Saturday, May 9, 2026 11:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଜିଠୁ କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ

by Our Correspondent
26 Sep, 2025- 09:57 AM
in Latest News, News
1 min read
0
ଆଜିଠୁ କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ୨୧ତମ ସମାବର୍ତ୍ତନ  ଆଜି (୨୬)ରୁ ଆରମ୍ଭ ହେଉଛି। ପ୍ରଥମ ଥର କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ୩ ଦିନିଆ ସମାବର୍ତ୍ତନ ହେଉଛି। ଏହି ସମାବର୍ତ୍ତନ ଉତ୍ସବ ତିନି ଦିନ ଧରି ଆୟୋଜିତ ହେବା ଫଳରେ ବହୁ ସଂଖ୍ୟାରେ ସ୍ନାତକ ଛାତ୍ରଛାତ୍ରୀ ସେମାନଙ୍କ ପିତାମାତା ତଥା ଅଭିଭାବକଙ୍କ ସହ ସୁବିଧାରେ ଉତ୍ସବରେ ସାମିଲ ହୋଇପାରିବେ।

ଶ୍ରୀଲଙ୍କାର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମୋହନ ମୁନାସିଂଘେ, ଟ୍ୟୁନିସିଆର ନୋବେଲ ଶାନ୍ତି ପୁରସ୍କାର ବିଜେତା  ଉଇଦେଦ୍ ବୋଚାମାଉଇ, ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‍ ଜଷ୍ଟିସ୍‍ର ବିଚାରପତି ନ୍ୟାୟମୂର୍ତ୍ତି ଏ. ଅହମ୍ମଦ ୟୁସୁଫ୍‍ ଓ ନ୍ୟାୟମୂର୍ତ୍ତି ଦଲବୀର ଭଣ୍ଡାରିଙ୍କ ସମେତ ପୃଥିବୀର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଗରିମାମୟ ଉପସ୍ଥିତି ଉତ୍ସବକୁ ମହିମା ମଣ୍ଡିତ କରିବ।

ସମାବର୍ତ୍ତନ ଅବସରରେ ଗୁଆଟେମାଲା ଗଣରାଜ୍ୟ କଂଗ୍ରେସ ସଦସ୍ୟ ଡ ଫିଡେଲ ରେୟସ୍ ଲି, ୱକହର୍ଡ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଗ୍ଲୋବାଲ୍ ହ୍ୟୁମାନିଟାରିଆନ୍ ଆଡଭୋକେଟ୍ ଡ ହୁଜୈଫା ଖୋରାକିୱାଲା; ଜର୍ମାନୀ ୟୁଥ୍ ଫର୍‍ ଅଣ୍ଡରଷ୍ଟାଣ୍ଡିଂ ଫାଉଣ୍ଡେସନର ପ୍ରତିଷ୍ଠାତା ନର୍ବର୍ଟ ସାଉର; ଲାଲଚନ୍ଦ ଗ୍ରୁପ୍‍ର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହାନ୍‍ସ; କମ୍ପିଟିସନ ସକସେସ୍‍ ରିଭ୍ୟୁର ଅଧ୍ୟକ୍ଷ ତଥା ସମ୍ପାଦକ ଏସ୍‌. କେ. ସଚଦେବା; ପ୍ରସିଦ୍ଧ ଚଳଚ୍ଚିତ୍ର ଓ ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ପ୍ରମୁଖଙ୍କୁ ସମାଜ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନସୂଚକ ଡକ୍ଟରେଟ୍‍ ଡିଗ୍ରୀ ପ୍ରଦାନ କରାଯିବ।

ଚଳିତବର୍ଷ ୭୨୩୫ ସ୍ନାତକ ଛାତ୍ରଛାତ୍ରୀ, ୨୦୩୪ ସ୍ନାତକୋତ୍ତର ଏବଂ ୧୯୫ ପିଏଚଡି ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଏଥିପାଇଁ କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବର ପ୍ରଥମ ଦିନରେ ମେଡିକାଲ୍‍ ସାଇନସେସ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବାକୁ ଥିବାବେଳେ ଦ୍ୱିତୀୟ ଦିନ ଆଇନ୍‍ ଓ ମ୍ୟାନେଜମେଣ୍ଟ ଏବଂ ତୃତୀୟ ଦିନରେ ଟେକ୍ନୋଲୋଜି ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ଏହି ସମାବର୍ତ୍ତନ ଉତ୍ସବରେ ତିନି ଦିନ ଧରି ପ୍ରମୁଖ ଅତିଥି ଭାବରେ ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତି ବିଶେଷ, ଆଇନ ବିଷାରଦ, ଶିକ୍ଷାବିତ୍‌, ନୋବେଲ ପୁରସ୍କାର ବିଜେତା ଏବଂ ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଅବସରରେ ଡିଗ୍ରୀ ପାଇବାକୁ ଥିବା ଛାତ୍ରଛାତ୍ରୀଙ୍କୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅଭିନନ୍ଦନ ଜଣାଇଛନ୍ତି।  ନିଜ ବାର୍ତ୍ତାରେ ଶ୍ରୀ ସାମନ୍ତ କହିଛନ୍ତି, ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍‍ରୁ ଯାଇ ବୃହତ୍ତର ଜଗତରେ ପ୍ରବେଶ କରିବେ ଏବଂ କିଟ୍‍ର ମୂଲ୍ୟବୋଧକୁ ସେମାନଙ୍କ ଜୀବନର ଧ୍ୟେୟ କରିବେ। ତିନି ଦିନ ଧରି ଚାଲିବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ସଫଳତା, ସ୍ୱୀକୃତ, ଉତ୍ସବ, ଆନନ୍ଦ, ଉଲ୍ଲାସ ଓ ପୁରୋଦୃଷ୍ଟିର ଝଲକ ଦେଖିବାକୁ ମିଳିବ।

Previous Post

ଅରୁଣ ଖୋଲିଦେଲେ ବିଜେଡି ଗୁମର!

Next Post

ପ୍ରିୟାଂଶୁ ପାଲ୍ ଓଏଏସ୍ ଟପର୍

Next Post
ପ୍ରିୟାଂଶୁ ପାଲ୍ ଓଏଏସ୍ ଟପର୍

ପ୍ରିୟାଂଶୁ ପାଲ୍ ଓଏଏସ୍ ଟପର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA