Saturday, May 9, 2026 07:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି: କଂଗ୍ରେସ

by Our Correspondent
10 Nov, 2025- 11:45 PM
in Latest News, News, Politics
1 min read
0
ବିଜେପି ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି: କଂଗ୍ରେସ

ଭୁବନେଶ୍ୱର: ବିଜେପି ନୁଆପଡ଼ା ବିଧାନସଭା ଆସନକୁ ବିଭିନ୍ନ ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। 

କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ବିଜେପି କ୍ୟାରଟ ଓ ଲାଠି ନୀତି ଦେଖାଇ ସ୍ବର୍ଗତ ବିଧାୟକଙ୍କର ପୁତ୍ର ଜୟ ଢୋଳକିଆଙ୍କୁ ବିଜେପିରେ ଯୋଗଦାନ କରାଇବା ପରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବସନ୍ତ କୁମାର ପଣ୍ଡା ତଥା ଅନ୍ୟ ନେତାମାନଙ୍କୁ ଅଣଦେଖା କରି ଜୟଙ୍କୁ ପ୍ରାର୍ଥୀ କରାଇଛି। ଏବେ ବିଜେପି ଚଳିତ ନିର୍ବାଚନରେ ପରାସ୍ତ ହେବା ଜାଣି ନିର୍ବାଚନରେ ଯେନତେନ ଊପାୟରେ ଜିତାଇବାକୁ ପୁରା ସରକାରୀ କଳର ଅପବ୍ୟବହାର କରାଇ ଚାଲିଛନ୍ତି। ବିଜେପି ପ୍ରାର୍ଥୀଙ୍କୁ କିପରି ଜିତାଇ ହେବ ଏଥି ନେଇ ପ୍ରାୟ ସମସ୍ତ ସରକାରୀ ଅଧିକାରୀମାନଙ୍କୁ ବିଭିନ୍ନ ଊପାୟରେ ସହାୟତା କରିବାକୁ ଊପରୁ ନିର୍ଦ୍ଦେଶ ଦିଆଯାଇଛି।ଏପରିକି ବିଜେପି ପାଇଁ ନିର୍ବାଚନରେ ପ୍ରଚାର କରିବାକୁ ନିର୍ଦ୍ଦେଶ ଦିଆଯାଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

ଉଦାହରଣ ସ୍ୱରୂପ, ସିଆର୍ପି ଓ ଅନ୍ୟ ସଂସ୍ଥାଗୁଡ଼ିକର ସରକାରୀ କର୍ମଚାରୀ ଯେଉଁମାନେ ଏସ୍.ଏଚ୍.ଜି. ଗ୍ରୁପ୍ ସହ ଜଡିତ, ସେମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ପୂର୍ବରୁ ବକେୟା ଥିବା ଦୁଇ ବର୍ଷର କର୍ପସ୍ ଫଣ୍ଡର କିସ୍ତିର ଟଙ୍କା ହାତରେ ବଣ୍ଟନ କରିବାକୁ କୁହାଯାଇଛି, ଯାହାକି ନିର୍ବାଚନ ଆଚରଣ ବିଧିର ଊଲଂଘନ ଅଟେ । ଏହି ଅର୍ଥକୁ ସାଧାରଣତଃ ବ୍ୟାଙ୍କ ଆକାଉଣ୍ଟକୁ ସିଧା ସଳଖ ପଠାଯାଇଥାଏ। ମାତ୍ର ସରକାରୀ ବାବୁମାନଙ୍କୁ ସ୍ବଂୟ ସହାୟକ ଗୋଷ୍ଠୀଗୁଡିକ ପାଖକୁ ଯାଇ ଟଙ୍କା ବାଣ୍ଟି ଭୋଟରମାନଙ୍କୁ ପ୍ରବାବିତ କରିଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।

କଂଗ୍ରେସର ନୂଆପଡା ଖୁଣ୍ଟିଆ ଭବନ୍ କାର୍ଯ୍ୟାଳୟ ଭିତରେ କୌଣସି ବୈଧ କାରଣ ନଥାଇ ଏଠାରେ ପୋଲିସ ଚଢାଊ କରାଯାଇ କଂଗ୍ରେସ କର୍ମୀ ଓ ନେତାଙ୍କୁ ଉତ୍ପୀଡ଼ନ କରାଯାଇଛି।ଏପରିକି ସେମାନେ ଜିଲ୍ଲା ଯୁବ କଂଗ୍ରେସ୍ ଅଧ୍ୟକ୍ଷ ଅଙ୍କିତ ସିଂଘାଇ ଓ ଅନ୍ୟମାନଙ୍କ ଘରେ ଆଇଟି ଛାପା ମାରିଛନ୍ତି।

ଓଡ଼ିଶା ସରକାରଙ୍କର ଅଧିକାରୀ ଓ କର୍ମଚାରୀମାନଙ୍କୁ ବିଜେପିକୁ ସହାୟତା କରିବା ପାଇଁ ନିୟୋଜିତ କରାଯାଇଛି। ପ୍ରୋ-ବିଜେପି ଆଇପିଏସ୍ ଅଧିକାରୀ ସୁଧାଶଂ କୁମାର ଲାଲଙ୍କୁ ଗତ କିଛି ଦିନ ପୂର୍ବରୁ ଏହି ଅଞ୍ଚଳର ଆଇଜି ଇନଚାର୍ଯ୍ ଭାବେ ନିଯୁକ୍ତ କରାଯାଇଛି। ଏରିଆରେ ତାଙ୍କରି ଊପସ୍ଥିତି ସତ୍ତ୍ବେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ଶାଢୀ ଓ ଟଙ୍କାକୁ ବିଜେପି ନେତା,କର୍ମୀଙ୍କ ଦ୍ବାରା ବଣ୍ଟନ କରାଯାଉଛି।ଏଥିପାଇଁ ଛତୀଶଗଡର ସରକାରୀ ବାବୁ ଓ ବିଜେପି ଦଳର ମନ୍ତ୍ରୀମାନଙ୍କୁ ବ୍ୟବହାର କରାଯାଉଛି।

ବିଜେପି ଓଡ଼ିଶାରେ ଶାସନ କ୍ଷମତାରେ ଅଛି ଏବଂ ଏହି ଉପନିର୍ବାଚନରେ ହାରିଲେ ବିଜେପି ଦଳର ଛବି ଊପରେ କୁ-ପ୍ରଭାବ ପକାଇବ। ଅନ୍ୟ ପଟେ ପିସିସି ସଭାପତିଭାବେ ଭକ୍ତ ଚରଣ ଦାସ୍ ଙ୍କୁ ଦାୟୀତ୍ବ ଦିଆଯିବା ପରେ କଂଗ୍ରେସ୍ ଲୋକଙ୍କର ଅତି ନିକଟତର ହୋଇପାରିଛି। ଏହି ଊପ-ନିର୍ବାଚନର ଫଳାଫଳ ଗୁତୁତ୍ବପୂର୍ଣ୍ଣ ,ଯେହେତୁ ଏହା ରାଜ୍ୟର ରାଜନୈତିକ ଦିଗକୁ ଆଗାମୀ ୨୦୨୯ ପାଇଁ ବାଟ ଫିଟାଇବ ବା ରାସ୍ତା ନିର୍ଦ୍ଧାରଣ କରିବ ।

ଏହି କାରଣରୁ ବିଜେପି ହତୋତ୍ସାହ ହୋଇ ପଡିଛି ଏବଂ ଟଙ୍କା ପରେ ଟଙ୍କା ଖର୍ଚ୍ଚ କରି ଚାଲିଛି, କିନ୍ତୁ ଭୋଟରମାନଙ୍କ ନିକଟରେ ଏହାର ଆଦୌ ପ୍ରଭାବ ପଡିବ ନାହିଁ। କାରଣ ବିଗତ ଏକ ବର୍ଷ ଶାସନରେ ବିଜେପି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି। ବିଜେପି ଓ ବିଜେଡ଼ି ଦୁଇ ଦଳ ଏକାଠି ମିଶି ଓ ଅଲଗା ଅଲଗାଭାବେ ଓଡ଼ିଶାରେ ୨୫ ବର୍ଷରୁ ଭର୍ଦ୍ଧ ବର୍ଷ ଧରି ଶାସନ କ୍ଷମତାରେ ରହିଛନ୍ତି, କିନ୍ତୁ ଏହାର କୌଣସି ଉପଜ ନାହିଁ। ନୁଆପଡ଼ାରେ ଊପନିର୍ବାଚନ ହେଊଛି। ତେବେ ଏହି ସମୟ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ କିମ୍ବା ଊନ୍ନୟନ୍ନମୂଳକ କାର୍ଯ୍ୟ ହୋଇ ନାହିଁ। କୌଣସି କାରଖାନା, ଶିଳ୍ପ ପ୍ରତିଷ୍ଠା ହୋଇ ପାରି ନାହିଁ ଓ କୌଣସି ବଡ଼ ରାଜ୍ୟରୁ ଓଡିଶାକୁ କୌଣସି ଉଦ୍ୟୋଗ ଆସି ନାହିଁ।

ନୁଆପଡ଼ାରୁ ବହୁ ସଂଖ୍ୟକ ଲୋକ ଦାଦନ ଶ୍ରମିକଭାବେ ବାହାର ରାଜ୍ୟକୁ କାର୍ଯ୍ୟ କରିବାକୁ ଯାଇଥାନ୍ତି। ଯାହାକି ପୁରୁଷ-ମହିଳା ଅନୁପାତକୁ ମଧ୍ୟ ପ୍ରଭାବିତ କରିଛି,ଯେଉଁଠାରେ ମହିଳାମାନେ ପୁରୁଷମାନଙ୍କଠାରୁ ଅଧିକ ସଂଙ୍ଖ୍ୟାରେ ଅଛନ୍ତି। ପୂର୍ବରୁ ପୁରୁଷଙ୍କ ତୁଳନାରେ ଏଠାରେ ୪୫୦୦ ଅଧିକ ମହିଳା ଥିଲେ । ତେବେ ଏଥର ମହିଳା ଭୋଟରଙ୍କ ସଂଙ୍ଖ୍ୟା ୧୨୪୦୦୦ ହୋଇଥିବାବେଳେ ପୁରୁଷ ଭୋଟରଙ୍କ ସଂଙ୍ଖ୍ୟା ୧୨୯୦୦୦। ତେଣୁ ସେମାନେ ଏଥିରେ ଭୟଭୀତ ହୋଇଯାଇ ଛତୀଶଗଡରୁ ୫୦୦୦ ନକଲି ଭୋଟରଙ୍କୁ ଏଠାକୁ ଆଣିଯୋଡ଼ିଛନ୍ତି, ଯାହା କି “ଭୋଟ ଚୋରି”ର ପ୍ରତିଫଳନ ଅଟେ।

ଘାସିରାମ ମାଝି ଜଣେ ଲୋକପ୍ରିୟ ଆଦିବାସୀ ନେତା, ଯିଏ କି ଗତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀଭାବେ ପ୍ରତିନ୍ଦ୍ବନ୍ଦିତା କରି ୫୧୦୦୦ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏଥରକର ଊପ-ନିର୍ବାଚନରେ ତାଙ୍କର ସମ୍ଭାବ୍ୟ ବିଜୟ ଲାଭକୁ ବିଜେପି ଆଦୌ ଗ୍ରହଣ କରି ପାରୁ ନାହିଁ,ଏହା ହିଁ ତାଙ୍କୁ ବ୍ୟଥିତ କରିଛି। ସେ ପଟେ ବିଜେଡ଼ି ଶାସନ କ୍ଷମତାରୁ ହଟିବା ପରେ ଏବେ ବିଲିବିଳେଇ ହେଊଥିବା ପରିଲକ୍ଷିତ ହେଊଛି। ଏହି ଊପ-ନିର୍ବାଚନରେ କଂଗ୍ରେସ ନିଶ୍ଚିତ ବାଜିମାତ୍ କରିବ ଏବଂ ଏହା ଓଡ଼ିଶାର ରାଜନୈତିକ ଶତରଞ୍ଜ ବୋର୍ଡରେଏକ ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ୱାର ରୁମ୍ ଅଧ୍ୟକ୍ଷ ଓ ଏଆଇସିସି ମୁଖପାତ୍ର ଡ଼. ହମିଦ ହୁସେନ୍ କହିଛନ୍ତି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଜଣାଇଛନ୍ତି।

Previous Post

ନୂଆପଡ଼ା ଭୋଟ ପାଇଁ ଗୁଣ୍ଡାଗର୍ଦ୍ଦି !

Next Post

୫ଟା ସୁଦ୍ଧା ୭୫.୩୭ % ମତଦାନ

Next Post
୫ଟା ସୁଦ୍ଧା ୭୫.୩୭ % ମତଦାନ

୫ଟା ସୁଦ୍ଧା ୭୫.୩୭ % ମତଦାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA