Friday, June 5, 2026 10:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଏ ସତ: ପୀଡ଼ିତା ନା ପୁଲିସ?

ବଳଙ୍ଗା ପୀଡ଼ିତାଙ୍କ ବୟାନ ଭିଡିଓ ଭାଇରାଲ୍

by Our Correspondent
17 Aug, 2025- 08:50 PM
in Latest News, News
1 min read
0
କିଏ ସତ: ପୀଡ଼ିତା ନା ପୁଲିସ?
Spread the love

ଭୁବନେଶ୍ୱର: ଏମ୍ସରେ ଜୀବନମରଣ ସହ ସଂଘର୍ଷ କରୁଥିବା ବେଳେ ବଳଙ୍ଗା ପୀଡ଼ିତା ଦେଇଥିବା ବୟାନ ଆଜି ଲୋକଲୋଚନକୁ ଆସିଛି । ତାଙ୍କ ମୃତ୍ୟୁର ୧୫ ଦିନ ପରେ ଏହି ବୟାନର ଭିଡିଓ ଭାଇରାଲ୍ ହୋଇଛି । ମୁହଁରେ ରୁମାଲ୍ ଭିଡ଼ିଥିବା ତିନିଜଣ ଦୁର୍ବୃତ୍ତ ମଟର ସାଇକେଲରେ ଆସି ତାଙ୍କ ଉପରେ କିରୋସିନୀ ଢ଼ାଳି ଜାଳି ଦେଇଥିବା ସେ କହୁଛନ୍ତି । ଘଟଣାକୁ ଆତ୍ମାହୁତିର ରୂପ ଦେଇ ତଦନ୍ତ ବନ୍ଦ ହେବା ବେଳକୁ ଏହି ଭିଡିଓ ପୁଲିସକୁ ଅଡୁଆରେ ପକାଇ ଦେଇଛି । ଦୋଷୀଙ୍କୁ ଘଣ୍ଟ ଘୋଡାଇବାକୁ ସରକାରଙ୍କ ଉଦ୍ୟମ ପଦାକୁ ଆସିଥିବା ବିରୋଧୀ ଦଳ ଦାବି କରିଛନ୍ତି ।

୧୪ ଦିନର ସଂଘର୍ଷ ପରେ ଅଗଷ୍ଟ ୨ ରେ ବଳଙ୍ଗା ପୀଡ଼ିତା ଦିଲ୍ଲୀ ଏମ୍ସରେ ଆଖି ବୁଜିଥିଲେ । ତାଙ୍କ ମୃତ୍ୟୁ ଖବର ଆସିବା କ୍ଷଣି ଓଡ଼ିଶା ପୁଲିସ ପକ୍ଷରୁ ଏକ ଟୁଇଟ୍ ଆସିଥିଲା । ସେଥିରେ କୁହାଯାଇଥିଲା ଯେ
ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ । ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି । ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଏହି ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି । ଏଣୁ ସମସ୍ତଙ୍କୁ ଅନୁରୋଧ ଯେ ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ ।

ପୁଲିସର ଏହି ଟୁଇଟ୍ ରୁ ଏତିକି ସ୍ପଷ୍ଟ ଥିଲା ଯେ ପୀଡ଼ିତାଙ୍କୁ କେହି ମାରିନାହାନ୍ତି । ସେ ନିଜେ ଜଳି ମରିଛନ୍ତି ।

ଖାଲି ସେତିକି ନୁହେଁ, ପୀଡ଼ିତାଙ୍କ ବାପାଙ୍କର ସ୍ୱର ମଧ୍ୟ ବଦଳି ଯାଇଥିଲା । ତାଙ୍କ ଝିଅକୁ ନ୍ୟାୟ ଦେବା ପାଇଁ ବିରୋଧୀ ଦଳ ତମ୍ବି ତୋଫାନ କରୁଥିବା ବେଳେ ବାପା କିନ୍ତୁ ତାଙ୍କ ଝିଅର ମୃତ୍ୟୁକୁ ନେଇ ରାଜନୀତି ନ କରିବାକୁ ଏକ ଭିଡିଓ ବାର୍ତ୍ତା ଦେଇଥିଲେ । ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ପ୍ରଶଂସାରେ ସେ ଗଦ ଗଦ ହୋଇଯାଇଥିଲେ ।

ଜୁଲାଇ ୧୯ ରେ ଏହି ବୀଭତ୍ସ କାଣ୍ଡ ଘଟିଥିଲା । ତାଙ୍କ ଝିଅକୁ ଅଜଣା ଦୁର୍ବୃତ୍ତ ମାନେ କିରୋସିନୀ ନିଆଁରେ ଜାଳି ଦେଇଛନ୍ତି ବୋଲି ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସ ଏବଂ ପରଦିନ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା । ତିନି ଥର ତାଙ୍କର ବୟାନ ବା ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଯାଇଥିଲା ।

ଏବେ ଯେଉଁ ବୟାନ ଭିଡିଓ ଭାଇରାଲ୍ ହୋଇଛି ତାହା ଭୁବନେଶ୍ୱର ନା ଦିଲ୍ଲୀ ଏମ୍ସର ସ୍ପଷ୍ଟ ହୋଇନାହିଁ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ବୟାନ ରେକର୍ଡ ହୋଇଥିଲା ବେଳେ ବାହାରକୁ କେମିତି ଆସିଲା ତାହା ପୁଲିସ କର୍ତ୍ତୃପକ୍ଷଙ୍କ ମୁଣ୍ଡବ୍ୟଥା ବଢ଼ାଇଛି । ଭିଡିଓର ସତ୍ୟାସତ୍ୟ ପରୀକ୍ଷା ହେବ ବୋଲି ପୁରୀ ଏସପି ପିନାକ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ।

ଏହି ଘଟଣାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ଆଜି ପୁଣି ଥରେ ସରକାରଙ୍କୁ ଘେରିଛନ୍ତି ।

ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଥିଲେ ଡ. ଲେନିନ୍ ମହାନ୍ତି, ଇପସିତା ସାହୁ ଏବଂ ସୁବ୍ରତ ଛାଟୋଇ । ସେମାନେ କହିଥିଲେ ଯେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ସ୍ଥାନୀୟ ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇଙ୍ଗିତରେ ଅପରାଧୀଙ୍କୁ ଖସାଇ ଦେବାକୁ ଉଦ୍ୟମ କରାଯାଉଛି । ସମଗ୍ର ଘଟଣାରେ ପୁଲିସର ଭୂମିକା ସନ୍ଦେହଘେରରେ ରହିଥିବା ବେଳେ ଆଜିର ଭିଡିଓ ଅନେକ ପ୍ରଶ୍ନ ଛିଡ଼ା କରିଛି ବୋଲି ସେମାନେ କହିବା ସହ ଉପମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଏବଂ ଘଟଣାର ନ୍ୟାୟିକ ତଦନ୍ତ କରି ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ପିସିସି ସଭାପତି ଭକ୍ତ ଚରଣ ଦାସ ମଧ୍ୟ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଇବା ଉଦ୍ୟମକୁ ନିନ୍ଦା କରିଛନ୍ତି । ନିରପେକ୍ଷ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।
ତେବେ ଶାସକ ଦଳ ପକ୍ଷରୁ ସେହି ଚିରାଚରିତ ପ୍ରତିକ୍ରିୟା ରଖାଯାଇଛି । ଘଟଣାକୁ ନେଇ ବିରୋଧୀ ଦଳ ରାଜନୀତି କରୁଛନ୍ତି ବୋଲି ବିଜେପି ମୁଖପାତ୍ର କଟାକ୍ଷ କରିଛନ୍ତି ।

 

Previous Post

ନବୀନ ପଟ୍ଟନାୟକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

Next Post

ସି.ପି ରାଧାକ୍ରିଷ୍ଣନ୍ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

Next Post
ସି.ପି ରାଧାକ୍ରିଷ୍ଣନ୍ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

ସି.ପି ରାଧାକ୍ରିଷ୍ଣନ୍ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA