Tuesday, May 12, 2026 12:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖୋଲିଲେ ବନ୍ଦ ମଦ ଦୋକାନ, ଧରିଲେ ‘ନିଶାମୁକ୍ତ ଭାରତ ଅଭିଯାନ’

ୟାଙ୍କୁ ଧର୍ମ ସହିବ ନାହିଁ: ପଦ୍ମଚରଣ ନାୟକ

by Our Correspondent
21 Sep, 2025- 12:35 PM
in Latest News, News
1 min read
0
ଖୋଲିଲେ ବନ୍ଦ ମଦ ଦୋକାନ, ଧରିଲେ ‘ନିଶାମୁକ୍ତ ଭାରତ ଅଭିଯାନ’

ଭୁବନେଶ୍ୱର: ରାଜ୍ୟରେ ମଦ ଦୋକାନ ବନ୍ଦ ହେବନି । ବରଂ ବନ୍ଦ ହୋଇଥିବା ମଦ ଦୋକାନଗୁଡ଼ିକୁ ଖୋଲାଯିବ । ଗତକାଲି ବିଧାନସଭାରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରାଞ୍ଜଳ ଭାବରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଜଣାଇଛନ୍ତି । ରାଜ୍ୟରେ ଦେଶୀ ଓ ବିଦେଶୀ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିବାର କୌଣସି ଯୋଜନା ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ବନ୍ଦ ଥିବା ୭୦ଟି ମଦ ଦୋକାନ ଖୋଲିବା ପାଇଁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି । ୪ଟି ନୂଆ ଠିପିଖୋଲା ଓ ୩ଟି ମଦ କାରଖାନା ଖୋଲିବା ପାଇଁ ମଧ୍ୟ ପ୍ରସ୍ତାବ ରହିଥିବା କହିଛନ୍ତି ।

ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ଉତ୍ତର ଆସିବାର ଦିନେ ଯାଇନି, ଆଜି ସକାଳୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କିନ୍ତୁ ଓଡ଼ିଶାରେ ଆରମ୍ଭ କରିଛନ୍ତି “ନିଶାମୁକ୍ତ ଭାରତ ଅଭିଯାନ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶବ୍ୟାପୀ ଚାଲିଥିବା ସେବା ପର୍ବ ଅନ୍ତର୍ଗତ ଗଣଦୌଡ଼ରେ ସାମିଲ ହୋଇ ନିଶାମୁକ୍ତ ଭାରତର ସଚେତନତା ବାର୍ତ୍ତା ଦେଇଛନ୍ତି । ଭାରତବର୍ଷକୁ ନିଶାମୁକ୍ତ କରିବା ପାଇଁ ମୋଦୀଜୀଙ୍କର ନୂଆ ସଂକଳ୍ପ ଯୁବବର୍ଗଙ୍କୁ ରାଷ୍ଟ୍ର ଗଠନ ଦିଗରେ ପ୍ରେରିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନିଶାମୁକ୍ତି ଅଭିଯାନର ଉଦ୍ଦେଶ୍ୟକୁ ସରଳ ଭାବେ ବୁଝାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିର ସମାଜରେ ମଦ୍ୟପାନ, ଗୁଟଖା, ଧୂମପାନ, ଗଞ୍ଜେଇ ଏବଂ ବିଭିନ୍ନ ଡ୍ରଗସ୍ ପରି ବିଭିନ୍ନ ମାଦକଦ୍ରବ୍ୟର ପ୍ରଭାବ ଭୟଙ୍କର ଭାବରେ ବଢ଼ି ଚାଲିଛି । ନିଶା କେବଳ ଜଣେ ବ୍ୟକ୍ତିଙ୍କୁ ନଷ୍ଟ କରେ ନାହିଁ । ନିଶା ନିଜ ସହିତ ନିଜ ପରିବାରକୁ ଛାରଖାର କରିଦିଏ । ନିଶା ପାଇଁ ପାଠପଢ଼ାରେ ଅସଫଳତା, ସ୍ୱାସ୍ଥ୍ୟର ଅବନତି, ଅପରାଧ ପ୍ରବୃତ୍ତିରେ ବୃଦ୍ଧି, ପରିବାରରେ ଅଶାନ୍ତି ଆଣିଥାଏ । ଜଣେ ନିଶାସକ୍ତ ଯୁବକ ତାଙ୍କର ପିତାମାତାଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଥାଏ ।

ଯୁବବର୍ଗଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆପଣମାନେ ହିଁ ମୋଦୀଜୀଙ୍କ ସଂକଳ୍ପକୁ ପୂରଣ କରିବେ । ଆପଣମାନେ ହିଁ ଏ ପରିବର୍ତ୍ତନର ସୂତ୍ରଧର ହେବେ ।

ଗୋଟେ ପଟେ, ବନ୍ଦ ଥିବା ମଦ ଦୋକାନଗୁଡ଼ିକୁ ଖୋଲିବା ପାଇଁ ରାଜ୍ୟ ସରକାର ତତ୍ପର ହୋଇଉଠିଥିଲା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱପ୍ନର କଥା କହି ନିଶାମୁକ୍ତ ଅଭିଯାନରେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ସଚେତନାର ବାର୍ତ୍ତା ଦେବା ସମସ୍ତଙ୍କୁ ଆଚମ୍ବିତ କରୁଛି ।

ରାଜ୍ୟ ସରକାରଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ସବୁ ଆଡୁ କଡ଼ା ସମାଲୋଚନା କରାଯାଇଛି । ବର୍ଷୀୟାନ୍ ସ୍ୱାଧୀନତା ସଂଗ୍ରାମୀ ତଥା ମଦ ବିରୋଧୀ ଅଭିଯାନର ଆବାହକ ପଦ୍ମଚରଣ ନାୟକ କହିଛନ୍ତି ଯେ ୨୦୨୯ ସୁଦ୍ଧା ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ଏ ସରକାର ଘୋଷଣା କରିଥିଲେ । ଏମାନଙ୍କୁ କୋଉ ଭାଷାରେ ନିନ୍ଦା କରିବି, ଭାଷା ପାଉନାହିଁ । ଏମାନେ ଏଡ଼େ ପ୍ରବଞ୍ଚକ, ୟାଙ୍କୁ ଧର୍ମ ସହିବ ନାହିଁ । ଆଗାମୀ ଦିନରେ ଓଡ଼ିଶାବାସୀ ଉଚିତ ଶାସ୍ତି ଦେବେ ।

Previous Post

ବାଣୀବିହାରରେ ଲିପି ହେମ୍ବ୍ରମ ସ୍ମାରକୀ ବତ୍କୃତା

Next Post

ଦିଲୀପଙ୍କ ମୋହ ତୁଟାଇ ପାରୁନି କି ବିଜେଡି?

Next Post
ଦିଲୀପଙ୍କ ମୋହ ତୁଟାଇ ପାରୁନି କି ବିଜେଡି?

ଦିଲୀପଙ୍କ ମୋହ ତୁଟାଇ ପାରୁନି କି ବିଜେଡି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA