Sunday, May 31, 2026 09:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୧ତମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ଉଦଯାପିତ

by Our Correspondent
17 Nov, 2025- 07:25 PM
in Latest News, News
1 min read
0
କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୧ତମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ଉଦଯାପିତ
Spread the love

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ବହୁ ପ୍ରତୀକ୍ଷିତ ୧୧ତମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ୨୦୨୫ ରବିବାର ଉଦଯାପିତ ହୋଇ ଯାଇଛି। ଶନିବାର ଓ ରବିବାର ଦୁଇ ଦିନ ଧରି ରଙ୍ଗୀନ ଏବଂ ଉତ୍ସାହଜନକ ଢଙ୍ଗରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସାରା ଭାରତରୁ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ କଳ୍ପନା, ସର୍ଜନଶୀଳତା ଏବଂ କାହାଣୀ କହିବାର ଉତ୍ସାହ ପାଇଁ ଆକର୍ଷିତ କରିବା ଏହି କାର୍ଯ୍ୟକ୍ରମରେ ଲକ୍ଷ୍ୟ। ଉଦ୍‍ଘାଟନୀ ଉତ୍ସବର ଆକର୍ଷଣ ଥିଲେ ଅଭିନେତା ବିକ୍ରାନ୍ତ ମାସେ, ଯାହାଙ୍କ ଉପସ୍ଥିତି ଉଦଘାଟନୀ ସମାରୋହରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଆକର୍ଷଣ ବୃଦ୍ଧି କରିଥିଲା।

ଏଥିରେ ଉଦ୍‍ଘାଟକ ଭାବେ ଯୋଗ ଦେଇ କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୁବ ଅଂଶଗ୍ରହଣକାରୀଙ୍କୁ କୌତୁହଳ ଏବଂ ସର୍ଜନଶୀଳତାକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ସେ କହିଲେ, ଏହି ମହୋତ୍ସବ କେବଳ ପିଲାମାନଙ୍କ ପାଇଁ ପରିକଳ୍ପନା କରାଯାଇଥିଲା। ଭାରତରେ ଅନେକ ସାହିତ୍ୟ ମହୋତ୍ସବ ହେଉଥିବା ବେଳେ, ଆମେ ପ୍ରଥମ ଥର ପାଇଁ ଶିଶୁ ସାହିତ୍ୟ ମହୋତ୍ସବ ଆରମ୍ଭ କରିଥିଲୁ। ୨୦୧୬ରେ ଆମେ ଏଥିରେ ‘ଜାତୀୟ’ ଶବ୍ଦ ଯୋଡ଼ି କୁନିକୁନି ପିଲାଙ୍କୁ ଜାତୀୟସ୍ତରରେ ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରି ସଫଳ ହୋଇଛୁ। ସେ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ବଜାୟ ରଖିବା ସହ ପ୍ରତ୍ୟେକ ବକ୍ତାଙ୍କୁ ଧ୍ୟାନର ସହିତ ଶୁଣିବା, ବହି ପଢ଼ିବା ଏବଂ ଲେଖିବାର ଅଭ୍ୟାସ ବଢ଼ାଇବାକୁ ପରାମର୍ଶ ଦେଇଥିଲେ। କେବଳ ଇଣ୍ଟରନେଟ୍ ତୁମକୁ ସାହାଯ୍ୟ କରିବ ନାହିଁ, ଜୀବନରେ ଆଗକୁ ବଢ଼ିପାଇଁ ଶିଶୁ ସାହିତ୍ୟ ମହୋତ୍ସବ ଆରମ୍ଭ ହୋଇଛି ବୋଲି ଶ୍ରୀ ସାମନ୍ତ ସୂଚନା ଦେଇଥିଲେ।

କିଟ ଇଣ୍ଟରନ୍ୟାସନାଲ୍ ସ୍କୁଲର ଚେୟାରପର୍ସନ ତଥା କ୍ଲାଉଡନାଇନ୍ ର ସମ୍ପାଦିକା ଡ ମୋନାଲିସା ବଳ କହିଲେ, ଏହି ମହୋତ୍ସବ ଅନୁଷ୍ଠାନ ସହିତ ଜଡ଼ିତ ସମସ୍ତଙ୍କ ପାଇଁ ଏକ “ବିଶେଷ ସ୍ଥାନ’ ରଖିଛି। କାରଣ ଏହା ଯୁବ ମନ ମଧ୍ୟରେ ସର୍ଜନଶୀଳତା ଓ ବିବିଧ ଦୃଷ୍ଟିକୋଣକୁ ପୋଷଣ କରେ। ସେ କହିଲେ, ସାହିତ୍ୟ କେବେ ମରେ ନାହିଁ। ତେବେ ସାହିତ୍ୟ ପରବର୍ତ୍ତୀ ପିଢ଼ି ଦ୍ୱାରା ପୁନଃଆବିଷ୍କାର, ପୁନଃବ୍ୟାଖ୍ୟା ଏବଂ ପୁନଃପ୍ରଶଂସିତ ହେବାକୁ ଅପେକ୍ଷା କରୁଛି ବୋଲି ସେ ମତ ଦେଇଥିଲେ।

ବିକ୍ରାନ୍ତ ମାସେ ସଫଳତା ବିଷୟରେ କହି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିଥିଲେ। ସେ କହିଲେ “ସଫଳତା କେବେ ଏକୁଟିଆ ଆସେନାହିଁ। ଜେନ୍ ଜେଡ୍ ହେଉଛି ମୁଁ ଦେଖିଥିବା ସବୁଠାରୁ ନିର୍ଭୀକ ପିଢ଼ି। ସେହିପରି ପ୍ରସିଦ୍ଧ ଲେଖକ ଏବଂ ମହାନ କାହାଣୀକାର କୋରାଲ ଦାସଗୁପ୍ତା, ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ପକ୍ଷରୁ ପ୍ରକାଶ ପାଉଥିବା ପତ୍ରିକା ‘କ୍ଲାଉଡନାଇନ’ର ଡିଜିଟାଲ ସଂସ୍କରଣ ଉନ୍ମୋଚିତ ହୋଇଥିଲା। 

Previous Post

ଏଥର ଜିଲ୍ଲା-ୱାରୀ କିସ ଅଭିଭାବକ ସମ୍ମିଳନୀ

Next Post

ନୂଆପଡ଼ା ଆଜି କଂଗ୍ରେସକୁ ବିଜେପିର ଏକମାତ୍ର ବିକଳ୍ପ ରୂପେ ମୋହର ମାରିଛି: ଭକ୍ତ

Next Post
ନୂଆପଡ଼ା ଆଜି କଂଗ୍ରେସକୁ ବିଜେପିର ଏକମାତ୍ର ବିକଳ୍ପ ରୂପେ ମୋହର ମାରିଛି: ଭକ୍ତ

ନୂଆପଡ଼ା ଆଜି କଂଗ୍ରେସକୁ ବିଜେପିର ଏକମାତ୍ର ବିକଳ୍ପ ରୂପେ ମୋହର ମାରିଛି: ଭକ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA