Monday, May 25, 2026 06:27 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ@75

ମୋଦୀଙ୍କ ସମ୍ପୂର୍ଣ୍ଣ ଜୀବନ ମା’ ଭାରତୀ’ର ସେବାରେ ଉତ୍ସର୍ଗୀକୃତ

by Our Correspondent
17 Sep, 2025- 11:51 PM
in Latest News, News
1 min read
0
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ@75

ଭୁବନେଶ୍ୱର: ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆଜି ୭୫ତମ ଜନ୍ମ ଦିବସ । ଆଧୁନିକ ଭାରତବର୍ଷର ଏହି ମହାନ ରାଷ୍ଟ୍ରନେତାଙ୍କୁ ଆମ ରାଜ୍ୟ ଓଡ଼ିଶା ସମେତ ସମଗ୍ର ଦେଶ ତଥା ବିଶ୍ୱର କୋଣ ଅନୁକୋଣରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀଙ୍କର ଜନ୍ମଦିନ ପାଳନରେ ସମସ୍ତେ ସାମିଲ ହୋଇଛନ୍ତି । ମିଡ ଡେ ଓଡ଼ିଶା ପରିବାର ପକ୍ଷରୁ ତାଙ୍କର ସୁସ୍ଥ, ନିରାମୟ ତଥା ଦୀର୍ଘ ଜୀବନ କାମନା କରୁଛୁ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଆଜି ସ୍ଥାନୀୟ ଏକାମ୍ର କଲେଜ ପରିସରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଏକ୍ ପେଡ୍ ମା କେ ନାମ୍’ ଅଭିଯାନର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋଟିଏ ଅଁଳା ଗଛ ଲଗାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସୂଚନାଯୋଗ୍ୟ ଯେ, ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ଗୋଟିଏ ଦିନରେ ସାରା ରାଜ୍ୟରେ 75 ଲକ୍ଷ ଗଛ ଲଗାଯାଇଛି। ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ଏହି ଲକ୍ଷ୍ୟ ହାସଲ କରିବାର ଲକ୍ଷ୍ୟ ରଖାଯାଇଥିଲେ ବେଳେ ଅପରାହ୍ନ 1:33 ସୁଦ୍ଧା ଏହି ଲକ୍ଷ୍ୟ ହାସଲ ହୋଇପାରିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସମ୍ପୃକ୍ତ ବିଭାଗ, କର୍ମଚାରୀ, ଛାତ୍ରଛାତ୍ରୀ, ଯୁବବର୍ଗ ଓ ସାଧାରଣ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କୁ ଦେଶର ବିକାଶ ପୁରୁଷ ତଥା ବିଶ୍ୱର ଶ୍ରେଷ୍ଠ ଲୋକପ୍ରିୟ ନେତା ଭାବେ ବର୍ଣ୍ଣନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନରେନ୍ଦ୍ର ମୋଦୀ ହେଉଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର 55 ବର୍ଷର ରାଜନୈତିକ ଜୀବନରେ ସେ ସବୁବେଳେ ଦେଶ ମାତୃକାର ସେବା ବିଷୟରେ ହିଁ ଚିନ୍ତା କରିଆସିଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ଜୀବନ ମା’ ଭାରତୀ’ର ସେବାରେ ଉତ୍ସର୍ଗୀକୃତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି, ଦିଗ୍‌ଦର୍ଶନ, ନେତୃତ୍ଵ, କାର୍ଯ୍ୟଶୈଳୀ ସବୁଠାରୁ ଭିନ୍ନ ଓ ଅନନ୍ୟ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଜୀବନ ସବୁ ସମୟରେ ‘ସେବା ଓ ସମର୍ପଣ’ ପାଇଁ ବିଶ୍ଵବିଦିତ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ସାରା ଦେଶ ବୁଲିଛନ୍ତି ଏବଂ ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟା ବୁଝିଛନ୍ତି। ନିଜ ବ୍ୟକ୍ତିଗତ ଅନୁଭବରୁ ଲୋକଙ୍କ ସମସ୍ୟା ଜାଣି ତା’ର ସମାଧାନର ରାସ୍ତା ଖୋଜିଥାନ୍ତି ପ୍ରଧାନମନ୍ତ୍ରୀ। ଉଜ୍ଜ୍ୱଳା ଯୋଜନା ଜରିଆରେ ମା’ ମାନଙ୍କ ରୋଷଇ ଘରକୁ ଧୁଆଁରୁ ମୁକ୍ତ କରିବା ହେଉ, କିମ୍ବା ଜନଧନ ଯୋଜନାରେ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ହେଉ, ଅବା ଅୟୁଷ୍ମାନ ଭାରତ ଯୋଜନାରେ କୋଟି କୋଟି ଲୋକଙ୍କ ପାଇଁ ମାଗଣା ଚିକିତ୍ସା ସୁବିଧା ହେଉ, କିମ୍ବା ମାତୃବନ୍ଦନା ଯୋଜନାରେ ମା’ ମାନଙ୍କୁ ସହାୟତା ପ୍ରଦାନ ହେଉ, କିମ୍ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଜରିଆରେ କୃଷକଙ୍କ ପାଇଁ ସହାୟତା ପ୍ରଦାନ ହେଉ, ତାଙ୍କର ପ୍ରତ୍ୟେକ ନିଷ୍ପତ୍ତିରେ ସାଧାରଣ ଲୋକଙ୍କ ସମସ୍ୟା ଦୂର କରିବାର ଲକ୍ଷ୍ୟ ପ୍ରତିଫଳିତ ହୋଇଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତାଙ୍କର ପ୍ରତ୍ୟେକ କାର୍ଯ୍ୟରେ ପ୍ରଖର ରାଷ୍ଟ୍ରବାଦ ଓ ଦେଶପ୍ରେମର ଝଲକ ମିଳେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ରାଷ୍ଟ୍ର ହିତ ମୋଦୀଜୀଙ୍କ ପାଇଁ ଏକ ସ୍ଲୋଗାନ ନୁହେଁ, ଏହା ତାଙ୍କ ଜୀବନ ପଦ୍ଧତି।

ଏକ୍ ପେଡ୍ ମା କେ ନାମ୍ ଅଭିଯାନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ 75 ଲକ୍ଷ ଗଛ ଲଗାଯାଉଛି। ପ୍ରଧାନମନ୍ତ୍ରୀଙ୍କ ଜୀବନ ତାଙ୍କ ମା’ଙ୍କ ଆଶୀର୍ବାଦରେ ଦେଶସେବା ପାଇଁ ପ୍ରେରିତ ହୋଇଛି। ତେଣୁ, ମା’ର ସମ୍ମାନରେ ଧରିତ୍ରୀ ମାତାର ସୁରକ୍ଷା ପାଇଁ ମୋଦୀଜୀ ଏହି ଅଭିଯାନ ଆରମ୍ଭ କରିଛନ୍ତି। ତେଣୁ, ଆଜି ଦିନଟି ଉଭୟ ମା’ ଓ ଧରିତ୍ରୀ ମା ପାଇଁ ସମର୍ପିତ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ।

ଓଡିଶାର ବିକାଶ ପାଇଁ ମୋଦୀଜୀଙ୍କର ସ୍ବତନ୍ତ୍ର ଦୃଷ୍ଟି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଆଜିର ଦିନରେ ସେ ଓଡିଶା ଆସିଥିଲେ ଏବଂ ଆମର ମା’ମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ସୁଭଦ୍ରା ଯୋଜନା ଆଜି ଓଡିଶାର କୋଟିଏ ମା’ଙ୍କ ପାଇଁ ଆର୍ଥିକ ସଶକ୍ତିକରଣର ଏକ ପ୍ରମୁଖ ଅସ୍ତ୍ର ହୋଇଛି। ଆଉ ଆଜି ମଧ୍ୟ ମାନ୍ୟବର ପ୍ରଧାନମନ୍ତ୍ରୀ ମା’ମାନଙ୍କ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଏକ ବୈପ୍ଲବିକ ଅଭିଯାନ ଆରମ୍ଭ କରୁଛନ୍ତି- ସୁସ୍ଥ ନାରୀ, ସଶକ୍ତ ପରିବାର ।

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ, ଜନ୍ମଦାତ୍ରୀ ମା ଓ ଧରିତ୍ରୀ ମାତାର ସୁରକ୍ଷା ପାଇଁ ଏକ ସଂକଳ୍ପର ଦିନ ହୋଇଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ବର୍ଷ ଆରମ୍ଭ ହୋଇଥିବା ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ଓଡିଶାରେ ୬.୭୨ କୋଟି ଗଛ ଲଗାଯାଇଥିଲା ଏବଂ ଓଡିଶା ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏବର୍ଷ ଏହି ଅଭିଯାନର ଦ୍ବିତୀୟ ସଂସ୍କରଣରେ ୭.୫ କୋଟି ଗଛ ଲଗାଇବା ପାଇଁ ନିଷ୍ପତ୍ତି କରାଯାଇଛି। ଆଜି ସୁଦ୍ଧା ପ୍ରାୟ 6 କୋଟିରୁ ଅଧିକ ଗଛ ଲଗାଯାଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଆଜି ସକାଳ ୫ ଟାରୁ ଏହା ଆରମ୍ଭ ହୋଇଛି ଏବଂ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ ଓ ମେରୀ ଲାଇଫ ପୋର୍ଟାଲରେ ସମସ୍ତ ଫଟୋ ଅପଲୋଡ ହେବ। ୭୫ ଲକ୍ଷ ଚାରା ରୋପଣର ଏହି ନିଆରା ଓ ବିରଳ ରେକର୍ଡ ସ୍ଥାପନ ହେବା ପଛରେ ପ୍ରାୟ ଦେଢ ମାସର ଅକ୍ଳାନ୍ତ ପରିଶ୍ରମ ପାଇଁ ସେ ସମସ୍ତଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛି।

ଆଜିର 75 ଲକ୍ଷ ଗଛ ଲଗାଇବା କାର୍ଯ୍ୟକ୍ରମରେ ରାଜ୍ୟର ପ୍ରାୟ ୪୦ ହଜାର ଉଚ୍ଚ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ଲକ୍ଷ ଛାତ୍ରଛାତ୍ରୀ, ୧ ହଜାର କଲେଜର ୧ ଲକ୍ଷ ଛାତ୍ରଛାତ୍ରୀ ଅତି ଉତ୍ସାହର ସହ ରୋପଣରେ ସାମିଲ ହୋଇଛନ୍ତି । ଏହା ସହିତ ୨ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀ, ୭୬ ହଜାର ଅଙ୍ଗନବାଡ଼ି କର୍ମୀ, ୧୭ ହଜାର ୫୦୦ ବନ ସୁରକ୍ଷା ସମିତି, ପରିବେଶ ଉନ୍ନୟନ କମିଟି ସଭ୍ୟସଭ୍ୟା, ୧୭ ହଜାର ଆଶା କର୍ମୀ, ୧୬ ହଜାର ୫୦୦ ମାଇଁ ଭାରତ ସ୍ଵେଚ୍ଛାସେବୀ ଓ ୧୦ ହଜାର ଇକୋ-କ୍ଲବ ଯୋଗଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମସ୍ତଙ୍କୁ ଗଛ ଲଗାଇ ସେଲ୍‍ଫି ଉଠାଇବା ସହିତ ‘ମେରୀ ଲାଇଫ୍’ ପୋର୍ଟାଲରେ ତଥ୍ୟ ଅପଲୋଡ୍ କରିବା ସହିତ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫଟୋ ପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ସ୍ୱାଗତ ଭାଷଣ ଦେଇ ପ୍ରଧାନମନ୍ତ୍ରୀଙ୍କ ଦେଶପ୍ରେମ ଓ ଦେଶସେବା ଉପରେ ଆଲୋକପାତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଯୋଜନା ଗୁଡିକ କିପରି ଦେଶର ବିଭିନ୍ନ କ୍ଷେତ୍ରରେ କାୟାକଳ୍ପ ଆଣିପାରିଛି ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ । ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ମୁଖ୍ୟମନ୍ତ୍ରୀ କଲେଜ ପରିସରରେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଲେଜ ପରିସରରେ 1 ହଜାର ଫଳଗଛ ଚାରା ରୋପଣ କରାଯାଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଉପସ୍ଥିତ ଥିଲେ।

ସ୍ୱଚ୍ଛ ଭାରତ ଅଭିଯାନ

ଆଜି ସକାଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପ୍ରଥମେ ମାଷ୍ଟର କ୍ୟାଣ୍ଟିନ ବସ୍ ଷ୍ଟାଣ୍ଡ ଠାରେ ଆୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଅନେକ ନେତୃବୃନ୍ଦ ଓ ସଫେଇ କର୍ମଚାରୀମାନଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ଗାନ୍ଧୀଜୟନ୍ତୀ ପର୍ଯ୍ୟନ୍ତ ରାଷ୍ଟ୍ରବ୍ୟାପୀ ସେବାପର୍ବ ପାଳନ ହେଉଛି । ଏହି ଦୁଇ ସପ୍ତାହ ସମୟ ଆମ ସମସ୍ତଙ୍କ ପାଇଁ ସେବା, ସଂକଳ୍ପ ଓ ସମର୍ପଣର ପକ୍ଷ ହେବ ।

ମୋଦୀଜୀଙ୍କ ନେତୃତ୍ୱରେ ୨୦୧୪ରେ ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ଅଭିଯାନ’ ଆଜି ଦେଶକୁ ସ୍ୱଚ୍ଛ ଓ ସୁନ୍ଦର କରିବାରେ ସଫଳ ହୋଇଛି ।

ମହାତ୍ମା ଗାନ୍ଧୀ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଥିଲେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାଧୀନତାର ୭୦ ବର୍ଷ ପରେ ୨୦୧୪ ମସିହାରେ ସ୍ୱଚ୍ଛ ଭାରତ ଜରିଆରେ ଗାନ୍ଧିଜୀଙ୍କ ସ୍ୱପ୍ନକୁ ମୋଦୀଜୀ ହିଁ ପୂରଣ କଲେ ।

ସାଧାରଣ ଜନତାଙ୍କ ଉପରେ ସ୍ୱଚ୍ଛ ଭାରତ ଅଭିଯାନର ସବୁଠୁ ଭଲ ପ୍ରଭାବ ପଡିଛି ବୋଲି ମତ ଦେଇ ସେ କହିଥିଲେ ଯେ, ପୂର୍ବ ଅପେକ୍ଷା ଲୋକମାନେ ଏବେ ଅଧିକ ସଚେତନ ହୋଇପାରିଛନ୍ତି ।

ଏହା ପରେ ମୁଖ୍ୟମନ୍ତ୍ରୀ ଆୟୋଜିତ ଏକ ରକ୍ତଦାନ ଶିବିରରେ ଯୋଗଦେଇଥିଲେ।

Previous Post

ସମ୍ ଲାଇଫ୍ସାଇନ୍ସେସ୍ ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Next Post

ମା’ ମାନଙ୍କ ପାଇଁ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Next Post
ମା’ ମାନଙ୍କ ପାଇଁ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ମା’ ମାନଙ୍କ ପାଇଁ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA