Sunday, May 10, 2026 07:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ

ଡିଜିଙ୍କ ଉଦେ୍ଦଶ୍ୟରେ ସବୁ ଜିଲ୍ଲାରେ ଏସ୍ପିଙ୍କୁ ସ୍ମାରକପତ୍ର ଦେଲା ମହିଳା ବିଜେଡି

by Our Correspondent
18 Sep, 2025- 12:10 AM
in Latest News, News
1 min read
0
ନାରୀଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ

ଭୁବନେଶ୍ୱର: ମହିଳା ଉପରେ ନିର୍ଯାତନା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ବେଳେ, ବିଜେପି କରୁଛି ମା’ ନାଁରେ ବୃକ୍ଷରୋପଣ । ୧୪ମାସର ବିଜେପି ସରକାରରେ ମାଆମାନଙ୍କ ଓଠରୁ ହସ ଲିଭିଯାଇଛି । ଭୟର ବାତାବରଣ ମଧ୍ୟରେ ଅଛନ୍ତି ଓଡ଼ିଶାର ମାତୃଶକ୍ତି । ଶିକ୍ଷାନୁଷ୍ଠାନ, କର୍ମକ୍ଷେତ୍ର, ରାସ୍ତାଘାଟ କେଉଁଠି ବି ମହିଳା ସୁରକ୍ଷିତ ନାହାନ୍ତି । ୧୪ ମାସରେ ୩୫୦୦ରୁ ଊଦ୍ଧ୍ୱର୍ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ପ୍ରତ୍ୟେକ ପରିବାରର ମାନସିକ ଶାନ୍ତିକୁ ଦୋହଲାଇ ଦେଇଛି । ବୃଦ୍ଧି ପାଉଥିବା ନାରୀ ନିର୍ଯାତନା ସକାଶେ ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ହେଉଛି ।

ଏହି ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ସଭାପତିଙ୍କ ନିଦେ୍ର୍ଦଶକ୍ରମେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଆହ୍ୱାନରେ ମହିଳା ବିଜେଡି ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲା ଏସ୍ପି ଅଫିସ୍ ସମ୍ମୁଖରେ ଏହାର ପ୍ରତିବାଦ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ୍ ଡିଜିଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲା ।

ରାଜ୍ୟରେ ପ୍ରତିଦିନ ମହିଳା ବିରୋଧି ଲୋମହର୍ଷଣକାରୀ ଘଟଣାମାନ ଘଟିବାରେ ଲାଗିଛି । ସମ୍ପ୍ରତି ଓଡ଼ିଶାର ମହିଳାଙ୍କ ପ୍ରତି ହେଉଥିବା ନିର୍ମମ ଆକ୍ରମଣ, ଦୁଷ୍କର୍ମ, ଗଣଦୁଷ୍କର୍ମ, ଯୌନ ଉତ୍ପୀଡ଼ନ ଏବଂ ବିଭିନ୍ନ ପ୍ରକାରର ହିଂସା, ଆଜିର ସରକାରର ବ୍ୟବସ୍ଥାଗତ ବିଫଳତା । ରାଜ୍ୟରେ ଦୁଇ ଜଣ ମହିଳା ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀ ଆସନରେ ଥାଇ ମଧ୍ୟ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ବାବଦରେ ପଦଟିଏ ନ କହିବା ଦୁର୍ଭାଗ୍ୟଜନକ ।
ଏହି ପରିପ୍ରେକ୍ଷୀରେ ସମସ୍ତ ୩୫ଗୋଟି ବିଜେଡି ସାଙ୍ଗଠନିକ ଜିଲ୍ଲାର ପଦାଧିକାରୀ ଏବଂ ସାଧାରଣ ମହିଳା ଏହି କାର୍ଯ୍ୟକ୍ରମରେ ଶହ ଶହ ସଂଖ୍ୟାରେ ସାମିଲ ହୋଇ, ମହିଳା ଅନ୍ୟାୟ, ଅତ୍ୟାଚାର ଏବଂ ହିଂସାକୁ ରୋକିବାରେ ବିଜେପି ସରକାରର ଉଦାସିନତା ମନୋଭାବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।

ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ନେତୃତ୍ୱରେ ବରଗଡ଼ ଓ ନୂଆପଡ଼ା ଜିଲ୍ଲା ଏସ୍ପିଙ୍କୁ ଶହ ଶହ ମହିଳା ଦାବିପତ୍ର ପ୍ରଦାନ କରିଥିଲେ । ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆଇଜିଙ୍କ ଜରିଆରେ ଓ କୋରାପୁଟ, ଜଗତସିଂହପୁର, କେନ୍ଦୁଝର, କଟକ, ଢେଙ୍କାନାଳ, ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ମାଲକାନଗିରି, ଯାଜପୁର, କନ୍ଧମାଳ, ବାଲେଶ୍ୱର, ମୟୂରଭଞ୍ଜ, ବାରିପଦା, ରାଇରଙ୍ଗପୁର, ରାୟଗଡ଼ା, ଭଦ୍ରକ, ସୁନ୍ଦରଗଡ଼, ନବରଙ୍ଗପୁର, କେନ୍ଦ୍ରାପଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, କଳାହାଣ୍ଡି, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଜିଲ୍ଲାର ଏସ୍ପିଙ୍କ ଜରିଆରେ ପୋଲିସ୍ ଡିଜିଙ୍କୁ ଦଳର ଜିଲ୍ଲା ସାଙ୍ଗଠନିକ ପଦାଧିକାରୀଙ୍କ ନେତୃତ୍ୱରେ ଶହ ଶହ ମହିଳା ଦାବିପତ୍ର ପ୍ରଦାନ କରିଥିଲେ ।

Previous Post

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସରେ ଓଡ଼ିଶାରେ ଲାଗିଲା ରେକର୍ଡ ସଂଖ୍ୟକ ୧,୪୯,୧୧,୩୩୯ ଗଛ

Next Post

ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍’ ଶୀର୍ଷକ କର୍ମଶାଳା

Next Post
ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍’ ଶୀର୍ଷକ କର୍ମଶାଳା

ସୋଆ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ‘ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍’ ଶୀର୍ଷକ କର୍ମଶାଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA