Sunday, May 31, 2026 09:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍’ ଶୀର୍ଷକ କର୍ମଶାଳା

by Our Correspondent
18 Sep, 2025- 12:20 AM
in Latest News, News
1 min read
0
ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍’ ଶୀର୍ଷକ କର୍ମଶାଳା
Spread the love

ଭୁବନେଶ୍ୱର, ସେପ୍ଟେମ୍ବର ୧୭: ଡିଜିଟାଲାଇଜେସନ୍ ଆମ ଜୀବନକୁ ଭିନ୍ନ ଏବଂ ଅଧିକ ସୁରକ୍ଷିତ କରିଛି । ଭାରତରେ ବିଶ୍ୱର ସର୍ବାଧିକ ସାର୍ବଜନୀନ ଭିତିଭୂମି ରହିଥିବା ବେଳେ ପ୍ରତ୍ୟେକ ଭାରତୀୟ ପରସ୍ପର ସହିତ ଯୋଡ଼ି ହୋଇ ରହିବାର ଆବଶ୍ୟକତା ରହିଛି । ଏହା ପୂରଣ କରିବାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବଳିଷ୍ଠ ଅବଦାନ ରହିଛି ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ।

ବୁଧବାର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ୭୫ତମ ଜନ୍ମ ଦିବସ ପାଳନ ଅବସରରେ ସୋଆ ପକ୍ଷରୁ ଆୟୋଜିତ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ଆଣ୍ଡ ଇନୋଭେସନ୍ – ଏମ୍ପାୱାରିଙ୍ଗ ସିଟିଜେନ୍ସ ଇନ୍ ଦ ନୁ୍ୟ ଏରା’ ଶୀର୍ଷକ କର୍ମଶାଳାରେ ଅଧ୍ୟକ୍ଷତା କରିବା ପରିପ୍ରେକ୍ଷୀରେ ସୋଆ କୁଳପତି ପ୍ରଫେସର ନନ୍ଦ ପ୍ରଧାନମନ୍ତ୍ରୀଙ୍କର ସୁସ୍ଥ ଏବଂ ସୁଖୀ ଜୀବନ କାମନା କରିବା ସହ ଶ୍ରୀ ମୋଦିଙ୍କ କାର୍ଯ୍ୟଧାରା ଆମ ସମସ୍ତଙ୍କ ଜୀବନକୁ ସ୍ପର୍ଶ କରିଛି ବୋଲି କହିଛନ୍ତି ।

ୟୁପିଆଇ ଟ୍ରାଞ୍ଜାକ୍ସନ୍ର ଉଦାହରଣ ଦେଇ କୁଳପତି କହିଛନ୍ତି ଯେ ଏହା ଅର୍ଥନୀତି କ୍ଷେତ୍ରକୁ ଅଧିକ ସୁରକ୍ଷିତ କରିଛି । ସେହିପରି ଆଧାର କାର୍ଡ ଭଳି ଆପାର ଆଇଡି ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ଲାଭଦାୟକ ହୋଇଥିବା କୁଳପତି କହିଛନ୍ତି ।

କାର୍ଯ୍ୟକ୍ରମରେ ଉପକୁଳପତି ପ୍ରଫେସର ନୀତା ମହାନ୍ତି ଯୋଗ ଦେଇ ଭାରତ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ କ୍ଷେତ୍ରରେ ନେତୃତ୍ୱ ନେବା ବେଳେ ଏହାର ସବୁ ଶ୍ରେୟ ଶ୍ରୀ ମୋଦିଙ୍କୁ ଯାଉଛି ବୋଲି କହିଥିଲେ ।

ସେହିପରି କର୍ମଶାଳାରେ ଅନ୍ୟତମ ବକ୍ତା ଭାବେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର କହିଥିଲେ ଯେ ବର୍ତମାନ ଡିଜିଟାଲ୍ ପେମେଂଟ ସହିତ ଟେଲି ମେଡିସିନ, ଟେଲି ଆଇସିୟୁ, ଡିଜି ଲକର ଏବଂ ହେଲ୍ଥ ଲକର ଭଳି ଡିଜିଟାଲ ପ୍ରକ୍ରିୟା ଆମ ସମସ୍ତଙ୍କ ପାଇଁ ହିତକାରୀ ସାବ୍ୟସ୍ତ ହୋଇଛି । ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ସଫଳ ହୋଇପାରିଛି ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ସୋଆ କୃଷି ମହାବିଦ୍ୟାଳୟର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହ ତାଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ମନ୍ କି ବାତ’ ସମାଜର ପ୍ରତ୍ୟେକ ବର୍ଗ ଏବଂ ସ୍ତରକୁ ଛୁଇଁଥିବା କହିଥିଲେ ।

କାର୍ଯ୍ୟକ୍ରମରେ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପୁ୍ୟଟର ଷ୍ଟଡିଜ୍ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସ୍କୁଲ ଅଫ୍ ଫାର୍ମସୁ୍ୟଟିକାଲ୍ ସାଇନ୍ସେସ୍ର ଡିନ୍ ଇନ୍ଚାର୍ଜ ପ୍ରଫେସର ପ୍ରତାପ କୁମାର ସାହୁ ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମକୁ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ପରିଚାଳନା କରିଥିବା ବେଳେ ଆଇବିସିଏସ୍ର ଡକ୍ଟର ଆଶିଷ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ

Next Post

କିସ୍‍ ଛାତ୍ରଛାତ୍ରୀ ପାଳିଲେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

Next Post
କିସ୍‍ ଛାତ୍ରଛାତ୍ରୀ ପାଳିଲେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

କିସ୍‍ ଛାତ୍ରଛାତ୍ରୀ ପାଳିଲେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA