Monday, May 25, 2026 09:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିସ୍‍ ଛାତ୍ରୀ ଜାମିନୀ ଚୁକଟିଆ ଭୁଞ୍ଜିଆ ଜନଜାତିର ପ୍ରଥମ ରିସର୍ଚ୍ଚ ସ୍କଲାର୍‍

by Our Correspondent
24 Sep, 2025- 08:52 PM
in Latest News, News
1 min read
0
କିସ୍‍ ଛାତ୍ରୀ ଜାମିନୀ ଚୁକଟିଆ ଭୁଞ୍ଜିଆ ଜନଜାତିର ପ୍ରଥମ ରିସର୍ଚ୍ଚ ସ୍କଲାର୍‍

ଭୁବନେଶ୍ୱର: କିସ୍‍ ଏକ ବିଶ୍ୱବିଦ୍ୟାଳୟ ହୋଇପାରିଥିବାରୁ ଜନଜାତି ତଥା ଦୁର୍ବଳ ଜନଜାତି ବର୍ଗର ବହୁ ଜନଜାତି ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି। ତାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କିସ ବିଶ୍ୱବିଦ୍ୟାଳୟ ଛାତ୍ରୀ ଜାମିନୀ ଝାଙ୍କର। ସେ ଚକୁଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟର ପ୍ରଥମ ରିସର୍ଚ୍ଚ ସ୍କଲାର ହେବାର ଗୌରବ ଅର୍ଜନ କରିଛନ୍ତି। ଜାମିନୀ କିସ୍‍ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ ସ୍କଲାର ଭାବେ ଯୋଗ ଦେଇଥିଲେ। କିସ୍‍ ବିଶ୍ୱବିଦ୍ୟାଳୟରୁ ସେ ତାଙ୍କର ଗବେଷଣା ସଫଳତାର ସହ ଶେଷ କରି ପିଏଚଡ଼ି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଜାମିନୀ ହେଉଛନ୍ତି ଚକୁଟିଆ ଭୁଞ୍ଜିଆ ଜନଜାତିର ପ୍ରଥମ ରିସର୍ଚ୍ଚ ସ୍କଲାର। ସେ ବୈଦିକ ଚିକିତ୍ସାରେ ଗବେଷଣା କରୁଥିଲେ। ବାପା ବିଜୟ ଝାଙ୍କର ଓ ମାଆ ବୈଦେହୀଙ୍କ ଶିକ୍ଷା ପ୍ରତି ସଚେତନତା ଯୋଗୁଁ ଜାମିନୀଙ୍କ ସହ ଅନ୍ୟ ୬ ଭଉଣୀ ମଧ୍ୟ ଏବେ ଶିକ୍ଷାରତ।

ଜାମିନୀଙ୍କ ଏହି ସଫଳତା ପାଇଁ ତାଙ୍କୁ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜ୍ୟ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଟୁଇଟ୍‍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି।

ଆଜି କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜାମିନୀ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଆଶୀର୍ବାଦ ନେଇଥିଲେ। ଶ୍ରୀ ସାମନ୍ତ ଜାମିନୀଙ୍କ ସଫଳତାର ଭୂୟସୀ ପ୍ରଶଂସା କରିବା ସହ  ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ନୂଆପଡ଼ା ଜିଲ୍ଲାର ଘଞ୍ଚ ଜଙ୍ଗଲ ଘେରା ଏକ ଦୁର୍ଗମ ଗାଁ ସାନବାହାଲିର ଝିଅ ଜାମିନୀ ଆଜି ଜନଜାତି ସମ୍ପ୍ରଦାୟର ପିଲାମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।

କିସ୍‍ ହେଉଛି ବିଶ୍ୱର ସର୍ବବହୃତ ଜନଜାତି ଅନୁଷ୍ଠାନ। କିସ୍‍ ହେଉଛି ଏକ ବିଦ୍ୟାଳୟ, ଏକ ମହାବିଦ୍ୟାଳୟ ଓ ଏକ ବିଶ୍ୱବିଦ୍ୟାଳୟ। କିସ୍‍ ରେ ପାଠପଢି ବହୁ ଗରିବ ଜନଜାତି ଛାତ୍ରଛାତ୍ରୀ ଆଜି ଡ଼ାକ୍ତର, ଇଞ୍ଜିନିୟର, ଅଧ୍ୟାପକ, ଓଏଏସ ଓ ଓଜେଏସ୍‍ ହୋଇପାରିଥିବା ବେଳେ ଅନେକ ଛାତ୍ରଛାତ୍ରୀ ଆଇଆଇଟି, ଏନଆଇଟି, ଆଇଆଇଏମ୍‍ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଉଚ୍ଚତର ଶିକ୍ଷା ଲାଭ କରୁଛନ୍ତି। ଶିକ୍ଷା ବ୍ୟତିରେକ କିସ୍‍ର ଛାତ୍ରଛାତ୍ରୀମାନେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗନେଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣି ଦେଉଛନ୍ତି।

ଜାମିନୀ ନିଜ ସଫଳତା ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ଏହା ସହ କିସ୍‍ ବିଶ୍ୱବିଦ୍ୟାଳୟ ଏବଂ ତାଙ୍କ ଗାଇଡ୍‍ ଡ. ରଶ୍ମି ମହାପାତ୍ରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Previous Post

ସମ୍ ହସ୍ପିଟାଲରେ ୫ମ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା

Next Post

ବିହାର ଦାୟିତ୍ୱରେ ଧର୍ମେନ୍ଦ୍ର ପ୍ରଧାନ

Next Post
ବିହାର ଦାୟିତ୍ୱରେ ଧର୍ମେନ୍ଦ୍ର ପ୍ରଧାନ

ବିହାର ଦାୟିତ୍ୱରେ ଧର୍ମେନ୍ଦ୍ର ପ୍ରଧାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA