Sunday, May 24, 2026 10:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜିରୋ କାଜୁଆଲିଟିରେ କୌଣସି ସାଲିସ୍‍ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ - ୨୦୨୫

by Our Correspondent
25 Jun, 2025- 11:06 PM
in Latest News, News
1 min read
0
ଜିରୋ କାଜୁଆଲିଟିରେ କୌଣସି ସାଲିସ୍‍ କରାଯିବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜୁନ ମାସଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହିତ ହୋଇଥାଏ। ଏହି ସମୟରେ ବନ୍ୟା ଓ ପ୍ରବଳ ବୃଷ୍ଟିପାତ ଯୋଗୁଁ ବହୁ ଧନ ଜୀବନ କ୍ଷୟ କ୍ଷତି ହୋଇଥାଏ, ତେଣୁ ଏହି ସମୟ ଆମ ସମସ୍ତଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ -୨୦୨୫ ରେ କହିଛନ୍ତି ।

ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଅଟେ । ବାତ୍ୟା ଦାନା ହେଉ ବା ଅଦିନିଆ ବୃଷ୍ଟିପାତ ହେଉ ଆମ ସରକାର ସବୁଥି ପାଇଁ ପ୍ରସ୍ତୁତ ଅଛନ୍ତି ଓ ଲୋକଙ୍କ ପାଖରେ ଆମ ସରକାର ସବୁ ପରିସ୍ଥିତିରେ ଠିଆ ହୋଇଛି ଓ ଠିଆ ହେବେ।

ସେ ପୁଣି କହିଥିଲେ ସାରା ବିଶ୍ୱରେ ବଙ୍ଗୋପସାଗର ସବୁଠାରୁ ଅଧିକ ବାତ୍ୟାପ୍ରବଣ ସମୁଦ୍ର । ଅଧିକାଂଶ ବାତ୍ୟାର ଲ୍ୟାଣ୍ଡଫଲ୍‍ ଓଡ଼ିଶା କିମ୍ୱା ଏହାର ଆଖପାଖ ଅଞ୍ଚଳରେ ହୋଇଥାଏ । ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରତିହତ କରିହେବ ନାହିଁ, କିନ୍ତୁ ବିପର୍ଯ୍ୟୟ ଦ୍ୱାରା ହେଉଥିବା କ୍ଷୟକ୍ଷତିକୁ ନିଶ୍ଚିତ ଭାବେ କମ୍‍ କରିହେବ। ଏପରିକି ଜଳସେଚନର ସୁପରିଚାଳନା କରିପାରିଲେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ଅନେକ ମାତ୍ରାରେ କମ୍‍ କରିହେବ । ସେଥିପାଇଁ ଆମେ ଆଗାମୀ ୫ ବର୍ଷ ମଧ୍ୟରେ ୧୫ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚିତ କରିବା ପାଇଁ ଲକ୍ଷ୍ୟ ରଖିଛୁ। ବିଗତ ବର୍ଷ ରାଜ୍ୟର ମାଲକାନଗିରି, ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଥିଲା । ତୁରନ୍ତ ସହାୟତା ରାଶି ପ୍ରଦାନ, ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ କରି ବିପର୍ଯ୍ୟସ୍ତ ଲୋକଙ୍କୁ ସାହାଯ୍ୟ କରାଯାଇଥିଲା । ବାତ୍ୟା ଦାନା ଓଡ଼ିଶାର ୧୪ଟି ଜିଲ୍ଲାକୁ ବିଶେଷ ଭାବରେ ପ୍ରଭାବିତ କରିଥିଲା । ଏହି ବାତ୍ୟାକୁ ଆମ ସରକାର ସଫଳତାର ସହ ପରିଚାଳନା କରି ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରିଥିଲେ । ସେହିଭଳି ଅଦିନିଆ ବର୍ଷାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରି ଚାଷୀମାନଙ୍କ କ୍ଷତି ଭରଣା ପାଇଁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ମଧ୍ୟ ସଫଳତାର ସହ ମୁକାବିଲା କରାଯିବା ଫଳରେ ମୃତ୍ୟୁହାର ଯଥେଷ୍ଟ ପରିମାଣରେ କମ୍‍ ହୋଇଥିଲା । ବଲାଙ୍ଗୀର ଜିଲ୍ଲାରେ କେବଳ ଗ୍ରୀଷ୍ମ ପ୍ରବାହ ଜନିତ ଗୋଟିଏ ମୃତ୍ୟୁ ଘଟଣା ଘଟିଥିଲା ଏବଂ ସରକାରଙ୍କ ପକ୍ଷରୁ ତୁରନ୍ତ ତାଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା ।

ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିପର୍ଯ୍ୟୟର ଆଶୁ ମୁକାବିଲା କରିବା ପାଇଁ ବିଭାଗଗୁଡ଼ିକ ବିଭାଗୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାଗୁଡ଼ିକ ସଠିକ୍‍ ଭାବରେ ଅନୁପାଳନ କରିବା ଉଚିତ । ବିଶେଷକରି ଜଳସମ୍ପଦ ବିଭାଗ ଜଳପ୍ରବାହର ସୁପରିଚାଳନା ଏବଂ ଦୁର୍ବଳ ନଦୀବନ୍ଧ ଗୁଡ଼ିକ ପ୍ରତି ତୀକ୍ଷଣ ନଜର ରଖିବା ପାଇଁ ସେ କହିଥିଲେ ।

ବର୍ଷାଦିନେ ସ୍ୱାସ୍ଥ୍ୟ ସମସ୍ୟା ଓ ସାପ କାମୁଡ଼ା ଏକ ପ୍ରମୁଖ ଆହ୍ୱାନ ଅଟେ । ସେଥିପାଇଁ ନଳକୂପ ଗୁଡ଼ିକର ବିଶୋଧନ ସହିତ ଯଥେଷ୍ଟ ପରିମାଣର ଔଷଧ ଓ ଆଣ୍ଟିସ୍ନେକଭେନମ ସ୍ୱାସ୍ଥ୍ୟକେନ୍ଦ୍ରରେ ମହଜୁତ ରଖିବା ପାଇଁ ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଆମ ସରକାରଙ୍କ ଦ୍ୱାରା ରେଖାଙ୍କିତ ହୋଇଥିବା ଜିରୋ କାଜୁଆଲିଟିରେ କୌଣସି ସାଲିସ୍‍ କରାଯିବ ନାହିଁ । ଏହା ମନୁଷ୍ୟ କ୍ଷେତ୍ରରେ ହେଉ ଅବା ଗୃହପାଳିତ ପଶୁ କ୍ଷେତ୍ରରେ ହେଉ। ଆମକୁ ବନ୍ୟା, ବାତ୍ୟା ମୁକାବିଲା ନିମନ୍ତେ ବିପର୍ଯ୍ୟୟ ପରିସ୍ଥିତିର ଉପଯୁକ୍ତ ସମୀକ୍ଷା କରିବାକୁ ପଡ଼ିବ । ଆଗୁଆ ସତର୍କ ସୂଚନା, ରିଲିଫ୍‍ ଓ ଉଦ୍ଧାର କାର୍ଯ୍ୟ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରାଣିଚିକିତ୍ସା କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି । ଓଡ୍ରାଫ, ଏନ୍‍.ଡି.ଆର୍‍.ଏଫ୍‍ ଏବଂ ଅଗ୍ନିଶ୍ରମ ବାହିନୀମାନଙ୍କୁ ତ୍ୱରିତ ପଦକ୍ଷେପ ନିମନ୍ତେ ସବୁବେଳେ ସଜାଗ ରଖିବାକୁ ପଡ଼ିବ। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବିଗତ ୨୫ ବର୍ଷ ଧରି ନିରବଛିନ୍ନ ଭାବେ ସଫଳତାର ସହ କାର୍ଯ୍ୟକରି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।
ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କଲେ ଆମେ ବିପର୍ଯ୍ୟୟର ସଫଳ ମୁକାବିଲା କରିପାରିବା ବୋଲି ସେ କହିଥିଲେ ।

ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, ବିପର୍ଯ୍ୟୟର ସୁପରିଚାଳନା ପାଇଁ ଦକ୍ଷ ମାନବ ସମ୍ୱଳ ଓ ଆଧୁନିକ ଉପକରଣ ନିହାତି ଆବଶ୍ୟକ, ଏଥିପାଇଁ ଆମ ସରକାର ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଣିପାଗ ସମ୍ୱନ୍ଧୀୟ ସଠିକ୍‍ ତଥ୍ୟ ହାସଲ ପାଇଁ ସମ୍ୱଲପୁର ଓ ବାଲେଶ୍ୱରରେ ଦୁଇଟି ଡୋପଲାର ରାଡାର ସ୍ଥାପନ ହେବ ଏବଂ ଭୁବନେଶ୍ୱରରେ ମଧ୍ୟ ଆଉ ଗୋଟିଏ ରାଡାର ସ୍ଥାପନ ହେବ । ରାଜ୍ୟରେ ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍‍ ଖୋଲାଯାଇଛି, ଏହା ମାଧ୍ୟମରେ ପାଣିପାଗ ସମ୍ୱନ୍ଧୀୟ ସମସ୍ତ ସୂଚନା ତୁରନ୍ତ ଅବଗତ କରାଯାଉଛି ଓ ଆପଦକାଳୀନ ସ୍ଥିତିର ସାମ୍‍ନା କରିବା ପାଇଁ ମଧ୍ୟ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ବଜ୍ରପାତକୁ ରୋକିବା ପାଇଁ ଜଙ୍ଗଲ ବିଭାଗ ସହାୟତାରେ ପର୍ଯ୍ୟାପ୍ତ ପରିମାଣର ତାଳ ଗଛ ରୋପଣ କରାଯାଇଛି । ବାତ୍ୟା ଓ ବନ୍ୟାଦ୍ୱାରା ପ୍ରଭାବିତ ୨୫ ଟି ଜିଲ୍ଲାରେ ୯୦୯ ଟି ବହୁମୂଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି ।

ବୈଠକରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, କୋରେଇ ବିଧାୟକ ଆକାଶ ଦାସ ନାୟକ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, କୋରାପୁଟ ସାଂସଦ ସତ୍ୟଗିରି ଉଲାକା, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ମହାକାଳପଡ଼ା ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ, ତେଲକୋଇ ବିଧାୟକ ଡ. ଫକୀର ନାୟକ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବଡମ୍ୱା ବିଧାୟକ ବିଜୟ ଦଳବେହେରା, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ, ମୁଖ୍ୟ ସଚେତକ ସରୋଜ ପ୍ରଧାନ ପ୍ରମୁଖ ସେମାନଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶ ଦେଇଥିଲେ ।

ବିଭିନ୍ନ ବିଭାଗର ସଚିବ ସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ସେମାନଙ୍କର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ ।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସବିଶେଷ ବିବରଣୀ ରଖିଥିଲେ । OSDMA ର ପରିଚାଳନା ନିର୍ଦ୍ଦେଶକ କମଳଲୋଚନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ଇ-ରେଜିଷ୍ଟ୍ରେସନ ମୋବାଇଲ ଆପ୍ ଉନ୍ମୋଚିତ

Next Post

ରଥଯାତ୍ରା ପୂର୍ବରୁ ସାମୟିକ କର୍ମଚାରୀଙ୍କ ପାଇଁ ଖୁସି ଖବର

Next Post
ରଥଯାତ୍ରା ପୂର୍ବରୁ ସାମୟିକ କର୍ମଚାରୀଙ୍କ ପାଇଁ ଖୁସି ଖବର

ରଥଯାତ୍ରା ପୂର୍ବରୁ ସାମୟିକ କର୍ମଚାରୀଙ୍କ ପାଇଁ ଖୁସି ଖବର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA