Wednesday, May 20, 2026 03:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଟକିଗଲା ସାରା ଓଡ଼ିଶା

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବି: କଂଗ୍ରେସ ସମେତ ୮ଟି ଦଳର 'ଓଡ଼ିଶା ବନ୍ଦ'

by Our Correspondent
17 Jul, 2025- 09:57 PM
in Latest News, News
1 min read
0
ଅଟକିଗଲା ସାରା ଓଡ଼ିଶା

ଭୁବନେଶ୍ୱର: ଠପ୍ ହୋଇଗଲା ସାଧାରଣ ଜୀବନଯାତ୍ରା । ଅଟକିଗଲା ସାରା ଓଡ଼ିଶା । ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଏବଂ ନାରୀ ନିର୍ଯ୍ୟାତନା ପ୍ରସଙ୍ଗକୁ ନେଇ କଂଗ୍ରେସ ସମେତ ୮ଟି ଦଳ ଓ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବା ଓଡ଼ିଶା ବନ୍ଦ ଆଜି ବେଶ୍ ପ୍ରଭାବୀ ହୋଇଛି । ମୟୁରଭଞ୍ଜରୁ ମାଲକାନଗିରି, ବାଲେଶ୍ୱରରୁ ଭୁବନେଶ୍ୱର ସବୁଠି ଆନ୍ଦୋଳନ ଥିଲା ଶାନ୍ତିପୂର୍ଣ୍ଣ । ଯାନବାହାନ ଚଳାଚଳ ବନ୍ଦ ତଥା ଆନ୍ଦୋଳନକାରୀଙ୍କ ରାସ୍ତା ଅବରୋଧ ଯୋଗୁଁ ଅନେକ ଜାଗାରେ ସାଧାରଣ ଜନତା ହଇରାଣ ହରକତ ହୋଇଥିଲେ ମଧ୍ୟ ସେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିଲା । ଖୋଦ୍ ରାଜଧାନୀରେ ଗଣତାନ୍ତ୍ରିକ ଉପାୟରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ହୋଇଥିଲା ବୋଲି ପୁଲିସ କମିସନର କହିଛନ୍ତି ।

ଓଡ଼ିଶା ବନ୍ଦ ପାଳନ ପାଇଁ ଆଜି ସକାଳୁ ସକାଳୁ ରାଜରାସ୍ତାକୁ ଓହ୍ଲାଇ ଆସିଥିଲା କଂଗ୍ରେସ । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ଏବଂ କର୍ମୀମାନେ ଭାଗ ଭାଗ ହୋଇ ପ୍ରମୁଖ ଛକମାନଙ୍କରେ ପିକେଟିଂ ଆରମ୍ଭ କରିଥିଲେ । ଆନ୍ଦୋଳନରେ ସାମିଲ ହୋଇଥିଲେ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ ଲଲୁ ଏବଂ ଜାତୀୟ କଂଗ୍ରେସ ମହିଳା ସଭାନେତ୍ରୀ ଅଳକା ଲାମ୍ବା । ବନ୍ଦ ଡାକରା ଦେଇଥିବା ଅନ୍ୟ ୭ଟି ଦଳର ନେତା ଓ କର୍ମୀମାନେ ପୃଥକ୍ ଭାବେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ଆନ୍ଦୋଳନକାରୀମାନେ ରେଳଷ୍ଟେସନ୍ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସୁରକ୍ଷାକର୍ମୀ ପ୍ରତିରୋଧ କରିବାରୁ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ରାଜଧାନୀର ଏଜି ଛକ, ପିଏମଜି ଛକ, ରାଜମହଲ ଛକ, ମାଷ୍ଟରକ୍ୟାଣ୍ଟିନ୍ ଛକ, ବାଣୀବିହାର ଛକ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ, ପଟିଆ ଛକ, କଳ୍ପନା ଛକ, ଖଣ୍ଡଗିରି ଛକ ଆଦି ଜାଗାରେ ଆନ୍ଦୋଳନକାରୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ରାସ୍ତାରେ ଯାଉଥିବା ଯାନବାହାନକୁ କର୍ମୀମାନେ ଅଟକାଉଥିଲେ ଏବଂ ଆନ୍ଦୋଳନକୁ ସମର୍ଥନ କରିବାକୁ ବୁଝାଉଥିଲେ । ଯୁବ ଓ ଛାତ୍ର କଂଗ୍ରେସର ନେତାମାନେ ଚକୋଲେଟ୍ ଏବଂ ଗୋଲାପ ଫୁଲ ଦେଇ ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ହାତଯୋଡି ନିବେଦନ କରୁଥିବା ଦେଖିବାକୁ ମିଳିଥିଲା ।

ଏହି ସବୁ ଭିତରେ ପିସିସି ସଭାପତିଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ୍ ରାଲି ସହର ପରିକ୍ରମା କରିଥିଲା । ସେମାନେ ନାରାବାଜି କରି ଲୋକସେବା ଭବନ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଉଦ୍ୟମ କରୁଥିଲା ବେଳେ ପୁଲିସ ବାଧା ଦେଇଥିଲା । ପିସିସି ସଭାପତି ଶ୍ରୀ ଦାସ, ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁଙ୍କ ସହ ଅନେକ ନେତାଙ୍କୁ ସେଠାରୁ ଗିରଫ କରିଥିଲା ।

ଓଡ଼ିଶା ବନ୍ଦକୁ ଆଖିରେ ରଖି ରାଜଧାନୀର ଅଧିକାଂଶ ଘରୋଇ ସ୍କୁଲ ଆଜି ବନ୍ଦ ଥିଲା ବେଳେ ଅନ୍ୟ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ ଥିଲା । ରାଜଧାନୀର ପ୍ରମୁଖ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଥିଲା । ପେଟ୍ରୋଲ୍ ପମ୍ପ ଗୁଡ଼ିକ ମଧ୍ୟ ବନ୍ଦ ଥିଲା ।

ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା । କଟକ, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା, ଜୟପୁର ଆଦି ପ୍ରମୁଖ ସହରଗୁଡ଼ିକରେ ଓଡ଼ିଶା ବନ୍ଦର ପ୍ରଭାବ ବେଶ୍ ଅନୁଭୂତ ହୋଇଥିଲା । ଗାଡ଼ିମଟରଠାରୁ ଆରମ୍ଭ କରି ବ୍ୟାଙ୍କ, ସ୍କୁଲ, କଲେଜ ଓ ଦୋକାନବଜାର ବନ୍ଦ ଥିଲା । ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ଥିଲା । ଟ୍ରେନ୍ ମଧ୍ୟ ଅଟକି ରହିଥିଲା । କଂଗ୍ରେସ ଓ ବାମପନ୍ଥୀ ଦଳର ନେତା ଓ କର୍ମୀମାନେ ଆନ୍ଦୋଳନକୁ ସଫଳ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଲାଗିପଡ଼ିଥିଲେ । ଏହି ଆନେ୍ଦାଳନରୁ ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ ଏବଂ ରୋଗୀଙ୍କ ଚିକିତ୍ସା ସେବାକୁ ବାଦ୍ ଦିଆଯାଇଥିଲେ ମଧ୍ୟ କିଛି ଜାଗାରେ ଆନ୍ଦୋଳନକାରୀଙ୍କ ବାଧା ଯୋଗୁଁ ଡାକ୍ତରଖାନା ଯାଉଥିବା ରୋଗୀମାନଙ୍କୁ ହଇରାଣ ହେବାକୁ ପଡ଼ିଥିଲା । ଗାଡ଼ିମଟର ବନ୍ଦ ଯୋଗୁଁ ଗମାନଗମନରେ ଅସୁବିଧା ସୃଷ୍ଟି ହୋଇଥିଲା ।

ଏ ସବୁ ସତ୍ତ୍ୱେ ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା ଦଳମତ ନିର୍ବିଶେଷରେ ସମଗ୍ର ଓଡ଼ିଶାବାସୀଙ୍କ ହୃଦୟକୁ ଯେ ଚହଲାଇ ଦେଇଛି, ତାହା ଆଜି ପ୍ରମାଣିତ ହୋଇଛି ।

ଓଡ଼ିଶା ବନ୍ଦକୁ ସମ୍ପୂର୍ଣ୍ଣ ରୂପେ ସଫଳ କରିଥିବାରୁ କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି । ମିଳିତ ବିରୋଧୀ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ମୋହନ ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇଛନ୍ତି ବୋଲି କୁହାଯାଇଛି । ବିଚାର ବିଭାଗୀୟ ତଦନ୍ତ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି କୁହାଯାଇଛି ।

Previous Post

ବିଜେଡିକୁ ବଳ ଦେଖାଇଲା ପୁଲିସ

Next Post

ଅପରାଜିତାଙ୍କ ଉପରେ ବର୍ଷିଲା ବିଜେଡି

Next Post
ଅପରାଜିତାଙ୍କ ଉପରେ ବର୍ଷିଲା ବିଜେଡି

ଅପରାଜିତାଙ୍କ ଉପରେ ବର୍ଷିଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA