Monday, May 25, 2026 07:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଔକାତ୍ ଦେଖାଇଲେ ଆଇନମନ୍ତ୍ରୀ!

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ଓକିଲ ନିଯୁକ୍ତି ପାଇଲେ ପୁଅ

by Our Correspondent
23 Oct, 2025- 11:45 AM
in Latest News, News
1 min read
0
ଔକାତ୍ ଦେଖାଇଲେ ଆଇନମନ୍ତ୍ରୀ!

ଭୁୁବନେଶ୍ୱର: ବର୍ଷେ ବି ଅପେକ୍ଷା କରିବାକୁ ପଡ଼ିଲାନି । ଆଇନମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ବର୍ଷେ ନ ପୁରୁଣୁ ଓକିଲାତି ପେଶା ଧରିଥିବା ପୁଅର ଭାଗ୍ୟ ଖୋଲିଗଲା । ଲଟେରି ଉଠିବା ଭଳି ତାଙ୍କୁ ମିଳିଗଲା ସରକାରୀ ଓକିଲ ପଦ । ବର୍ଷ ବର୍ଷ ଧରି ଏହି ପଦ ପାଇବାକୁ ଆଶାୟୀ ଥିବା ଅଭିଜ୍ଞମାନେ ଏହି ନିଯୁକ୍ତି ସମ୍ପର୍କରେ ଟେର୍ ବି ପାଇଲେନି । ଆଇନମନ୍ତ୍ରୀଙ୍କ ଔକାତ୍ ଦେଖି ସେମାନେ ଜଳକା ହୋଇଯାଇଛନ୍ତି ।

କେନ୍ଦ୍ର ସରକାରଙ୍କ ମାଲି ମକଦମା ଗୁଡ଼ିକର ପରିଚାଳନା ପାଇଁ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ପୁଅ ଦିଗବିଜୟ ହରିଚନ୍ଦନ । ୩ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ମିଳିଛି । ଗତ ଜୁନ୍ ୨ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏହାର ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସେବେଠାରୁ ସେ ଓଡ଼ିଶା ହାଇକୋର୍ଟରେ କାର୍ଯ୍ୟରତ ଅଛନ୍ତି ।

ତେବେ ଦିଗବିଜୟ ହରିଚନ୍ଦନଙ୍କର ନିଯୁକ୍ତିକୁ ନେଇ ମୁଣ୍ଡ ଟେକିଛି ବିବାଦ । ସେ ଅଯୋଗ୍ୟ ବୋଲି କେହି କହୁନାହାନ୍ତି । ଆଇନମନ୍ତ୍ରୀଙ୍କ ପୁଅ ବୋଲି ଯେ ସରକାରୀ ଓକିଲ ପଦବୀରେ ନିଯୁକ୍ତି ପାଇପାରିବେନି ତାହା ନୁହେଁ । ଯୋଗ୍ୟତା ବଳରେ ସମସ୍ତେ ସବୁ ପଦବୀରେ ରହିପାରିବେ । ମାତ୍ର ଦିଗବିଜୟଙ୍କ ନିଯୁକ୍ତିରେ କିଛି ବ୍ୟତିକ୍ରମ ଥିବା କୁହାଯାଉଛି ।

ପ୍ରଥମରେ, ତାଙ୍କର ସିଙ୍ଗଲ୍ ଆପଏଣ୍ଟମେଣ୍ଟ । ଅର୍ଥାତ୍ ନିଯୁକ୍ତି ତାଲିକାରେ ଦିଗବିଜୟ ଏକମାତ୍ର ଓକିଲ ଅଛନ୍ତି । ଯଦିଓ ଆଦେଶରେ ଏକାଧିକ ଓକିଲଙ୍କୁ ସୂଚୀତ କରାଯାଇଛି ।

ଦ୍ୱିତୀୟରେ, ନିଯୁକ୍ତି ଆଦେଶରେ ଦିଗବିଜୟଙ୍କ ଅଫିସ୍ ଠିକଣା ରହିଛି କ୍ୟାପିଟାଲ୍ ହସ୍ପିଟାଲ୍ ନିକଟସ୍ଥ ଆଇନମନ୍ତ୍ରୀଙ୍କ ସରକାରୀ ବାସଭବନ/ଆବାସିକ କାର୍ଯ୍ୟାଳୟ । ଅର୍ଥାତ ବାପାଙ୍କ ଆବାସିକ କାର୍ଯ୍ୟାଳୟରୁ ନିଜର ଦପ୍ତର ଚଳାଉଛନ୍ତି ସରକାରୀ ନିଯୁକ୍ତିପ୍ରାପ୍ତ ପୁଅ । ଯାହା କନଫ୍ଲିକ୍ଟ ଅଫ ଇଣ୍ଟ୍ରେଷ୍ଟ ବୋଲି କୁହାଯାଉଛି ।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜ୍ୟରେ ବିଜେପି ସରକାର ଆସିଲା ପରେ ସରକାରୀ ଓକିଲ ନିଯୁକ୍ତିରେ ଅହେତୁକ ବିଳମ୍ବ ଘଟିଚାଲିଛି । ଏଯାଏ ବିଭିନ୍ନ ଜିଲ୍ଲା ଓ ଅର୍ଦ୍ଧ ନ୍ୟାୟିକ ସଂସ୍ଥାରେ ସରକାରୀ ଓକିଲଙ୍କର ଅଭାବ ରହିଛି । ବିଭିନ୍ନ ନିଗମ ଏବଂ ବୋର୍ଡ ଭଳି ଦଳୀୟ ସମର୍ଥିତ ବ୍ୟକ୍ତିଙ୍କୁ ବିଭିନ୍ନ ଜାଗାରେ ସରକାରୀ ଓକିଲ ପଦବୀରେ ଥଇଥାନ କରିବା ଏକ ପ୍ରଥା ହୋଇଯାଇଥିଲେ ମଧ୍ୟ ମୋହନ ସରକାର ତାହା ପୂରଣ କରିବାରେ ଏ ଯାଏଁ ସମର୍ଥ ହୋଇନାହାନ୍ତି । ସରକାରୀ ନିଯୁକ୍ତି ପାଇଁ ଆଶାୟୀମାନେ ଚାହିଁ ବସିଛନ୍ତି ।

ଏତିକିବେଳେ ଆଇନମନ୍ତ୍ରୀ ଏକାକୀ ନିଜ ପୁଅର କ୍ୟାରିୟର୍ ପାଇଁ ଯତ୍ନଶୀଳ ହେବା ଅନେକଙ୍କୁ ଆଚମ୍ବିତ କରିଛି । କେନ୍ଦ୍ର ସରକାରରେ ଚାପ ପକାଇ ନିଜ ପୁଅର ଥଇଥାନ କରାଇଛନ୍ତି ବୋଲି ଅଭିଯୋଗ କରି ଆଇନମନ୍ତ୍ରୀଙ୍କ ନୈତିକତାକୁ ପ୍ରଶ୍ନ କରିଛନ୍ତି । ବିଶ୍ୱଭୂଷଣ ହରିଚନ୍ଦନଙ୍କ ଭଳି ନୈତିକ ମୂଲ୍ୟବୋଧରେ ବିଶ୍ୱାସ ରଖୁଥିବା ଜଣେ ସମ୍ମାନସ୍ପଦ ରାଜନେତାଙ୍କ ପରିବାରରେ ଏଭଳି ବିଲକ୍ଷଣକୁ ନେଇ ଅନେକ ଆଇନଜୀବୀ ଦୁଃଖ ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣଠାରୁ ଆରମ୍ଭ କରି ନିଗମ, ବୋର୍ଡ ନିଯୁକ୍ତିରେ ସମ୍ପୂର୍ଣ୍ଣ ହାତ ବାନ୍ଧି ବସିଥିବା ମୋହନ ମାଝୀ ସରକାର ଏବଂ ସର୍ବୋପରି ରାଜ୍ୟ ବିଜେପି ସଙ୍ଗଠନରେ ଏହା ନକରାତ୍ମକ ଛବି ସୃଷ୍ଟି କରିଛି । ଆଇନମନ୍ତ୍ରୀଙ୍କ ପୁତ୍ରମୋହ ଖୋଦ୍ ବିଜେପି ମହଲରେ ଆଲୋଚନାର ବିଷୟ ହୋଇଛି ।

Previous Post

ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

Next Post

ବେଦାନ୍ତ ନିବେଶ କରିବ ଲକ୍ଷେ କୋଟି

Next Post
ବେଦାନ୍ତ ନିବେଶ କରିବ ଲକ୍ଷେ କୋଟି

ବେଦାନ୍ତ ନିବେଶ କରିବ ଲକ୍ଷେ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA