ଭୁବନେଶ୍ଵର: ବିଜେଡି ଆଇଟି ସେଲ ମୁଖ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂହ ତୋମାରଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ବିଜେପି ରେ ରହି ଜନସେବା ତଥା ରାଷ୍ଟ୍ର ନିର୍ମାଣରେ ସେ କୁଆଡେ ଭାଗୀଦାର ହେବେ।
୫୮ ବର୍ଷୀୟ ପୂର୍ବତନ ଏଜି ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟରେ ବିଜେଡିରେ ଯୋଗ ଦେଇଥିଲେ। ୨୦୧୯ ଜୁନ ରେ ନବୀନ ପଟ୍ଟନାୟକ ତାଙ୍କୁ ରାଜ୍ୟସଭା ପଠାଇଥିଲେ। ତାଙ୍କ କାର୍ଯ୍ୟକାଳ ସରିବା ପରେ ଦ୍ଵିତୀୟ ଥର ରାଜ୍ୟସଭା ଯିବାକୁ ପ୍ରବଳ ଆଶା ରଖିଥିଲେ ମଧ୍ୟ ହେଲା ନାହିଁ।
ନବୀନ ବାବୁ ତାଙ୍କୁ କିନ୍ତୁ ଦଳରେ ଆବଶ୍ୟକତା ଠାରୁ ଅଧିକ ଗୁରୁତ୍ଵ ଦେଇଥିଲେ। ବିଜେଡି ସାଧାରଣ ସମ୍ପାଦକ, ଜାତୀୟ ମୁଖପାତ୍ର ଦାୟିତ୍ଵ ଦେଇଥିଲେ। ନିକଟରେ ତାଙ୍କୁ ଦଳର ଆଇ ଟି ସେଲ ମୁଖ୍ୟ କରିଥିଲେ। ଖର୍ଚ୍ଚ ବାବଦ ଦେଉଥିଲେ ମାସିକ ୮ ଲକ୍ଷ ଟଙ୍କା।
ଗତକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଏଇ ବାବୁ ବିଜେଡି ଏବଂ ନବୀନ ବାବୁଙ୍କର ଗୁଣଗାନ କରୁଥିଲେ। ନୂଆପଡା ପାଇଁ ରଣନୀତି ପ୍ରସ୍ତୁତ କରୁଥିଲେ। ମାତ୍ର ରାତି ବେଳକୁ ସବୁ ଓଲଟି ଯାଇଥିଲା। ବିଜେପି ସହ ତାଙ୍କର ଡିଲ ହୋଇଗଲା ।
ଅମରଙ୍କର କୌଣସି ରାଜନୈତିକ ଗୁରୁତ୍ବ ନଥିଲେ ମଧ୍ୟ ବିଜେପିରେ ମିଶିବାର ଆଗ୍ରହର ଫାଇଦା ନେବାକୁ ଉଚିତ ମଣିଲେ ନେତୃତ୍ବ।
ନୂଆପଡ଼ା ଉପନିର୍ବାଚନ ଥିବାରୁ ତାଙ୍କୁ ଦଳରେ ମିଶାଇ ବିଜେଡି ବିରୋଧରେ ଏକ ମାହୋଲ ସୃଷ୍ଟି କରିବାର ସୁଯୋଗ ମିଳିଗଲା।
ଚର୍ଚ୍ଚା ହେଉଛି, ଅମର ପଟ୍ଟନାୟକଙ୍କୁ ରାଷ୍ଟ୍ରୀୟ ଉଦ୍ୟୋଗ ଥୋପ ଦିଆଯାଇଛି। ରାଜ୍ୟସଭା ଭାଗ ପଡିପାରେ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। କାରଣ ବିଜେପି ନେତୃତ୍ୱଙ୍କୁ ଅମରଙ୍କ ଭଳି ନେତାଙ୍କ ଔକାତ୍ ଜଣା। ପାଣି ବିନା ମାଛର ଅବସ୍ଥା ଯାହା , ପ୍ରଚୁର ଅର୍ଥ ଓ କ୍ଷମତା ବିନା ଅମର ପଟ୍ଟନାୟକଙ୍କ ଅବସ୍ଥା ସେୟା।
ସୁବିଧାବାଦୀ ନେତା ତାଲିକାରେ ଯୋଡ଼ି ହୋଇଥିବା ଅମରଙ୍କ ବିଜେଡିରୁ ପ୍ରସ୍ଥାନକୁ ଦଳୀୟ ମହଲରୁ ସ୍ବାଗତ କରାଯାଇଛି। ତାଙ୍କୁ ଜଣେ ଅଳିଆ ନେତାର ଆଖ୍ୟା ଦିଆଯାଇଛି।
ଅନ୍ୟପକ୍ଷରେ ଏଭଳି ଅଳିଆ ନେତାଙ୍କୁ ବିଜେପି କୋଳେଇ ନିଜ ଜାଗା ଅଳିଆ କଲା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚନା ହେଉଛି।