Saturday, May 9, 2026 11:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତୁ ତ ମୁତୁରୀ ମୁଁ ତ ମୁତୁରୀ..

କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ

by Samar Pradhan
22 Sep, 2025- 08:52 PM
in Latest News, News, Politics
1 min read
0
ତୁ ତ ମୁତୁରୀ ମୁଁ ତ ମୁତୁରୀ..

ଭୁବନେଶ୍ୱର: କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ । ଗୃହରେ ଅଚଳାବସ୍ଥା ଯୋଗୁଁ ନୋଟିସ୍ ଅବଧି ସରିଯାଇଥିବା ଦର୍ଶାଇଛନ୍ତି । ବାଚସ୍ପତିଙ୍କ କହିବା କଥା, ଅନାସ୍ଥା ନୋଟିସ୍ ଆସିବା ପରଦିନ ଏହା ଗୃହକୁ ଆଣିବାକୁ ନିର୍ଦ୍ଦେଶ ଥିଲା । ମାତ୍ର ତାହା ହୋଇପାରିନାହିଁ ।

ବାଚସ୍ପତିଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ କଂଗ୍ରେସ ବିଧାୟକମାନେ କକ୍ଷତ୍ୟାଗ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଗଣତନ୍ତ୍ରକୁ ହତ୍ୟା କରାଯାଇଛି ଏବଂ ବିଜେପି, ବିଜେଡି ମିଶି ଗୃହକୁ ଜାଣିଶୁଣି ଅଚଳ କରିଛନ୍ତି ବୋଲି ସେମାନଙ୍କର ଅଭିଯୋଗ । କଂଗ୍ରେସ ଏହି ବାର୍ତ୍ତା ନେଇ ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି ବିଧାୟକଦଳ ନେତା ରାମଚନ୍ଦ୍ର କାଡାମ୍ ।

ରାଜ୍ୟର ବିଜେପି ସରକାର ବିରୋଧରେ କଂଗ୍ରେସ ପକ୍ଷରୁ ୧୮ ତାରିଖରେ ଅନାସ୍ଥା ପ୍ରସ୍ତାବ ଅଣାଯାଇଥିଲା । କଂଗ୍ରେସର ସମସ୍ତ ୧୪ ବିଧାୟକ ଏବଂ ସିପିଆଇ(ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏହି ଅନାସ୍ଥା ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବକୁ ସମର୍ଥନ ପାଇଁ ବିଜେଡିର ସହଯୋଗ ଲୋଡ଼ିଥିଲେ । ହେଲେ ବିଜେଡି ଏହି ନିଷ୍ପତ୍ତିକୁ ଗଡ଼ାଇ ଦେଇଥିଲା । ଦିଲ୍ଲୀରେ ଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିରବ ରହିଥିଲେ ।

ଅନାସ୍ଥା ପ୍ରସ୍ତାବ ଆସିଥିଲେ ସଂଖ୍ୟା ଗଣିତ ଦୃଷ୍ଟିରୁ ବିଜେପି ସରକାରଙ୍କ ଉପରେ ଆଦୌ ବିପଦ ନ ଥିଲା । ମାତ୍ର ବିଧାନସଭାରେ ଆଲୋଚନା ହୋଇଥିଲେ ବିରୋଧୀ ଦଳକୁ ରାଜ୍ୟ ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚାଇବାର ସୁଯୋଗ ମିଳିଥାନ୍ତା । ଆଇନଶୃଙ୍ଖଳା, ବେକାରୀ ପ୍ରସଙ୍ଗ, ନାରୀ ସୁରକ୍ଷା, ଚାଷୀ, ଶିକ୍ଷା, ପିଇବା ପାଣି, ଦଳିତ ଆଦିବାସୀ ସୁରକ୍ଷା ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିଥାନ୍ତେ । କଂଗ୍ରେସ ଅନାସ୍ଥା ଆଣିବା ପଛରେ ଏହା ହିଁ ଥିଲା ମୁଖ୍ୟ ଉଦ୍ଦେଶ୍ୟ ।

ମାତ୍ର ହେଲା କ’ଣ? ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କଲାନି । ସୂକ୍ଷ୍ମ ଅର୍ଥରେ ବୁଝିଲେ, ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡି ସମର୍ଥନ କଲାନି । ଯଦିଓ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡି ପାଇଁ ରାଜ୍ୟ ସରକାରଙ୍କ ବିଫଳତାକୁ ଲମ୍ବା ଆଲୋଚନା ଜରିଆରେ ବିଧାନସଭାରେ ରଖିବାର ସୁଯୋଗ ଥିଲା । ମାତ୍ର ସେହି ସୁଯୋଗକୁ ଜାଣିଶୁଣି ହରାଇଲା । ଓଲଟି ଅନାସ୍ଥା ପ୍ରସ୍ତାବକୁ ଅଟକାଇବା ପାଇଁ ବିଧାନସଭାକୁ ଅଚଳ କରି ରଖିଲା ବୋଲି ଲୋକଙ୍କୁ ଧାରଣା ଦେଲା ।

ଅନାସ୍ଥା ପ୍ରସ୍ତାବ ଆଲୋଚନା ହୋଇଥିଲେ ବିଜେଡି ପାଇଁ ସାର ସଙ୍କଟ, ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଉପରେ କୁଠାରଘାତ ଭଳି ପ୍ରସଙ୍ଗକୁ ଉତଥାପନ କରିବାରେ ଅସୁବିଧା ଥିଲା କେଉଁଠି? ଗୃହକୁ ଅଚଳ ରଖି କଂଗ୍ରେସକୁ ଅନାସ୍ଥା ପ୍ରସ୍ତାବକୁ ଗୃହରେ ଆଣିବା ସୁଯୋଗରୁ ବଞ୍ଚିତ ରଖିବା ପାଇଁ ଏହା ବିଜେଡିର ଚାଲ୍ ବୋଲି ସାଧାରଣ ଜନତାଙ୍କ ମନରେ ବିଶ୍ୱାସ ଜନ୍ମିଛି । ଏମିତି କରି ସାପ ମରିବନି କି ବାଡ଼ି ଭାଙ୍ଗିବନି ନ୍ୟାୟରେ ଯଦି ବିଜେଡି ଚାଲୁଥାଏ, ତେବେ ତାହା ମସ୍ତବଡ଼ ଭୁଲ୍ ବୋଲି ଲୋକେ ଆଲୋଚନା କରୁଛନ୍ତି ।

ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେପି-ବିଜେଡିର ଗହନ ସମ୍ପର୍କ ଲୁଚାଛପା ନାହିଁ । ଉଭୟ ପରଷ୍ପରର ସୁରକ୍ଷାରେ କାମ କରୁଥିବା ବିଭିନ୍ନ ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ । ହୋଇପାରେ, କିଛି ବାଧ୍ୟବାଧକତା କାରଣରୁ ବିଜେପି ସରକାରଙ୍କୁ ବାଧିଲା ଭଳି କାର୍ଯ୍ୟ କରିବା ପାଇଁ ବିଜେଡିର ସାହାସ ନାହିଁ । ତୁ ତ ମୁତୁରୀ ମୁଁ ତ ମୁତୁରୀ ନ୍ୟାୟରେ ଉଭୟ ବନ୍ଧା ହୋଇଯାଇଛନ୍ତି । ରାଜ୍ୟରେ ଏବେ ବିଜେଡି ସମର୍ଥିତ ବିଜେପି ସରକାର ଚାଲିଛି ବୋଲି ସେମାନେ କଟାକ୍ଷ କରିଛନ୍ତି ।

ସୂଚନାଥାଉକି, ଆଜି ଅନାସ୍ଥା ପ୍ରସ୍ତାବ ଅଗ୍ରାହ୍ୟ ପରେ ଗୃହ ସୁରୁଖୁରୁ ଚାଲିଛି । ଏଥିରୁ ବିଜେଡିର ଆଭିମୁଖ୍ୟ ନେଇ ଆଉ କାହାର ସନ୍ଦେହ ନାହିଁ ।

Previous Post

ବାଜି ମାରିଲେ ପ୍ରଦୀପ ଜେନା

Next Post

ବଳଙ୍ଗା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ

Next Post
ବଳଙ୍ଗା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ

ବଳଙ୍ଗା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA