Friday, April 24, 2026 02:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡିକୁ ବଳ ଦେଖାଇଲା ପୁଲିସ

ବବି, ଡାନି, ସୁଲତା ଆହତ

by Our Correspondent
16 Jul, 2025- 09:34 PM
in Latest News, News
1 min read
0
ବିଜେଡିକୁ ବଳ ଦେଖାଇଲା ପୁଲିସ

ଭୁବନେଶ୍ୱର: ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ବିଜେଡି ଆଜି ରାଜଧାନୀରେ ରଣହୁଙ୍କାର ଦେଇଥିଲା । ଲୋକସେବା ଭବନ ଘେରାଉ ପାଇଁ ହଜାର ହଜାର କର୍ମୀଙ୍କୁ ଧରି ନେତାମାନେ ମାଡ଼ି ଆସୁଥିବା ବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲା । ଆନ୍ଦୋଳନକାରୀଙ୍କୁ ଘଉଡ଼ାଇ ପାଇଁ ପୁଲିସ ପାଣି ମାଡ଼ ଏବଂ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ଆନ୍ଦୋଳନକାରୀଙ୍କ ଉପରକୁ ପୁଲିସ ରବର ବୁଲେଟ୍ ମଧ୍ୟ ମାଡ଼ କରିଥିଲା ବୋଲି ଅଭିଯୋଗ ହୋଇଛି । ଏଥିରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ(ବବି), ପ୍ରୀତିରଞ୍ଜନ ଘଡ଼ାଇ(ଡାନି) ଏବଂ ରାଜ୍ୟସଭା ସାଂସଦ ସୁଲତା ଦେଓ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ବିଜେଡି କର୍ମୀଙ୍କ ଜବାବୀ ଆକ୍ରମଣରେ ୫ ପୁଲିସ ଆହତ ହୋଇଛନ୍ତି ।

ଆଜି ଲୋକସଭା ଭବନ ଘେରାଉ ପାଇଁ ଗତକାଲିଠାରୁ ବିଜେଡି ଡାକରା ଦେଇଥିଲା । ଏଥିପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଲୋକସେବା ଭବନ ଚାରିପଟେ ପୁଲିସ ଛାଉଣି ହୋଇ ରହିଥିଲେ । ସକାଳ ପ୍ରାୟ ୯ଟା ବେଳକୁ ବିଭିନ୍ନ ସ୍ଥାନରୁ ହଜାର ହଜାର ବିଜେଡି କର୍ମୀ ମାଷ୍ଟରକ୍ୟାଣ୍ଟିନ୍ ରେ ପହଞ୍ଚି ଯାଇଥିଲେ । ସେଠାରୁ ଶୋଭାଯାତ୍ରାରେ ଯାଇଥିଲେ ଲୋୟର ପିଏମଜି । ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଦଳର ବରିଷ୍ଠ ନେତାମାନେ ରାଜ୍ୟ ସରକାରଙ୍କ ଅପାରଗତା ଉପରେ ବର୍ଷିଥିଲେ । ଏଫଏମ୍ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ ।

ଏହାପରେ ବିଜେଡି ଆନ୍ଦୋଳନକାରୀମାନେ ଲୋକସଭା ଭବନ ଆଡକୁ ଅଗ୍ରସର ହୋଇଥିଲେ । ପ୍ରଥମ କର୍ଡନରେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଠେଲାପେଲା, ଧସ୍ତାଧସ୍ତି ଆରମ୍ଭ ହୋଇଥିଲା । ପୁଲିସ ସେମାନଙ୍କ ଉପରକୁ ପାଣି ମାଡ଼ କରିଥିଲା । ମାତ୍ର ସେଥିରେ ଆନ୍ଦୋଳନକାରୀମାନେ ଦବି ନ ଥିଲେ । ପ୍ରଥମ କର୍ଡନ ଭାଙ୍ଗି ଦ୍ୱିତୀୟ କର୍ଡନ ଆଡ଼କୁ ମାଡ଼ି ଚାଲିଲେ । ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ପୁଲିସର ଏଭଳି ଆକ୍ରମଣ ଏବଂ ବିଜେଡି କର୍ମୀଙ୍କ ଜବାବୀ ଆକ୍ରମଣରେ ଲୋୟର ପିଏମଜି ରଣକ୍ଷେତ୍ର ପାଲଟିଗଲା । ସେଥିରେ ବବି ଦାସ, ଡାନି ଘଡ଼ାଇ ଏବଂ ସୁଲତା ଦେଓ ଆହତ ହୋଇଥିବା ବେଳେ ଅପରପକ୍ଷରୁ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ଏଥିସହ ବିଜେଡିର ଶତାଧିକ ନେତା ଓ କର୍ମୀଙ୍କୁ ପୁଲିସ ସେଠାରୁ ଗିରଫ କରିନେଇଥିଲା ।

ବିଜେଡି ନେତା ଓ କର୍ମୀଙ୍କ ଉପରକୁ ପୁଲିସ ରବର ବୁଲେଟ ମାଡ କରିଥିଲା ବୋଲି ଖୋଦ୍ ଦଳର ମୁଖିଆ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ମାତ୍ର ପୁଲିସ କମିସନର ଏହାକୁ ଅସ୍ୱୀକାର କରିଛନ୍ତି । ରବର ବୁଲେଟ୍ ମାଡ଼ ଆଦୌ ହୋଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ତେବେ ପୁଲିସ ଆକ୍ରମଣରେ ଆହତ ବବି ଦାସଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାନି ଏବଂ ସୁଲତା କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନେ ଗୁରୁତର ଆହତ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି । ସେମାନଙ୍କ ସହ ଛବି ମାହାଲି, ନୀଳ ମାଧବ ମହାନ୍ତି ଓ ସଙ୍କେତ ରାୟଙ୍କ ସମେତ ଆହୁରି ଅନେକ ବିଜେଡି କର୍ମୀ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ବୋଲି କୁହାଯାଇଛି ।

ବିଜେଡି ନେତା ଓ କର୍ମୀଙ୍କ ଉପରେ ପୁଲିସର ଏଭଳି ଆକ୍ରମଣକୁ ଦୃଢ଼ ନିନ୍ଦା ଓ ସମାଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ଶଙ୍ଖଳିତ ଏବଂ ଶାନ୍ତିପୂର୍ଣ୍ଣ ଢ଼ଙ୍ଗରେ ପ୍ରତିବାଦ କରୁଥିବା ବିଜେଡି କର୍ମୀଙ୍କ ଉପରେ ବିନା ଉତ୍ତେଜନାରେ ସରକାର କାହିଁକି ଦମନଲୀଳା ରଚିଲେ, ତାର ସ୍ପଷ୍ଟୀକରଣ ରଖିବା ଦରକାର ବୋଲି ସେ କହିଛନ୍ତି । ସୌମ୍ୟାଶ୍ରୀକୁ ଓ ରାଜ୍ୟରେ ମହିଳା ନିର୍ଯ୍ୟାତନା ନିୟନ୍ତ୍ରଣରେ ନ ଆସିବା ଯାଏଁ ବିଜେଡି ଆନ୍ଦୋଳନ ଜାରି ରଖିବ ବୋଲି ସେ କହିଛନ୍ତି ।

ଶଙ୍ଖଭବନରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପ୍ରତାପ ଜେନା, ସୁଦାମ ମାର୍ଣ୍ଡି ଏବଂ ଶର୍ମିଷ୍ଠା ସେଠୀ ଆଜିର ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ଉପରେ ପୁଲିସର ଆକ୍ରମଣକୁ ବର୍ବରୋଚିତ କହି ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ରାଜ୍ୟବାସୀଙ୍କ ଆକ୍ରୋଶ ଦେଖି ଭୟଭୀତ ହୋଇପଡ଼ିଛନ୍ତି । ସେଥିପାଇଁ ପ୍ରତିହିଂସା ପରାୟଣ ହୋଇ ପୁଲିସ ମାଧ୍ୟମରେ ଆନ୍ଦୋଳନକାରୀଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରୁଛନ୍ତି । ପୁଲିସ ପାଣି ମାଡ଼, ଟିଅର୍ ଗ୍ୟାସ ମାଡ଼ ଏବଂ ରବର ବୁଲେଟ୍ ମାଡ଼ କରିଥିଲା ବୋଲି ସେମାନେ କହିଥିଲେ । ପୁଲିସର ଦମନଲୀଳାରେ ଶତାଧିକ ବିଜେଡି ନେତା ଓ କର୍ମୀ ଆହତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ବିଜେଡିର ଆଜିର ଆନ୍ଦୋଳନକୁ ରାଜନୈତିକ ରୁଟି ସେକା କହି କଟାକ୍ଷ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସୌମ୍ୟାଶ୍ରୀ ଘଟଣାକୁ ନେଇ ବିରୋଧୀ ଦଳ ରାଜନୀତି ନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Previous Post

୧୭ ରେ ଓଡ଼ିଶା ବନ୍ଦ ଡାକରା

Next Post

ଅଟକିଗଲା ସାରା ଓଡ଼ିଶା

Next Post
ଅଟକିଗଲା ସାରା ଓଡ଼ିଶା

ଅଟକିଗଲା ସାରା ଓଡ଼ିଶା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA