Tuesday, February 10, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିହାର ଦାୟିତ୍ୱରେ ଧର୍ମେନ୍ଦ୍ର ପ୍ରଧାନ

ମୋଦୀଙ୍କ ଭରସାରେ ଓଡ଼ିଆ ନେତା

by Our Correspondent
25 Sep, 2025- 06:52 PM
in Latest News, News, Politics
1 min read
0
ବିହାର ଦାୟିତ୍ୱରେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆଗକୁ ବିହାର ନିର୍ବାଚନ । ଏହାର ଫଳାଫଳ ମୋଦୀ ସରକାରଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବାକୁ ଯାଉଥିଲା ବେଳେ ଓଡ଼ିଆ ପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଛି ଏହି ବଡ଼ ଦାୟିତ୍ୱ । ବିହାର ବିଧାନସଭା ନିର୍ବାଚନ ପ୍ରଭାରୀ ଭାବେ ସେ ନିଯୁକ୍ତି ପାଇଛନ୍ତି । ତାଙ୍କୁ ସହାୟତା କରିବେ ସିଆର ପଟେଲ ଓ କେଶବ ମୌର୍ଯ୍ୟା । ଏହି ଦୁଇଜଣ ସହପ୍ରଭାରୀ ଭାବେ କାର୍ଯ୍ୟ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଆଲୋଚନା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଏହି ନିଯୁକ୍ତି ଦେଇଛନ୍ତି ।

ମୋଦୀ ସରକାରରେ ଜଣେ ଟାଣୁଆ ଏବଂ ଦକ୍ଷ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍ଥିତି ବଜାୟ ରଖିଥିଲା ବେଳେ ଜଣେ ଦୃଢ଼ ସଂଗଠକ ଭାବେ ମଧ୍ୟ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଛି । ବଡ଼ ରାଜ୍ୟର ନିର୍ବାଚନ ପରିଚାଳନାରେ ସେ ସିଦ୍ଧହସ୍ତ । ଯାହା ବାରମ୍ବାର ପ୍ରମାଣିତ ହୋଇଛି । ତୃଣମୂଳସ୍ତରରୁ ସଂଗଠନ ପରିଚାଳନାରେ ତାଙ୍କର ବିଶେଷ ଦକ୍ଷତା ଦଳ ପାଇଁ ଉପଯୋଗୀ ହୋଇ ଆସୁଛି ।

ନିକଟରେ ହରିୟାଣା ନିର୍ବାଚନ ଗୁରୁଦାୟିତ୍ୱକୁ ଧର୍ମେନ୍ଦ୍ର ସୂଚାରୁ ରୂପେ ସମ୍ଭାଳିଥିଲେ । ତାଙ୍କରି ରଣନୀତି ଯୋଗୁଁ କଂଗ୍ରେସ ସେଠାରେ ଧୂଳି ଚାଟିଥିଲା । ତାହା ପୂର୍ବରୁ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଭାରୀ ଭାବେ ତାଙ୍କର କାର୍ଯ୍ୟ ଅତୀବ ପ୍ରଶଂସନୀୟ ଥିଲା । ମଧ୍ୟପ୍ରଦେଶ, କର୍ଣ୍ଣାଟକ ନିର୍ବାଚନ ପ୍ରଚାରରେ ତାଙ୍କର ବଡ଼ ଭୂମିକା ଥିଲା ।

ଆଗାମୀ ନଭେମ୍ବର ମାସରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପରିଚାଳନାର ଗୁରୁଦାୟିତ୍ୱ ଦେଇ କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କ ଉପରେ ଭରସା ଅତୁଟ ରଖିଛନ୍ତି । ଏହାପୂର୍ବରୁ ୨୦୧୦ ଏବଂ ୨୦୧୫ ମସିହା ବିହାର ବିଧାନସଭା ନିର୍ବାଚନା ପରିଚାଳନା ଦାୟିତ୍ୱ ମଧ୍ୟ ସେ ତୁଲାଇଥିଲେ ।

ଆସନ୍ତା ବର୍ଷରେ ହେବାକୁ ଥିବା ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ପ୍ରଭାରୀ ନିଯୁକ୍ତି ହୋଇଛନ୍ତି । କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ତାମିଲନାଡୁ ନିର୍ବାଚନ ପ୍ରଭାରୀ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ପଶ୍ଚିମବଙ୍ଗ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ମିଳିଛି । ବୈଜୟନ୍ତ ପୂର୍ବରୁ ଦିଲ୍ଲୀ, ଆସାମ ଏବଂ ୟୁପି ବିଧାନସଭା ନିର୍ବାଚନ ପ୍ରଭାରୀ ଭାବେ କାର୍ଯ୍ୟ କରିଥିଲେ ।

Previous Post

କିସ୍‍ ଛାତ୍ରୀ ଜାମିନୀ ଚୁକଟିଆ ଭୁଞ୍ଜିଆ ଜନଜାତିର ପ୍ରଥମ ରିସର୍ଚ୍ଚ ସ୍କଲାର୍‍

Next Post

ଅରୁଣ ଖୋଲିଦେଲେ ବିଜେଡି ଗୁମର!

Next Post
ଅରୁଣ ଖୋଲିଦେଲେ ବିଜେଡି ଗୁମର!

ଅରୁଣ ଖୋଲିଦେଲେ ବିଜେଡି ଗୁମର!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA