ଭୁବନେଶ୍ୱର : ମା’ ପାଇଁ ଗଛଟିଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଅଭିଯାନ ‘ଏକ ପେଡ଼ ମା’ କେ ନାମ’ କାର୍ଯ୍ୟକ୍ରମରେ ସହଭାଗୀ ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ – ୫ ଷ୍ଟାଡିୟମ୍ ରେ ବୃକ୍ଷରୋପଣ କରାଯାଇଛି । ସୋଆ ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ଏହି ବୃକ୍ଷରୋପଣ କରିଥିଲେ ।
ସୋଆ ଗ୍ରୀନ୍ କ୍ଳବ୍ ପକ୍ଷରୁ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀମତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକାରର ଗଛ ଲଗାଇବା ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅଭିଯାନ ଦ୍ୱାରା ଅନୁପ୍ରାଣିତ ହୋଇ ସମସ୍ତେ ବୃକ୍ଷରୋପଣ କରିବା ଉଚିତ୍ ବୋଲି ସେ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ । ଫାକଲିଟି, କର୍ମକର୍ତା ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।






