Saturday, May 9, 2026 10:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଲୀପଙ୍କ ମୋହ ତୁଟାଇ ପାରୁନି କି ବିଜେଡି?

ନିମାପଡ଼ାରେ ନେତୃତ୍ୱକୁ ନେଇ ଦ୍ୱନ୍ଦରେ କର୍ମୀ

by Samar Pradhan
21 Sep, 2025- 07:34 PM
in Latest News, News, Politics
1 min read
0
ଦିଲୀପଙ୍କ ମୋହ ତୁଟାଇ ପାରୁନି କି ବିଜେଡି?

ଭୁୁବନେଶ୍ୱର: ନିମାପଡ଼ାର ହାରୁ ବିଜେଡି ନେତା ଦିଲ୍ଲୀପ ନାୟକ ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ଗତକାଲିଠାରୁ ଜେଲ୍ ରେ । ତାଙ୍କ ବିରୋଧରେ ଇଓଡବ୍ଲୁ କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପୁଲିସ ହେପାଜତରୁ ଗଣମାଧ୍ୟମକୁ ଠାଏ ପ୍ରତିକ୍ରିୟା ଦେଇଛନ୍ତି । ରାଜନୀତିରେ ଥିବା ବ୍ୟକ୍ତିଙ୍କର ଏହା ଘୋଷା ଲାଇନ୍ । ନିଜର ଅପରାଧକୁ ଘୋଡ଼ାଇବା ପାଇଁ ଚିରାଚରିତ ବୟାନ । ଦିଲ୍ଲୀପଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟିନି ।

ମାତ୍ର ବ୍ୟତିକ୍ରମ ହେଉଛନ୍ତି ବିଜୁ ଜନତା ଦଳର ନେତୃତ୍ୱ । ଦଳ ପାଇଁ ବଦନାମ ଆଣିଥିବା ଏହି ବ୍ୟକ୍ତିଙ୍କ ବିରୋଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ । ଇଓଡବ୍ଲୁ କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦିଲ୍ଲୀପଙ୍କ କଥାରେ ବିଜେଡି ନେତୃତ୍ୱ ସତେ ଯେମିତି ସହମତ । ନିମାପଡ଼ାରେ ବିଜେଡି ପାଇଁ ଏହା ଭୟଙ୍କର କ୍ଷତିକାରକ ହୋଇଥିଲେ ମଧ୍ୟ ଶୀର୍ଷ ନେତୃତ୍ୱଙ୍କର ଚିନ୍ତା ନାହିଁ । ସ୍ଥାନୀୟ ବିଜେପି ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପରେ ଲୋକେ ସନ୍ତୁଷ୍ଟ ନ ଥିବା ବେଳେ ବିଜେଡି ନେତୃତ୍ୱ ଦିଲ୍ଲୀପଙ୍କଠାରୁ ମୋହ ନ ତୁଟାଇବା ଏବଂ ସଠିକ ଢ଼ଙ୍ଗରେ ପରିଚାଳନା ନ କରିବା ଦଳୀୟ କର୍ମୀମାନଙ୍କୁ ବ୍ୟଥିତ କରିଛି ।

ପୂର୍ବରୁ ସମୀର ଦାଶଙ୍କ ଟିକେଟ୍ କାଟିବା ଏବଂ ତାଙ୍କ ଜାଗାରେ ଦଳ ବଦଳିଆ ଦିଲ୍ଲୀପଙ୍କୁ ଟିକେଟ୍ ଦେବା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇସାରିଛି । ନେତୃତ୍ୱଙ୍କ ଭୁଲ୍ ବିଚାର ଯୋଗୁଁ ବିଜେଡି ଏହି ଦୁର୍ଗକୁ ହାତଛଡ଼ା କରିଛି । ଏହାପରେ ମଧ୍ୟ ଦଳ ନିଜର ପୂର୍ବ ସ୍ଥିତି ଫେରାଇ ଆଣିବାକୁ ଯତ୍ନଶୀଳ ହୋଇପାରିନାହିଁ । ସମୀର ଦାଶଙ୍କ ପରେ ଲୋକସମ୍ପର୍କ ଓ ସାଂଗଠନିକ କାର୍ଯ୍ୟକ୍ରମ ଦୃଷ୍ଟିରୁ ଯୁବନେତା ସୁବ୍ରତ ଛାଟୋଇ ସର୍ବାଗ୍ରେ ଥିଲେ ମଧ୍ୟ ଦିଲ୍ଲୀପଙ୍କ ଗୋଷ୍ଠୀ ତାଙ୍କ ପଛରେ ପଡ଼ିଛନ୍ତି । ଏହା ସଂଗଠନକୁ ସଶକ୍ତ କରିବା ବଦଳରେ ଦୁର୍ବଳ କରିବାରେ ସହାୟକ ହେଉଥିବା କୁହାଯାଉଛି । ନିର୍ବାଚନମଣ୍ଡଳୀରେ ପ୍ରଭାତୀ ବିରୋଧୀ ହାୱା ବୋହିବାକୁ ଆରମ୍ଭ କଲା ବେଳେ ବିଜେଡି ଘର ସଜଡ଼ା ନ ହେବା କର୍ମୀମାନଙ୍କୁ କ୍ଷୁବ୍ଧ କରିଛି ।

ସୂଚନାଥାଉକି, ଦିଲ୍ଲୀପ ନାୟକଙ୍କ ବିରୋଧରେ ଆସିଥିବା ଅଭିଯୋଗଟି ସାଂଘାତିକ । ରିୟଲ ଇଷ୍ଟେଟରେ ଟଙ୍କା ଲଗାଇ ପ୍ରଚୁର ଅର୍ଥ ପାଇବା ଲୋଭ ଦେଖାଇ କଟକର ଜଣେ ବ୍ୟକ୍ତିଙ୍କଠାରୁ ସେ ୧୨ କୋଟି ୪୨ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ଘଟଣାଟି ୨୦୨୦ ସେପ୍ଟେମ୍ବର ମାସର । ମାମଲା ହୋଇଥିଲା ୨୦୨୩ ନଭେମ୍ବରରେ । ଚଳିତମାସ ୧୮ ତାରିଖରେ ଏହି ମାମଲା ଇଓଡବ୍ଲୁକୁ ହସ୍ତାନ୍ତର ହୋଇଥିଲା । ଇଓଡବ୍ଲୁ ଦିଲ୍ଲୀପଙ୍କ କଟକସ୍ଥିତ ବାସଭବନରେ ଚଢ଼ଉ କରିବା ପରେ ଶନିବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

୨୦୧୯ ନିର୍ବାଚନରେ ଦିଲ୍ଲୀପ ନିମାପଡ଼ାରୁ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ତୃତୀୟ ସ୍ଥାନରେ ଥିଲେ । ପରେ ସେ ବିଜେପିକୁ ଡେଇଁଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜେଡିକୁ ଚାଲି ଆସିଥିଲେ । ବିଜେଡିରେ ତାଙ୍କର ନାଁ ଗନ୍ଧ ନ ଥିଲେ ମଧ୍ୟ ସମୀର ଦାଶଙ୍କ ଜାଗାରେ ତାଙ୍କୁ ଦିଆଗଲା ଟିକେଟ ।

Previous Post

ଖୋଲିଲେ ବନ୍ଦ ମଦ ଦୋକାନ, ଧରିଲେ ‘ନିଶାମୁକ୍ତ ଭାରତ ଅଭିଯାନ’

Next Post

ବାଜି ମାରିଲେ ପ୍ରଦୀପ ଜେନା

Next Post
ବାଜି ମାରିଲେ ପ୍ରଦୀପ ଜେନା

ବାଜି ମାରିଲେ ପ୍ରଦୀପ ଜେନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA