Monday, May 25, 2026 05:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମା’ ମାନଙ୍କ ପାଇଁ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଓଡିଶାର ଦେଢ କୋଟି ମହିଳା ଏହି ଅଭିଯାନରେ ଉପକୃତ ହେବେ

by Our Correspondent
17 Sep, 2025- 11:57 PM
in Latest News, News
1 min read
0
ମା’ ମାନଙ୍କ ପାଇଁ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଧାର୍‌ ଠାରେ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନର ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି। ମହିଳା ମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଉପରେ ଫୋକସ ହୋଇଥିବା ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଅନୁଷ୍ଠିତ ହେଉଛି।

ଏହି ଅବସରରେ ଆଜି ଭୁବନେଶ୍ୱର ୟୁନିଟ୍-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡଃ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଧାୟକ ଓ ନେତୃମଣ୍ଡଳୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସହ ଯୋଡିହୋଇଥିଲେ।

କାର୍ଯ୍ୟକ୍ରମରେ ଆୟୋଜିତ ହେଲଥ୍ ସ୍କ୍ରିନିଂ ଷ୍ଟଲ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରି ବୁଲି ଦେଖିଥିଲେ।

କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ମହିଳାଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ଶୁଭଙ୍କର ଦିନ। ଗତ ବର୍ଷ ଏହି ଦିବସରେ ମୋଦୀଜୀ ଓଡିଶାର ମା’ ମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ ଆଉ ଆଜି ସାରା ଦେଶର ମା’ ମାନଙ୍କ ପାଇଁ ସୁସ୍ଥ ନାରୀ-ସଶକ୍ତ ପରିବାର ଅଭିଯାନ ଆରମ୍ଭ କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ଆର୍ଥିକ ସଶକ୍ତିକରଣ ପର୍ଯ୍ୟନ୍ତ ନାରୀ ଜୀବନର ପ୍ରତ୍ୟେକ ଫେଜ୍‌ରେ ମୋଦୀଜୀଙ୍କ ଯୋଜନା ସେମାନଙ୍କୁ ସହଯୋଗର ହାତ ବଢାଇଛି। ଉଜ୍ଜ୍ୱଳା ଯୋଜନା, କିଶୋରୀ ଶକ୍ତି ଯୋଜନା, ନୟୀ ରୋସ୍‌ନୀ ଯୋଜନା, ବେଟି ବଚାଓ ବେଟି ପଢାଓ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ପରି ଅନେକ ଯୋଜନା ମହିଳାଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିଛି।

ସେ ପୁଣି କହିଥିଲେ, ଏହି ଅଭିଯାନରେ ମହିଳା ସ୍ୱାସ୍ଥ୍ୟ, ପୋଷଣ, ଉପଯୁକ୍ତ ଖାଦ୍ୟ ପାନୀୟ ସମ୍ପର୍କରେ ସଚେତନତା କ୍ୟାମ୍ପେନ କରାଯିବ। ରକ୍ତ ଦାନ ଶିବିର ମଧ୍ୟ ଆୟୋଜନ କରାଯିବ। ଏହି ଅଭିଯାନ ମାଧ୍ୟମରେ ଉଚ୍ଚରକ୍ତ ଚାପ, ମଧୁମେହ, କର୍କଟ, ରକ୍ତ ହୀନତା, ଯକ୍ଷ୍ମା, ସିକିଲ୍‌ସେଲ୍‌ ଆଦି ରୋଗ ସହ ମାତୃ ସ୍ୱାସ୍ଥ୍ୟ ଓ କିଶୋରୀ ସୁସ୍ଥତା ସମ୍ବନ୍ଧିତ ରୋଗ ଗୁଡିକ ଚିହ୍ନଟ କରିବା ପାଇଁ ସ୍କ୍ରିନିଂ କରାଯିବ ଏବଂ ଚିକିତ୍ସା ପାଇଁ ବ୍ୟବସ୍ଥା ମଧ୍ୟ କରାଯିବ। ରାଜ୍ୟର ୩୦ଟି ଜିଲ୍ଲାରୁ ୧.୫ କୋଟି ମା ଓ ଭଉଣୀ ଏହି ଅଭିଯାନ ଜରିଆରେ ଉପକୃତ ହେବେ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ ହୋଇଛି। ଏହି ଅଭିଯାନରେ ଆଜି ଦିନ ୧.30 ସୁଦ୍ଧା ରାଜ୍ୟରେ ୭୦ ହଜାରରୁ ଉର୍ଦ୍ଧ୍ୱ ମା ଓ ଭଉଣୀ ମାନଙ୍କ ବିଭିନ୍ନ ଶିବିରରେ ସ୍କ୍ରିନିଂ କରାଯାଇ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଏହି ଯୋଜନା ଦ୍ୱାରା ନାରୀ ଓ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରର ସୂଚକାଙ୍କ ଗୁଡିକରେ ଆହୁରି ଉନ୍ନତି ଆସିବ ଏବଂ ସାରା ଦେଶରେ ସୁସ୍ଥ ସମାଜ ଗଠନ ଦିଗରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହେବ।

Previous Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ@75

Next Post

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ଓଡ଼ିଶାରେ ଲାଗିଲା ରେକର୍ଡ ସଂଖ୍ୟକ ୧,୪୯,୧୧,୩୩୯ ଗଛ

Next Post
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ଓଡ଼ିଶାରେ ଲାଗିଲା ରେକର୍ଡ ସଂଖ୍ୟକ ୧,୪୯,୧୧,୩୩୯  ଗଛ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ଓଡ଼ିଶାରେ ଲାଗିଲା ରେକର୍ଡ ସଂଖ୍ୟକ ୧,୪୯,୧୧,୩୩୯ ଗଛ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA