Sunday, May 24, 2026 11:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ଉନ୍ମୋଚିତ

by Our Correspondent
25 Jun, 2025- 08:06 PM
in Latest News, News
1 min read
0
ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ଉନ୍ମୋଚିତ

ଭୁବନେଶ୍ୱର: ବାତ୍ୟା, ବନ୍ୟା ଆଦି ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଖୁବ ସଫଳ। ଗତ ବର୍ଷ ହୋଇଥିବା ବାତ୍ୟା ‘ଦାନା’ ସମୟରେ ଆମେ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ହାସଲ କରିଥିଲୁ। ଆମର ବିପର୍ଯ୍ୟୟ ପରିଚାଳନାରେ ଆମ ଦକ୍ଷତା ଉପରେ ସାରା ବିଶ୍ୱର ନଜର ଅଛି। ତେଣୁ ଆମକୁ ପ୍ରତି ମୁହୂର୍ତ୍ତରେ ପ୍ରସ୍ତୁତ ହୋଇ ରହିବାକୁ ପଡିବ।

ଆଜି ଲୋକସେବା ଭବନରେ ରାଜସ୍ୱ ବିଭାଗ ପକ୍ଷରୁ ପ୍ରସ୍ତୁତ ଇ-ରେଜିଷ୍ଟ୍ରେସନ ମୋବାଇଲ ଆପର ଲୋକାର୍ପଣ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଏହି ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ରାଜସ୍ୱ ବିଭାଗର ଏକ ବର୍ଷର ସଫଳତା ପୁସ୍ତିକା ମଧ୍ୟ ଉନ୍ମୋଚନ କରିଥିଲେ।

ଆପ୍‌ର ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଇ-ରେଜିଷ୍ଟ୍ରେସନ ଆପ୍ ଡିଜିଟାଲ ସେବା ପ୍ରଦାନରେ ରାଜ୍ୟ ସରକାରଙ୍କ ଏକ ବଡ ମାଇଲଷ୍ଟୋନ। ଏହି ଆପ୍ ମଧ୍ୟମରେ ଲୋକମାନେ ଘରେ ବସି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ ମାଧ୍ୟମରେ ରେଜିଷ୍ଟ୍ରେସନ ଡିଡ୍ ପାଇଁ ସ୍ଲଟ ବୁକିଙ୍ଗ, ସାର୍ଟିଫାଏଡ କପି ଓ ଇସି ପାଇଁ ଆବେଦନ କରିପାରିବେ। ଜମିର ବେଞ୍ଚମାର୍କ ଭାଲ୍ୟୁ ମଧ୍ୟ ଏହି ଆପ୍ ମାଧ୍ୟମରେ ଜାଣିହେବ। ଏହି ଆପ୍ ରେ ସବ୍ ରେଜିଷ୍ଟ୍ରାର ଅଫିସ ସମ୍ପର୍କରେ ମଧ୍ୟ ସମ୍ପୂର୍ଣ୍ଣ ତଥ୍ୟ ମିଳିବ। ଏହାଦ୍ୱାରା ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ପେପରଲେସ୍ ଏବଂ କ୍ୟାସଲେସ ହୋଇପାରିଛି। ଏହାଦ୍ୱାରା ସବ୍ ରେଜିଷ୍ଟ୍ରାର ଅଫିସରେ ଅଯଥା ଭିଡ ମଧ୍ୟ ହ୍ରାସ ହୋଇପାରିବ।

ରାଜସ୍ୱ ବିଭାଗର ସଫଳତା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହି ବର୍ଷକ ମଧ୍ୟରେ ବସୁନ୍ଧରା ଯୋଜନା ମାଧ୍ୟମରେ ସରକାର ୧୬,୭୨୭ ଜଣ ବାସଗୃହ ବିହୀନ ଲୋକଙ୍କୁ ଘରବାଡି ପଟ୍ଟା ଯୋଗାଇ ଦେଇଛନ୍ତି। ଗତ ଏକ ବର୍ଷ ମଧ୍ୟରେ ୨୦,୩୮୫ଟି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ ଏବଂ କଲେଜ ନାମରେ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। ସେହିପରି ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ୪,୬୧,୬୦୨ ଖାତାକୁ ସର୍ବେକ୍ଷଣ କରାଯାଇ ୧,୧୬,୪୮୬ଜଣ ମୃତ ଲୋକଙ୍କ ରେକର୍ଡ ଗୁଡିକୁ ସେମାନଙ୍କ ଉତ୍ତରାଧିକାରୀଙ୍କ ନାମରେ କରାଯାଇଛି, ଏହାଦ୍ୱାରା ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଇପାରୁଛନ୍ତି।

ସେ ପୁଣି କହିଥିଲେ ଗତ ଏକ ବର୍ଷ ମଧ୍ୟରେ ରାଜସ୍ୱ ବିଭାଗ ହାସଲ କରିଥିବା ସଫଳତାକୁ ନେଇ ଯେଉଁ ପୁସ୍ତିକା ପ୍ରକାଶ କରିଛନ୍ତି, ତାହା କେବଳ କାର୍ଯ୍ୟକଳାପର ଏକ ତାଲିକା ନୁହେଁ, ଏହା ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏକ ଦାୟିତ୍ୱବାନ ପ୍ରଶାସନିକ ବ୍ୟବସ୍ଥା, ଦକ୍ଷତା ଓ ଲୋକାଭିମୁଖୀ କାର୍ଯ୍ୟକ୍ରମର ଏକ ପ୍ରମାଣ। ରାଜସ୍ୱ ବିଭାଗ ଏବେ ଲୋକଙ୍କ ନିକଟତର ହେଉଛି। ରାଜ୍ୟ ସରକାର ରାଜସ୍ୱ ପ୍ରଶାସନ କ୍ଷେତ୍ରରେ ଏବେ ବ୍ୟାପକ ସଂସ୍କାର ଆଣିଛନ୍ତି ବୋଲି ସେ କହିଥିଲେ।

ଉଲ୍ଲେଖନୀୟ କାର୍ଯ୍ୟପାଇଁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆମକୁ ଅଧିକ ଉତ୍ସାହ ଏବଂ ପ୍ରତିବଦ୍ଧତାର ସହ କାମ କରିବାକୁ ପଡିବ। ଲୋକମାନେ ଆମ ଉପରେ ଅନେକ ଆଶା ଓ ଭରସା ରଖିଛନ୍ତି, ତାହାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଆମକୁ ଦାୟିତ୍ୱବାନ ହେବାକୁ ପଡିବ।

ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂହଦେଓ କହିଥିଲେ ଲୋକଙ୍କ ସରକାର ଲୋକଙ୍କ କାମ କରୁଛନ୍ତି। ଲୋକଙ୍କ ପାଇଁ ରାଜ୍ୟ ସରକାର ଯେପରି ଭାବେ ସଫଳତାର ସହ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ଶ୍ରୀ ସିଂହଦେଓ କହିଥିଲେ।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ କହିଲେ ଯେ, ବାତ୍ୟା ଦାନା ସମୟରେ ମୁଖ୍ୟମନ୍ତ୍ରୀ ସାତ ଦିନ ଧରି ସକାଳୁ ବିଳମ୍ୱିତ ସମୟ ପର୍ଯ୍ୟନ୍ତ କଣ୍ଟ୍ରୋଲ ରୁମ୍‌ରେ ଉପସ୍ଥିତ ରହି ବାତ୍ୟା ପରିଚାଳନାର ସିଧାସଳଖ ତଦାରଖ କରିଛନ୍ତି। ତାଙ୍କର କାର୍ଯ୍ୟଧାରା ନିଷ୍ଠା ଓ ପ୍ରତିବଦ୍ଧତାର ଏକ ନୂଆ ଉଦାହରଣ ସୃଷ୍ଟି କରିଛି। ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପ୍ରଶଂସା କରି ସେ କହିଲେ ବର୍ଷକ ମଧ୍ୟରେ ଆମେ ଯେଉଁ ସଫଳତା ହାସଲ କରିଛୁ, ସେଥିପାଇଁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ। ତେବେ, ଓଡିଶାକୁ ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ଭାରତର ଶ୍ରେଷ୍ଠ ରାଜ୍ୟ ହେବା ଆବଶ୍ୟକ। ତେଣୁ ଆମକୁ ଆହୁରି କଠୋର ପରିଶ୍ରମ କରିବାକୁ ପଡିବ ଓ ଆହୁରି ସଫଳତା ହାସଲ କରିବାକୁ ହେବ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଉପସ୍ଥିତ ଥିଲେ। ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଆଭାସୀ ମାଧ୍ୟମରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ରାଜସ୍ୱ ବିଭାଗ ଅଧିକାରୀ ମାନେ ଯୋଗଦେଇଥିଲେ।

Previous Post

ଦିଲ୍ଲୀରେ ଅଦିନିଆ ରଥଯାତ୍ରାକୁ ବିରୋଧ ହେଲାନି

Next Post

ଜିରୋ କାଜୁଆଲିଟିରେ କୌଣସି ସାଲିସ୍‍ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

Next Post
ଜିରୋ କାଜୁଆଲିଟିରେ କୌଣସି ସାଲିସ୍‍ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଜିରୋ କାଜୁଆଲିଟିରେ କୌଣସି ସାଲିସ୍‍ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA