Saturday, May 9, 2026 09:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋକ ଗୋଡ଼େଇଲେ, ବିଲରେ ଲୁଚିଲେ ଲିକୁ ସାହୁ!

ନୂଆପଡ଼ାରେ ରାତି ଅଧିଆ ବିଜେ

by Our Correspondent
11 Nov, 2025- 07:48 PM
in Latest News, News
1 min read
0
ଲୋକ ଗୋଡ଼େଇଲେ, ବିଲରେ ଲୁଚିଲେ ଲିକୁ ସାହୁ!

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ବିଜେପି ମାମଲତକାର ଥିଲେ ଧର୍ମଶାଳାର ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ଓରଫ୍ ଲିକୁ ସାହୁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କୋମନା ବ୍ଲକ୍ ର ସମ୍ପୂର୍ଣ୍ଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା । ରାଜ୍ୟର ବିଜେପି ଜମାନାରେ ଅର୍ଥ, କ୍ଷମତା ଓ ପ୍ରତିପତ୍ତିରେ ଅପ୍ରତିଦ୍ୱନ୍ଦୀ ଏହି ନେତା ଭୋଟ ଅବ୍ୟବହିତ ପୂର୍ବରୁ ନୂଆପଡ଼ା ଜନତାଙ୍କ ଦାଉରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ରାତି ଅଧିଆ ବିଜେ ବେଳେ ସ୍ଥାନୀୟ ଅଞ୍ଚଳର ବିଜେଡି ସମର୍ଥକମାନଙ୍କ ହାବୁଡ଼ରେ ପଡ଼ିଯିବାରୁ ତାଙ୍କ ଅବସ୍ଥା ବାର୍ ହୋଇଯାଇଥିଲା ।

ବିଶ୍ୱସ୍ତ ସୂତ୍ରର ସୂଚନା ଅନୁଯାୟୀ, ଗତ ମଧ୍ୟରାତ୍ରରେ ଲିକୁ ସାହୁ କୋମନା ଅଞ୍ଚଳର ଗୋଟିଏ ଜଙ୍ଗଲୀ ଗାଁରେ ଅନ୍ଧାରି ବିଜେ କରିଥିଲେ । ତାଙ୍କୁ ଗୋଡ଼େ ଗୋଡ଼େ ଜଗିଥିବା ବିଜେଡି ନେତା ମନୋଜ ମିଶ୍ରଙ୍କ ସମର୍ଥକମାନେ ଏହି ଖବର ପାଇଲା ପରେ ବଦମାସୀ ରଚନା କରିଥିଲେ । ଫୋନ୍ ଫାନ୍ କରି ଗାଁ ଲୋକଙ୍କୁ ମତେଇ ଦେଇଥିଲେ । ତୁରନ୍ତ ଆରମ୍ଭ ହୋଇଗଲା ଲିକୁ ତଡ଼ିପାର ଅଭିଯାନ ।

ଲିକୁଙ୍କୁ ଗାଁ ଲୋକେ ଗୋଡ଼େଇଥିଲେ । କୁଆଡ଼େ ଆସିଛ କହି ଆକ୍ରମଣ ଉଦ୍ୟମ କରିଥିଲେ । ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ହାବୁଡ଼ରୁ ଲିକୁ ଖସିଯିବାରେ ସମର୍ଥ ହୋଇଥିଲେ ମଧ୍ୟ ଅନ୍ଧାର ରାତିରେ କୁଆଡ଼େ ଯିବେ ବାଟ ପାଇ ନ ଥିଲେ । ପ୍ରାଣ ବିକଳରେ ସେଠାରୁ ଦୌଡ଼ି ଜଙ୍ଗଲ ପାଖ ବିଲରେ ଯାଇ ଲୁଚିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ପୁଲିସକୁ ଖବର ଦେଲେ । ତେବେ ପୁଲିସ ତାଙ୍କ ପାଖରେ ପହଞ୍ଚିଲା ବେଳକୁ ଘଣ୍ଟାଏ ପାର୍ ହୋଇଯାଇଥିଲା ।

ଲିକୁଙ୍କ ଏହି ଅବସ୍ଥା ଜାଣିଲା ପରେ ଦଳପତିଙ୍କର ରାଗ ପଞ୍ଚମକୁ ଚଢ଼ିଯାଇଛି । ଏହି ନାଟର ଗୋବର୍ଦ୍ଧନ ମନୋଜ ମିଶ୍ରଙ୍କ ଉପରେ ପ୍ରତିଶୋଧପରାୟଣ ହୋଇଛନ୍ତି । ଭୋଟ କାର୍ଯ୍ୟ ସରିଲା । ଏବେ ମନୋଜଙ୍କ ବେଳା ଖରାପ ପଡ଼ିଗଲା ବୋଲି ଚର୍ଚ୍ଚା ହେଉଛି ।

ସୂଚନାଥାଉକି, ୯ ତାରିଖ ରାତିରୁ ନୂଆପଡ଼ା ନିର୍ବାଚନମଣ୍ଡଳୀରେ ଲାଗିଥିଲା ନିରବ ଅବଧି କଟକଣା । ବାହାର ଅଞ୍ଚଳର ନେତାଙ୍କୁ ସେଠାରେ ରହିବା ମନା ଥିଲା । ମାତ୍ର ଲିକୁ ସାହୁଙ୍କ ଭଳି ବିଜେପିର ଅନେକ ଉପକୂଳିଆ ନେତା ସେଠାରେ ଚକ୍କର କାଟୁଥିଲେ ।

 

Previous Post

୫ଟା ସୁଦ୍ଧା ୭୫.୩୭ % ମତଦାନ

Next Post

ପ୍ରକାଶ ପାଇଲା ସିବିଆଇ ତଦନ୍ତ ବିଜ୍ଞପ୍ତି

Next Post
ପ୍ରକାଶ ପାଇଲା ସିବିଆଇ ତଦନ୍ତ ବିଜ୍ଞପ୍ତି

ପ୍ରକାଶ ପାଇଲା ସିବିଆଇ ତଦନ୍ତ ବିଜ୍ଞପ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA