ଭୁବନେଶ୍ୱର: ଅସିତ୍ ତ୍ରିପାଠୀଙ୍କୁ ହରାଇଲେ ପ୍ରଦୀପ ଜେନା । ପ୍ରଦୀପଙ୍କ ସମର୍ଥିତ ଲଳିତ ଦାସ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଏବଂ ଯୁଗ୍ମ ସମ୍ପାଦକ ଆସନରେ ଅସିତଙ୍କ ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଓଇଆରସି ଅଧ୍ୟକ୍ଷ ପ୍ରଦୀପ ଜେନା ଭୁବନେଶ୍ୱର କ୍ଲବ୍ ର ସଭାପତି ନିର୍ବାଚିତ ହୋଇଛନ୍ତି । ଲଗାତର ତୃତୀୟ ଥର ପାଇଁ ଆଶାୟୀ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ସେ ୧୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ପ୍ରଦୀପଙ୍କୁ ୮୯୧ ଖଣ୍ଡ ଭୋଟ ମିଳିଥିବା ବେଳେ ଅସିତଙ୍କୁ ମିଳିଛି ୮୭୩ ଖଣ୍ଡ ଭୋଟ ।
ପ୍ରଦୀପଙ୍କ ଚେନ୍ ରେ ଥିବା ଅବସରପ୍ରାପ୍ତ ଆଇପିଏସ୍ ଲଳିତ ଦାସ କ୍ଲବ୍ ର ସମ୍ପାଦକ ନିର୍ବାଚିତ ହୋଇଛନ୍ତି । ସେ ତାଙ୍କର ପ୍ରତିଦ୍ୱନ୍ଦୀ ଟୁଟୁଲ କିଶୋର ଦାସଙ୍କୁ ୭୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ଲଳିତଙ୍କୁ ୯୧୮ ଖଣ୍ଡ ଭୋଟ ମିଳିଥିବା ବେଳେ ଟୁଟୁଲ ପାଇଛନ୍ତି ୮୪୦ ଖଣ୍ଡ ଭୋଟ ।
କ୍ଲବ୍ ର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଅସିତ୍ ତ୍ରିପାଠୀଙ୍କ ଚେନ୍ ର ପ୍ରାର୍ଥୀ ପ୍ରଗତି ମହାନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ଡ. ପିଭି ମୋହନଙ୍କୁ ୬୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ପ୍ରଗତିଙ୍କୁ ୯୦୫ ଖଣ୍ଡ ଭୋଟ ମିଳିଥିବା ବେଳେ ମୋହନଙ୍କୁ ମିଳିଛି ୮୪୫ ଖଣ୍ଡ ଭୋଟ ।
ଅସିତଙ୍କ ଚେନ୍ ର ସମ୍ବିତ ମହାନ୍ତି ତାଙ୍କ ପ୍ରତିଦ୍ୱନ୍ଦୀ ପ୍ରଶାନ୍ତ ନାଥଙ୍କୁ ୭୧ ଖଣ୍ଡରେ ପରାସ୍ତ କରି ଯୁଗ୍ମ ସମ୍ପାଦକ ନିର୍ବାଚିତ ହୋଇଛନ୍ତି । ସମ୍ବିତଙ୍କୁ ୯୦୯ ଖଣ୍ଡ ଭୋଟ ମିଳିଥିବା ବେଳେ ପ୍ରଶାନ୍ତଙ୍କୁ ମିଳିଛି ୮୩୮ ଖଣ୍ଡ ଭୋଟ ।