Saturday, May 9, 2026 02:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆପଡ଼ା ଆଜି କଂଗ୍ରେସକୁ ବିଜେପିର ଏକମାତ୍ର ବିକଳ୍ପ ରୂପେ ମୋହର ମାରିଛି: ଭକ୍ତ

by Our Correspondent
17 Nov, 2025- 07:38 PM
in Latest News, News, Politics
1 min read
0
ନୂଆପଡ଼ା ଆଜି କଂଗ୍ରେସକୁ ବିଜେପିର ଏକମାତ୍ର ବିକଳ୍ପ ରୂପେ ମୋହର ମାରିଛି: ଭକ୍ତ

> ଦୁଇ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ଅଧିଆ ପଡ଼ିଥିଲେ; ଏବେ ଏକାଠି ବସି ମହାନଦୀ ବିବାଦର ସମାଧାନ କରନ୍ତୁ
> ଏପରି ଅନିୟମିତତା ପୂର୍ବରୁ କୌଣସି ନିର୍ବାଚନରେ ଦେଖାଯାଇ ନ ଥିଲା
> ହିମାଂଶୁଲାଲଙ୍କ ପାଦ ବିଜୟୀ ପ୍ରାର୍ଥୀ ଛୁଇଁଲେ କାହଁକି?

ଭୁବନେଶ୍ୱର : ଅର୍ଥବଳ ଓ ଭୋଟ୍ ଚାେରିର ସୁନାମି ସତ୍ତ୍ବେ ୪୦ ହଜାରରୁ ଅଧିକ ଲୋକ ଆମକୁ ଭୋଟ୍ ଦେଇଛନ୍ତି। ନୂଆପଡ଼ାରେ ତୃତୀୟ ସ୍ଥାନକୁ ଠେଲିଦେଇ ବିଜେଡିର ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କଲେ ଜନତା। ବିଧାନସଭା ହେଉ ବା ନାରୀ ନିର୍ଯାତନା ପ୍ରସଙ୍ଗ ହେଉ ବା ଅନାସ୍ଥା ପ୍ରସ୍ତାବ ହେଉ, ଏଣିକି କଂଗ୍ରେସ ହିଁ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଛି ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ପ୍ରକାଶ କରିଛନ୍ତି। ସୋମବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ସେ କହିଥିଲେ, ଓଡ଼ିଶା ଓ ଛତିଶଗଡ଼ର ଦୁଇ ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ଆସି ଅଧିଆ ପଡ଼ିଲେ। ଏବେ ଟ୍ରିପଲ୍ ଇଂଜିନ ସରକାର। ଉଭୟ ମୁଖ୍ୟମନ୍ତ୍ରୀ ମହାନଦୀ ପାଇଁ ବରଂ ଏକାଠି ବସ୍ତନ୍ତୁ; ମାସେ ଦୁଇମାସ ଭିତରେ ସମସ୍ୟା ସମାଧାନ ହୋଇଯିବ। ଏ ଥର ଯେଭଳି ବ୍ୟାପକ ଅନିୟମିତତା ଓ ପଇସାର ଖେଳ ହୋଇଛି, ଏପରି ଚାଲିଲେ ଆଉ ନିର୍ବାଚନ ଲଢ଼ିହେବ କି ନା ସନ୍ଦେହ। ଆମେ ଭୋଟ୍‌ ଚୋରି କଥା ଉଠେଇଲୁ, ସେମାନେ ଭୋଟ୍ ଲୁଟ୍ କରିକି ଦେଖେଇଦେଲେ। ୪୧ ଗୋଟି ବୁଥ୍‌ରେ ୯୦ରୁ ଅଧିକ ପ୍ରତିଶତ ଭୋଟ୍ ପଡ଼ିଛି। ଏପରି ଉଦାହରଣ ବିରଳ। ସେ କହିଥିଲେ, ବିଜୟୀ ପ୍ରାର୍ଥୀ କାହିଁକି ହିମାଂଶୁଲାଲଙ୍କ ପାଦଛୁଇଁ ଆଶୀର୍ବାଦ ନେଲେ? କ’ଣ ତାଙ୍କ ବିଜୟର ପଥ ସୁଗମ କରିଥିବାରୁ? ଏଇଟା କ’ଣ ଗଣତନ୍ତ୍ର? ବିଜେଡି ସରକାରରେ ଜନପ୍ରତିନିଧିମାନେ ଅମଲାତନ୍ତ୍ରୀମାନଙ୍କ ଆଗରେ ମୁଣ୍ଡ ନୁଆଁଉଥିଲେ। ଏମାନେ ବି କିଛି କମ୍ ନୁହନ୍ତି। ବିଜେଡି କାହିଁକି ବିଜେପିର ଛୋଟଭାଇ ଭୂମିକାରେ ଅବତୀର୍ଣ୍ଣ ହୋଇଛି? ଆମେ ମାସେ କାଳ ଅକ୍ଳାନ୍ତ ପରିଶ୍ରମ କରିଛୁ। ତେଣୁ କିଛି ଭୁଲଭଟକା ଥାଇପାରେ; କିନ୍ତୁ ଏପରି ଏକପାଖିଆ ଫଳ ଅସମ୍ଭବ।

ପିସିସି ସଭାପତି ଆହୁରି କହିଥିଲେ, ରାଜ୍ୟ କଂଗ୍ରେସର ମୁଖିଆ ଭାବରେ ନିର୍ବାଚନ ପରିଚାଳନାର ତଥ୍ୟ ରାଜ୍ୟବାସୀଙ୍କ ଆଗରେ ପ୍ରକାଶ କରିବା ମୋର କର୍ତ୍ତବ୍ୟ। ରାଜ୍ୟବାସୀ ନୂଆପଡ଼ା ବାସୀଙ୍କ ତରଫରୁ ଦୀର୍ଘ ୨୫ ବର୍ଷ ପରେ କଂଗ୍ରେସକୁ ମୁଖ୍ୟ ବିରୋଧୀଦଳ ଭାବେ ଉପସ୍ଥାପିତ କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ତା ସହିତ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ ଗଣ, ପଦାଧିକାରୀ ଏବଂ କର୍ମୀଙ୍କୁ ଅଶେଷ ଧନ୍ୟବାଦ୍। ଏବଂ ଅକୁଣ୍ଠ ଚିତ୍ତରେ ପ୍ରଚାରରେ ସହଯୋଗ କରିଥିବାରୁ ଗଣମାଧ୍ୟମକୁ ମୋର ପ୍ରଣାମ। ନିର୍ବାଚନ ବିଜେତା ପ୍ରାର୍ଥୀଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଆଶା ସେ ଲୋକଙ୍କ ସେବା କରିବେ।

ବିଜେତାଙ୍କୁ ସମ୍ମାନ ଜଣାଇବା କଂଗ୍ରେସର ସଂସ୍କାର। କିନ୍ତୁ ସେ କିଭଳି ନିର୍ବାଚନ ଜିତିଛନ୍ତି ତାହା ଉପରେ ନିର୍ବାଚନ କମିଶନ, ସରକାର ଏବଂ ପ୍ରତିପକ୍ଷ ଦଳଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ଅଛି। ସେମାନେ କିଭଳି ନିର୍ବାଚନ ଜିତିଲେ ଆମେ ରାଜ୍ୟବାସୀଙ୍କ ସମ୍ମୁଖରେ ନିଶ୍ଚୟ ପ୍ରକାଶ କରିବୁ। ଠିକ୍ ନିର୍ବାଚନ ସମୟରେ ଦକ୍ଷିଣାଞ୍ଚଳ ଆଇଜିଙ୍କୁ ଅବ୍ୟାହତି ଦେଇ ଉତ୍ତରାଞ୍ଚଳ ଆଇଜି ସରକାରୀ ଦଳର ଚାଟୁକାର ଭାବେ ଜଣାଶୁଣା ହିମାଂଶୁ ଲାଲଙ୍କୁ ଦାୟିତ୍ୱ ଦିଆଗଲା। କରିତକର୍ମା ପୋଲିସ ଅଧିକାରୀ ହିମାଂଶୁ ଲାଲ ସିଧାସଳଖ ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଲେ। ଯାହା ବିଜୟୀ ପ୍ରାର୍ଥୀଙ୍କ ହିମାଂଶୁ ଲାଲଙ୍କୁ ମୁଣ୍ଡିଆ ମାରିବା ସୂଚାଇ ଦେଉଛି ପୋଲିସ ବଳ ଦ୍ଵାରା ନିର୍ବାଚନ ଜିତାଯାଇଛି। ପ୍ରଚାରର ପ୍ରାରମ୍ଭିକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନ ହେବା ଏପରିକି ଗାଁ ଗଣ୍ଡାରେ ବୁଲୁଥିବା ପ୍ରଚାର ଗାଡ଼ିକୁ ସମର୍ଥନ ନ ମିଳିବା ଦେଖି ବିହେପିନ୍ଦଲ ଛାନିଆ ହୋଇ ତାଙ୍କ ଭୋଟ ଲୁଟ ବା ଡକାୟତି ଯୋଜନା ଆରମ୍ଭ କଲା। ଗୋଟିଏ ରାଜନୈତିକ ଦଳ ନୂଆପଡ଼ାର କୌଣସି ପଞ୍ଚାୟତରେ ସଭା କରିନାହାନ୍ତି କି ତାଙ୍କ ପ୍ରାର୍ଥୀ ଯାଇନାହାନ୍ତି। ଜନତାଙ୍କ ପାଖକୁ ଯାଇ ଆଲୋଚନା କରିନାହାନ୍ତି କି ଭୋଟ ଭିକ୍ଷା କରି ନାହାନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ସେ ନିର୍ବାଚନର ଜୟଲାଭ କଲେ କିଭଳି ? ବିଜେପି ସରକାରୀ କଳର ସମ୍ପୂର୍ଣ ଅପବ୍ୟବହାର, ଭୋଟ ଚୋରି, ଏଭିଏମ୍ ଚଞ୍ଚକତା, ସହ ସହ ନେତା ନେତ୍ରୀଙ୍କ ପ୍ରଚାର ଓ ପ୍ରସାର ଏବଂ ଅନୈତିକ ଉପାୟରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରି ନିର୍ବାଚନ ଜିତିଛି। ତେବେ କଣ ଏହାକୁ ପ୍ରକୃତ ବିଜୟ କୁହାଯିବ କି ? କିନ୍ତୁ କଂଗ୍ରେସ ସମ୍ପୂର୍ଣ ଗଣତନ୍ତ୍ର ଉପାୟ ଅବଲମ୍ବନ କରି ପ୍ରତ୍ୟେକ ପଞ୍ଚାୟତକୁ ଯାଇଥିଲା। ନିଜ ନିସ୍ବାର୍ଥପର ଏବଂ ଶୃଙ୍ଖଳିତ କର୍ମୀଙ୍କ ସହାୟତାରେ ଜନସାଧାରଣଙ୍କ ସହିତ ସମ୍ପର୍କ ରକ୍ଷା କରିଥିଲୁ। ନୂଆପଡ଼ାର ପ୍ରଗତି ବିଷୟରେ ଆଲୋଚନା କରିଥିଲୁ। ଏବଂ ସମୃଦ୍ଧ ଅଞ୍ଚଳ ରୂପେ ଗଢ଼ିବାକୁ ପ୍ରତିଜ୍ଞାବଦ୍ଧ ଥିଲୁ। ଏବଂ ଲୋକଙ୍କ ଅଭୂତପୂର୍ବ ନିର୍ଲୋଭ ସମର୍ଥନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲୁ। ବିନା ଟଙ୍କା, ପଇସା ଖର୍ଚ୍ଚ କରି ଆମ ସଭା ମାନଙ୍କୁ ଦୁଇରୁ ତିନି ହଜାର ଲୋକ ହେଉଥିଲେ ଏବଂ ଶୁଣୁଥିଲେ। ଏପରିକି ଆମ ସଭା ପାଇଁ ୬-୭ ଘଣ୍ଟା ମଧ୍ୟ ଅପେକ୍ଷା କରୁଥିଲେ। କଂଗ୍ରେସ ତାର ଶକ୍ତି ସାମର୍ଥ୍ୟ ଅନୁଯାୟୀ, ଗଣତନ୍ତ୍ରକୁ ସମ୍ମାନ କରି ସତ୍ୟ ପଥରେ ଐତିହାସିକ ନିର୍ବାଚନ ଲଢିଥିଲା। ଯାହାର ଫଳ ସ୍ୱରୂପ ରାଜ୍ୟର ମୁଖ୍ୟ ବିରୋଧୀଦଳକୁ ପଛରେ ପକାଇ ତୃତୀୟ ସ୍ଥାନରେ ରଖି କଂଗ୍ରେସକୁ ଦ୍ଵିତୀୟ ସ୍ଥାନରେ ରଖି ମୁଖ୍ୟ ବିରୋଧିଦଳର ମର୍ଯ୍ୟାଦା ଦେଲେ। ଏଣୁ ଏହି ପରାଜୟ ନିରାଶାର ନୁହେଁ। ନୂଆପଡ଼ା ଆଜି କଂଗ୍ରେସକୁ ବିଜେପିର ଏକମାତ୍ର ବିକଳ୍ପ ରୂପେ ମୋହର ମାରିଛି।

ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟକୁ ଆମେ ଗ୍ରହଣ କରୁଛୁ। କିନ୍ତୁ ଯେଉଁ ଭୋଟ ଲୁଟ ଉପାୟର ଅବଲମ୍ବନ କରି ବିଜେପି ନିର୍ବାଚନ ଲଢ଼ିଲା ତାହା କେବେ ମଧ୍ୟ ସ୍ଵୀକାର୍ଯ୍ୟ ନୁହେଁ। ନିର୍ବାଚନ କମିଶନଙ୍କ ଏକ ପାଖିଆ କାର୍ଯ୍ୟକଳାପ ଆମକୁ ବ୍ୟଥିତ କରିଛି। ବିଭିନ୍ନ ସମୟରେ ସରକାରୀ ଦଳର ଆଦର୍ଶ ଆଚରଣ ବିଧିର ଉଲଙ୍ଘନକୁ ନେଇ ନିର୍ବାଚନ ଅଧିକାରୀଙ୍କ ପାଖରେ ଆମେ ତଥ୍ୟ ପ୍ରମାଣ ସହିତ ଅଭିଯୋଗ କରିଥିଲୁ। କିନ୍ତୁ ପରିତାପର ବିଷୟ ସେ ଆମର କୌଣସି ଅଭିଯୋଗକୁ କର୍ଣ୍ଣପାତ କଲେ ନାହିଁ। ଭାରତ ବର୍ଷର ନିର୍ବାଚନୀ ଇତିହାସରେ କେବେ ଘଟି ନଥିବା ଘଟଣା ନୂଆପଡ଼ାରେ ଘଟିଲା। ଏସବୁର ଉତ୍ତର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିଶ୍ଚୟ ଦେବାକୁ ପଡ଼ିବ। ଏବଂ ନିର୍ବାଚନୀ ହେରଫେର ରାଜ୍ୟବାସୀଙ୍କ ଜାଣିବା ସକାଶେ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଦାସ କହିଲେ ସମସ୍ତ ରାଜନୈତିକ ଦଳରେ ବିଭୀଷଣ ଅଛନ୍ତି । କଂଗ୍ରେସ ଦଳରେ ମଧ୍ୟ ଅଛନ୍ତି। ଯେଉଁମାନେ ଦଳରେ ରହି ଆତ୍ମଘାତୀ କାର୍ଯ୍ୟ କରି ନିର୍ବାଚନକୁ ପ୍ରଭାବିତ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସାମ୍ବାଦିକ ସମ୍ମିଳନୀରେ ପ୍ରାରମ୍ଭିକ ସୂଚନା ଦେଇ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ଦାସ କହିଲେ ଏକ ବିକଶିତ ନୂଆପଡ଼ାର ନକ୍ସା ତିଆରି କରି ଆମେ ଲୋକଙ୍କ ପାଖକୁ ଯାଇଥିଲୁ। ଇସ୍ତାହାର ମାଧ୍ୟମରେ କଂଗ୍ରେସ ଅବଦାନ କଣ ଥିଲା ଏବଂ ନୂଆପଡ଼ାକୁ ବିକାଶ ସ୍ରୋତରେ ଅଣାଯିବାର କାର୍ଯ୍ୟକ୍ରମ ବିଷୟରେ ଗୋଟି ଗୋଟି କରି କହିଥିଲୁ। ଅନ୍ୟ ରାଜନୈତିକ ଦଳଙ୍କ ଭଳି ଅର୍ଥବଳ ଓ କ୍ଷମତାବଳ ଭାକୂ ସମ୍ବଳ ଆମ ପାଖରେ ନଥିଲା। କଂଗ୍ରେସ ପାଖରେ ସ୍ଥାନୀୟ ଜନଜାତିଙ୍କ ସମ୍ବଳ ଥିଲା। ସାଧାରଣ ଜନତାଙ୍କ ସମର୍ଥନ ଥିଲା। ଏବଂ ଭକ୍ତ ଦାସଙ୍କ ନେତୃତ୍ବର ସମ୍ବଳ ଥିଲା। ଏବଂ ଏହାକୁ ପାଥେୟ କରି ଆମେ ନିର୍ବାଚନ ଲଢ଼ିଛୁ। କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ଜଣେ ମାତ୍ର ପ୍ରାର୍ଥୀ ଥିଲେ ଯିଏ ସ୍ଵଚ୍ଛ ଏବଂ କଳଙ୍କମୁକ୍ତ। ଅନ୍ୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ଗଦା ଗଦା ଦୁର୍ନୀତିର ଅଭିଯୋଗ ଅଛି। ଏବଂ ଏହା ସମସ୍ତେ ଜାଣନ୍ତି। କିନ୍ତୁ ଆମ ପ୍ରାର୍ଥୀ ଘାସିରାମ ମାଝୀଙ୍କ ବିରୁଦ୍ଧରେ ଅନେକ ଚେଷ୍ଠା ସତ୍ତ୍ୱେ ଗୋଟିଏ ମଧ୍ୟ ଅଭିଯୋଗ ଉଠାଇବାକୁ ସକ୍ଷମ ହୋଇ ନଥିଲେ। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଆମ ପ୍ରାର୍ଥୀଙ୍କୁ ୪୦ ହଜାରରୁ ଉର୍ଦ୍ଧ୍ଵ ଭୋଟ ଦେଇ ଦ୍ଵିତୀୟ ସ୍ଥାନ ପ୍ରଦାନ କରିବା କଂଗ୍ରେସ ଦଳ ପାଇଁ ଏକ ଉପଲବ୍ଧି ଏବଂ ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ। ଉକ୍ତ ସାମ୍ବାଦିକ ସମ୍ମୀଳନୀରେ ପିସିସି ଉପସଭାପତି ତଥା ପୂର୍ବତନ ବିଧାୟକ ଡ଼ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Previous Post

କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲର ୧୧ତମ ଜାତୀୟ ଶିଶୁ ସାହିତ୍ୟ ମହୋତ୍ସବ ଉଦଯାପିତ

Next Post

ଅକାଳରେ ଚାଲିଗଲେ ହ୍ୟୁମାନ୍ ସାଗର

Next Post
ଅକାଳରେ ଚାଲିଗଲେ ହ୍ୟୁମାନ୍ ସାଗର

ଅକାଳରେ ଚାଲିଗଲେ ହ୍ୟୁମାନ୍ ସାଗର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA