ରକଳ୍ପ ମୂଲ୍ୟରେ ଡ୍ରାଇଭିଂ ଇଲୋକ୍ଟ୍ରନିକ ଏନଫୋର୍ସମେଣ୍ଟ ଟୁ ସେଭ ହ୍ୟୁମାନ୍ ଲାଇଭ୍ସ ବା ଦିଶା ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ କରିଥିଲେ । ଏହା ରାଜ୍ୟର ବିଭିନ୍ନ ଜାତୀୟ ଓ ରାଜ୍ୟ ରାଜପଥର ୪୮୫ କିଲୋମିଟର ଅଞ୍ଚଳରେ କାର୍ଯ୍ୟକ୍ଷମ ହେବ । ଏହା ସହିତ ୧୦୦୭ କିଲୋମିଟର ଅଞ୍ଚଳରେ ଏହି ପ୍ରକଳ୍ପର ତୃତୀୟ ପର୍ଯ୍ୟାୟ ପାଇଁ ଶିଳାନ୍ୟାସ ମଧ୍ୟ କରାଯାଇଛି । ଏହି ବ୍ୟବସ୍ଥା ଫଳରେ ସଡ଼କ ସୁରକ୍ଷା ନିୟମ ପାଳନ କରୁନଥିବା ଚାଳକଙ୍କ ବିରୁଦ୍ଧରେ ସ୍ୱୟଂକ୍ରିୟ ପ୍ରଣାଳୀରେ ଇ-ଚାଲାଣ କଟିବ। ଯାଜପୁର ଜିଲ୍ଲାରେ ଦ୍ୱିତୀୟ ପଞ୍ଜୀକୃତ ଯାନ ସ୍କ୍ରାପିଂ କେନ୍ଦ୍ର ମଧ୍ୟ ଉଦ୍‍ଘାଟିତ ହୋଇଛି ।

କଟକ ଠାରେ ରାଜ୍ୟର ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ କେନ୍ଦ୍ରର ଶୁଭାରମ୍ଭ ସହିତ ଆହୁରି ୨୦ଟି ସ୍ଥାନରେ ଏହି କେନ୍ଦ୍ର ସ୍ଥାପନ ପାଇଁ ଶିଳାନ୍ୟାସ କରାଯାଇଛି । ଏଥିପାଇଁ ୨୧୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ମୁଖ୍ୟମନ୍ତ୍ରୀ ୨୭.୩ କୋଟି ଟଙ୍କା ବ୍ୟୟରେ ପୁରୀରୁ ଅଯୋଧ୍ୟା, ତିରୁପତୀ, ଉଜ୍ଜୈନ, ହାଇଦ୍ରାବାଦ, ଭିଲାଇ, ଭୁବନେଶ୍ୱରରୁ ବିଶାଖାପାଟଣା, ଭବାନୀପାଟଣାରୁ ହାଇଦ୍ରାବାଦ ଏବଂ ରାଇଘରରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ୧୫ ଟି ସୁପର ପ୍ରିମିୟମ୍ ଭୋଲଭୋ ବସ୍‍ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‍ର ଶୁଭାରମ୍ଭ କରିଥିଲେ ।

ଭଦ୍ରକ ଜିଲ୍ଲାର ବାସୁଦେବପୁର ଓ ଧାମରା ଏବଂ ବାଲେଶ୍ୱର ଜିଲ୍ଲା ବସ୍ତା ଠାରେ ନିର୍ମିତ ଅଟଳ ବସ୍‍ଷ୍ଟାଣ୍ଡକୁ ମଧ୍ୟ ଶୁଭାରମ୍ଭ କରିବା ସହିତ OSRTC ର ସମନ୍ୱିତ ପରିବହନ ପରିଚାଳନା ବ୍ୟବସ୍ଥା (ITMS) ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର (ICCC) ର ଲୋକାର୍ପଣ କରିଥିଲେ ।

ପ୍ରାୟ ୫୭୫.୭୭ କୋଟି ଟଙ୍କା ମୂଲ୍ୟର ସଡ଼କ ସୁରକ୍ଷା ସମ୍ପର୍କିତ ୫୫ଟି କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଆଜି ଶୁଭାରମ୍ଭ ହୋଇଛି ।

ଜଗନ୍ନାଥ ଏକ୍ସପ୍ରେସ, ଅଟଳ ବସ୍‍ଷ୍ଟାଣ୍ଡ, ITMS ଏବଂ ICCC ର ଲୋକାର୍ପଣ ଓଡ଼ିଶାର ଗମନାଗମନ ବ୍ୟବସ୍ଥାରେ ଆଉ ଏକ ସ୍ୱର୍ଣ୍ଣିମ ଫର୍ଦ୍ଦ ଯୋଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ ସଡ଼କ ସୁରକ୍ଷା ପ୍ରତି ସମସ୍ତେ ସଚେତନ ହେବା ପାଇଁ ଆହ୍ୱାନ ଦେଇ ସୁରକ୍ଷିତ ଭାବେ ଗାଡ଼ି ଚାଳନା କରିବା ପାଇଁ କହିଥିଲେ ।

ଯାଜପୁର ADTS ରୁ ଉତ୍ତୀର୍ଣ୍ଣ ହୋଇଥିବା ମନସ୍ୱିନୀ ସାହୁ, ପୁରୀ ମାଳତୀପାଟପୁର ବସଷ୍ଟାଣ୍ଡରୁ ତିରୁପତି ଯାତ୍ରୀ ମୀନା କୁମାରୀ ବେହେରା ଏବଂ ଚାନ୍ଦବାଲି ନାବିକ ପ୍ରଶିକ୍ଷଣ ଇନଷ୍ଟିଚ୍ୟୁଟରୁ ସଞ୍ଜୟ ମଲ୍ଲିକ ମୁଖ୍ୟମନ୍ତ୍ରୀଙ୍କର ଏସବୁ ପଦକ୍ଷେପ ପାଇଁ ଆଭାସୀ ଜରିଆରେ ଧନ୍ୟବାଦ ଜଣାଇଥିଲେ ।

ସଡକ ସୁରକ୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ ।

ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଥିଲେ ଯେ, ଆମେ ଯେତେବେଳେ ଓଡ଼ିଶା ବିକଶିତ କଥା କହୁଛୁ ସେତେବେଳେ କେବଳ ସୁଦୃଢ଼ ପରିବହନ ନୁହେଁ, ସୁରକ୍ଷିତ ପରିବହନ କେତେ ଗୁରୁତ୍ୱପୂର୍ଣ୍ଣ ତାଙ୍କୁ ଆମେ ଅନୁଭବ କରୁଛୁ । ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି । ଆଜି ଶୁଭାରମ୍ଭ ହୋଇଥିବା ପ୍ରକଳ୍ପ ଓ କାର୍ଯ୍ୟକ୍ରମ ଗୁଡ଼ିକ ସଡକ ସୁରକ୍ଷା ଦିଗରେ ବେଶ୍‍ ଉପଯୋଗୀ । ଲୋକଙ୍କୁ ସୁରକ୍ଷିତ ଓ ଉନ୍ନତ ପରିବହନ ସେବା ଦେବା ପାଇଁ ଆମ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ ।

ଶୂନ ଦୁର୍ଘଟଣା ଦିବସ ପାଳନର ବ୍ରାଣ୍ଡ ଆମ୍ୱାସଡର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଏବଂ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସଡ଼କ ସୁରକ୍ଷା ସମ୍ୱନ୍ଧିତ ସଚେତନତା ବାର୍ତ୍ତା ଦେଇଥିଲେ ।

ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଠିକ୍‍ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିଥିବାରୁ ଅବିନାଶ ପାଣିଗ୍ରାହୀ, ବିଶ୍ୱରଞ୍ଜନ ପାଢ଼ୀ, ପଞ୍ଚାନନ ଦାସ, ଶ୍ରୀନିବାସ ବେହେରା ଓ ସବିତା ରାଣୀ ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ୱର୍ଦ୍ଧିତ କରିଥିଲେ ।

କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପରିବହନ କମିଶନର ଅମିତାଭ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

୧୪ ବର୍ଷ ପରେ ବିଏମସି ହାତକୁ ଆସିବ ଜମି

Next Post

କୁଳପତିଙ୍କୁ ସ୍ୱାଗତ କଲା ପୁରାତନ ଛାତ୍ରସଂଘ

Next Post
କୁଳପତିଙ୍କୁ ସ୍ୱାଗତ କଲା ପୁରାତନ ଛାତ୍ରସଂଘ

କୁଳପତିଙ୍କୁ ସ୍ୱାଗତ କଲା ପୁରାତନ ଛାତ୍ରସଂଘ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA