Wednesday, June 24, 2026 05:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅପରାଜିତାଙ୍କ ଉପରେ ବର୍ଷିଲା ବିଜେଡି

ଆକ୍ଷେପ ଛାଡି ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରନ୍ତୁ

by Our Correspondent
17 Jul, 2025- 10:05 PM
in Latest News, News
1 min read
0
ଅପରାଜିତାଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ବିଜେପିର ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ସୌମ୍ୟାଶ୍ରୀ ଆତ୍ମହୁତି ଘଟଣାରେ ଆଜି ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ କଟୁ ସମାଲୋଚନା କରିଛି।

ଶଙ୍ଖ ଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ଉପସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ପୂର୍ବତନ ସାଂସଦ ଡ଼ଃ ରାଜଶ୍ରୀ ମଲ୍ଲିକ ଅପରାଜିତାଙ୍କ ଉପରେ ବର୍ଷିଥିଲେ। ଶ୍ରୀମତୀ ଛୁରିଆ କହିଥିଲେ, ସାଂସଦ ଅପରାଜିତା ଜଣେ ଭଉଣୀର ମୃତ୍ୟୁ ଉପରେ ଶସ୍ତା ରାଜନୀତି କରୁଛନ୍ତି। ଆଜିର ମନ୍ତବ୍ୟ କେବଳ ସରକାରଙ୍କ ପିଠି ଥାପୁଡ଼େଇବା ପାଇଁ ଉଦିଷ୍ଟ। ଯେତେବେଳେ, ସମଗ୍ର ରାଜ୍ୟର ଜନସାଧାରଣ ସୌମ୍ୟଶ୍ରୀଙ୍କ ଦୁଃଖଦ ମୃତ୍ୟୁ ପାଇଁ ଦୁଃଖରେ ମ୍ରିୟମାଣ ହୋଇଛନ୍ତି, ସାଂସଦ ଅପରାଜିତା ନିଜ ଦଳର ସରକାରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ବିଏମସିରେ ଯେତେବେଳେ ତାଙ୍କ ଦଳର ଗୁଣ୍ଡା ମାନେ ଅତିରିକ୍ତ କମିସନରଙ୍କ ଉପରେ ଅମାନବୀୟ ଆକ୍ରମଣ କରିଥିଲେ, ଅପରାଜିତାଙ୍କ ମନ୍ତବ୍ୟ ଗୋଟିଏ ପ୍ରକାରର ଥିଲା ଏବେ ବାଲେଶ୍ୱର ଛାତ୍ରୀ ଆତ୍ମହୁତି ଘଟଣାରେ ଆପଣଙ୍କ ସ୍ୱର ଦବି ଯାଉଛି କାହିଁକି ବୋଲି ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଛନ୍ତି।

ଶ୍ରୀମତୀ ଛୁରିଆ କହିଥିଲେ, ଅନ୍ୟଦଳର ଲୋକ ସୌମ୍ୟାଶ୍ରୀଙ୍କୁ ବିରୋଧ କରି ଟାହି ଟାପରା କରୁଥିଲେ, ଯାହା ତାଙ୍କୁ ଏପରି ଚରମ ପଦକ୍ଷେପ ନେବାକୁ ବାଧ୍ୟକଲା ବୋଲି ଆପଣଙ୍କ ଦଳ କହୁଛି। ଏହି ମନ୍ତବ୍ୟ କେବଳ ରାଜନୀତି ପାଇଁ ଉଦିଷ୍ଟ। ରାଜ୍ୟରେ ଆପଣଙ୍କ ସରକାର ଅଛି, ଯିଏ ବି ଦୋଷୀ ତାଙ୍କୁ ଦଣ୍ଡ ଦିଅନ୍ତୁ। ଅନ୍ୟ ଉପରେ ଦୋଷ ଲଦି ମନ୍ତବ୍ୟ ଦେଇ ଘଟଣାକୁ ବିଭ୍ରାନ୍ତ କରନ୍ତୁ ନାହିଁ। ପୀଡିତାଙ୍କ ଏଫ୍ଆଇଆର୍ ଗ୍ରହଣ କରି କ’ଣ ପାଇଁ ପୋଲିସ ମାମଲା ରୁଜୁ କଲା ନାହିଁ। ସେତେବେଳେ ଶାସକ ଦଳର କେଉଁ ନେତା ପୋଲିସ ଉପରେ ଚାପ ପକାଇଥିଲେ ତାହା ମଧ୍ୟ ତଦନ୍ତ ହେବାର ଆବଶ୍ୟକ ଅଛି।

ଛାତ୍ରୀଙ୍କ ମୃତ୍ୟୁ ପରେ, ଆପଣ ଶୂନ୍ୟ ସହନଶୀଳତା କଥା କହୁଛନ୍ତି, କିନ୍ତୁ ଯେତେବେଳେ ସେ ନ୍ୟାୟ ପାଇଁ ଦୁଆର ଦୁଆର ବୁଲୁଥିଲା, ସେତେବେଳେ ସରକାର କ’ଣ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ ? ପୀଡିତା ଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବା ବ୍ୟତୀତ ସାଂସଦ, ବିଧାୟକ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ନ୍ୟାୟ ନମିଳିଲେ, ଆତ୍ମହତ୍ୟା କରିବ ବୋଲି ସିଧାସଳଖ ଜଣାଇଥିଲେ ମଧ୍ୟ କେହି ତାଙ୍କ ଅଭିଯୋଗ ଉପରେ କାର୍ୟ୍ୟାନୁଷ୍ଠାନ ନେଇ ନଥିଲେ। କଲେଜ ଅଧ୍ୟକ୍ଷ ଓ ଅଭିଯୁକ୍ତ ଅଧ୍ୟାପକ ଯେତିକି ଦାୟୀ, ଯେଉଁମାନେ ଛାତ୍ରୀଙ୍କର ଅଭିଯୋଗକୁ ଅଣଦେଖା କରିଛନ୍ତି, ସେମାନେ ମଧ୍ୟ ସେତିକି ଦାୟୀ। ସାଂସଦ ଅପରାଜିତା ସେହିଦିଗ ପ୍ରତି ନିରବ କାହିଁକି? ପ୍ରକୃତରେ ଯଦି ପୀଡ଼ିତାକୁ ନ୍ୟାୟ ଦେବାକୁ ଚାହୁଁଛନ୍ତି, ତାହେଲେ ଜୁଡ଼ିସିଆଲ ତଦନ୍ତ କରନ୍ତୁ।

ଡ଼ଃ ରାଜଶ୍ରୀ ମଲ୍ଲିକ କହିଥିଲେ, ନିଜ ସରକାରଙ୍କ ଅପାରଗତାକୁ ଲୁଚାଇବାକୁ ଯାଇ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ ଦୋଷ ଦେଉଛନ୍ତି। ରାଜ୍ୟରେ ମହିଳାଙ୍କ ସମ୍ମାନ ବୃଦ୍ଧି କ୍ଷେତ୍ରରେ ଓ ମହିଳାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଦେଶରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲା। ଓଡ଼ିଶାର ଜନ ସାଧାରଣ ନବୀନକୁ ପାଞ୍ଚ ପାଞ୍ଚ ଥର ଆଶୀର୍ବାଦ କରିଥିଲେ। ସାଂସଦ ଅପରାଜିତା ନବୀନ ପଟ୍ଟନାୟକଙ୍କ ଉପରେ ମନ୍ତବ୍ୟ ଦେବା ପୂର୍ବରୁ ନିଜ ଆଡ଼କୁ ଟିକେ ଦେଖନ୍ତୁ। ସାଂସଦ ଭାବେ ତାଙ୍କ ଉପଲବ୍ଧି କଣ ରହିଛି? କେବଳ ଏକ ଫୁଟ ଓଭରବ୍ରିଜ ବ୍ୟତୀତ ଆଉ ବିଶେଷ କିଛି ନାହିଁ। ତେଣୁ, ସାଂସଦ ଅପରାଜିତା ଆକ୍ଷେପ କରିବା ଛାଡ଼ନ୍ତୁ। ଜଣେ ନାରୀ ନେତ୍ରୀ ହିସାବରେ, ପୀଡିତା ଛାତ୍ରୀ କିପରି ନ୍ୟାୟ ପାଇବେ, ସେ ଦିଗରେ ଧ୍ୟାନ ଦିଅନ୍ତୁ ବୋଲି ଡ଼ଃ ମଲ୍ଲିକ କହିଥିଲେ।

Previous Post

ଅଟକିଗଲା ସାରା ଓଡ଼ିଶା

Next Post

ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ଅନୁକମ୍ପାମୂଳକ ସହାୟତା

Next Post
ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ଅନୁକମ୍ପାମୂଳକ ସହାୟତା

ମୃତ୍ୟୁ କିମ୍ବା ଅକ୍ଷମତା କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କୁ ମିଳିବ ଅନୁକମ୍ପାମୂଳକ ସହାୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA