Friday, June 5, 2026 05:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଲ୍ଲୀରେ ପ୍ରେସ କନ୍‌ଫରେନ୍‌ସରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ

by Our Correspondent
04 Sep, 2025- 06:41 PM
in Latest News, News
1 min read
0
ଦିଲ୍ଲୀରେ ପ୍ରେସ କନ୍‌ଫରେନ୍‌ସରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ
Spread the love

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ “2047 ସୁଦ୍ଧା ବିକଶିତ ଭାରତ” ପରିକଳ୍ପନ ଳ୍ପନାକୁ ସାକାର କରିବା ଲାଗି ଦେଶର ଆର୍ଥିକ ପ୍ରଗତିକୁ ତ୍ବରାନ୍ବିତ କରିବାର ଆବଶ୍ୟକ‌ତା ରହିଛି ।

ଏହି ଲକ୍ଷ୍ୟ ହାସଲ ଲାଗି ଆମ ଦେଶରେ ପ୍ରଚଳିତ କର ପ୍ରଶାସନରେ ବ୍ୟାପକ ସଂସ୍କାର ଆବଶ୍ୟକ । ସାଧାରଣ ଜନତାଙ୍କ ଉପରୁ ଟିକସ ବୋଝ ହ୍ରାସ କରିବା ଲାଗି ଆଜିର ବୈଠକରେ ବ୍ୟାପକ ଆଲୋଚନା ପରେ ଅନେକ ଦ୍ରବ୍ୟ ଓ ସେବା ଉପରୁ ଜିଏସଟି ହାର କମାଇବା ଓ କେତେକ ଦ୍ରବ୍ୟ ଓ ସେବାକୁ କର ମୁକ୍ତ କରିବା ପରି ଯୁଗାନ୍ତକାରୀ ନିଷ୍ପତ୍ତି ନିଆଯାଇଛି ।

ଜିଏସ୍ ଟି ର ଏହି ଐତିହାସିକ ସଂସ୍କାର, ଏକ ମୁକ୍ତ ଏବଂ ସ୍ବଚ୍ଛ ଅର୍ଥନୀତି ସୃଷ୍ଟି କରିବ, ଅନୁପାଳନ ବୋଝ ହ୍ରାସ କରିବ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଉପକୃତ କରିବ ଏବଂ ଦେଶରେ ବାଣିଜ୍ୟ ବ୍ୟବସାୟକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ସ୍ବାସ୍ଥ୍ୟ ଓ ଜୀବନ ବୀମା ଜନିତ ସେବା ଉପରୁ କର ଆଦାୟ ନକରିବାର ନିଷ୍ପତ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ଏହା ମଧ୍ୟବିତ୍ତ ଓ ନିମ୍ନ ଆୟକାରୀ ପରିବାରମାନଙ୍କୁ ବୀମାଭୁକ୍ତ ହେବା ନିମନ୍ତେ ଉତ୍ସାହିତ କରିବ ।

କେନ୍ଦୁପତ୍ର ଉପରୁ ଜିଏସଟି ହ୍ରାସ 18 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ କରିବା ଆମ ରାଜ୍ୟ ତଥା ଦେଶର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ଏକ ଆନନ୍ଦର ବିଷୟ ।

ଏହା ଦ୍ବାରା କେନ୍ଦୁପତ୍ରର ବିକ୍ରି ବଢିବ ଓ କେନ୍ଦୁପତ୍ର ତୋଳାଳିଙ୍କ ଉପାର୍ଜନ ବଢିବା ସହ ସେମାନେ ଉଚିତ ମୂଲ୍ୟ ପାଇବେ । ଏହା ଦ୍ବାରା ରାଜ୍ୟର ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା କେନ୍ଦୁପତ୍ର ତୋଳାଳିମାନେ, କେନ୍ଦୁପତ୍ର କିଣୁଥିବା ସରକାରୀ ସଂସ୍ଥାମାନଙ୍କ ପାଖରୁ ସଠିକ ସମୟରେ ସଠିକ ମୂଲ୍ୟ ପାଇ ପାରିବେ ।

ଓଡିଶା ଏକ କୃଷିପ୍ରଧାନ ରାଜ୍ୟ ଅଟେ । ବିଭିନ୍ନ କୃଷି ପ୍ରକରଣ ଯଥା ଔଷଧ ସିଞ୍ଚନକାରୀ ଯନ୍ତ୍ର, Roller, ଯନ୍ତ୍ରପାତି , ଟ୍ରାକ୍ଟର ଓ ଏହାର ଅମଳ କାମରେ ଲାଗୁଥିବା ଯନ୍ତ୍ର, tyre ତଥା ସାର ପାଇଁ ବ୍ୟବହୃତ କଞ୍ଚାମାଲ ଉପରୁ ଜିଏସଟି ହ୍ରାସ ନିମନ୍ତେ ପଦକ୍ଷେପ, କୃଷକମାନଙ୍କ ଆର୍ଥିକ ବୋଝକୁ କମାଇବା ସହ କୃଷି ଉତ୍ପାଦନ ଲାଗି ହେଉଥ‌ିବା ଖର୍ଚ୍ଚ କମାଇବ । ଏହା ଗ୍ରାମୀଣ ଲୋକଙ୍କ ଆୟ ବଢାଇବ ଓ ଜାତୀୟ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବ ।

ପାନ ମସଲା, ବିଡି, ଓ ତମାଖୁଜାତ ଦ୍ରବ୍ୟ କୁ ଛାଡି ଅନ୍ୟ ସବୁ ଦ୍ରବ୍ୟ ଉପରୁ Compensation Cess କୁ ୨୨ ସେପ୍ଟେମ୍ବର, ୨୦୨୫ ତାରିଖରୁ ଉଠାଇ ଦିଆଯାଉଛି । ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ।

ଅନେକ ଜୀବନ ରକ୍ଷାକାରୀ ଔଷଧ ଉପରେ କର ହ୍ରାସ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାର ମାନଙ୍କ ଉପଯୁକ୍ତ ଚିକିତ୍ସାରେ ସହାୟକ ହେବ ।

ଏହାବ୍ୟତୀତ ଦ୍ରବ୍ୟ ଓ ସେବାକର ହାରରେ ପରିବର୍ତ୍ତନ କରାଯାଇ 12 ଓ 28 ପ୍ରତିଶତ କର ହାରକୁ ଉଚ୍ଛେଦ କରା ଯାଇ ଅଧିକାଂଶ ଦ୍ରବ୍ୟ ଓ ସେବା ଉପରେ 5 ଓ 18 ପ୍ରତିଶତ ହାରରେ କର ଆଦାୟ କରିବାର ନିଷ୍ପତ୍ତି ସ୍ବାଗତ ଯୋଗ୍ୟ ।

ଔଷଧ, ଦୁଗ୍ଧ-ଜାତ ଦ୍ରବ୍ୟ, ପ୍ରକ୍ରିୟାକୃତ ଖାଦ୍ୟ ସହିତ ସାଧାରଣ ଲୋକ ବ୍ୟବହାର କରୁଥିବା ଅନ୍ୟ ପ୍ରାୟ 150 ରୁ ଅଧିକ ସାମଗ୍ରୀ ଯଥା ୨୫୦୦ ଟଙ୍କାରୁ କମ ମୂଲ୍ୟ ର ବସ୍ତ୍ର ସାମଗ୍ରୀ ଓ ଜୋତା, ସଂରକ୍ଷିତ କରାଯାଇଥିବା ମାଛ/ ମାଂସ/ ଚିଙ୍ଗୁଡି/ କଙ୍କଡା/ ଛତୁ/ଜାମ/ ଜେଲୀ/ ଫଳରସ, ପ୍ୟାକ ହୋଇଥିବା Namkeen /Bhujia /Mixture / ସୋୟା ବଡି /ବିରି ଓ ମୁଗ ବଡି, ମଧୁମେହ ରୋଗୀଙ୍କ ଖାଦ୍ୟ, ଗାଲିଚା, ଥର୍ମୋମିଟର, Geometry Box, Toothpaste, TV, ଛତା, ବାସନ କୁସନ, ସିଲାଇ ମେସିନ, Bicycle, ପାନିଆ, ମୁଣ୍ଡ କଣ୍ଟା, ସାମ୍ପୂ, କେଶ ତୈଳ, Shaving କ୍ରୀମ ଉପରୁ କର ହ୍ରାସ ହୋଇଛି; ଯାହା ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ପରିବାରର ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବ ଏବଂ ସେମାଙ୍କର ଜୀବନ ଧାରଣର ମାନରେ ଉନ୍ନତି ଘଟିବ । ପ୍ୟାକ ହୋଇଥ‌ିବା ଛେନା ବା ପନିର, Pencil, Eraser, Map, Atlas କୁ କର ମୁକ୍ତ କରାଯିବ ।

ବ୍ୟାପକ କର ହାର ସଂଶୋଧନର ଏକ ଅଂଶ ଭାବରେ ୧୫୦ରୁ ଅଧିକ ସାମଗ୍ରୀ ଉପରେ ଜିଏସଟି ହାର ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରସ୍ତାବିତ ଦୁଇ ସ୍ଲାବ୍ ଟିକସ ଢାଞ୍ଚା ଉପରେ ଜିଏସଟି ପରିଷଦ ବିଚାର ବିମର୍ଶ କରି ନିଷ୍ପତ୍ତି ନେଇଛି।

ଲୋକପ୍ରିୟ ତଥା ପ୍ୟାକ ହୋଇଥିବା ଜଳଖିଆ ସାମଗ୍ରୀ ଏବଂ ମିଠ ମିଠା ସାମ୍ୟ ମଗ୍ରୀ ଉପରେ ଜିଏସଟି 18 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ କରିବାକୁ କେନ୍ଦ୍ର ଦେଇ ଥିବା ପ୍ରସ୍ତାବ ଅନୁମୋଦିତ ହୋଇଛି ।

ସିମେଣ୍ଟ ଉପରେ ଜିଏସଟି ହାର 28%ରୁ 18%କୁ ହ୍ରାସ; ନିର୍ମାଣ ଶିଳ୍ପ, ଳ୍ପ, ଓ ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ମାଇଲଖୁଣ୍ଟ ହେବ ।

start-up ବ୍ୟବସାୟ ମାନଙ୍କ ନିମନ୍ତେ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜ କରିବା ପାଇଁ ନିଷ୍ପତି ନିଆଯାଇଛି। ବିଭିନ୍ନ ତଥ୍ୟକୁ ବିଶ୍ଳେଷଣ କରି ଆବେଦନକାରୀଙ୍କୁ ଆବେଦନର ତିନି ଦିନ ମଧ୍ୟରେ ସ୍ଵତଃ ପଞ୍ଜୀକରଣ ପ୍ରଦାନ କରାଯିବ । ଯେଉଁ ଆବେଦନକାରୀ ମାନଙ୍କର ଆକଳନ ଅନୁସାରେ ସେମାନଙ୍କର ମାସିକ କାରବାରରେ ସମୂହଟିକସର ପରିମାଣ ଅନ୍ୟ ବ୍ୟବସାୟୀ ସଂସ୍ଥା ମାନଙ୍କୁ 2.5 ଲକ୍ଷ ଟଙ୍କାରୁ ଅଧିକ ନଥିବ, ସେମାନଙ୍କୁ ଏକ ବିକଳ୍ପ ସରଳ ପଞ୍ଜିକରଣ ବ୍ୟବସ୍ଥାରେ ସାମିଲ କରାଯିବ ଓ ତିନି ଦିନ ମଧ୍ୟରେ ସ୍ବତଃ ପଞ୍ଜିକରଣ ପ୍ରଦାନ କରାଯିବ ।

ଛୋଟ କାର, ଦୁଇ ଚକିଆ ଏବଂ ତିନି ଚକିଆ ଗାଡି ଉପରେ ଟିକସ 28 ପ୍ରତିଶତରୁ 18 ପ୍ରତିଶତକୁ ହ୍ରାସ କରାଯିବା ଯୋଗୁଁ ନିମ୍ନ ମଧ୍ୟବିତ୍ତ ବର୍ଗ ଲୋକ ଏଥିରୁ ଅଧିକ ଉପକୃତ ହେବେ ।

ଏହି ଟିକସ ହ୍ରାସ ୨୨ ସେପ୍ଟେମ୍ବର, ୨୦୨୫; ନବରାତ୍ରି ର ପ୍ରଥମ ଦିନରୁ ଲାଗୁ କରାଯିବ ।

ଏକ ବିକଶିତ ଭାରତ ଗଠନ ଲାଗି ଉଦ୍ଦିଷ୍ଟ ଏହି ସଂସ୍କାର ପ୍ରକ୍ରିୟାକୁ ଓଡିଶାବାସୀ ପୂର୍ଣ ସମର୍ଥନ ଜଣାଉଛନ୍ତି । ମୁଁ ଓଡିଶାର ଜନସାଧାରଣଙ୍କ ତରଫରୁ ଏଥିଲାଗି ମାନନୀୟା କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଓ ଜିଏସଟି ପରିଷଦକୁ କୃତଜ୍ଞତା ପ୍ରଦାନ କରୁଛି ।

Previous Post

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି

Next Post

SOA RANKED 15TH IN COUNTRY IN 2025 NIRF RANKINGS

Next Post
SOA RANKED 15TH IN COUNTRY IN 2025 NIRF RANKINGS

SOA RANKED 15TH IN COUNTRY IN 2025 NIRF RANKINGS

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA