Tuesday, May 26, 2026 08:52 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିର ଅଳିଆ ବିଜେପିରେ!

ପଦ୍ମ ଧରିଲେ ଅମର ପଟ୍ଟନାୟକ

by Our Correspondent
03 Nov, 2025- 06:38 PM
in Latest News, News, Politics
1 min read
0
ବିଜେଡିର ଅଳିଆ ବିଜେପିରେ!

ଭୁବନେଶ୍ଵର: ବିଜେଡି ଆଇଟି ସେଲ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂହ ତୋମାରଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ବିଜେପି ରେ ରହି ଜନସେବା ତଥା ରାଷ୍ଟ୍ର ନିର୍ମାଣରେ ସେ କୁଆଡେ ଭାଗୀଦାର ହେବେ।

୫୮ ବର୍ଷୀୟ ପୂର୍ବତନ ଏଜି ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟରେ ବିଜେଡିରେ ଯୋଗ ଦେଇଥିଲେ। ୨୦୧୯ ଜୁନ ରେ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟସଭା ପଠାଇଥିଲେ। ତାଙ୍କ କାର୍ଯ୍ୟକାଳ ସରିବା ପରେ ଦ୍ଵିତୀୟ ଥର ରାଜ୍ୟସଭା ଯିବାକୁ ପ୍ରବଳ ଆଶା ରଖିଥିଲେ ମଧ୍ୟ ହେଲା ନାହିଁ।

ନବୀନ ବାବୁ ତାଙ୍କୁ କିନ୍ତୁ ଦଳରେ ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ଵ ଦେଇଥିଲେ। ବିଜେଡି ସାଧାରଣ ସମ୍ପାଦକ, ଜାତୀୟ ମୁଖପାତ୍ର ଦାୟିତ୍ଵ ଦେଇଥିଲେ। ନିକଟରେ ତାଙ୍କୁ ଦଳର ଆଇ ଟି ସେଲ ମୁଖ୍ୟ କରିଥିଲେ। ଖର୍ଚ୍ଚ ବାବଦ ଦେଉଥିଲେ ମାସିକ ୮ ଲକ୍ଷ ଟଙ୍କା।

ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏଇ ବାବୁ ବିଜେଡି ଏବଂ ନବୀନ ବାବୁଙ୍କର ଗୁଣଗାନ କରୁଥିଲେ। ନୂଆପଡା ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। ମାତ୍ର ରାତି ବେଳକୁ ସବୁ ଓଲଟି ଯାଇଥିଲା। ବିଜେପି ସହ ତାଙ୍କର ଡିଲ ହୋଇଗଲା ।

ଅମରଙ୍କର କୌଣସି ରାଜନୈତିକ ଗୁରୁତ୍ବ ନଥିଲେ ମଧ୍ୟ ବିଜେପିରେ ମିଶିବାର ଆଗ୍ରହର ଫାଇଦା ନେବାକୁ ଉଚିତ ମଣିଲେ ନେତୃତ୍ବ।

ନୂଆପଡ଼ା ଉପନିର୍ବାଚନ ଥିବାରୁ ତାଙ୍କୁ ଦଳରେ ମିଶାଇ ବିଜେଡି ବିରୋଧରେ ଏକ ମାହୋଲ ସୃଷ୍ଟି କରିବାର ସୁଯୋଗ ମିଳିଗଲା।

ଚର୍ଚ୍ଚା ହେଉଛି, ଅମର ପଟ୍ଟନାୟକଙ୍କୁ ରାଷ୍ଟ୍ରୀୟ ଉଦ୍ୟୋଗ ଥୋପ ଦିଆଯାଇଛି। ରାଜ୍ୟସଭା ଭାଗ ପଡିପାରେ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। କାରଣ ବିଜେପି ନେତୃତ୍ୱଙ୍କୁ ଅମରଙ୍କ ଭଳି ନେତାଙ୍କ ଔକାତ୍ ଜଣା। ପାଣି ବିନା ମାଛର ଅବସ୍ଥା ଯାହା , ପ୍ରଚୁର ଅର୍ଥ ଓ କ୍ଷମତା ବିନା ଅମର ପଟ୍ଟନାୟକଙ୍କ ଅବସ୍ଥା ସେୟା।

ସୁବିଧାବାଦୀ ନେତା ତାଲିକାରେ ଯୋଡ଼ି ହୋଇଥିବା ଅମରଙ୍କ ବିଜେଡିରୁ ପ୍ରସ୍ଥାନକୁ ଦଳୀୟ ମହଲରୁ ସ୍ବାଗତ କରାଯାଇଛି। ତାଙ୍କୁ ଜଣେ ଅଳିଆ ନେତାର ଆଖ୍ୟା ଦିଆଯାଇଛି।

ଅନ୍ୟପକ୍ଷରେ ଏଭଳି ଅଳିଆ ନେତାଙ୍କୁ ବିଜେପି କୋଳେଇ ନିଜ ଜାଗା ଅଳିଆ କଲା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି।

Previous Post

ଜଳସମ୍ପଦ ବିଭାଗକୁ ଆହୁରି ସ୍ମାର୍ଟ କରାଯିବ

Next Post

ଖୁବ ଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ

Next Post
ଖୁବ ଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ

ଖୁବ ଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA