Tuesday, May 26, 2026 03:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୩ରେ ବିଧାନସଭା ଘେରାଉ କରିବ ବିଜେଡି

ପଞ୍ଚାୟତିରାଜ ବ୍ୟବସ୍ଥାର କ୍ଷମତା ସଙ୍କୁଚିତ ପ୍ରସଙ୍ଗ

by Our Correspondent
20 Sep, 2025- 07:12 PM
in Latest News, News
1 min read
0
୨୩ରେ ବିଧାନସଭା ଘେରାଉ କରିବ ବିଜେଡି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁଦୃଢିକରଣ କରି ଗ୍ରାମାଞ୍ଚଳର ବିକାଶ ଜନସାଧାରଣଙ୍କ ହାତରେ ଦେବା ପାଇଁ ସମ୍ବିଧାନରେ ଉଲ୍ଲେଖ ଥିଲାବେଳେ ରାଜ୍ୟରେ ବିଜେପି ସରକାରକୁ ଆସିବା ପରେ କ୍ଷମତାଲୋଭରେ ପ୍ରତ୍ୟେକ ଦିନ ଏହାକୁ ଉଲ୍ଲଂଘନ କରାଯାଉଛି ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ବଡ ବଡ ପ୍ରତିଶ୍ରୁତି ଦେଇଥିବା ବିଜେପି ଦଳ ସରକାରକୁ ଆସିବା ପରେ ପ୍ରତ୍ୟେକ ବିଭାଗରେ ବଜେଟ କାଟ୍ କରୁଛନ୍ତି । ପିଏମ୍ ଆବାସ, ଅନ୍ତଃଦ୍ୟୋୟ ଯୋଜନା, ଜଳ ଜୀବନ ମିଶନ, ସର୍ବୋପରି ଗ୍ରାମସଭା ଦ୍ୱାରା ଅନୁମୋଦିତ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ ହ୍ରାସ କରାଯାଉଛି । ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲାପରିଷଦ ସ୍ତରରେ ବିଧି ବ୍ୟବସ୍ଥାକୁ ଦଳିଚକଟି ତି୍ରସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ପଙ୍ଗୁ କରିବା ପାଇଁ ବିଜେପି ବାରମ୍ବାର ଅପଚେଷ୍ଟା କରୁଛି । ନରେଗା ଯୋଜନାରେ ନିୟୋଜିତ ଶ୍ରମିକମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳୁ ନାହିଁ । ଗ୍ରାମାଞ୍ଚଳରେ ଲୋକଙ୍କ ମନରେ ଥିବା ଆକ୍ରୋଶ ଓ କ୍ଷୋଭକୁ ନେଇ ଆସନ୍ତା ସେପ୍ଟେମ୍ବର ୨୩ ତାରିଖ ଦିନ ଭୁବନେଶ୍ୱର ଲୋୟର ପିଏମଜି ଠାରେ ସକାଳ ୧୦ ଘଟିକା ସମୟରେ ବିଧାନସଭା ଘେରାଉ କରିବା ପାଇଁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି ।

ସେହିପରି ଦଳର ଉପସଭାପତି ତଥା ବିଧାୟକ ଡ଼ ଅରୁଣ ସାହୁ କହିଛନ୍ତି ଯେ, ସରପଞ୍ଚ, ସମିତିସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ ତଥା ଅଧ୍ୟକ୍ଷଙ୍କୁ ସମ୍ବିଧାନ ପ୍ରଦତ୍ତ କ୍ଷମତା ଓ ଅଧିକାରକୁ ବିଜେପି ସରକାର ସଙ୍କୁଚିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି । ପ୍ରଶାସନିକ କଳକୁ ହାତବାରିଶି କରି ନିର୍ବାଚିତ ପ୍ରତିନିଧିଙ୍କ ସମ୍ମାନ କ୍ଷୁଣ୍ଣ କରିବା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ନିଦେ୍ର୍ଦଶନାମା ଜାରି କରାଯାଉଛି । ନିର୍ବାଚିତ ପ୍ରତିନିଧି ମାନଙ୍କୁ ରବର ଷ୍ଟାମ୍ପ ଭାବେ ବ୍ୟବହାର କରିବା ପାଇଁ ବିଜେପି ସରକାର ସରକାରୀ ଅଧିକାରୀଙ୍କ ହାତରେ ଅଧିକ କ୍ଷମତା ଦେବାକୁ ପଛାଉନାହାନ୍ତି । ଲୋକଙ୍କ ପାଖରେ ଉତ୍ତରଦାୟୀ ଥିବା ପଞ୍ଚାୟତ ପ୍ରତିନିଧିମାନଙ୍କୁ ସମ୍ବିଧାନ ସଂଶୋଧନ ଜରିଆରେ ଅଧିକ କ୍ଷମତା ଦିଆଯାଇଥିଲା ବେଳେ ନିଜ ଦଳୀୟ ସାଂସଦ, ବିଧାୟକ ଏବଂ କର୍ମୀଙ୍କ ଜରିଆରେ ଏହି କ୍ଷମତାକୁ ହଡ଼ପ କରିବା ପାଇଁ ବିଜେପି ଚାହୁଁଛି । ଏହା ଫଳରେ ଲୋକେ ଚାହୁଁଥିବା ବିକାଶ କାର୍ଯ୍ୟ ହୋଇପାରୁନାହିଁ ଏବଂ ପ୍ରତ୍ୟେକ ସରକାରୀ ଅଫିସକୁ ବିଜେପି ନିଜ ଦଳୀୟ କର୍ମୀଙ୍କ ଜରିଆରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ ପ୍ରତି ପଞ୍ଚାୟତକୁ ଦେଇଥିବା ୫୦ ଲକ୍ଷ ଟଙ୍କା ବଦଳରେ ବିଜେପି ସରକାର ଏହି ଯୋଜନାର ନାଁ ପରିବର୍ତ୍ତନ କରି ‘ବିକଶିତ ଗାଁ ବିକଶିତ ଓଡିଶା’ ଯୋଜନା ମାଧ୍ୟମରେ ଏହାର ଏକଚତୁର୍ଥାଂଶ ଅନୁଦାନ ମଧ୍ୟ ଦେଉନାହାନ୍ତି ।

ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେପି ସରକାର ଦିଶାହୀନ ଭାବେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛନ୍ତି । ପ୍ରତ୍ୟେକ ସ୍ତରରେ ରାଜନୈତିକ ହସ୍ତକ୍ଷେପ ଲାଗି ଜିଲ୍ଲାପାଳ ଅଫିସ୍ ଠାରୁ ବ୍ଲକ ଅଫିସ୍ ପର୍ଯ୍ୟନ୍ତ ପ୍ରଶାସନ ଚାପଗ୍ରସ୍ତ ହୋଇ କାମ କରୁଛନ୍ତି । ପଞ୍ଚାୟତ ସ୍ତରରେ ବିଜୁ ଜନତା ଦଳ ଦୃଢ ସ୍ଥିତିରେ ଥିବାରୁ ବିଜେପି କର୍ମୀମାନେ ସାଧାରଣ ଲୋକଙ୍କ ଉପରେ ଉତ୍ପୀଡନ କରୁଛନ୍ତି, ଫଳରେ ସାଧାରଣ ଲୋକ ତ୍ରାହି ତ୍ରାହି ଡାକୁଛନ୍ତି । ଲୋକଙ୍କ ସମସ୍ୟାଠୁ ଦୂରେଇ ଯାଇ ନିଜ ଦଳର କର୍ମୀଙ୍କୁ ପୋଷିବାକୁ ସମ୍ବିଧାନ ଓ ଗଣତନ୍ତ୍ରର ହତ୍ୟା କରୁଛି ବିଜେପି । ବିଜୁ ଜନତା ଦଳ ଏହାକୁ ଦୃଢ ଭାବେ ବିରୋଧ କରୁଛି । ଆଗାମୀ ସେପ୍ଟେମ୍ବର ୨୩ ତାରିଖ ଦିନ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ସଭ୍ୟ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରମୁଖ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସୁରକ୍ଷା ପାଇଁ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ନିଦେ୍ର୍ଦଶନାମାକୁ ବାତିଲ କରିବା ପାଇଁ ଦୃଢ ଦାବି ଉପସ୍ଥାପନ କରାଯିବ ।

Previous Post

ନିର୍ଭୟ’ର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

Next Post

କିଟ୍ ରେ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭ ଅନୁଷ୍ଠିତ

Next Post
କିଟ୍ ରେ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭ ଅନୁଷ୍ଠିତ

କିଟ୍ ରେ ୧୬ତମ ଜାତୀୟ ମାର୍କେଟିଂ କନକ୍ଲେଭ ଅନୁଷ୍ଠିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA