Saturday, May 9, 2026 11:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଳଙ୍ଗା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ

ପୀଡ଼ିତା ନିଜେ ନିଜକୁ ଜାଳିଥିଲେ

by Our Correspondent
22 Sep, 2025- 09:04 PM
in Latest News, News
1 min read
0
ବଳଙ୍ଗା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ୨ ରେ ଦିଲ୍ଲୀ ଏମସ୍ ରେ ଆଖି ବୁଜିଥିଲେ ବଳଙ୍ଗା ପୀଡ଼ିତା । ତାଙ୍କ ମୃତ୍ୟୁର ୧୫ ଦିନ ପରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ସେ କାହାରିକୁ ବୟାନ ଦେବା ବେଳର ଦୃଶ୍ୟ ଥିଲା । ସେଥିରେ କହିଥିଲେ, ମୁହଁରେ ରୁମାଲ୍ ଭିଡ଼ିଥିବା ତିନି ଜଣ ଦୁର୍ବୃତ୍ତ ମଟରସାଇକେଲରେ ଆସି ତାଙ୍କ ଉପରେ କିରୋସିନୀ ଢ଼ାଳି ଜାଳି ଦେଇଥିଲେ ।

ଏହି ବୟାନ ସେ ଭୁବନେଶ୍ୱର ନା ଦିଲ୍ଲୀ ଏମ୍ସରେ ଦେଇଥିଲେ ତାହା ଜଣାପଡ଼ି ନ ଥିଲା ।

ସୋସିଆଲ୍ ମିଡିଆରେ ତାହା ଭାଇରାଲ୍ ହେଲା ପରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ସରକାରଙ୍କ ଉପରେ ବିରୋଧୀ ଦଳ ଝାମ୍ପି ପଡ଼ିଥିଲେ । ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ସରକାର ମାମଲାକୁ ଆତ୍ମାହୁତିର ରୂପ ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ ।

ସରକାର ଅକଳରେ ପଡୁଥିବା ବେଳେ ପୁରୀ ଏସପି ଗଣମାଧ୍ୟମକୁ ଆସି ଭିଡିଓର ସତ୍ୟାସତ୍ୟ ଯାଞ୍ଚ ହେବ ବୋଲି କହିଥିଲେ । ମାତ୍ର ଦୁଇ ଦିନ ପରେ ମାମଲା ଚୁପ୍ ପଡ଼ିଯିବାରୁ ପୁଲିସ ଯାଞ୍ଚରୁ କ’ଣ ମିଳିଲା କେହି ଜାଣିପାରିଲେ ନାହିଁ । ଯଦି ଭିଡିଓଟି ଫେକ୍ ଥିଲା ତେବେ ତାହାର ଜନ୍ମଦାତାଙ୍କ ନାଁ ବାହାରିଲାନି କି ପୁଲିସ କାର୍ଯ୍ୟାନୁଷ୍ଠାନ ଜଣାପଡ଼ିଲାନି । ଲୋକଙ୍କ ସ୍ମରଣ ଶକ୍ତି କମ୍ ହୋଇଥିବାରୁ କାହାରି ପାଇଁ କିଛି ଅସୁବିଧା ହେଲାନି ।

ଶେଷରେ ଏହି ମାମଲାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଗୃହ ବିଭାଗ ଦାୟିତ୍ୱରେ ଥିବା ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ପୁରୀ ବଳଙ୍ଗା ପୀଡ଼ିତା ନିଜେ ନିଜ ଉପରେ କିରୋସିନୀ ଢ଼ାଳି ନିଆଁ ଲଗାଇଥିଲେ । ଦିଲ୍ଲୀ ଏମ୍ସରେ ଚିକିତ୍ସା ବେଳେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହା କହିଥିଲେ । ଦିଲ୍ଲୀ କୋର୍ଟ ଏବଂ ଏମ୍ସ ଡାକ୍ତରଙ୍କ ଦ୍ୱାରା ବୟାନ ରେକର୍ଡ ବେଳେ ପୀଡ଼ିତା ଏହା କହିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।

ତେବେ କେଉଁ କାରଣରୁ ପୀଡ଼ିତା ଆତ୍ମାହୁତି ଦେଲେ ତାହା ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରେ ଆସିନାହିଁ ।

 

Previous Post

ତୁ ତ ମୁତୁରୀ ମୁଁ ତ ମୁତୁରୀ..

Next Post

କିଟ୍ ଓ କିସ୍ ପରିଦର୍ଶନରେ ୧୦ ଦେଶର ରାଷ୍ଟ୍ରଦୂତ

Next Post
କିଟ୍ ଓ କିସ୍ ପରିଦର୍ଶନରେ ୧୦ ଦେଶର ରାଷ୍ଟ୍ରଦୂତ

କିଟ୍ ଓ କିସ୍ ପରିଦର୍ଶନରେ ୧୦ ଦେଶର ରାଷ୍ଟ୍ରଦୂତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA