Sunday, June 28, 2026 06:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡା ଶିବାନନ୍ଦ ମହାନ୍ତିଙ୍କୁ ପ୍ରଥମ ‘ହିରୋ’ ପୁରସ୍କାର

କିମ୍‍ସ ଜାତୀୟ ସମ୍ମିଳନୀ ୨୦୨୫

by Our Correspondent
22 Nov, 2025- 04:40 PM
in Latest News, News
1 min read
0
ଡା ଶିବାନନ୍ଦ ମହାନ୍ତିଙ୍କୁ ପ୍ରଥମ ‘ହିରୋ’ ପୁରସ୍କାର

ଭୁବନେଶ୍ୱର: କିମ୍‍ସ ଜାତୀୟ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଆଜି ଅନୁଷ୍ଠିତ ହୋଇଯାଇଛି । ଦିବସ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ଚିକିତ୍ସା, ଜନସ୍ୱାସ୍ଥ୍ୟ, ଜୈବଚିକିତ୍ସା ନବସର୍ଜନା, ସ୍ୱାସ୍ଥ୍ୟସେବା ନୀତି ଏବଂ ଚିକିତ୍ସା ଶିକ୍ଷା ଆଦି କ୍ଷେତ୍ରରୁ ଭାରତର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଓ ବିଶେଷଜ୍ଞ ଯୋଗ ହୋଇଥିଲେ । ଚଳିତବର୍ଷ ସମ୍ମଳନୀର ବିଷୟବସ୍ତୁ ଥିଲା- ‘ନିଉଅର ହରିଜନ୍‍ସ, ନିଉଅର କନ୍‍ସେପ୍ଟସ, ନିଉଅର୍‍ ଇନୋଭେସନ୍‍ସ’ । ଏହି କାର୍ଯ୍ୟକ୍ରମରେ ୫ଶହରୁ ଊର୍ଦ୍ଧ୍ୱ ଡାକ୍ତରୀ ଓ ସ୍ୱାସ୍ଥ୍ୟସେବାର ଅନ୍ୟାନ୍ୟ କ୍ଷେତ୍ରର ଛାତ୍ରଛାତ୍ରୀ, ଅଧ୍ୟାପକମାନେ ଯୋଗ ଦେଇଥିଲେ । ସମସ୍ତଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା, ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରିବା, ସ୍ଥାନୀୟ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ଗବେଷଣା, ଗବେଷଣା ଲବ୍‍ଧ ଜ୍ଞାନକୁ କିପରି ଲୋକଙ୍କ ଉପକାରରେ ଲଗାଯାଇପାରିବ,  ସ୍ଥାନୀୟ ସମ୍ବଳ ଏବଂ କମ୍‍ ଖର୍ଚ୍ଚରେ କିପରି ଗବେଷଣା କରାଯାଇପାରିବ, ସାଧାରଣ ଲୋକଙ୍କୁ କମ୍‍ ଖର୍ଚ୍ଚରେ ସୁବିଧାରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଆଦି ଯୋଗାଇ ଦେବା ବିଷୟରେ ବିଶେଷଜ୍ଞମାନେ ସେମାନଙ୍କ ମତ ପ୍ରଦାନ କରିଥିଲେ । ଏହା ବ୍ୟତୀତ ଚିକିତ୍ସା କ୍ଷେତ୍ରରେ ନବସର୍ଜନା, କୋଷୀୟ ବିଜ୍ଞାନ ଏବଂ କ୍ଲିନିକାଲ୍ ବିଜ୍ଞାନକୁ ଗବେଷଣା ମାଧ୍ୟମରେ ଅର୍ଥପୂର୍ଣ୍ଣ ପରିବର୍ତ୍ତନ ଆଣିବା ଦିଗରେ ଏକତ୍ରିତ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ମୁକାବିଲା ଓ ମାତୃ ଯତ୍ନକୁ ସୁଦୃଢ଼ କରିବାରେ ଉଲ୍ଲେଖନୀୟ ପ୍ରୟାସ ପାଇଁ ଡା ଶିବାନନ୍ଦ ମହାନ୍ତିଙ୍କୁ କିମ୍‍ସ ପକ୍ଷରୁ ପ୍ରଥମ ‘ହେଲ୍‍ଥ ଏମ୍‍ପାୱାରମେଣ୍ଟ ଇନ୍‍ ରୁରାଲ୍‍ ଓଡ଼ିଶା’ (ହିରୋ) ପୁରସ୍କାର ପ୍ରଦାନ କରାଯାଇଥିଲା । ଡା ମହାନ୍ତିଙ୍କ ନିରନ୍ତର କ୍ଷେତ୍ର ସମ୍ପର୍କ, ଜନକେନ୍ଦ୍ରିତ ହସ୍ତକ୍ଷେପ ଓ ଦୀର୍ଘକାଳୀନ ପ୍ରତିବଦ୍ଧତା ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ଉନ୍ନତି ଆଣିବାରେ ସହାୟକ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ଆଇସିଏମ୍‍ଆରର ମହାନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ଡା ରାଜୀବ ବାହାଲ, ସ୍ୱାସ୍ଥ୍ୟସେବାର ଭବିଷ୍ୟତ, ଗ୍ରାମୀଣ ସ୍ୱାସ୍ଥ୍ୟ ସଶକ୍ତିକରଣ ଓ ଗବେଷଣା ଜନିତ କ୍ଲିନିକାଲ୍ ଅଭ୍ୟାସର ଭବିଷ୍ୟତ ଉପରେ ମତ ରଖିଥିଲେ । କିଟ୍‍,  କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, କିମ୍‍ସ ମୁଖ୍ୟତଃ ଗରିବ ଲୋକଙ୍କ ସେବା ପାଇଁ କାମ କରୁଛି । ଓଡ଼ିଶାର ଗ୍ରାମାଞ୍ଚଳ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ କିମ୍‍ସ ତାର ପ୍ରୟାସ ଜାରି ରଖିଛି ବୋଲି ଶ୍ରୀ ସାମନ୍ତ କହିଥିଲେ ।

ସେହିପରି କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳାଧିପତି ତଥା ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ଚିକିତ୍ସା ଗବେଷଣା କିମ୍‍ସ ମିଶନର କେନ୍ଦ୍ରବିନ୍ଦୁ ବୋଲି କହିଥିଲେ । ଗବେଷଣା ଲବ୍‍ଧ ଜ୍ଞାନ କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିବ ତାହା ଆମର ଦାୟିତ୍ୱ । କେବଳ ଚିକିତ୍ସା କରିବା ନୁହେଁ ବରଂ ଏହି ଜ୍ଞାନକୁ ଉପଯୋଗ କରି ସ୍ୱାସ୍ଥ୍ୟସେବାକୁ ଆହୁରି ଉନ୍ନତ କରାଯାଇପାରିବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆପୋଲୋ କର୍କଟ କେନ୍ଦ୍ର ହେମାଟୋ-ଅଙ୍କୋଲୋଜି ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ବିଭାଗୀୟ ମୁଖ୍ୟ ଡା ଭେଲୁ ନାୟାର, ଚେନ୍ନାଇସ୍ଥିତ ଏମଜିଏମ ସ୍ୱାସ୍ଥ୍ୟ ସେବାର ହୃଦ୍ ଏବଂ ଫୁସଫୁସ୍ ପ୍ରତିରୋପଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା କେ. ଆର. ବାଲକୃଷ୍ଣନ୍‌, ମୋହନ ଫାଉଣ୍ଡେସନର ପ୍ରତିଷ୍ଠାତା ଡା ସୁନୀଲ ଶ୍ରଫ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ଡାଇଜେଷ୍ଟିଭ୍ ସାଇନ୍ସେସ୍‌ର ପ୍ରଫେସର ଅଭିଜିତ ଚୌଧୁରୀ, ପବ୍ଲିକ୍ ହେଲ୍‍ଥ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ପ୍ରତିଷ୍ଠାତା ସଭାପତି ଡା କେ. ଶ୍ରୀନାଥ ରେଡ୍ଡୀ, ସେଣ୍ଟର ଫର ବାୟୋମେଡିକାଲ୍ ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ଆଲୋକ ଧାୱନ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ସିବିକେ ମହାନ୍ତି, କିମ୍‍ସ ମହାନିର୍ଦ୍ଦେଶକ ଡା ଅଜିତ ମହାନ୍ତି, କିମ୍‍ସ ମେଡିକାଲ ଅଧ୍ୟକ୍ଷ ପ୍ରଫେସର ଆର ସି ଦାସ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । 

Previous Post

ମୋହନଙ୍କ ବିରୋଧରେ ବିଦ୍ରୋହ ଘୋଷଣା!

Next Post

୧୪ ପାଳିରେ ୯୬% ଅଭିଯୋଗର ସମାଧାନ

Next Post
୧୪ ପାଳିରେ ୯୬% ଅଭିଯୋଗର ସମାଧାନ

୧୪ ପାଳିରେ ୯୬% ଅଭିଯୋଗର ସମାଧାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA